ବାପାଙ୍କଠୁ ହାରିଗଲେ ବ୍ରିଟ୍‌ନି

ଲସ୍‌ ଏଞ୍ଜେଲ୍‌ସ, ୨ା୭:ନିଜ ଜୀବନରେ ବାପାଙ୍କ ହସ୍ତକ୍ଷେପଠାରୁ ମୁକ୍ତି ଚାହୁଁଥିବା ଆମେରିକାର ପପ୍‌ ସିଙ୍ଗର୍‌, ଡ୍ୟାନ୍ସର ତଥା ଅଭିନେତ୍ରୀ ବ୍ରିଟ୍‌ନି ସ୍ପିୟର୍ସ ଆଇନଗତ ଲଢ଼େଇରେ ହାରିଯାଇଛନ୍ତି। ୧୩ ବର୍ଷ ଧରି ଏକପ୍ରକାର ବନ୍ଦୀ ଜୀବନ ବିତାଉଥିବା ବ୍ରିଟ୍‌ନି ପୂର୍ବଭଳି ପିତା ଜେମ୍ସ ‘ଜେମି’ ପରନେଲ୍‌ ସ୍ପିୟର୍ସଙ୍କ ‘କଞ୍ଜରଭେଟରଶିପ୍‌’ରେ ରହିବେ ବୋଲି ଲସ୍‌ ଏଞ୍ଜେଲ୍‌ସର ଏକ କୋର୍ଟ ରାୟ ଦେଇଛନ୍ତି। ଫଳରେ ସ୍ବାଧୀନ ଭାବେ ବଞ୍ଚତ୍ବାକୁ ଚାହୁଁଥିବା ୩୯ ବର୍ଷୀୟା ବ୍ରିଟ୍‌ନିଙ୍କ ଆଶା ଏବେ ମଉଳିଯାଇଛି।
୨୦୦୮ରେ ସ୍ବାମୀ କେଭିନ ଫେଡର୍‌ଲାଇନ୍‌ଙ୍କୁ ଛାଡ଼ପତ୍ର ଦେବା ପରେ ବ୍ରିଟ୍‌ନିଙ୍କ ବ୍ୟକ୍ତିଗତ ଜୀବନଠାରୁ ଆରମ୍ଭ କରି ତାଙ୍କ ସମ୍ପତ୍ତି ଉପରେ ବାପା ଜେମି ସ୍ପିୟର୍ସ ଆଇନଗତ ଅଧିକାର ଜମାଇଆସିଛନ୍ତି। ଏହା ବିରୋଧରେ ବ୍ରିଟନି କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ତାଙ୍କ ଜୀବନ ଓ ସମ୍ପତ୍ତି ଜଡ଼ିତ ସମସ୍ତ ନିଷ୍ପତ୍ତି ସେ ନିଜେ ନେବାକୁ ଚାହାନ୍ତି ବୋଲି ଅଦାଲତଙ୍କୁ କହିଥିଲେ। ଏହା ସତ୍ତ୍ୱେ ଅଦାଲତ ତାଙ୍କ ଆବେଦନକୁ ଖାରଜ କରି ଦେଇଛନ୍ତି। ଜୁନ୍‌ ୨୩ରେ ଅଦାଲତଙ୍କୁ ବ୍ରିଟ୍‌ନି କହିଥିଲେ, ଇଚ୍ଛା ବିରୋଧରେ ତାଙ୍କୁ କାମ ପାଇଁ ଯିବାକୁ ବାପା ଜେମି ବାଧ୍ୟ କରୁଛନ୍ତି। ତାଙ୍କୁ ଜବରଦସ୍ତି କିଛି ଔଷଧ ଖାଇବାକୁ ଦିଆଯାଉଛି। ଏପରି କି ପୁନଃ ବିବାହ କିମ୍ବା ସନ୍ତାନ ଜନ୍ମ ଇଚ୍ଛା ପୂରଣ କରିବାକୁ ଦିଆଯାଉନାହିଁ। ତେଣୁ ତାଙ୍କୁ ମୁକ୍ତ କରି ସ୍ବାଧୀନ ସାମାଜିକ ଜୀବନ ବଞ୍ଚିବା ଏବଂ ନିଜ ଅର୍ଜିତ ଅର୍ଥ ଇଚ୍ଛା ଅନୁସାରେ ବ୍ୟୟ କରିବା ଅଧିକାର ଦେବାକୁ ସେ ଏକ ଭିଡିଓ ମାଧ୍ୟମରେ ଅଦାଲତଙ୍କୁ ଗୁହାରି କରିଥିଲେ। ବ୍ରିଟ୍‌ନିଙ୍କ ବାପା ମଧ୍ୟ ଜଣେ ପପ୍‌ ସେନ୍‌ସେସନ୍‌। ତାଙ୍କ ସଂରକ୍ଷଣରୁ ମୁକ୍ତି ନ ପାଇବା ପର୍ଯ୍ୟନ୍ତ ସେ କୌଣସି କାର୍ଯ୍ୟକ୍ରମ କରିବେ ନାହିଁ ବୋଲି ବ୍ରିଟ୍‌ନି ୨୦୧୯ରେ ଘୋଷଣା କରିଥିଲେ।

କ’ଣ ଘଟିଥିଲା
୨୦୦୮ରେ ବ୍ରିଟ୍‌ନି ୨୭ ବର୍ଷର ହୋଇଥିବାବେଳେ ସ୍ବାମୀ କେଭିନ ଫେଡର୍‌ଲାଇନ୍‌ଙ୍କଠାରୁ ଅଲଗା ହୋଇଯାଇଥିଲେ। କେଭିନଙ୍କୁ ନିଜ ସନ୍ତାନଙ୍କୁ ହସ୍ତାନ୍ତର କରିବାକୁ ମନା କରିବା ପରେ ବ୍ରିଟ୍‌ନି ମାନସିକ ରୋଗରେ ପୀଡ଼ିତ ଥିବା କହି ତାଙ୍କୁ ରାତିଅଧରେ ହସ୍ପିଟାଲ ନିଆଯାଇଥିଲା। ବ୍ରିଟନିଙ୍କ ମାନସିକ ସ୍ଥିତି ଭଲ ନ ଥିବା ଏବଂ ସେ ଡ୍ରଗ୍ସ ବ୍ୟବହାର କରୁଥିବା ନେଇ ପୋଲିସ କହିବା ପରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଏଥିଯୋଗୁ ସେ ନିଜ ୨ ପିଲାଙ୍କ ଦାୟିତ୍ୱ ନେବାରୁ ବଞ୍ଚିତ ହୋଇଥିଲେ। ପରେ ବାପା ଜେମି ସାମୟିକ ଭାବେ ତାଙ୍କ କଞ୍ଜରଭେଟର ହେବା ପାଇଁ କୋର୍ଟରେ ଆବେଦନ କରିଥିଲେ। ଏହି ଘଟଣା ପରେ ବ୍ରିଟ୍‌ନି କାମକୁ ଫେରିଥିଲେ ହେଁ ପୁଣି ହସ୍ପିଟାଲ ଯାଇଥିଲେ। ବ୍ରିଟ୍‌ନି ମେଡିସିନ ଖାଇବାକୁ ମନା କରୁଥିବା ଦର୍ଶାଇ ବାପା ଜେମି କୋର୍ଟକୁ ଯାଇଥିଲେ। ୨୦୨୦ ନଭେମ୍ବରରେ କୋର୍ଟ ବେସେମେର୍‌ ଟ୍ରଷ୍ଟକୁ ବ୍ରିଟ୍‌ନିଙ୍କ କୋ-କଞ୍ଜରଭେଟର ଦାୟିତ୍ୱ ଦେଇଥିଲେ। କଞ୍ଜରଭେଟର ହେବା ପରେ ଜେମି ତାଙ୍କ ଉପରେ ଅତ୍ୟାଚାର କରୁଥିବା ବ୍ରିଟ୍‌ନି ଅଭିଯୋଗ ଆଣିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଜ୍ଞାନେଶଙ୍କୁ ବହିଷ୍କାର ଦାବିରେ ବିକ୍ଷୋଭ

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ପଦବୀରୁ ବହିଷ୍କାର କରିବା ପାଇଁ କଂଗ୍ରେସ ଦାବି କରିଛି। ଏହି ଦାବିରେ ସୋମବାର ଜିଲା କଂଗ୍ରେସ କମିଟି…

ଭାଜପା ନେତାଙ୍କୁ ଆକ୍ରମଣ

ଆସିକା,୨୮।୯: ଗଞ୍ଜାମ ଜିଲା ହରିଡ଼ାପଦର ଭାଜପା ମଣ୍ଡଳ ସଭାପତିଙ୍କୁ ସୋମବାର ରାତିରେ ଆକ୍ରମଣ କରାଯାଇଛି। ମଣ୍ଡଳ ସଭାପତି ନିଜ ଗାଁ ଗୌଡ଼ଗୋଠ ଫେରୁଥିବା ବେଳେ କମାଶାସନ ନିକଟରେ…

କଙ୍କଡ଼ା ଧରୁଥିଲେ ମଦନ, ମାଡ଼ିବସିଲା କୁମ୍ଭୀର: ଆଉ ତା’ପରେ…

ରାଜନଗର, ୨୮।୯ (ଭାସ୍କର ରାଉତରାୟ): କଙ୍କଡ଼ା ଧରୁଥିବା ବେଳେ ଜଣେ ବୃଦ୍ଧଙ୍କୁ ମାଡ଼ି ବସିଲା ବିରାଟକାୟ କୁମ୍ଭୀର। କୁମ୍ଭୀର ଆକ୍ରମଣରେ ତାଙ୍କ ଡାହାଣ ଗୋଡ଼ ଗୁରୁତର ଭାବେ…

ଗୁଣି ସନ୍ଦେହରେ ଯୁବକଙ୍କୁ ପିଟିପିଟି ହତ୍ୟା ଘଟଣା: ୧୨ଜଣଙ୍କୁ ବାନ୍ଧିଲା ପୋଲିସ

ମୋହନା, ୨୮।୯(ମନ୍ମଥ ମିଶ୍ର):ଗୁଣି କରି ଲୋକଙ୍କୁ ମାରୁଥିବା ସନ୍ଦେହରେ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରିବା ପରେ ଜଙ୍ଗଲରେ ପୋଡ଼ିଦେବା ଅଭିଯୋଗ ହୋଇଛି। ଗଜପତି ଜିଲା ମୋହନା…

ଜଲାପୁଟ ଜଳଭଣ୍ଡାରର ୨ ଗେଟ୍‌ ଖୋଲିଲା

କୋରାପୁଟ,୨୮।୯(ଅମିତାଭ ବେହେରା): ୪ ଦିନ ଧରି ଲଗାଣ ବର୍ଷା ଯୋଗୁ କୋରାପୁଟ ଜିଲାର ଜଲାପୁଟ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇଛି। ଜଳସ୍ତର ବିପଦ ସଙ୍କେତ ନିକଟତର ହେବା…

ଲଜ୍‌ରୁ ମିଳିଲା ଦମ୍ପତିଙ୍କ ମୃତଦେହ

କୋରାପୁଟ,୨୮ା୯(ଅମିତାଭ ବେହେରା): କୋରାପୁଟ ସହରସ୍ଥିତ ଏକ ଲଜ୍‌ରୁ ଦମ୍ପତିଙ୍କ ମୃତଦେହ ଜବତ ହୋଇଛି। ମୃତକମାନେ ଦାମନଯୋଡ଼ି ସେକ୍ଟର-୩ ଅଞ୍ଚଳର ବିଜୟ ଡାକୁଆ ଓ ତାଙ୍କ ସ୍ତ୍ରୀ ବିଜୟଲକ୍ଷ୍ମୀ।…

ଶାହି ମସ୍‌ଜିଦ ଭଙ୍ଗାକୁ ନେଇ ଉତ୍ତେଜନା, ଗୁଜବ ପ୍ରଚାର କରୁଥିବା ୫ ଅଟକ

ଉଜ୍ଜୟିନୀ,୨୮ା୯: ମଧ୍ୟପ୍ରଦେଶର ଉଜ୍ଜୟିନୀରେ ରାସ୍ତା ପ୍ରଶସ୍ତୀକରଣ ପାଇଁ ଶାହି ମସ୍‌ଜିଦକୁ ଆଶିଂକ ଭାଙ୍ଗିବା ନିମନ୍ତେ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚାଲିଥିବାବେଳେ ସୋମବାର ସକାଳେ ମୁସଲମାନ ସମ୍ପ୍ରଦାୟର ବହୁସଂଖ୍ୟାରେ…

ବନ୍ୟା ଦେଖି ଫେରୁଥିଲେ କୁଳମଣି, ବାଟରେ ଛକିଥିଲା ଯମ: ହଠାତ୍‌ ଘଟିଲା…

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଅଞ୍ଚଳରେ ବନ୍ୟା ପରିସ୍ଥିତି ଦେଖି ଫେରୁଥିବାବେଳେ ସୋମବାର ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଖଇରପାଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?