ଭାଇଙ୍କ ତଣ୍ଟି କାଟି ହତ୍ୟା କଲେ ଭାଇ

ଭୋଗରାଇ, ୧୧।୭(ପ୍ରଦୀପ ଦାସ):ରାତି ଅଧରେ ମଝିଆ ଭାଇଙ୍କୁ ଘରୁ ଡାକିନେଇ ଏକ ଧାରୁଆ ଅସ୍ତ୍ରରେ ତଣ୍ଟି କାଟି ବୀଭତ୍ସ ଭାବେ ହତ୍ୟା କରି ରାସ୍ତାରେ ଫିଙ୍ଗି ଦେଇଛନ୍ତି ବଡ଼ ଭାଇ। ହତ୍ୟା ପରେ ମାରିଛନ୍ତି ଚମ୍ପଟ। ଏଭଳି ଅଭାବନୀୟ ଘଟଣା ଘଟିଛି ବାଲେଶ୍ୱର ଜିଲା ଭୋଗରାଇ ଥାନା ଅଧୀନ ସୀମାନ୍ତ ଗାଁ ମାନକୁଣ୍ଡାରେ। ମୃତକ ହେଲେ ନିମାଇଁ ମଣ୍ଡଳ (୪୫)। ଖବର ପାଇ ଶୁକ୍ରବାର ସକାଳେ ଜଳେଶ୍ୱର ଏସ୍‌ଡିପିଓ ମାନସ କୁମାର ଦେଓ, ଭୋଗରାଇ ଥାନା ଅଧିକାରୀ ରୋହିତ କୁମାର ବଳଙ୍କ ସହ ପୋଲିସ ବାହିନୀ ଓ ବାଲେଶ୍ୱର ସାଇଣ୍ଟିଫିକ୍‌ ଟିମ ପହଞ୍ଚତ୍ ଅଭିଯୁକ୍ତଙ୍କ ଘରେ ଛାନ୍‌ଭିନ୍‌ କରିବା ସହିତ ଘରେ ରୋଷେଇ କରୁଥିବା ଜଣେ ଅଳ୍ପ ବୟସ୍କା ମହିଳା ଓ ଆତ୍ମୀୟଙ୍କର ବୟାନ ରେକର୍ଡ କରିଛନ୍ତି।
ସୂଚନାନୁଯାୟୀ, ଉକ୍ତ ଗ୍ରାମରେ ନିଆସୀ ମଣ୍ଡଳ (୫୨)ଙ୍କ ସମେତ ୩ ଭାଇ ଅଲଗା ଘର କରି ରହନ୍ତି। ୩ ଭାଇଙ୍କ ବିବାହ ସରିଥିବା ବେଳେ ନିଆସୀ ସମସ୍ତଙ୍କଠାରୁ ବଡ଼। ନିଆସୀଙ୍କ ସ୍ତ୍ରୀ ଓ ପୁଅ ଘରୁ ପଳାଇଯାଇ ଭିନ୍ନ ରାଜ୍ୟରେ ରହି କାର୍ଯ୍ୟ କରୁଥିବା ଗ୍ରାମବାସୀ କହିଛନ୍ତି। ନିଆସୀ ଗତ ୧୦ବର୍ଷ ପୂର୍ବେ ଗ୍ରାମର ଜଣେ ମହିଳା ରାତିରେ ଶୋଇଥିବା ଅବସ୍ଥାରେ ଧାରୁଆ ଅସ୍ତ୍ରରେ ତାଙ୍କ ହାତର ୩ ଆଙ୍ଗଠି କାଟି ୫ ବର୍ଷ ଜେଲ ଯାଇ ଫେରିଛନ୍ତି। ଏତଦ୍‌ଭିନ୍ନ ତାଙ୍କ ନାମରେ ଭୋଗରାଇ ଥାନାରେ ଏକାଧିକ ମାମଲା ରହିଛି। ଗତ ଗୁରୁବାର ବିଳମ୍ବିତ ରାତ୍ରିରେ ମଝିଆ ଭାଇ ନିମାଇଁ ଘରେ ଖାଇବାକୁ ବସିଥିବା ବେଳେ ତାଙ୍କୁ ନିଆସୀ ଘରୁ ଡାକି ନେଇଥିବା ନିମାଇଁଙ୍କ ସ୍ତ୍ରୀ ଗୁରୁବାରୀ ମଣ୍ଡଳ ଅଭିଯୋଗ କରିଛନ୍ତି। ସେ ରାତିରେ ଦେଢ଼ଶୁର ନିଆସୀଙ୍କୁ ପଚାରିବାରୁ ନିମାଇଁ ଘରକୁ ଚାଲିଯାଇଛନ୍ତି ବୋଲି କହିବା ପରେ ଖୋଜାଖୋଜି କରିବାରୁ ତାଙ୍କର ପତ୍ତା ମିଳି ନ ଥିଲା। ସକାଳେ ଘର ସମ୍ମୁଖ ବାହାରିବା ରାସ୍ତା ପାଖରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଯୁବକଙ୍କ ମୃତଦେହ ପଡ଼ିଥିବା ଦେଖି ଗାଁ ଲୋକେ ରୁଣ୍ଡ ହୋଇ ପୋଲିସକୁ ସୂଚନା ଦେଇଥିଲେ। ଭୋଗରାଇ ପୋଲିସ ଅଭିଯୋଗକୁ ଭିତ୍ତି କରି ଏକ ହତ୍ୟା ମାମଲା(ନଂ. ୨୩୧/୨) ରୁଜୁ କରି ପ୍ରାଥମିକ ତଦନ୍ତ ଜାରି ରଖିଛି।  ମୃତଦେହକୁ ଭୋଗରାଇ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ବ୍ୟବଚ୍ଛେଦ କରାଯାଇ ଆତ୍ମୀୟଙ୍କୁ ହସ୍ତାନ୍ତର କରାଯାଇଛି।

Enter your email to get our daily news in your inbox.

All Right Reserved By Dharitri.Com

ମୁଜାଗଡ଼ରେ ବ୍ଲକ୍ ସ୍ତରୀୟ କ୍ରୀଡ଼ା ମହୋତ୍ସବ: ଚମକିଲେ ଯୁବ କ୍ରୀଡ଼ାବିତ୍‌, କୃତୀ ପ୍ରତିଯୋଗୀଙ୍କୁ ପୁରସ୍କାର

ମୁଜାଗଡ଼, ୧୯/୯ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ୍ ସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା ଶନିବାର ମୁଜାଗଡ଼ସ୍ଥିତ ପି.ଏମ୍. ଶ୍ରୀ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ…

ବିକ୍ରମଦେବ ବିଶ୍ୱବିଦ୍ୟାଳୟରେ ପ୍ରଶ୍ନପତ୍ର ଲିକ୍‌: ସାଇବର ଥାନାରେ ମାମଲା, ତଦନ୍ତ ପାଇଁ ଗଠନ ହେଲା କମିଟି

କୋରାପୁଟ,୧୯(ଅମିତାଭ ବେହେରା): ବିକ୍ରମ ଦେବ ବିଶ୍ୱବିଦ୍ୟାଳୟର ଇଂଲିଶ ପରୀକ୍ଷା ପ୍ରଶ୍ନପତ୍ର ଲିକ୍‌ ହୋଇଥିବା ଅଭିଯୋଗକୁ ନେଇ ଚର୍ଚ୍ଚା ଏବେ ଜୋର ଧରିଛି। ଘଟଣାର ଗମ୍ଭିରତା ଦୃଷ୍ଟିରୁ ବିଶ୍ୱବିଦ୍ୟାଳୟ…

ପାର୍ବଣ ଆସୁଛି, ଚୋରା ମଦ ବିକ୍ରି ବଢ଼ୁଛି: ଡବେରୀ ଗ୍ରାମବାସୀଙ୍କ ଚିନ୍ତା, ଆଇଆଇସିଙ୍କୁ ଭେଟି ଦେଲେ ଦାବିପତ୍ର

ଦାରିଙ୍ଗବାଡ଼ି, ୧୯।୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଅନ୍ତର୍ଗତ ଡବେରୀ ଗ୍ରାମରେ ଦିନକୁ ଦିନ ବେଆଇନ ମଦ କାରବାର ବୃଦ୍ଧି ପାଉଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ…

କ୍ରସର ବେଲ୍ଟ ଭିତରେ ଲୁଚା ହୋଇଥିଲା ଗଞ୍ଜେଇ: ପଶ୍ଚିମବଙ୍ଗ ଚାଲାଣ ବେଳେ ଧରାପଡ଼ିଲେ, ୫୬ କେଜି ଗଞ୍ଜେଇ ସହ ୪ ଗିରଫ

ବ୍ରହ୍ମପୁର, ୧୯।୯ (ସୁବାସ ଚନ୍ଦ୍ର ପାଢ଼ୀ): ପାର୍ବଣ ଋତୁ ପାଖେଇ ଆସୁଥିବା ବେଳେ ବ୍ରହ୍ମପୁର ଅଞ୍ଚଳରେ ଗଞ୍ଜେଇ ମାଫିଆଙ୍କ ପ୍ରାଦୁର୍ଭାବ ବୃଦ୍ଧି ପାଇବାରେ ଲାଗିଛି। ତେବେ ଅବକାରୀ…

ଶେଶାନନ୍ଦଙ୍କ ଜନ୍ମୋତ୍ସବକୁ ନିଆରା ଢଙ୍ଗରେ ପାଳିଲା ଲୋହରାଖଣ୍ଡି ସାହିତ୍ୟ ସଂସଦ

ଭଞ୍ଜନଗର, ୧୯।୯ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ ଶ୍ରୀ ଜଗନ୍ନାଥ ରିସର୍ଟଠାରେ ଶନିବାର ସନ୍ଧ୍ୟାରେ ଜଗନ୍ନାଥପ୍ରସାଦ ବ୍ଲକର ବରିଷ୍ଠ କର୍ମଚାରୀ ଶେଶାନନ୍ଦ ଆରୁଖଙ୍କ ଜନ୍ମଦିନ ଏକ…

ଧରାପଡ଼ିଲେ ନକଲି ଏମ୍‌ଭିଆଇ

ଫୁଲବାଣୀ,୧୯ା୯(ରାକେଶ କୁମାର ରାଉତ): କନ୍ଧମାଳ ଜିଲା ସାରଙ୍ଗଡ ଥାନା ପୋଲିସ ଜଣେ ନକଲି ମୋଟର ଯାନ ନିରୀକ୍ଷକ(ଏମ୍‌ଭିଆଇ)ଙ୍କୁ ଗିରଫ କରିଛି। ସେ ହେଲେ ଚକାପାଦ ଥାନା ଅନ୍ତର୍ଗତ…

ଗାଜଲବାଡ଼ି ଘାଟିରେ ୨ ଟ୍ୟାଙ୍କର ଫସିବା ଯୋଗୁ ଯାତାୟାତ ଠପ୍: ରାତିସାରା ଘାଟି ରାସ୍ତାରେ ଅଟକି ରହିଲେ ଶହ ଶହ ଯାତ୍ରୀ

ଦାରିଙ୍ଗବାଡ଼ି, ୧୯।୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଓ ବାଲିଗୁଡ଼ାକୁ ସଂଯୋଗ କରୁଥିବା ୫୯ ନମ୍ବର ଗୋପାଳପୁର-ରାଇପୁର ଜାତୀୟ ରାଜପଥର ଗାଜଲବାଡ଼ି ଘାଟିରେ ଶନିବାର ବିଳମ୍ବିତ…

ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ: ୨୨ ସେପ୍ଟେମ୍ବର ସୁଦ୍ଧା ଗଭୀର ଅବପାତ ରୂପ ନେବା ଆଶଙ୍କା

ଭୁବନେଶ୍ୱର, ୧୯।୯: ଉତ୍ତର ଆଣ୍ଡାମାନ ସାଗର ଏବଂ ତାହାର ସଂଲଗ୍ନ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଶନିବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?