Posted inଜାତୀୟ

ଦାରିଦ୍ର୍ୟ, ବେରୋଜଗାରୀ ରୋକିବା ସୁଯୋଗ ହରାଇଛି ବଜେଟ: ବିରୋଧୀ

ନୂଆଦିଲ୍ଲୀ,୧୦।୨(ପି.ଟି.):ଦେଶରୁ ଦାରିଦ୍ର୍ୟ ଓ ବେରୋଜଗାରୀ ହଟାଇବା ଦିଗରେ କେନ୍ଦ୍ର ବଜେଟ ସୁଯୋଗ ହରାଇଛି ବୋଲି ଗୁରୁବାର ବିରୋଧୀ ଅଭିଯୋଗ କରିଛନ୍ତି। ଲୋକ ସଭାରେ ବଜେଟ ଉପରେ ଆଲୋଚନା ବେଳେ ଏହା କୃଷକ, ଚାଷୀ ଏବଂ ଗ୍ରାମାଞ୍ଚଳ ବିରୋଧୀ ବୋଲି ତୃଣମୂଳ କଂଗ୍ରେସ ସଦସ୍ୟ ସୌଗତ ରାୟ କହିଥିଲେ। ଆମେରିକାର ଶର୍ଟ ସେଲର ହିଣ୍ଡେନବର୍ଗ ରିସର୍ଚ୍ଚ ରିପୋର୍ଟ ପରେ ଆଦାନୀ ଗ୍ରୁପ୍‌ର ଷ୍ଟଟ୍‌ ମୂଲ୍ୟ ଯଥେଷ୍ଟ ହ୍ରାସ ପାଇଥିବାରୁ ନିବେଶକ କ୍ଷତିଗ୍ରସ୍ତ ହୋଇଛନ୍ତି। ଏହାର ତଦନ୍ତ ହେବା ଆବଶ୍ୟକ ବୋଲି ତୃଣମୂଳ ନେତା ଦାବି କରିଥିଲେ। ବିରୋଧୀ ଦଳ ନେତାମାନଙ୍କ ବିରୋଧରେ କେନ୍ଦ୍ର ସରକାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)କୁ ଲଗାଉଛନ୍ତି, କିନ୍ତୁ ନିବେଶକଙ୍କ ହଜାର ହଜାର କୋଟି ଟଙ୍କା କ୍ଷତି ପାଇଁ ଦାୟୀ କର୍ପୋରେଟ୍‌ ଗ୍ରୁପ୍‌ ପାଖକୁ ଇଡି ଯାଉନାହିଁ ବୋଲି ସୌଗତ ଅଭିଯୋଗ କରିଥିଲେ। କେନ୍ଦ୍ର ବଜେଟ ଦାରିଦ୍ର୍ୟ ଓ ବେରୋଜଗାରୀ ହଟାଇବାରେ ବିଫଳ ହୋଇଥିବାବେଳେ ଦେଶକୁ ଏକ ନିଯୁକ୍ତିବିହୀନ ଭବିଷ୍ୟତ ଆଡ଼କୁ ନେଇଯାଉଛି ବୋଲି ତୃଣମୂଳ କଂଗ୍ରେସ ନେତା କହିଥିଲେ।
ବଜେଟ ଉପରେ ଆଲୋଚନା ଆରମ୍ଭ କରି ଓ୍ବାଇଏସ୍‌ଆର୍‌ସିପି ସଦସ୍ୟ ମାର୍ଗାନି ଭରତରାମ କହିଥିଲେ, ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ରନ୍ଧନ ଗ୍ୟାସ ମୂଲ୍ୟ ବୃଦ୍ଧିକୁ ନିୟନ୍ତ୍ରଣ କରିବାରେ ବିଫଳ ହୋଇଛନ୍ତି। ଜେଡିୟୁ ନେତା ମହାବଳୀ ସିଂ ବିହାର ପାଇଁ ସ୍ବତନ୍ତ୍ର ପାହ୍ୟା ଦାବି କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କେନ୍ଦ୍ରୀୟ କର୍ମଚାରୀଙ୍କ ବଢିବ ଦରମା, ରାକ୍ଷୀରେ ଆସିବ DA!

ନୂଆଦିଲ୍ଲୀ,୨୩।୮: ଦେଶବ୍ୟାପୀ ଲକ୍ଷ ଲକ୍ଷ କେନ୍ଦ୍ରୀୟ କର୍ମଚାରୀ ଏବଂ ପେନଶନଭୋଗୀ ଅଷ୍ଟମ ବେତନ ଆୟୋଗ (8th Pay Commission) ଗଠନକୁ ଅପେକ୍ଷା କରିଥିବା ବେଳେ, ବର୍ତ୍ତମାନ ସେମାନଙ୍କ…

ସାଇବର ଠକେଇର ଶିକାରଙ୍କୁ ୪୫ ଲକ୍ଷ ଟଙ୍କା ଫେରାଇଲା ସମ୍ବଲପୁର ପୋଲିସ

ସମ୍ବଲପୁର, ୨୩।୮ (ପ୍ରମୋଦ ବହିଦାର): ସମ୍ବଲପୁର ଜିଲାରେ ବଢ଼ୁଥିବା ସାଇବର ଅପରାଧ ଓ ଆର୍ଥିକ ଠକେଇ ବିରୋଧରେ ସମ୍ବଲପୁର ପୋଲିସକୁ ବଡ଼ ସଫଳତା ମିଳିଛି। ସାଇବର ଥାନା…

ୱାଘା ବର୍ଡର ବନ୍ଦ ପରେ ବି ଭାରତ ଆସିଲେ ୧୫୦ ପାକିସ୍ତାନୀ ବଧୂ! କଲେ ବିବାହ, ଜାଣନ୍ତୁ କିପରି

ନୂଆଦିଲ୍ଲୀ,୨୩।୮: ଅପରେଶନ ସିନ୍ଦୂର ପରେ ଭାରତ-ପାକିସ୍ତାନ ମଧ୍ୟରେ ଉତ୍ତେଜନା ବଢ଼ିବା ସହ ଅଟାରୀ-ୱାଘା ବର୍ଡର ବନ୍ଦ କରାଯାଇଥିଲା। ଏହାର ପ୍ରଭାବରେ ଦୁଇ ଦେଶରେ ବିବାହ ପାଇଁ ଅପେକ୍ଷା…

ଡିଫେନ୍ସ ମିନିଷ୍ଟ୍ରିରେ କରୁଥିଲେ ଚାକିରି, ହଠାତ୍‌ ୩ ମାସର ଗର୍ଭବତୀବସ୍ଥାରେ କଲେ ଆତ୍ମହତ୍ୟା; ରାଜଧାନୀରେ ଚାଞ୍ଚଲ୍ୟ…

ନୂଆଦିଲ୍ଲୀ,୨୩।୮: ଦିଲ୍ଲୀରେ ପ୍ରତିରକ୍ଷା ମନ୍ତ୍ରଣାଳୟ (ଡିଫେନ୍ସ ମିନିଷ୍ଟ୍ରି) ରେ କାର୍ଯ୍ୟରତ ଜଣେ ୩ ମାସର ଗର୍ଭବତୀ ମହିଳା ଆତ୍ମହତ୍ୟା କରିଛନ୍ତି। ଅଭିଯୋଗ ହୋଇଛି ଯେ ଶାଶୂଘର ଲୋକେ…

କାନ୍ଥରୁ ଲିଭିନି ‘ଶୁଭ ବିବାହ: ଭାଇ ହାତରେ ରାଖୀ ବାନ୍ଧିବାକୁ ଚାହିଁ ରହିଥିଲା ଭଉଣୀ , ହେଲେ ବିଧିର ବିଧାନ କିଛି ଅଲଗା ଫେରୁଛି ଶବ

ଖଲ୍ଲିକୋଟ, ୨୩/୮ (ପ୍ରଶାନ୍ତ କୁମାର ମିଶ୍ର/ବିଦ୍ୟାଧର ସାହୁ): ଗଞ୍ଜାମରେ ସରୁନି ଦାଦନ ଦୁଃଖ। ଭଉଣୀ ହାତରେ ରହିଗଲା ରାଖୀ, ଦୁବାଇରୁ ଆସିଲା ଭାଇଙ୍କ ମୃତଦେହ। ସରକାର ବଦଳୁଛି,…

ବାଂଲାଦେଶରେ ପୁଣି ହିନ୍ଦୁମାନଙ୍କୁ କରାଯାଉଛି କି ଟାର୍ଗେଟ? ଛାତ ଉପରେ ବାପା, ସିଡ଼ିରେ ମାଆ-ଝିଅ, ଖଟ ତଳେ ମିଳିଲା ୧୨ ବର୍ଷ ପୁଅର ମୃତଦେହ

ଢାକା,୨୩।୮: ବାଂଲାଦେଶର ରଙ୍ଗପୁର ସହରରେ ଏକ ବନ୍ଦ ଘର ଭିତରେ ପରିବାରର ଚାରି ଜଣଙ୍କ ମୃତଦେହ ମିଳିବା ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ମୃତକଙ୍କ ମଧ୍ୟରେ…

ସୂର୍ଯ୍ୟ-ଚନ୍ଦ୍ରଙ୍କ ଅଶୁଭ ଯୋଗ; ଅଗଷ୍ଟ ମାସ ଶେଷବେଳକୁ ୪ ରାଶିଙ୍କ ବଢିପାରେ ଅଡୁଆ, ଧନହାନୀକୁ ଶରୀର ପୀଡା…

ଏହି ଯୋଗ ମାଙ୍ଗଳିକ କାର୍ଯ୍ୟ ପାଇଁ ଅଶୁଭ କିମ୍ୱା ବିନାଶକାରୀ ବୋଲି ଧରାଯାଏ। ଏବେ ୩୧ ଅଗଷ୍ଟରେ ଏହି ଯୋଗ ସୃଷ୍ଟି ହେବାକୁ ଯାଉଛି। ଏହି ଯୋଗ…

ଚାଇନା ଯିବେ NSA ଅଜିତ ଡୋଭାଲ; ଜାଣନ୍ତୁ ଏହାର ପ୍ରମୁଖ କାରଣ

ନୂଆଦିଲ୍ଲୀ,୨୩।୮: ଭାରତ ଏବଂ ଚାଇନା ମଧ୍ୟରେ ସୀମା ବିବାଦ ସମ୍ପର୍କରେ ପୁଣି ଥରେ କୂଟନୈତିକ ଆଲୋଚନା ଆଗକୁ ବଢ଼ିବାକୁ ଯାଉଛି। ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri