Posted inଫୁରସତ

ବବଲ୍‌ ଗମ୍‌ – ଚୁଇଂଗମ୍‌

ପିଲାଦିନେ ପ୍ରାୟ ସମସ୍ତେ ବବଲ୍‌
ଗମ୍‌ ଖାଇ ତାକୁ ପାଟିରେ ବେଲୁନ୍‌ ପରି ଫୁଲେଇଥିବେ। ସେମିତି ଚୁଇଂ ଗମ୍‌ ବି ଖାଇଥିବେ। ଅନେକେ ଭାବନ୍ତି ବବଲ୍‌ ଗମ୍‌ ଯାହା, ଚୁଇଂଗମ୍‌ ସେଇୟା । ହେଲେ ନା, ଏକାପରି ଲାଗୁଥିଲେ ହେଁ ଦୁଇଟି ଯାକ
ଅଲଗା। ତେବେ ଏହା ଭିତରର ଫରକ କ’ଣ? ଆଉ ଏହାକୁ କେବେ ଓ କିଏ ତିଆରି କରିଥିଲେ ଜାଣନ୍ତି କି? ସେ ସମ୍ପର୍କରେ କିଛି…

କେବେଠୁ ଅଛି ଚୁଇଂଗମ୍‌ : ବବଲ୍‌ ଗମ୍‌ର ବହୁ ଆଗରୁ ତଥା ନିଓଲିଥିକ ପିରିୟଡ ଅର୍ଥାତ୍‌ ନ୍ୟୁ ଷ୍ଟୋନ୍‌ ଏଜ୍‌ରୁ ଚୁଇଂ ଗମ୍‌ ଥିବା ଜଣାଯାଏ। ୫୦୦୦ ବର୍ଷ ପୂର୍ବେ ଧଳାଆକାସିଆ ଗଛ ଛାଲିର ଟାର୍‌ରୁ ଚୁଇଂଗମ୍‌ ତିଆରି ହେଉଥିଲା। ଏହି ଟାର୍‌ରୁ ତିଆରି ଗମ୍‌ରେ ଆଣ୍ଟିସେପ୍ଟିକ୍‌ ପ୍ରପର୍ଟି ଓ ଅନ୍ୟାନ୍ୟ ଔଷଧୀୟ ଗୁଣ ରହୁଥିଲା। ମାୟା ସଭ୍ୟତାରେ ପ୍ରାକୃତିକ ଅଠା ବା ଚିକଲ୍‌ ଗଛର ଅଠା ବ୍ୟବହାର କରୁଥିଲେ ଚୁଇଂଗମ୍‌ର ବେସ୍‌ ତିଆରି କରିବା ପାଇଁ। ତେବେ ୧୮୬୦ରେ ଆଧୁନିକ ଚୁଇଂଗମ୍‌ ତିଆରି ହୋଇଥିଲା।
ବବଲ୍‌ ଗମ୍‌ର ଇତିହାସ: ବବଲ୍‌ ଗମ୍‌ ତିଆରି କରିବାର ଯୋଜନା ପ୍ରଥମେ ଫିଲାଡେଲଫିଆସ୍ଥ ଫି୍ଲୟର କର୍ପୋରେଶନ୍‌ର ସଂସ୍ଥାପକ ଫ୍ରାଙ୍କ ଏଚ୍‌ ଫ୍ଲିୟର୍‌ଙ୍କ ମନକୁ ଆସିଥିଲା। ୧୯୦୬ରେ ସେ ପ୍ରଥମ ବବଲ୍‌ ଗମ୍‌ ତିଆରି କରିଥିଲେ। ସେ ନିଜର ଏହି ଆବିଷ୍କାରର ନାଁ ଦେଇଥିଲେ ‘ବ୍ଲିବର୍‌-ବ୍ଲବର’। ଏହି ଗମ୍‌୍‌କୁ ପାଟିରେ ବେଲୁନ୍‌ ପରି ଫୁଲେଇ ହେଉଥିଲା। ହେଲେ ଏହା ସାଧାରଣ ଚୁଇଂଗମ୍‌ଠାରୁ କମ୍‌ ସ୍ବାଦିଷ୍ଟ ଥିଲା। ତେଣୁ ଏହାକୁ ସେ ବଜାରକୁ ଛାଡି ନ ଥିଲେ॥ ୧୯୨୮ରେ ଫ୍ଲିୟରଙ୍କ କର୍ମଚାରୀ ଓ୍ବାଲ୍ଟର ଡିଏମର୍‌ ବ୍ଲିବର-ବ୍ଲବର୍‌ ଫର୍ମୁଲାରେ ଆଉ କିଛି ପରିବର୍ତ୍ତନ ଆଣି ପ୍ରଥମ ସଫଳ ବବଲ୍‌ ଗମ୍‌ ତିଆରି କରିଥିଲେ। ଯାହାକି ‘ଡବଲ୍‌ ବବଲ୍‌’ ନାମରେ ବଜାରରେ ଉପଲବ୍ଧ ହେଲା। ଆଉ ଏହା ଲୋକଙ୍କୁ ବେଶ୍‌ ପସନ୍ଦ ବି ଆସିଲା। ଏହାର ଗୋଲାପୀ ରଙ୍ଗ ପରବର୍ତ୍ତୀ ସମୟରେ ଗୋଲାପୀ ବବଲ୍‌ ଗମ୍‌ର ଧାରା ସୃଷ୍ଟି କଲା। ବବଲ୍‌ ଗମ୍‌ ତିଆରି ହେବା ପରେ ଫ୍ଲିୟର ଏହାର ପ୍ରଥମ ବ୍ୟାଚ୍‌ ୧୯୨୮ରେ ଏକ ଦୋକାନକୁ ପଠାଇଥିଲେ। ବିକ୍ରି କରିବା ଲାଗି ସେ ସେଲ୍ସମ୍ୟାନକୁ ବି ବବଲ୍‌ ଗମ୍‌ ଫୁଲେଇବାର ଉପାୟ ଶିଖାଇଥିଲେ। ଯଦ୍ୱାରା କି ଗ୍ରାହକମାନେ ତାଙ୍କଠାରୁ ଦେଖି କୌତୁହଳର ସହ ଶିଖିବେ ଓ କିଣିବେ। ଏହି ଯୋଜନା ସଫଳ ବି ହେଇଥିଲା। ଆଉ ଆଶ୍ଚର୍ଯ୍ୟର କଥା ତାଙ୍କର ପୁରା ବ୍ୟାଚ୍‌ ଗୋଟିଏ ଦିନରେ ବିକ୍ରି ହୋଇଯାଇଥିଲା।
ବବଲ୍‌ ଗମ୍‌ ଓ ଚୁଇଂଗମ୍‌ ଭିତରେ ଫରକ: ଏହି ଦୁଇଟି ଭିତରେ ବହୁତ ଛୋଟ ଫରକ ରହିଛି। ବବଲ୍‌ ଗମ୍‌କୁ ଆମେ ଖାଇବା ପରେ ଫୁଲେଇ ପାରୁ। କିନ୍ତୁ ଚୁଇଂ ଗମ୍‌କୁ ଫୁଲେଇ ହୁଏନା।


Enter your email to get our daily news in your inbox.

All Right Reserved By Dharitri.Com

ରାତି ସାରା ଦୁଇ ଗାଁରେ ହାଇଭୋଲଟେଜ୍ ପ୍ରେମ ଡ୍ରାମା: ନାକେଦମ ହେଲା ନନ୍ଦିପଦା ପୋଲିସ

ହାଟଡିହୀ/ଛେନାପଦୀ, ୨୬/୮ (ଶୁଭକାନ୍ତ ନାୟକ/ନିରାକାର ପରିଡା): କେନ୍ଦୁଝର ଜିଲ୍ଲା ନନ୍ଦିପଦା ଥାନା ଅଞ୍ଚଳରେ ଗତ ମଙ୍ଗଳବାର ବିଳମ୍ବିତ ରାତିରେ ଦୁଇଟି ଭିନ୍ନ ଭିନ୍ନ ଗ୍ରାମରେ ପ୍ରେମ ବ୍ୟାପାରକୁ…

ଜିମ୍‌ରୁ ବାହାରୁଥିବା ବେଳେ ଗାୟକଙ୍କୁ ଗୁଳିକରି ହତ୍ୟା, ୨୦ରୁ ଅଧିକ..

ଲକ୍ଷ୍ନୌ,୨୬।୮: ଉତ୍ତରପ୍ରଦେଶର ଶାମଲୀରେ ବୁଧବାର ସନ୍ଧ୍ୟାରେ ଏକ ଚାଞ୍ଚଲ୍ୟକର ହତ୍ୟାକାଣ୍ଡ ଘଟିଛି । ସଦର କୋତୱାଲି ଥାନା ଅଞ୍ଚଳରେ ଅଜଣା ଦୁର୍ବୃତ୍ତଙ୍କ ଗୁଳିମାଡ଼ରେ ଚର୍ଚ୍ଚିତ ହରିୟାଣାର ଗାୟକ…

ଗୋଧୋଇବାକୁ ଯାଇ ଫେରିଲେନି ରଥ, ସକାଳୁ ପୋଖରୀରୁ ମିଳିଲା…

ଲାଞ୍ଜିଗଡ,୨୬।୮(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଛତ୍ରପୁର ପଞ୍ଚାୟତ ଅନ୍ତର୍ଗତ ରଘୁନାଥପୁର ଗାଁରେ ଅଭାବନୀୟ ଘଟଣା ଘଟିଛି । ପୋଖରୀରେ ବୁଡ଼ି ଜଣେ ଯୁବକଙ୍କ…

ସେପ୍ଟେମ୍ୱର ୧ରୁ ମହଙ୍ଗା ହେବ ଅଟୋ ଭଡା, ଜାଣନ୍ତୁ କେତେ ଦବାକୁ ପଡିବ ଟଙ୍କା…

ନୂଆଦିଲ୍ଲୀ,୨୬।୮: ମୁମ୍ୱାଇରେ CNG ରେ ଚାଲୁଥିବା କଳା-ହଳଦିଆ ଟ୍ୟାକ୍ସି ଏବଂ ଅଟୋ ରିକ୍ସାରେ ଯାତ୍ରା କରିବା ୧ ସେପ୍ଟେମ୍ୱରରୁ ମହଙ୍ଗା ହୋଇଯିବ। ମହାରାଷ୍ଟ୍ର ପରିବହନ ପ୍ରାଧିକରଣ ବୁଧବାର…

ସୋର ଉପକାରାଗାରର ୱାର୍ଡରଙ୍କୁ ମରଣାନ୍ତର ଆକ୍ରମଣ, ଦିବାଲୋକରେ ଗୋଡାଇ ଗୋଡାଇ ହାଣିଲେ

ସୋର,୨୬।୮(ଜନ୍ମେଜୟ ମିଶ୍ର): ସୋର ଉପକାରାଗାରର ୱାର୍ଡରଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି । ଦିନ ଦ୍ବିପହରରେ ମାଣତ୍ରୀ ଛକ ନିକଟରେ ତିନଜଣ ଦୁର୍ବୃତ୍ତ ହାଣି ଦେଇଥିବା ଜଣାପଡ଼ିଛି ।…

୧ ସେପ୍ଟେମ୍ୱରରେ ଶନି-ଗୁରୁଙ୍କ ମହାମିଳନ! ୩ ରାଶିଙ୍କ ସୁନା ଭଳି ଚମକିବ କ୍ୟାରିୟର, ଆଖି ପିଛୁଳାକେ ଧନ…

ଜ୍ୟୋତିଷ ଶାସ୍ତ୍ରରେ ଗ୍ରହମାନଙ୍କର ଗୋଚର ଏବଂ ସେମାନଙ୍କ ଦ୍ୱାରା ସୃଷ୍ଟି ହେଉଥିବା ଶୁଭ-ଅଶୁଭ ଯୋଗର ବିଶେଷ ମହତ୍ତ୍ୱ ରହିଛି। ୧ ସେପ୍ଟେମ୍ୱର ୨୦୨୬ରେ ଶନି ଏବଂ ଦେବଗୁରୁ…

ଗ୍ଲାସିୟର ହ୍ରଦ, ହିମସ୍ଖଳନ, କିମ୍ବା ଭୂମିକମ୍ପ… ହଠାତ କାହିଁକି ନେପାଳରେ ଆସିଲା ବନ୍ୟା? ବୈଜ୍ଞାନିକମାନେ କହିଲେ ପ୍ରକୃତ କାରଣ

କାଠମାଣ୍ଡୁ,୨୬।୮: ନେପାଳର ରାସୁୱା ଜିଲାର ଭୋଟେ କୋଶି ନଦୀରେ ବନ୍ୟାର ପ୍ରକୃତ କାରଣ ସ୍ଥାନୀୟ ବର୍ଷା ନୁହେଁ, ବରଂ ଏକ ବିଶାଳ ହିମସ୍ଖଳନ ହୋଇପାରେ। କାଠମାଣ୍ଡୁ ବିଶ୍ୱବିଦ୍ୟାଳୟର…

ସ୍କୁଲ ପଛ ନାଳରୁ ଛାତ୍ରଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର, ସୋମବାରଠାରୁ ଥିଲେ ନିଖୋଜ

କୋରାପୁଟ,୨୬।୮(ଅମିତାଭ ବେହେରା): ବୋରିଗୁମ୍ମା ବ୍ଲକ ଗୁମୁଡ଼ା ସରକାରୀ ଉଚ୍ଚ ବିଦ୍ୟାଳୟ ପଛପଟ ନାଳରୁ ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର ହୋଇଛି । ମୃତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri