Posted inଜାତୀୟ

ମୁସେଓ୍ବାଲା ହତ୍ୟା ମାମଲା: ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ୍‌ ସଦସ୍ୟ ଗିରଫ

ମୋହାଲି,୧୧ା୯: ପଞ୍ଜାବୀ ଗାୟକ ସିଦ୍ଧୁ ମୁସଓ୍ବୋଲା ହତ୍ୟା ମାମଲାରେ ସମ୍ପୃକ୍ତ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ୍‌ର ଜଣେ ସଦସ୍ୟଙ୍କୁ ଗିରଫ କରାଯାଇଛି। ତାଙ୍କଠାରୁ ୧୧ଟି ଆଗ୍ନେୟାସ୍ତ୍ର ଜବତ ହୋଇଛି। ମୁସଓ୍ବୋଲା ହତ୍ୟାକାଣ୍ଡରେ ସମ୍ପୃକ୍ତ ୬ ଶୁଟରଙ୍କ ମଧ୍ୟରୁ ପୂର୍ବରୁ ଦିଲ୍ଲୀ ପୋଲିସ ୩ଜଣଙ୍କୁ ଓ ପଞ୍ଜାବ ପୋଲିସ ୨ ଜଣଙ୍କୁ ଗିରଫ କରିଥିଲା। ଅନ୍ୟତମ ଶୁଟର ଦୀପକ ଓରଫ ମୁଣ୍ଡିଙ୍କୁ ତାଙ୍କର ଦୁଇ ସହଯୋଗୀ କପିଲ ପଣ୍ଡିତ ଏବଂ ରାଜିନ୍ଦରଙ୍କ ସହ ପଶ୍ଚିମବଙ୍ଗ-ନେପାଳ ସୀମାରୁ ଗିରଫ କରାଯାଇଥିବା ପଞ୍ଜାବ ପୋଲିସ ଡିଜି ଗୌରବ ଯାଦବ ସୂଚନା ଦେଇଛନ୍ତି। ପଞ୍ଜାବୀ ଗାୟକ ତଥା କଂଗ୍ରେସ ନେତା ମୁସଓ୍ବୋଲାଙ୍କୁ ଗତ ମେ’ ୨୯ରେ ମନସା ଜିଲାରେ ଗୁଳିକରି ହତ୍ୟା କରାଯାଇଥିଲା। ଭିଆଇପି ସଂସ୍କୃତି ଉଚ୍ଛେଦ ନାମରେ ପଞ୍ଜାବର ଏଏପି ସରକାର ମୁସଓ୍ବୋଲାଙ୍କ ସମେତ ପ୍ରାୟ ୪୦୦ ଜଣଙ୍କ ସୁରକ୍ଷା କମାଇଦେଇଥିଲେ। ଏହାର ଦିନକ ପରେ ମୁସଓ୍ବୋଲାଙ୍କୁ ହତ୍ୟା କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଭୟାବହ ଅଗ୍ନିକାଣ୍ଡ:୨ ମୃତ

ମୁମ୍ବାଇ,୭।୧୧: ମୁମ୍ବାଇର କାନ୍ଦିବାଲି ଅଞ୍ଚଳରେ ଶନିବାର ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ମଥୁରାଦାସ ରୋଡରେ ଥିବା ହଂସା ହେରିଟେଜ ନାମକ ଏକ ୧୫ ମହଲା...

ରାମ ମନ୍ଦିର ପାଇଁ ୨୧୦୦ କିଲୋଗ୍ରାମ ଓଜନର ଘଣ୍ଟି ତିଆରି କରୁଛନ୍ତି ହିନ୍ଦୁ-ମୁସଲମାନ କାରିଗର

ଲକ୍ଷ୍ନୌ, ୯।୮: ପ୍ରଭୁ ଶ୍ରୀରାମଙ୍କ ଜନ୍ମଭୂମି ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ଲାଗି ଗତ ୫ ତାରିଖରେ ପ୍ରଧାନମନ୍ତ୍ରୀ ଭୂମି ପୂଜନ କରିସାରିଛନ୍ତି। ଏବେ ମନ୍ଦିର...

୧୦୦ ଟପିଲା ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା

ନୂଆଦିଲ୍ଲୀ,୧୭ା୧୨: କରୋନା ଭାଇରସର ନୂଆ ଭାରିଆଣ୍ଟ ଓମିକ୍ରନ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି। ବର୍ତ୍ତମାନ ଭାରତରେ ୧୦୦ ଟପିଛି ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା। ଆଜି ଦେଶରେ...

ଉତ୍ତରାଖଣ୍ଡ ହିମସ୍ଖଳନ: ୧୦ ଜୀବନ ଗଲା, ୧୦୦ ନିଖୋଜ

ଚମୋଲି,୭।୨: ଉତ୍ତରାଖଣ୍ଡର ଚମୋଲି ଜିଲାରେ ବଡ ହିମସ୍ଖଳନ ହୋଇଛି। ଏଥିରେ ୧୦ଜଣଙ୍କ ଜୀବନ ଯାଇଥିବାବେଳେ ୧୦୦ରୁ ଅଧିକ ଜଣ ଏପର୍ଯ୍ୟନ୍ତ ନିଖୋଜ ଅଛନ୍ତି। ବରଫ ଅତଡା...

ଇଣ୍ଡଷ୍ଟ୍ରି ସମସ୍ତଙ୍କର: ମୁକେଶ ଖାନ୍ନା

ମୁମ୍ବାଇ,୧୯।୯: ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ଡ୍ରଗ୍ସ ଲିଙ୍କକୁ ନେଇ ବଲିଉଡରେ ବର୍ତ୍ତମାନ ତୁ ତୁ ମେମେ ଲାଗି ରହିଛି। ସୋମବାର...

ବିଧାନପରିଷଦରେ କାନ୍ଦିଲେ ମନ୍ତ୍ରୀ

ଲକ୍ଷ୍ନୌ,୨୭।୫: ୟୁପି ବିଧାନସଭାର ବଜେଟ ଅଧିବେଶନ ଚାଲିଛି। ଏହି ବଜେଟ ଅଧିବେଶନରେ ଏକ ଚର୍ଚ୍ଚିତ ଘଟଣା ଘଟିଛି। ବିଧାନ ପରିଷଦରେ ଯୋଗୀ ସରକାରରେ ମତ୍ସ୍ୟ ବିଭାଗର...

କୋହଲିଙ୍କ ଘରେ କରୋନା ସଂକ୍ରମଣ…

ବଲିଉଡ୍‌, ୩୦।୮: ବଲିଉଡ୍‌ ଅଭିନେତା ତଥା ‘ୟାରିୟାଁ’ ଫେମ୍‌ ହିଂମାଶ କୋହଲିଙ୍କ ଘରେ କରୋନା ସଂକ୍ରମଣ ହୋଇଛି। ଲକ୍‌ଡାଉନ୍‌ ଯୋଗୁ ହିଂମାଶ ଏବେ ଦିଲ୍ଲୀରେ ପରିବାର...

୧୩୮ ଦିନରେ ଭଙ୍ଗାଯିବ ୩୨୫ ଫ୍ଲାଟ୍‌: ଖର୍ଚ୍ଚ ହେବ ୨ କୋଟି ୩୦ ଲକ୍ଷ

କୋଚି,୧୨।୧୧: କେରଳରେ ସମୁଦ୍ର କୂଳରେ ବେଆଇନ ଭାବେ ନିର୍ମାଣ ହୋଇଥିବା ୩୨୫ ଫ୍ଲାଟ୍‌ ୧୩୮ ଦିନରେ ଭଙ୍ଗାଯିବ। ଏନେଇ ସୁପ୍ରିମ୍‌କୋର୍ଟ ନିର୍ଦ୍ଦେଶ ଜାରି କରିଛନ୍ତି। ଏଥିପାଇଁ...

Advertisement
Archives

Model This Week