ମାରୁତି ସୁଜୁକି ଅଲ୍‌-ନ୍ୟୁ ଅଲ୍‌ଟୋ କେ୧୦ର ଅନାବରଣ

ଭୁବନେଶ୍ୱର,୧୧ା୯: ଦେଶର ପ୍ରମୁଖ ଅଟୋମୋବାଇଲ କମ୍ପାନୀ ମାରୁତି ସୁଜୁକି ଇଣ୍ଡିଆ ଲିମିଟେଡ୍‌(ଏମ୍‌ଏସ୍‌ଆଇଏଲ୍‌) ପକ୍ଷରୁ ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ‘ଅଲ୍‌-ନ୍ୟୁ ଅଲ୍‌ଟୋ କେ୧୦’ର ନିକଟରେ ବଜାର ପ୍ରବେଶ ହୋଇଥିଲା। ବିଶେଷକରି ଏହା ବର୍ତ୍ତମାନ ଏକ ଉନ୍ନତ କାର୍ଯ୍ୟଦକ୍ଷତା ଏବଂ ଆରାମଦାୟକ, ସୁରକ୍ଷା, ସୁବିଧା ଏବଂ କନେକ୍ଟିଭିଟି, ଏକ ଅଧିକ ଶକ୍ତିଶାଳୀ ଏବଂ ଦକ୍ଷ ନେକ୍ସଟ-ଜେନ୍‌ କେ-ସିରିଜ ୧.୦ ଏଲ୍‌ ଡୁଆଲ ଜେଟ୍‌, ଡୁଆଲ ଭିଭିଟି ଇଞ୍ଜିନ, ପ୍ରଶସ୍ତ କ୍ୟାବିନ, ଆଧୁନିକ ଫିଚର, କଟେମ୍ପୋରାରି ଡିଜାଇନ ଏବଂ ମାନ୍ୟୁଭରିବିଲିଟି ଭଳି ଅନେକ ଫିଚର ସହ ଉପଲବ୍ଧ ରହିଛି। ନେକ୍ସଟ-ଜେନ୍‌ କେ-ସିରିଜ ୧.୦ ଏଲ୍‌ ଡୁଆଲ ଜେଟ୍‌, ଡୁଆଲ ଭିଭିଟି ଇଞ୍ଜିନ ଦ୍ୱାରା ସମୃଦ୍ଧ ଅଲ-ନ୍ୟୁ ଅଲ୍‌ଟୋ କେ୧୦ ୫୫୦୦ଆର୍‌ପିଏମ୍‌ରେ ୪୯କେଡବ୍ଲ୍ୟୁ(୬୬.୬୨ପିଏସ୍‌)ର ପାୱାର ଏବଂ ୩୫୦୦ଆର୍‌ପିଏମ୍‌ରେ ୮୯ ଏନ୍‌ଏମ୍‌ର ଟର୍କ ପ୍ରଦାନ କରୁଛି। ଅତ୍ୟାଧୁନିକ ଟେକ୍ନୋଲୋଜି ସହ ସୁସଜ୍ଜିତ ଅଲ୍‌-ନ୍ୟୁ ଅଲ୍‌ଟୋ କେ୧୦ ୨୪.୯୦କି.ମି./ଲି (ଏଜିଏସ୍‌) ଏବଂ ୨୪.୩୯କି.ମି./ଲି(ଏମ୍‌ଟି) ପର୍ଯ୍ୟନ୍ତର ସର୍ବୋତ୍କୃଷ୍ଟ ଇନ୍ଧନ ଦକ୍ଷତା ଯୋଗାଉଛି। ଅଲ୍‌-ନ୍ୟୁ ଅଲ୍‌ଟୋ କେ୧୦ ଉଭୟ ୫-ସ୍ପିଡ୍‌ ମାନୁଆଲ ଏବଂ ଅଟୋମେଟିକ ଗିୟର ଶିଫ୍ଟ (ଏଜିଏସ୍‌) ଟ୍ରାନ୍ସମିଶନ ବିକଳ୍ପରେ ମଧ୍ୟ ଉପଲବ୍ଧ। ଅଲ୍‌-ନ୍ୟୁ ଅଲ୍‌ଟୋ କେ୧୦ରେ ରହିଥିବା ଏଜିଏସ୍‌ ଟ୍ରାନ୍ସମିଶନ ଉପଭୋକ୍ତାଙ୍କୁ ବର୍ଦ୍ଧିତ ଆରାମଦାୟକତା ଏବଂ ସୁଗମତା ପ୍ରଦାନ କରୁଛି। ସେହିପରି ୬ଟି ଭିନ୍ନ ରଙ୍ଗରେ ଏହା ଉପଲବ୍ଧ ହେଉଥିବା ବେଳେ ଏହାର ପ୍ରାରମ୍ଭିକ ମୂଲ୍ୟ ( ଏକ୍ସ ଶୋରୁମ୍‌ ନୂଆଦିଲ୍ଲୀ) ୩.୯୯ ଲକ୍ଷ ଟଙ୍କା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଆଧାର ପାନ୍ ଲିଙ୍କ ନେଇ ଆସିଲା ବଡ଼ ଖବର, ୩୧ ମେ ପର୍ଯ୍ୟନ୍ତ TDS ର ସ୍ୱଳ୍ପ ରିହାତି ଉପରେ ହେବନି କୌଣସି କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ,୨୪ା୪: ଆୟକର ବିଭାଗ ଟିଡିଏସ (ଟିସିଏସ) ରିହାତି ବିଷୟରେ ଟିକସଦାତା ଏବଂ ବ୍ୟବସାୟୀଙ୍କୁ ବଡ଼ ଆରାମ ପ୍ରଦାନ କରିଛି। ଆୟକର ବିଭାଗ କହିଛି ଯେ ଟିକସଦାତା...

ଖୁବଶୀଘ୍ର ମୁକେଶ ଅମ୍ବାନୀଙ୍କ ଦୁନିଆରେ ଜୀବନ ବିତାଇବେ ଆପଣ, ଜାଣନ୍ତୁ କାରଣ

ମୁମ୍ବାଇ,୨୪ା୪: ଭାରତରେ ଏକ ବଡ ସଂଖ୍ୟକ ଲୋକେ ସେମାନଙ୍କର ଦୈନନ୍ଦିନ ଜୀବନ ଖୁବ ଶୀଘ୍ର ଭାରତର ସବୁଠାରୁ ଧନୀ ବ୍ୟକ୍ତି ମୁକେଶ ଅମ୍ବାନୀଙ୍କ ଦ୍ୱାରା ପରିଚାଳିତ...

କୋଟାକ୍ ମହିନ୍ଦ୍ରା ବ୍ୟାଙ୍କ ଉପରେ କଟକଣା ଲଗାଇଲା ଆରବିଆଇ: ନୂଆ ଗ୍ରାହକ ଯୋଡ଼ିବା, କ୍ରେଡିଟ୍ କାର୍ଡ ଦେବା ଉପରେ ଲାଗିଲା ରୋକ

ମୁମ୍ବାଇ,୨୨ା୪: ଭାରତୀୟ ରିଜର୍ଭ ବ୍ୟାଙ୍କ(ଆରବିଆଇ) ବୁଧବାର ମହିନ୍ଦ୍ରା ବଡ଼ କଟକଣା ଲଗାଇଛନ୍ତି। କଟକଣା ଲାଗିବା ପରେ ବ୍ୟାଙ୍କ ଏବେ ଅନଲାଇନ୍, ମୋବାଇଲ ବ୍ୟାଙ୍କିଙ୍ଗ ମାଧ୍ୟମରେ ଆଉ...

ଜୋକୋଭିଚ୍‌, ବୋନମାଟିଙ୍କୁ ଲୌରିଅସ ପୁରସ୍କାର

ମାଡ୍ରିଡ୍‌, ୨୪ା୪ (ଏପି): ସମ୍ମାନଜନକ ଲୌରିଅସ୍‌ ଓ୍ବାଲର୍‌ଡ ସ୍ପୋଟର୍‌ସ ଆଓ୍ବାର୍ଡ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଗତବର୍ଷ ପ୍ରଥମଥର ମହିଳା ବିଶ୍ୱକପ୍‌ ଜିତିଥିବା ସ୍ପେନ୍‌ ଦୁଇଟି ପୁରସ୍କାର...

ଶେୟାର ବଜାର କାରବାରରେ ଉତ୍ସାହ

ନୂଆଦିଲ୍ଲୀ,୨୪।୪: କ୍ରମାଗତ ୩ୟ ଦିନ ଲାଗି ଘରୋଇ ଶେୟାର ବଜାର କାରବାରରେ ବୃଦ୍ଧି ଘଟିଛି। ଏପରିକି ଚଳିତ ସପ୍ତାହର ୨ୟ କାର୍ଯ୍ୟ ଦିବସର ଫଳାଫଳ ଅନୁଯାୟୀ...

ପ୍ରବୀଣ ଟିପିଡବ୍ଲ୍ୟୁଓଡିଏଲ୍‌ର ନୂତନ ସିଇଓ

ଭୁବନେଶ୍ୱର,୨୪।୪: ଟିପି ଓ୍ବେଷ୍ଟର୍ନ ଓଡ଼ିଶା ଡିଷ୍ଟ୍ରିବ୍ୟୁଶନ ଲିମିଟେଡ୍‌ (ଟିପିଡବ୍ଲ୍ୟୁଓଡିଏଲ୍‌) ର ନୂତନ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ଭାବେ ପ୍ରବୀଣ କୁମାର ବର୍ମା ନିକଟରେ ଦାୟିତ୍ୱ ଗ୍ରହଣ...

ଲାଲଚାନ୍ଦ୍‌ ଜୁଏଲର୍ସର ଗୋଲ୍ଡ ଲକ୍‌ ଅଫର

ଭୁବନେଶ୍ୱର,୨୪।୪(ଅଭୟ ଦାଶ): ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଅକ୍ଷୟ ତୃତୀୟା ଉପଲକ୍ଷେ ଲାଲ୍‌ଚାନ୍ଦ୍‌ ଜୁଏଲର୍ସର ଆକର୍ଷଣୀୟ ଅଫର ଓ ଅଗ୍ରିମ ବୁକିଂ ସମ୍ପର୍କରେ ଘୋଷଣା...

ଆଇଟି କମ୍ପାନୀରେ କମୁଛି ନିଯୁକ୍ତି

ଭୁବନେଶ୍ୱର,୨୪।୪(ଅନୁରାଧା ମହାରଣା): ଲୋକଙ୍କୁ ନିଯୁକ୍ତି ପ୍ରଦାନ କ୍ଷେତ୍ରରେ ଶୀର୍ଷରେ ଥିବା ଆଇଟି ସଂସ୍ଥାଗୁଡ଼ିକର ସ୍ଥିିତି ଭଲ ନାହିଁ। ବିଶ୍ୱର ବଡ଼ ବଡ଼ ବୈଷୟିକ କମ୍ପାନୀଗୁଡ଼ିକରେ ଛଟେଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri