୭୪ତମ ସାଧାରଣତନ୍ତ୍ର ଦିବସ ଅବସରରେ ଭାରତୀୟ ଯବାନ ପାକିସ୍ତାନ ରେଞ୍ଜର୍ସଙ୍କୁ ଦେଲେ ମିଠା

ଅମୃତଶର,୨୬।୧: ପଞ୍ଜାବର ଅମୃତସରରେ ଅଟାରୀ-ୱାଘା ସୀମାରେ ୭୪ତମ ସାଧାରଣତନ୍ତ୍ର ଦିବସ ପାଳନ କରାଯାଇଛି। ଏହି ଅବସରରେ ସୀମାରେ ଦେଶଭକ୍ତିର ବାତାବରଣ ସୃଷ୍ଟି ହୋଇଥିବା ବେଳେ ସୀମା ସୁରକ୍ଷାବାହିନୀ (ବିଏସ୍‌ଏଫ) ପାକିସ୍ତାନୀ ରେଞ୍ଜର୍ସଙ୍କୁ ମିଠା ପ୍ରଦାନ କରିଥିଲେ। ଜିରୋ ଲାଇନ ଏବଂ ପାକିସ୍ତାନ ପୋଷ୍ଟଠାରୁ କିଛି ମିଟର ଦୂରରେ ବିଏସ୍‌ଏଫ୍‌ର ଡେପୁଟି ଇନ୍ସପେକ୍ଟର ଜେନେରାଲ ତ୍ରିରଙ୍ଗା ଉତ୍ତୋଳନ କରିଥିଲେ। ଅନ୍ୟପଟେ ବିଏସ୍‌ଏଫ୍‌ କମାଣ୍ଡାଣ୍ଟ ଜସବୀର ସିଂ ସମସ୍ତ ଦେଶବାସୀଙ୍କୁ ଗଣତନ୍ତ୍ର ଦିବସର ଶୁଭେଚ୍ଛା ଜଣାଇବା ସହ ଜାତୀୟତାର ପ୍ରତୀକ ଭାବରେ ଜେସିପି ଅଟାରୀ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛି ବୋଲି କହିଛନ୍ତି। ପ୍ରତି ସନ୍ଧ୍ୟାରେ ଏଠାରେ ଏକ ରିଟ୍ରିଟ୍‌ ସମାରୋହ ଆୟୋଜିତ ହୋଇଥାଏ। ସମସ୍ତଙ୍କ ମନୋବଳ ଏବଂ ଉତ୍ସାହ ବଢ଼ାଇବା ପାଇଁ ଏଠାକୁ ପ୍ରତିଦିନ ହଜାର ହଜାର ଲୋକ ଆସିଥାନ୍ତି ବୋଲି ଜସବୀର ସିଂ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଇରାନରୁ ସ୍ବଦେଶ ବାହୁଡ଼ିଲେ ୫୮ ଭାରତୀୟ

ଗାଜିଆବାଦ,୧୦।୩: ଇରାନରେ କରୋନା ସଂକ୍ରମଣଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ସେଠାରେ ଥିବା ଭାରତୀୟଙ୍କୁ ଏୟାର ଲିଫ୍ଟ କରିବାକୁ ଯାଇଥିବା ବାୟୁସେନା ବିମାନ ମଙ୍ଗଳବାର ଗାଜିଆବାଦର ହିଣ୍ଡୋନ୍‌...

‘ଭାଜପା, ଆର୍‌ଏସ୍‌ଏସ୍‌ ଭାଷାରେ କଥା ହେଉଛନ୍ତି କପିଲ ସିବଲ’

ନୂଆଦିଲ୍ଲୀ,୧୫।୩: କଂଗ୍ରେସ ଓ୍ବାର୍କିଂ କମିଟି (ସିଡ୍ଲ୍ୟୁସି)ବୈଠକ ପରେ ପୁଣି ଥରେ କଂଗ୍ରେସରେ ଆନ୍ତଃ କନ୍ଦଳ ଦେଖାଦେଇଛି। ଦଳର ବରିଷ୍ଠ ନେତା କପିଲ ସିବଲ ଭାଜପା ଏବଂ...

ବଳାତ୍କାର ପରେ ଗୁଳି: ଜାଳିଦେଲେ ଯୁବତୀଙ୍କ ମୃତଦେହ

ବକ୍ସର, ୪ା୧୨ : ହାଇଦ୍ରାବାଦରେ ଜଣେ ମହିଳା ଡାକ୍ତରଙ୍କୁ ଗଣବଳାତ୍କାର ପରେ ପୋଡ଼ିମାରିଦେବା ଘଟଣାକୁ ନେଇ ଦେଶବ୍ୟାପୀ ନିଆଁ ଜଳୁଥିବାବେଳେ ବିହାରର ବକ୍ସର ଜିଲା ଅନ୍ତର୍ଗତ...

ଯୋଗୀଙ୍କ ସଫଳତାର ରିପୋର୍ଟ କାର୍ଡ, ୫ ବର୍ଷରେ ରାଜ୍ୟରେ ଦଙ୍ଗା ନାହିଁ…

ଲକ୍ଷ୍ନୌ, ୩।୨ : ବିଧାନସଭା ନିର୍ବାଚନ ପୂର୍ବରୁ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଭାଜପା ସରକାରଙ୍କ ସଫଳତାର ରିପୋର୍ଟ କାର୍ଡ ଉପସ୍ଥାପନ କରିଛନ୍ତି। ସେ ଗୋଟି...

ବ୍ରିଟିଶ ରାଣୀଙ୍କ ସମ୍ପର୍କୀୟଙ୍କୁ ଜେଲ

ଲଣ୍ଡନ, ୨୪।୨ : ବ୍ରିଟିଶ ରାଣୀ ଏଲିଜାବେଥ୍‌ ଦ୍ୱିତୀୟଙ୍କ ଜଣେ ସମ୍ପର୍କୀୟଙ୍କୁ ଯୌନ ନିର୍ଯାତନା ଅଭିଯୋଗରେ ୧୦ ମାସ ଜେଲ୍‌ ଦଣ୍ଡାଦେଶ ଦିଆଯାଇଛି। ଗତବର୍ଷ ଫେବୃୟାରୀରେ...

ମେଡାଲ ହାରି ବି ହୃଦୟ ଜିତିଲେ ମହିଳା ହକି ଟିମ୍‌: ଦଳର ପ୍ରତ୍ୟେକ ସଦସ୍ୟଙ୍କ ପାଇଁ ପୁରସ୍କାର ରାଶି ଘୋଷଣା କଲେ ହରିଆଣା ସରକାର

ଚଣ୍ଡିଗଡ଼,୬।୮: ଟୋକିଓ ଅଲିମ୍ପିକ୍ସରେ ଭାରତୀୟ ମହିଳା ହକି ଦଳ ବ୍ରୋଞ୍ଜ ପଦକ ମ୍ୟାଚ ହାରିବା ପରେ ବି ଦେଶବାସୀଙ୍କ ହୃଦୟ ଜିତିବାରେ ସଫଳ ହୋଇଛି। ଦଳର...

ପୁଣି ସାମ୍ନାସାମ୍ନି ହେବେ ଶୁଭେନ୍ଦୁ-ମମତା

କୋଲକାତା,୧୦।୫: ପଶ୍ଚିମବଙ୍ଗ ବିଧାନସଭା ନନ୍ଦିଗ୍ରାମ ଆସନରୁ ବିଜୟୀ ହୋଇଥିବା ଶୁଭେନ୍ଦୁ ଅଧିକାରୀଙ୍କୁ ପଞ୍ଚିମବଙ୍ଗ ଭାଜପା ବିରୋଧୀ ଦଳ ନେତା ଭାବେ ଦଳ ପକ୍ଷରୁ ସୋମବାର ଚୟନ...

ଓସ୍‌ମାନିଆ ବିଶ୍ୱବିଦ୍ୟାଳୟ ପ୍ରଫେସର ଗିରଫ; ମାଓବାଦୀଙ୍କ ସହ ସମ୍ପର୍କ ଥିବା ଅଭିଯୋଗ

ହାଇଦ୍ରାବାଦ,୧୮।୧(ପି.ଟି.): ମାଓବାଦୀଙ୍କ ସହ ସମ୍ପର୍କ ରଖିଥିବା ଅଭିଯୋଗରେ ଓସ୍‌ମାନିଆ ବିଶ୍ୱବିଦ୍ୟାଳୟର ଆସୋସିଏଟ୍‌ ପ୍ରଫେସର(ତେଲୁଗୁ ବିଭାଗ) ସି. କାସିମ୍‌ଙ୍କୁ ଶନିବାର ଗିରଫ କରାଯାଇଛି। ୨୦୧୫ରେ ମୁଗୁଲୁ ଥାନାରେ...

Advertisement
Archives

Model This Week