ବ୍ରିଟେନ ସମ୍ରାଟ

– ଜିତେନ୍ଦ୍ର କୁମାର ନାୟକ

 

ବିଶ୍ୱବ୍ୟାପୀ ଯେତେଆଡ଼େ ରାଜତନ୍ତ୍ର ଥିଲା ବା ରହିଛି, ସେଥିମଧ୍ୟରୁ ବ୍ରିଟିଶ ସାମ୍ରାଜ୍ୟ ଓ ରାଜ ପରିବାରର କାହାଣୀ ବିଷୟରେ ଅଧିକ ଚର୍ଚ୍ଚା ହୋଇଥାଏ। ଏକଦା ସର୍ବାଧିକ ଦେଶକୁ ଶାସନ କରିଥିବା ବ୍ରିଟେନ ପାଇଁ ଏକ ବାକ୍ୟାଂଶ ବହୁଳ ପ୍ରଚଳିତ ହୋଇଆସିଛି-‘ଏକ ସାମ୍ରାଜ୍ୟ ଯେଉଁଠି କଦାପି ସୂର୍ଯ୍ୟାସ୍ତ ହୁଏନି’। ଅର୍ଥାତ୍‌ ଏହାର ବ୍ୟାପକତା ଏତେ ଅଧିକ ଥିଲା ଯେ, ତା’ ଭୂଭାଗର କୌଣସି ନା କୌଣସି ଅଞ୍ଚଳ ଦିବାଲୋକରେ ପ୍ରତିଭାତ ହେଉଥିଲା। ଏଭଳି ପ୍ରତୀକାତ୍ମକ ବର୍ଣ୍ଣନା ବ୍ରିଟିଶ ଶାସକଙ୍କ କ୍ଷମତାକୁ ସୂଚାଇଦେଇଥାଏ। ଏକବିଂଶ ଶତାବ୍ଦୀରେ ରାଜତନ୍ତ୍ର ଅପେକ୍ଷା ଗଣତନ୍ତ୍ରର ଆଦୃତି ବଢ଼ିଥିଲେ ମଧ୍ୟ ରାଜା, ରାଣୀ, ରାଜକୁମାର ଓ ରାଜକୁମାରୀଙ୍କ ଜୀବନଚର୍ଯ୍ୟା, ପ୍ରେମ, ବିବାହ, ବିରହ, ସିଂହାସନ ଆରୋହଣ, ବିତାଡ଼ନ, ଷଡ଼ଯନ୍ତ୍ର, ଶିକାର ଆଦି ଯାବତୀୟ ଘଟଣା ଲୋକଙ୍କୁ ଆକର୍ଷିତ କରିଥାଏ। ଏଇ ଯେମିତି ଏଲିଜାବେଥ-୨ୟ ମହାରାଣୀ ହୋଇପାରିଥିଲେ ହେଁ ତାଙ୍କ ସ୍ବାମୀ ରାଜା ନ ଥିଲେ। ସେ ଥିଲେ ପ୍ରିନ୍ସ ଫିଲିପ୍‌। ଡ୍ୟୁକ୍‌ ଅଫ୍‌ ଏଡିନବର୍ଗ ଭାବେ ସେ ପରିଚିତ ଥିଲେ। ୬ ଫେବୃୟାରୀ ୧୯୫୨ରେ ଏଲିଜାବେଥ୍‌-୨ୟ ସିଂହାସନରେ ବସିବା ପରେ ଫିଲିପ୍‌ ବ୍ରିଟିଶ ମୋନାର୍କର କନସର୍ଟ ଭାବେ ଜୀବନର ଶେଷ ୨୦୨୧ ଯାଏ ସେବା ଯୋଗାଇ ଆସିଥିଲେ। ଅନୁରୂପ ଭାବେ ଚାଲର୍‌ସ ରାଜା ହୋଇଥିବା ବେଳେ ତାଙ୍କ ପତ୍ନୀ କାମିଲା ପାର୍କର ବ୍ରିଟେନର କୁଇନ୍‌ କନସର୍ଟ ହୋଇଛନ୍ତି। ରାଜାଙ୍କ ପତ୍ନୀ ଭାବେ ସେ ରାଣୀ ରୂପେ ଗଣା ହେଲେ ମଧ୍ୟ ତାଙ୍କ ନିକଟରେ ସାର୍ବଭୌମତ୍ୱ କ୍ଷମତା ରହିବ ନାହିଁ। ତେବେ ୧୦ ସେପ୍ଟେମ୍ବର ୨୦୨୨ରେ ୭୩ ବର୍ଷରେ ସମ୍ରାଟ ହେବାରେ ଚାଲର୍‌ସ ବିଶ୍ୱର ବୟସ୍କ ରାଜକୁମାର ହୋଇଥିବାରୁ ତାଙ୍କ ଜୀବନଯାତ୍ରା ଉପରେ ଏଠାରେ ଆଲୋକପାତ କରିବାର ଅବକାଶ ସୃଷ୍ଟି ହୋଇଛି।
ଚାଲର୍‌ସ ଲଣ୍ଡନର ବକିଂହାମ ରାଜପ୍ରାସାଦରେ ୧୪ ନଭେମ୍ବର ୧୯୪୮ରେ ଭୂମିଷ୍ଠ ହୋଇଥିଲେ। ସେହିଠାରେ ସେ ଘରୋଇ ଭାବେ ପ୍ରାରମ୍ଭିକ ଶିକ୍ଷା ଗ୍ରହଣ କରିଥିଲେ। ୧୯୬୭ରେ ସେ କ୍ୟାମ୍ବ୍ରିଜ୍‌ର ଟ୍ରିନିଟି କଲେଜରେ ନାମ ଲେଖାଇଥିଲେ। ୧୯୭୧ରେ ସେଠାରେ ସେ ସ୍ନାତକ ଡିଗ୍ରୀ ଅର୍ଜନ କରିଥିଲେ। ରାଜପରିବାର ଦାୟାଦ ଭାବେ ଚାଲର୍‌ସ ପ୍ରଥମେ ଏଭଳି ସମ୍ମାନର ଅଧିକାରୀ ହୋଇଥିଲେ। ଏଥିସହିତ ୧ ଜୁଲାଇ ୧୯୬୯ରେ ଓ୍ବେଲ୍ସର ପ୍ରିନ୍ସ ଭାବେ ଅଭିଷେକ ହେବା ପୂର୍ବରୁ ସେ ଓ୍ବେଲ୍‌ସ ଭାଷା ଶିଖିବା ସକାଶେ ୟୁନିଭର୍ସିଟି କଲେଜ ଅଫ୍‌ ଓ୍ବେଲ୍ସରେ କିଛି ସମୟ ପଢ଼ିଥିଲେ। ପରେ ସେ ରୟାଲ ଏୟାରଫୋର୍ସ କଲେଜରେ ପ୍ରଶିକ୍ଷଣ ନେଇଥିଲେ। ପୁଣି ଡାର୍ଟମାଉଥ୍‌ସ୍ଥିତ ରୟାଲ ନାଭାଲ କଲେଜରେ ଯୋଗ ଦେଇ ସେ ପରବର୍ତ୍ତୀ ସମୟରେ ୧୯୭୧ରୁ ୧୯୭୬ ଯାଏ ରୟାଲ ନାଭିରେ କାର୍ଯ୍ୟ କରିବାକୁ ଯାଇ ଭ୍ରମଣ କରିଥିଲେ। ରାଜକୁମାରଙ୍କ ସଉକ ବଦଳିଲା ଭଳି ସେ ପରେ ଆଧୁନିକ ସ୍ଥାପତ୍ୟ କଳାର ଜଣେ ସ୍ପଷ୍ଟବାଦୀ ସମାଲୋଚକ ପାଲଟି ଯାଇଥିଲେ। ଏ ସଂକ୍ରାନ୍ତରେ ସେ ‘ଭିଜନ୍‌ ଅଫ୍‌ ବ୍ରିଟେନ୍‌’ରେ ତାଙ୍କ ମତ ରଖିଥିଲେ। ୧୯୯୨ରେ ସେ ପ୍ରିନ୍ସ ଅଫ୍‌ ଓ୍ବେଲ୍‌ସ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଆର୍କିଟେକ୍‌ଚର ପ୍ରତିଷ୍ଠା କରିଥିଲେ। ତାହା ପରେ ବିଆର୍‌ଇ ଟ୍ରଷ୍ଟ ଭାବେ ପରିଚିତି ଲାଭ କରି ସହରାଞ୍ଚଳ ପୁନର୍ଜୀବନ ଓ ଉନ୍ନୟନ ପ୍ରକଳ୍ପ କାର୍ଯ୍ୟରେ ବ୍ରତୀ ହୋଇଥିଲା।
ଚାଲର୍‌ସ ୨୯ ଜୁଲାଇ ୧୯୮୧ରେ ଲେଡି ଡାଏନାଙ୍କୁ ବିବାହ କରିଥିଲେ। ସେତେବେଳେ ଏହି ରାଜକୀୟ ବିବାହ ଅନ୍ତର୍ଜାତୀୟ ଗଣମାଧ୍ୟମର ଦୃଷ୍ଟି ଆକର୍ଷଣ କରିଥିଲା ଓ ଟେଲିଭିଜନ୍‌ରେ ଏହାର ସିଧାସଳଖ ପ୍ରସାରଣ କରାଯାଇଥିଲା। ରାଜଦମ୍ପତିଙ୍କ ପ୍ରଥମ ସନ୍ତାନ ଭାବେ ୨୧ ଜୁନ୍‌ ୧୯୮୨ରେ ଆସିଥିଲେ ଫ୍ରିନ୍ସ ଓ୍ବିଲିୟମ, ଯିଏକି ପରବର୍ତ୍ତୀ ରାଜା ହେବା ପାଇଁ ଯୋଗ୍ୟ ଅଛନ୍ତି। ୧୫ ସେପ୍ଟେମ୍ବର ୧୯୮୪ରେ ଜନ୍ମ ନେଇଥିଲେ ଦ୍ୱିତୀୟ ପୁତ୍ର ପ୍ରିନ୍ସ ହେନେରୀ ଚାଲର୍‌ସ ଆଲବର୍ଟ ଡେଭିଡ୍‌ (ପ୍ରିନ୍ସ ହାରି ନାମରେ ପରିଚିତ)। କିନ୍ତୁ ଏହା ପରେ ଚାଲର୍‌ସ ଓ ଡାଏନାଙ୍କ ମଧ୍ୟରେ ବିଶ୍ୱାସର ସଙ୍କଟ ଦେଖାଦେଇଥିଲା। ଉଭୟଙ୍କ ସମ୍ପର୍କରେ ଫାଟ ହୋଇଥିବା ନେଇ ଗଣମାଧ୍ୟମରେ ଅନେକ ବିଷୟ ପ୍ରକାଶ ପାଇଲା। ସେଥିମଧ୍ୟରୁ ପରକୀୟା ପ୍ରୀତି ସର୍ବୋଚ୍ଚକୁ ଚାଲିଯାଇଥିଲା। ୯ ଡିସେମ୍ବର ୧୯୯୨ରେ ଉଭୟ ଅଲଗା ହୋଇଯିବେ ବୋଲି ଘୋଷଣା ହୋଇଥିଲା। ଶେଷରେ ୨୮ ଅଗଷ୍ଟ ୧୯୯୬ରେ ସେମାନଙ୍କ ବିବାହ ବିଚ୍ଛେଦ ହୋଇଥିଲା। କିନ୍ତୁ ପିଲାମାନଙ୍କ ଭବିଷ୍ୟତ ନେଇ ଥିବା ଦାୟିତ୍ୱ ସମ୍ପନ୍ନ କରିବା ଲାଗି ଉଭୟ ରାଜି ହୋଇଥିଲେ। କିନ୍ତୁ ଏହାର ବର୍ଷକ ପରେ ଡାଏନା ଏକ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଥିଲେ। ଏହା ପରେ ଚାଲର୍‌ସ ୯ ଏପ୍ରିଲ ୨୦୦୫ରେ ତାଙ୍କ ପ୍ରେମିକା କାମିଲା ପାର୍କର ବାଓଲେସ୍‌ଙ୍କୁ ବିବାହ କରିଥିଲେ।
ଚାଲର୍‌ସଙ୍କ ବ୍ୟକ୍ତିଗତ ଜୀବନ କିଛି ବର୍ଷ ପାଇଁ ବିବାଦ ଭିତର ଦେଇ ଗତି କରିଥିଲେ ମଧ୍ୟ ସେ ଜଣେ ଜନପ୍ରିୟ ରାଜକୁମାର ଭାବେ ଲୋକଙ୍କ ହୃଦୟରେ ରହିଆସିଛନ୍ତି। ଏଥିସହିତ ସେ ପରିବେଶ ପ୍ରତି ନିଜ ଦାୟିତ୍ୱ ଥିବା ଅନୁଭବ କରିବା ପରେ ପ୍ଲାଷ୍ଟିକ୍‌ ବ୍ୟବହାର ନିରୋଧୀ ଅଭିଯାନରେ ନିଜକୁ ସାମିଲ କରି ଆସିଛନ୍ତି। ତେବେ କିଛି ବର୍ଷ ହେବ ସାନ ପୁଅ ହ୍ୟାରି ଓ ତାଙ୍କ ପତ୍ନୀ ମେଘାନ ମର୍କେଲଙ୍କର ରାଜ ପରିବାର ସହ ସମ୍ପର୍କକୁ ନେଇ ଉପୁଜିଥିବା ବିବାଦ ଯୋଗୁ ମର୍ମାହତ ହୋଇଥିଲେ। ଏବେ ରାଜା ହୋଇଯାଇଥିବାରୁ ଚାଲର୍‌ସ କିଛି ନୂଆ ପଦକ୍ଷେପ ନେଇ ରାଜପରିବାରକୁ ଯୋଡ଼ିବାରେ ପ୍ରୟାସ କରିବେ ବୋଲି କୁହାଯାଉଛି।
ଭାରତ ସହ ତାଙ୍କ ସମ୍ପର୍କ ଭଲ ରହିଆସିଥିବାରୁ ଭବିଷ୍ୟତରେ ଏହା ଆହୁରି ଦୃଢ଼ୀଭୂତ ହେବ ବୋଲି ଆଶା କରାଯାଉଛି। ସେ ଭାରତ ଭ୍ରମଣ ବେଳେ ଓଡ଼ିଶା ମଧ୍ୟ ଆସିଥିଲେ। ସମ୍ରାଟ ଘୋଷିତ ହେବା ପରେ ସେ ଯେଭଳି ନିଜ ରାଜ୍ୟର ସାଧାରଣ ଲୋକଙ୍କ ସହ ହାତ ମିଳାଉଥିବାର ଚିତ୍ର ଗଣମାଧ୍ୟମରୁ ଦେଖିବାକୁ ମିଳିଛି, ସେଥିରୁ ଅନୁମାନ କରାଯାଉଛି ସେ ବ୍ରିଟେନ୍‌, କମନ୍‌ଓ୍ବେଲ୍‌ଥ ଦେଶ ସହ ସମଗ୍ର ବିଶ୍ୱରେ ଏକ ଉତ୍ତମ ଶାସନର ମାର୍ଗ ଦେଖାଇବେ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ବର୍ଜ୍ୟ ପରିଚାଳନାରେ ବେଙ୍ଗାଲୁରୁର ବ୍ରିଗେଡ ମିଡୋଜ କଲୋନି ଏକ ଉଦାହରଣ ସୃଷ୍ଟି କରିଛି। ଏହି କଲୋନିର ଆପାର୍ଟମେଣ୍ଟଗୁଡ଼ିକରେ ପାଖାପାଖି ୭,୦୦୦ ପରିବାର ରହୁଛନ୍ତି। ସେମାନେ ଏକ ସୋସାଇଟି…

ଚାଲ ଦୁଷ୍ଟାମି କରିବା

ପିଲା ଜନ୍ମ ହେଲା। ଘରେ ମିଠା ବଣ୍ଟାଗଲା। ଫୋନ୍‌ରେ ଫଟୋ ଉଠିଲା। ସୋସିଆଲ ମିଡିଆରେ ପୋଷ୍ଟହେଲା ‘ଆମ ଘରକୁ ନୂଆ ଅତିଥି ଆସିଲା।’କେହି କହିଲେ ‘ଲକ୍ଷ୍ମୀ ଆସିଛି।’…

ଶାସକ, ଶାସନ ଓ ସଭ୍ୟତା

ତ କିଛି ବର୍ଷ ପୂର୍ବେ ‘ମୋଗଲ ତାମସା’ର ଏକ ମଞ୍ଚାଭିନୟ ଦେଖିବାର ସୁଯୋଗ ପାଇଥିଲି, ଯାହାକୁ ପରିଚାଳନା କରୁଥିଲେ ଭଦ୍ରକର ବାଦଲ ସିକଦାର। ନୃତ୍ୟ ଓ ଅଭିନୟର…

ବିଚାରପତି ଭଗବାନ୍‌ ନୁହନ୍ତି

ସାଧାରଣରେ ଲୋକେ କହିଥାଆନ୍ତି, ବିଚାର କୋର୍ଟରେ ହେବ। ଅର୍ଥାତ୍‌ କୌଣସି ବିବାଦ ଦେଖାଦେଲେ ଅଦାଲତ ଉପରେ ଜନସାଧାରଣଙ୍କ ଭରସା ଥିଲା। ଏବେ ଏକ ଭିନ୍ନ ଚିତ୍ର ଦେଖିବାକୁ…

କଠିନ ପଥ

ଏବେ ଦେଶ ସମ୍ମୁଖରେ କ’ଣ ସମସ୍ୟା ଅଛି, ସ୍ୱାଧୀନତାର ମୌଳିକ ଲକ୍ଷ୍ୟ ପୂରଣ ହୋଇଛି କି ନା ତାହା ଆଲୋଚନା ହେବା ଉଚିତ। ରାଜନୈତିକ ସ୍ୱାଧୀନତା ସତରେ…

ଧର୍ମାନ୍ତରୀକରଣ

ଚଳିତ ସପ୍ତାହରେ ପ୍ରକାଶ ପାଇଥିବା ଏକ ଖବରର ଶୀର୍ଷକ ହେଉଛି ‘ଧର୍ମାନ୍ତରୀକରଣ ଆଇନ ଏପର୍ଯ୍ୟନ୍ତ ଲାଗୁ ହୋଇ ନ ଥିବା ଜାଣିବା ପରେ ପୁଣେ ପୋଲିସ ସେହି…

ପବିତ୍ର ବନ

ବନ ସଂରକ୍ଷଣ ୨ପ୍ରକାର ପଦ୍ଧତିରେ କରାଯାଇଥାଏ। ପ୍ରଥମରେ ‘ଇନ୍‌ ସିଟୁ’ ଏବଂ ୨ୟରେ ‘ଏକ୍‌ସ ସିଟୁ’ ସଂରକ୍ଷଣ। କିନ୍ତୁ ଜଙ୍ଗଲକୁ ତା’ର ପ୍ରାକୃତିକ ସ୍ଥିତିରେ ସଂରକ୍ଷିତ ବା…

ସ୍ବାଗତଯୋଗ୍ୟ ସମୀକ୍ଷା

ଓଡ଼ିଶାର ପରବର୍ତ୍ତୀ ପୋଲିସ ମହାନିର୍ଦ୍ଦେଶକ(ଡିଜିପି) ନିଯୁକ୍ତିକୁ ନେଇ ବିବାଦ ଲାଗିରହିଛି। ପ୍ରକୃତରେ ସଞ୍ଜୀବ ପଣ୍ଡା କିମ୍ବା ଏହି ଦୌଡ଼ରେ ଥିବା ଅନ୍ୟ ଅଧିକାରୀମାନଙ୍କୁ ନେଇ ଏହା ହୋଇନାହିଁ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri