ବୁଧ-ମଙ୍ଗଳଙ୍କ ଯୋଗରେ ୪ ରାଶିଙ୍କ ଖୋଲିବ ଭାଗ୍ୟ, ୨ଗୁଣା କରିବେ ଇନକମ୍‌! ମାସେ ଯାଏ ଧନଯୋଗ…

ଦ୍ରିକ ପଞ୍ଚାଙ୍ଗ ଅନୁସାରେ, ମଙ୍ଗଳବାର ୧ ସେପ୍ଟେମ୍ୱର, ୨୦୨୬ ସଂଧ୍ୟା ୬ଟା ୪୮ ମିନିଟରୁ ବୁଧ ଏବଂ ମଙ୍ଗଳ ଗ୍ରହ ପରସ୍ପରଠାରୁ ୬୦ଓ ଦୂରତାରେ ଅବସ୍ଥାନ କରିବେ, ଯାହାଦ୍ୱାରା ଅତ୍ୟନ୍ତ ଶୁଭ ‘ଲାଭ ଯୋଗ’ ସୃଷ୍ଟି ହେବ। ଏହା ଏକ ଫଳଦାୟୀ ଏବଂ କଲ୍ୟାଣକାରୀ ଜ୍ୟୋତିଷୀୟ ଯୋଗ। ବୁଧ ଓ ମଙ୍ଗଳଙ୍କ ତ୍ରି-ଏକାଦଶ ଦୃଷ୍ଟିରୁ ସୃଷ୍ଟି ହୋଇଥିବା ଏହି ଯୋଗ ଯୋଗୁଁ ବ୍ୟକ୍ତିବିଶେଷଙ୍କ ପାଇଁ ନୂଆ ନୂଆ ସୁଯୋଗ ସାମ୍ନାକୁ ଆସିବ। ବୁଧ-ମଙ୍ଗଳଙ୍କ ଏହି ଶୁଭ ଯୋଗ କ୍ୟାରିୟର, ବ୍ୟବସାୟ, ଶିକ୍ଷା, ଯୋଗାଯୋଗ ଏବଂ ଆର୍ଥିକ କ୍ଷେତ୍ର ଉପରେ ଗଭୀର ତଥା ସକାରାତ୍ମକ ପ୍ରଭାବ ପକାଇବ। ଲୋକଙ୍କ ଅଟକି ରହିଥିବା କାମ ଆଗକୁ ବଢ଼ିପାରେ ଏବଂ ଉପଯୁକ୍ତ ସମୟରେ ନିଆଯାଇଥିବା ନିଷ୍ପତ୍ତି ଲାଭ ଦେଇପାରେ। ଏହା ସହିତ ରୋଜଗାର ବଢ଼ାଇବା ଏବଂ ନୂଆ ଦକ୍ଷତା (Skill) କୁ କାର୍ଯ୍ୟରେ ଲଗାଇବାର ସୁଯୋଗ ମଧ୍ୟ ମିଳିବ। ଏହି ଯୋଗ ସମସ୍ତ ରାଶି ପାଇଁ ଶୁଭଙ୍କର ହୋଇଥିଲେ ମଧ୍ୟ ୪ଟି ରାଶି ପାଇଁ ଏହା ଅତ୍ୟନ୍ତ ଫଳପ୍ରଦ ସାବ୍ୟସ୍ତ ହୋଇପାରେ। ଆସନ୍ତୁ ଜାଣିବା, ସେହି ଭାଗ୍ୟଶାଳୀ ରାଶିଗୁଡ଼ିକ କ’ଣ, ଯାହାଙ୍କ ଭାଗ୍ୟ ଖୋଲିବା ସହ ସଫଳତା ଓ ଧନଲାଭ ହେବାର ସମ୍ଭାବନା ରହିଛି।

ବୁଧ-ମଙ୍ଗଳ ଲାଭ ଯୋଗ: ମେଷ ରାଶିଫଳ

ବୁଧ-ମଙ୍ଗଳଙ୍କ ଏହି ଯୋଗ ମେଷ ରାଶିର ଲୋକଙ୍କ ପାଇଁ ଏକ ନୂଆ ଦିଗ ଖୋଲିପାରେ। କ୍ୟାରିୟରରେ ହଠାତ କୌଣସି ଜରୁରୀ ଦାୟିତ୍ୱ ମିଳିପାରେ। କର୍ମକ୍ଷେତ୍ରରେ ଆପଣଙ୍କ ତୀକ୍ଷ୍ଣ ଚିନ୍ତାଧାରା ଏବଂ କାର୍ଯ୍ୟଶୈଳୀ ଲୋକଙ୍କ ନଜରକୁ ଆସିବ। ପୁରୁଣା ଅଟକି ରହିଥିବା କାମଗୁଡ଼ିକରେ ମଧ୍ୟ ଗତି ଆସିବ। ବ୍ୟବସାୟ କରୁଥିବା ଲୋକଙ୍କୁ ନୂଆ କ୍ଲାଏଣ୍ଟ କିମ୍ୱା ଡିଲ୍ରୁ ଲାଭ ମିଳିପାରେ। ରୋଜଗାର ବଢ଼ାଇବା ପାଇଁ ନୂଆ ଦକ୍ଷତାର ବ୍ୟବହାର କରିବାର ସୁଯୋଗ ମିଳିବ। କେବଳ ତରବରିଆ ଭାବେ ଟଙ୍କା ନିବେଶ କରିବା କିମ୍ୱା ବିନା ଚିନ୍ତାରେ କୌଣସି ବଡ଼ ନିଷ୍ପତ୍ତି ନେବାରୁ ଦୂରେଇ ରୁହନ୍ତୁ।

ମିଥୁନ ରାଶିଫଳ

ମିଥୁନ ରାଶିର ଲୋକଙ୍କ ପାଇଁ ଏହି ଯୋଗ ବିଶେଷ ଭାବରେ ସକ୍ରିୟ ରହିବ। କାର୍ଯ୍ୟକୁ ନେଇ ଆପଣଙ୍କର ବେଗ ଏବଂ ଆତ୍ମବିଶ୍ୱାସ ଉଭୟ ବୃଦ୍ଧି ପାଇପାରେ। ଚାକିରିରେ ନୂଆ ପ୍ରୋଜେକ୍ଟ କିମ୍ୱା ଭୂମିକା ମିଳିବାର ସଙ୍କେତ ରହିଛି। ଆପଣଙ୍କ କମ୍ୟୁନିକେସନ ସ୍କିଲ (ଯୋଗାଯୋଗ ଦକ୍ଷତା) ବସ ଏବଂ ସିନିୟରମାନଙ୍କ ଉପରେ ଭଲ ପ୍ରଭାବ ପକାଇପାରେ। ବ୍ୟବସାୟରେ ଆଲୋଚନା ମାଧ୍ୟମରେ କୌଣସି ପୁରୁଣା ସମସ୍ୟାର ସମାଧାନ ହୋଇପାରେ। ଅନଲାଇନ କାମ, ମିଡିଆ, ସେଲ୍ସ କିମ୍ୱା ମାର୍କେଟିଂ ସହିତ ଜଡ଼ିତ ଲୋକଙ୍କୁ ବିଶେଷ ଫାଇଦା ମିଳିପାରେ। ହଠାତ୍ ଏପରି କୌଣସି ସମ୍ପର୍କ ସୃଷ୍ଟି ହୋଇପାରେ, ଯାହା ଭବିଷ୍ୟତରେ ରୋଜଗାରର ବାଟ ଖୋଲିବ। ପ୍ରେମ ସମ୍ପର୍କରେ ଭବିଷ୍ୟତକୁ ନେଇ କୌଣସି ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହୋଇପାରେ। ପରିବାରର ଛୋଟମୋଟ ବିବାଦକୁ ବୁଝାମଣାର ସହ ସମ୍ଭାଳିବେ। ଅତ୍ୟଧିକ ଆତ୍ମବିଶ୍ୱାସ (Overconfidence) ରୁ ଦୂରେଇ ରହିଲେ ଏହି ଯୋଗ ଆପଣଙ୍କ ପାଇଁ ବେଶ ଫଳପ୍ରଦ ସାବ୍ୟସ୍ତ ହୋଇପାରେ।

ସିଂହ ରାଶିଫଳ

ସିଂହ ରାଶିର ଲୋକଙ୍କ ପାଇଁ ବୁଧଙ୍କ ପ୍ରଭାବ କାମ ଏବଂ ନିଷ୍ପତ୍ତିରେ ଦୃଢ଼ତା ଆଣିପାରେ। ଆପଣଙ୍କ କଥା ରଖିବାର ଶୈଳୀ ଲୋକଙ୍କୁ ପ୍ରଭାବିତ କରିବ। କ୍ୟାରିୟରରେ ପରିଚୟ ବଢ଼ିବା ସହିତ ନୂଆ ସୁଯୋଗ ମିଳିପାରେ। କର୍ମକ୍ଷେତ୍ରରେ ଆପଣଙ୍କ ଯୋଜନା ଯୋଗୁଁ କୌଣସି କଷ୍ଟକର କାମ ସହଜ ହୋଇଯାଇପାରେ। ବ୍ୟବସାୟୀମାନଙ୍କୁ ଆଲୋଚନା କିମ୍ୱା ନେଟୱର୍କିଂରୁ ଲାଭ ମିଳିବାର ଯୋଗ ରହିଛି। ଅଟକି ରହିଥିବା ପେମେଣ୍ଟ ମିଳିବା ଯୋଗୁଁ ଆର୍ଥିକ ସ୍ଥିତିରେ ସାମାନ୍ୟ ସୁଧାର ଆସିପାରେ। କୌଣସି ନୂଆ ଦକ୍ଷତା ଶିଖିବା କିମ୍ୱା ତାହାକୁ ରୋଜଗାର ସହ ଯୋଡ଼ିବାର ଆଇଡିଆ ମିଳିପାରେ। ଛାତ୍ରଛାତ୍ରୀମାନଙ୍କୁ ଠିକ ମାର୍ଗଦର୍ଶନ ମିଳିବା ଯୋଗୁଁ ପରୀକ୍ଷା ପ୍ରସ୍ତୁତିରେ ତୀବ୍ରତା ଆସିବ। ପ୍ରେମ ସମ୍ପର୍କରେ ଅହଂକାର (Ego) କୁ ଦୂରରେ ରଖି କଥା ହେଲେ ସମ୍ପର୍କ ଆହୁରି ମଜଭୁତ ହେବ। ସାମାଜିକ କ୍ଷେତ୍ରରେ ଆପଣଙ୍କ ସକ୍ରିୟତା ବଢ଼ିବ ଏବଂ କୌଣସି ପ୍ରଭାବଶାଳୀ ସମ୍ପର୍କ ଭବିଷ୍ୟତରେ କାମରେ ଆସିପାରେ।

ତୁଳା ରାଶିଫଳ

ତୁଳା ରାଶିର ଲୋକଙ୍କ ପାଇଁ ବୁଧ-ମଙ୍ଗଳଙ୍କ ଏହି ଯୋଗ ରୋଜଗାର ଏବଂ ବୃତ୍ତିଗତ ଉନ୍ନତି (Professional Growth) ଦୃଷ୍ଟିରୁ ଶୁଭ ସଙ୍କେତ ଦେଇପାରେ। ଆୟ ବୃଦ୍ଧି ପାଇଁ କୌଣସି ନୂଆ ଆଇଡିଆ କାମରେ ଆସିପାରେ। ଚାକିରିଜୀବୀମାନଙ୍କୁ ଟିମ କିମ୍ୱା କ୍ଲାଏଣ୍ଟ ସମ୍ୱନ୍ଧୀୟ ଗୁରୁତ୍ୱପୂର୍ଣ୍ଣ କାମ ମିଳିପାରେ। ଆପଣଙ୍କ କଥାବାର୍ତ୍ତା କୌଣସି ଅଟକି ରହିଥିବା ଡିଲ୍କୁ ଆଗକୁ ବଢ଼ାଇବାରେ ସାହାଯ୍ୟ କରିବ। ବ୍ୟବସାୟରେ ପୁରୁଣା ସମ୍ପର୍କ ହଠାତ୍ କାମରେ ଆସିପାରେ। କମିଶନ, ବୋନସ କିମ୍ୱା ଅତିରିକ୍ତ ରୋଜଗାରର ରାସ୍ତା ମଧ୍ୟ ଖୋଲିପାରେ। ବହୁ ଦିନରୁ କୌଣସି ଦକ୍ଷତା ଶିଖିବାକୁ ଭାବୁଥିଲେ, ତେବେ ତାହାକୁ ବାସ୍ତବ କାର୍ଯ୍ୟରେ ଲଗାଇବାର ଏହା ହେଉଛି ଉପଯୁକ୍ତ ସମୟ। ପାର୍ଟନରଙ୍କ ସହିତ ଟଙ୍କା କିମ୍ୱା ଭବିଷ୍ୟତର ଯୋଜନା ବିଷୟରେ ଭଲ ଆଲୋଚନା ହୋଇପାରେ। ପରିବାର ସହ ଜଡ଼ିତ କୌଣସି ଦାୟିତ୍ୱକୁ ବୁଝାମଣାର ସହ ସମ୍ଭାଳିବେ। ଖର୍ଚ୍ଚ ବଢ଼ିବାର ଆଶଙ୍କା ରହିବ, ତେଣୁ ରୋଜଗାର ସହିତ ସଞ୍ଚୟ ଉପରେ ମଧ୍ୟ ଧ୍ୟାନ ଦେବା ଆବଶ୍ୟକ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?