Posted inଜାତୀୟ

ବିବାହ ପାଇଁ ଓଡ଼ିଆ ଯବାନଙ୍କୁ ହେଲିକପ୍ଟରରେ ପଠାଇଲା ବିଏସ୍‌ଏଫ୍‌

ଶ୍ରୀନଗର,୨୮ା୪: ଜମ୍ମୁ-କଶ୍ମୀର ମାଛିଲ ସେକ୍ଟରରେ ମୁତୟନ ଥିବା ଜଣେ ଓଡ଼ିଆ ଯବାନଙ୍କୁ ତାଙ୍କ ବିବାହ ପାଇଁ ଘରେ ପହଞ୍ଚାଇବା ଲାଗି ସୀମା ସୁରକ୍ଷା ବଳ (ବିଏସ୍‌ଏଫ୍‌) ଏକ ସ୍ବତନ୍ତ୍ର ହେଲିକପ୍ଟର ବ୍ୟବସ୍ଥା କରିଛି। ନୟାଗଡ଼ର ୩୦ ବର୍ଷୀୟ ନାରାୟଣ ବେହେରା ବିଏସ୍‌ଏଫ୍‌ରେ କନଷ୍ଟେବଳ ଭାବେ କାର୍ଯ୍ୟରତ। ସେ ମାଛିଲ ସଂଲଗ୍ନ ନିୟନ୍ତ୍ରଣ ରେଖା (ଏଲ୍‌ଓସି)ରେ କାମ କରୁଛନ୍ତି। ମେ ୨ରେ ତାଙ୍କ ବାହାଘର। ସେ ନିୟୋଜିତ ଥିବା ସ୍ଥାନରୁ ନୟାଗଡ଼ ପ୍ରାୟ ୨,୫୦୦ କିଲୋମିଟର ଦୂର। ହେଲେ ଏଲ୍‌ଓସିରୁ ତୁରନ୍ତ ଫେରିବା ପାଇଁ ସୁବିଧା ନାହିଁ। ଏ ନେଇ ନାରାୟଣଙ୍କ ପରିବାର ଲୋକେ ୟୁନିଟ କମାଣ୍ଡରଙ୍କୁ ଯୋଗାଯୋଗ କରିଥିଲେ। ବାହାଘରର ସମସ୍ତ ବ୍ୟବସ୍ଥା ସରିଛି। ତାଙ୍କୁ ତୁରନ୍ତ ଘରକୁ ପଠାଇବା ପାଇଁ ଅନୁରୋଧ କରିଥିଲେ। ବିଏସ୍‌ଏଫ୍‌ ଆଇଜି ରାଜାବାବୁ ସିଂଙ୍କୁ ଏ ନେଇ ଅଧିକାରୀଙ୍କୁ ଅବଗତ କରାଇଥିଲେ। ରାଜାବାବୁ ଶ୍ରୀନଗରରେ ଥିବା ଚିତା ହେଲିକପ୍ଟରରେ ନାରାୟଣଙ୍କୁ ପଠାଇବା ଲାଗି ବନ୍ଦୋବସ୍ତ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଜଣେ ଯବାନଙ୍କ ପାଇଁ ସୁରକ୍ଷା ବଳର ଏପରି ପଦକ୍ଷେପକୁ ପ୍ରଶଂସା କରାଯାଇଛି।

 


Enter your email to get our daily news in your inbox.

All Right Reserved By Dharitri.Com

ଜୈଶ୍‌ ଆତଙ୍କବାଦୀ ବଶିର୍‌ ଗିରଫ

ନୂଆଦିଲ୍ଲୀ, ୧୬।୭: ଆତଙ୍କବାଦ ବିରୋଧୀ ଅପରେଶନ୍‌ରେ ବଡ଼ ସଫଳତା ମିଳିଛି। ଜୈଶ୍‌-ଇ-ମହମ୍ମଦ୍‌ ଆତଙ୍କବାଦୀ ବଶିର୍‌ ଅହମ୍ମଦ ମୌଲବୀଙ୍କୁ ଦିଲ୍ଲୀ ପୋଲିସ୍‌ର ସ୍ବତନ୍ତ୍ର ଦଳ ଗିରଫ କରିଛି।...

ଅନୁଚ୍ଛେଦ ୩୭୦ ଯୋଗୁ ବିବାହ ପରେ ଏହି ଅଭିନେତ୍ରୀ ହରାଇଥିଲେ କଶ୍ମୀର

ଶ୍ରୀନଗର,୬।୮: ଜମ୍ମୁ-କଶ୍ମୀରରୁ ଧାରା ୩୭୦ ହଟିବା ପରେ ସାରା ଦେଶରେ ମିଶ୍ରିତ ପ୍ରତିକ୍ରିୟା ମିଳିଛି। ଏନେଇ ବଲିଉଡ୍‌ରୁ ଆରମ୍ଭ କରି ଟେଲି କଳାକାରମାନେ ସରକାରଙ୍କ ଏହି...

‘ପ୍ରଥମେ ବ୍ରିଜ ଭୂଷଣଙ୍କୁ ହଟାଇବୁ ପରେ ୨୦୨୪ରେ ତାଙ୍କର ସମର୍ଥକଙ୍କୁ’,ସତ୍ୟପାଲ ମଲିକ

ନୂଆଦିଲ୍ଲୀ,୪।୬: ରେସଲିଂ ଫେଡେରେସନ ଅଫ ଇଣ୍ଡିଆର ବିଦାୟୀ ଅଧ୍ୟକ୍ଷ ବ୍ରିଜ ଭୂଷଣ ଶରଣ ସିଂଙ୍କ ବିରୋଧରେ ଯୌନ ଶୋଷଣ ଅଭିଯୋଗ ଆସିବା ପରେ ଗିରଫ ହେତୁ...

ଇତିହାସ ପାଲଟିବ ମିଗ୍‌-୨୭: ବାୟୁସେନାରୁ ନେବ ବିଦାୟ

ଯୋଧପୁର,୨୬।୧୨: ଡିସେମ୍ବର ୨୭ ପରେ ଯୁଦ୍ଧ ବିମାନ ମିଗ୍‌-୨୭ ଇତିହାସ ପାଲଟିବ। ଭାରତୀୟ ବାୟୁସେନାରୁ ମିଗ୍‌-୨୭ ଯୁଦ୍ଧ ବିମାନକୁ ବିଦାୟ ଦିଆଯିବ। ଶେଷଥର ପାଇଁ ଏହା...

୩ ବର୍ଷରେ ୫ ରାଜ୍ୟରେ ଭାଜପା ପାଇଁ ଗେମ୍‌ ଚେଞ୍ଜର୍‌ ହୋଇଛନ୍ତି ରାଜ୍ୟପାଳ

ନୂଆଦିଲ୍ଲୀ,୨୪।୧୧: ଗତ ୩ ବର୍ଷ ମଧ୍ୟରେ ୫ ରାଜ୍ୟରେ ଦେଖାଦେଇଥିବା ରାଜନୈତିକ ସଙ୍କଟରେ ରାଜ୍ୟପାଳ ଗେମ୍‌ ଚେଞ୍ଜର୍‌ ସାବ୍ୟସ୍ତ ହୋଇଛନ୍ତି। ପ୍ରତିଟି କ୍ଷେତ୍ରରେ ରାଜ୍ୟପାଳଙ୍କ ପଦକ୍ଷେପ...

ପରିବାରର ପ୍ରତ୍ୟାଖ୍ୟାନ ପରେ କରୋନା ମୃତକଙ୍କ ସଂସ୍କାର କରୁଛି ୟୁଥ ଓ୍ବେଲ ଫେୟାର ଏନ୍‌ଜିଓ

ହାଇଦ୍ରାବାଦ,୧୭।୮: ଦେଶରେ କରୋନା ମୃତ୍ୟୁ ସଂଖ୍ୟା ୫୦ ହଜାର ଛୁଇଁଥିବା ବେଳେ ଏବେ ଏହା ବେଳକୁ ବେଳ ଉଗ୍ର ରୂପ ଧାରଣ କରିବାକୁ ଯାଉଛି। ତେବେ...

ସୁରକ୍ଷାକର୍ମୀ-ଆତଙ୍କବାଦୀ ମୁହାଁମୁହିଁ: ଜଣେ ଯବାନ ଶହୀଦ

ଶ୍ରୀନଗର, ୧୨।୮: ଜମ୍ମୁ-କଶ୍ମୀରର ପୁଲଓ୍ବାମା ଜିଲାରେ ସୁରକ୍ଷାକର୍ମୀ ଏବଂ ଆତଙ୍କବାଦୀ ମୁହାଁମୁହିଁ ହୋଇଛନ୍ତି। ଏଥିରେ ଜଣେ ଯବାନ ଶହୀଦ ହୋଇଥିବାବେଳେ ଜଣେ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଛି।...

ସୁଧୁରୁନି କଲ୍ୟାଣ ସିଂଙ୍କ ସ୍ୱାସ୍ଥ୍ୟାବସ୍ଥା

ଲକ୍ଷ୍ନୌ,୨୫ ।୭: ସଂକ୍ରମଣ ଯୋଗୁ କିଛିଦିନ ହେବ ଉତ୍ତର ପ୍ରଦେଶ ଲକ୍ଷ୍ନୌର ସଞ୍ଜୟ ଗାନ୍ଧୀ ପୋଷ୍ଟଗ୍ରାଜୁଏଟ ଇନଷ୍ଟିଚ୍ୟୁଟ ଅଫ୍ ମେଡିକାଲ ସାଇନସେସ୍‌(ଏସ୍‌ଜିପିଜିଆଇ)ର ଭର୍ତ୍ତି ହୋଇଥିବା ପୂର୍ବତନ...

Advertisement
Archives

Model This Week