ଦିନକୁ ୧୧୫ ସିଙ୍ଗଡ଼ା, ୧୨ ଲିଟର କୋଲ୍ଡଡ୍ରିଙ୍କସ୍‌ ପିଉଥିଲେ ଏହି ବ୍ୟକ୍ତି, ଶେଷରେ ଘଟିଲା ଏମିତି …

ଆଜିର ସମୟରେ ମେଦବହୁଳତା ଲୋକଙ୍କ ପାଇଁ ବଡ଼ ସମସ୍ୟା ହୋଇଗଲାଣି। ଅନେକ ଲୋକ ମେଦବହୁଳତା ଯୋଗୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। କିଛି ଲୋକ ଏହି କାରଣରୁ ପ୍ରସିଦ୍ଧ ମଧ୍ୟ ହୋଇଯାଇଛନ୍ତି। ସେହିପରି ଜଣେ ବ୍ୟକ୍ତି ହେଲେ ବ୍ରିଟେନରେ ରହୁଥିବା ୫୨ ବର୍ଷୀୟ ବୋରି ଆଷ୍ଟିନ। ବୋରି ନିଜର ମେଦବହୂଳତା ପାଇଁ ଚର୍ଚ୍ଚାରେ ରହିଥିଲେ। ସେ ବ୍ରିଟେନର ସବୁଠାରୁ ମୋଟା ମଣିଷ ଭାବେ ଆଖ୍ୟା ପାଇଥିଲେ। ମାତ୍ର ନିକଟରେ ତାଙ୍କର ମୃତ୍ୟୁ ଘଟିଛି। ଏ ନେଇ ବୋରିଙ୍କ ଝିଅ ସୋସିଆଲ ମିଡିଆ ମାଧ୍ୟମରେ ଏହି ସୂଚନା ଦେଇଛନ୍ତି।
ବୋରି ଖାଇବାର ବହୁତ ସୌଖୀନ ଥିଲେ। ଭାରତୀୟ ଖାଦ୍ୟ ତାଙ୍କର ବହୁତ ପସନ୍ଦ ଥିଲା। ଖାଇ ଖାଇ ମରିବାକୁ ସେ ନିଷ୍ପତ୍ତି ନେଇଥିଲେ। ଓଜର ବୃଦ୍ଧି ସତ୍ତ୍ୱେ ମଧ୍ୟ ସେ ଖାଇବା କମ୍‌ କରି ନ ଥିଲେ। ମୃତ୍ୟୁ ପୂର୍ବରୁ ତାଙ୍କର ଓଜନ ୪୧୨ କେଜି ଥିଲା। ବିଗତ କିଛି ଦିନ ହେବ ସେ ଶ୍ୱାସପ୍ରଶ୍ୱାସ ନେବାରେ ଅସୁବିଧା ଅନୁଭବ କରୁଥିଲେ। ତାଙ୍କ ମୃତ୍ୟୁରେ ପୁରା ପରିବାର ଭାଙ୍ଗପଡ଼ିଛି। ମାତ୍ର ବର୍ତ୍ତମାନ ପର୍ଯ୍ୟନ୍ତ ତାଙ୍କ ମୃତ୍ୟୁର କାରଣ ସାମ୍ନାକୁ ଆସିନାହିଁ। ଗୋଟଏ ସମୟ ଥିଲା ବୋରି ଦିନକୁ ୨୯ ହଜାର କ୍ୟାଲୋରି ଖାଦ୍ୟ ଖାଉଥିଲେ। ଦିନକୁ ସେ ୧୧୫ଟି ସିଙ୍ଗଡ଼ା ସାଙ୍ଗକୁ ୧୨ ଲିଟର କୋଲ୍ଡ ଡ୍ରିଙ୍କସ୍‌ ପିଉଥିଲେ। ଗୋଟିଏ ରାତିରେ ସେ ୨୦ ବିୟର ବୋତଲ ଖାଲି କରିଦେଉଥିଲେ। ବୋରି ପେସାରେ ଜଣେ କ୍ୟାବ ଡ୍ରାଇଭର ଥିଲେ। ୨୦୧୨ରେ ବୋରି ନିଜର ପ୍ରେମିକାଙ୍କୁ ବିବାହ କରିବା ପାଇଁ ନିଜର ୧୨୭ କେଜି ଓଜନ କମ୍‌ କରିଥିଲେ। ତେବେ ମେଦବହୁଳତା ଯୋଗୁ ତାଙ୍କର ମୃତ୍ୟୁ ଘଟିଥିବା କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଛାତ୍ର ସଂସଦ ନିର୍ବାଚନ ଘୋଷଣା: ମା’ ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟରେ ଉତ୍ସବର ମାହୋଲ

ଭବାନୀପାଟଣା, ୫।୧୦ (ଉତ୍ତମ କୁମାର ଦାଶ): ଦୀର୍ଘ ୮ ବର୍ଷର ଅପେକ୍ଷାର ଅନ୍ତ ଘଟାଇ ରାଜ୍ୟରେ ଛାତ୍ର ସଂସଦ ନିର୍ବାଚନ ପାଇଁ ଆନୁଷ୍ଠାନିକ ଘୋଷଣା ହେବା ପରେ…

ଟିମ ଇଣ୍ଡିଆରୁ ବାଦ ପଡ଼ିବା ପରେ ବଡ଼ ନିଷ୍ପତ୍ତି ନେଲେ ସୂର୍ଯ୍ୟକୁମାର: ଏବେ କରିବେ ଏହି କାମ

ମୁମ୍ବାଇ,୫।୧୦: ଭାରତୀୟ ଟି-୨୦ ଦଳର ଅଧିନାୟକ ପଦ ହରାଇବା ସହ ଜାତୀୟ ଦଳରୁ ବାଦ ପଡ଼ିବା ପରେ ନିଜ ଫର୍ମ ଫେରାଇବା ପାଇଁ ଘରୋଇ କ୍ରିକେଟକୁ ଫେରୁଛନ୍ତି…

ଗାଁରେ ଚାଲିଥିଲା ଜୁଆ ଖେଳ: ମାଡ଼ିବସିଲା ପୋଲିସ, ଆଉ ତା’ପରେ…

ଦିଗପହଣ୍ଡି,୫।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗୋକର୍ଣ୍ଣପୁର ଗାଁରେ ଜୁଆ ଖେଳ ଚାଲିଥିଲା। ଖବର ପାଇ ଦିଗପହଣ୍ଡି ପୋଲିସର ଏକ ଟିମ୍‌ ଚଢ଼ାଉ କରି…

ଅକ୍ଟୋବର ୮ରୁ ଗୁରୁଙ୍କ ଚାଲିବ ନୂଆ ଚାଲ! ଏହି ୩ ରାଶି ହୋଇଯାନ୍ତୁ ସାବଧାନ

ବୈଦିକ ଜ୍ୟୋତିଷ ଅନୁସାରେ ଗୁରୁ ବୃହସ୍ପତିଙ୍କୁ ଜ୍ଞାନ, ଧର୍ମ, ଶିକ୍ଷା, ସନ୍ତାନ, ଭାଗ୍ୟ ଓ ବିସ୍ତାରର କାରକ ଗ୍ରହ ଭାବେ ଗଣନା କରାଯାଏ। ତେଣୁ ଗୁରୁଙ୍କ ରାଶି,…

ହତ୍ୟା ଉଦ୍ୟମ ଘଟଣା: ଅଭିଯୁକ୍ତ ଗଲେ ଜେଲ        

ଦିଗପହଣ୍ଡି,୫|୧୦(ଅଶେଷ ନାଥ ମିଶ୍ର)ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପଟିଗୁଡ଼ା ଗ୍ରାମର ନବୀନ ମହାଙ୍କୁଡ଼ ଙ୍କୁ ଗ୍ରାମର ଗୋପୀନାଥ ଡାକୁଆ ରବିବାର ଅପରାହ୍ନ ପ୍ରାୟ ସାଢେ ୪ ଟାରେ…

ଓଡ଼ିଶା ଆସୁଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ

କୋରାପୁଟ,୫।୧୦(ଅମିତାଭ ବେହେରା): ମଙ୍ଗଳବାର କୋରାପୁଟ ଜିଲାର ସୁନାବେଡ଼ା ଗସ୍ତରେ ଆସିବେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ। ତାଙ୍କ ସହ ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ…

‘ଅ’ ମହୋତ୍ସବ-୨୦୨୬: ରାଜ୍ୟସ୍ତରୀୟ କବିତା..

କେସିଙ୍ଗା, ୫/୧୦ (ତୁମେଶ୍ୱର ସାହୁ): କଳାହାଣ୍ଡିର ଚର୍ଚ୍ଚିତ ସାହିତ୍ୟ ଅନୁଷ୍ଠାନ ‘ଅ’ ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ, କଳାହାଣ୍ଡିର ଷଷ୍ଠ ବାର୍ଷିକ ମହୋତ୍ସବ ‘ଅ’ ମହୋତ୍ସବ-୨୦୨୬ ଓ…

ଦକ୍ଷିଣପୁର ଗାଁ ପୋଖରୀରେ ୪ କୁମ୍ଭୀର: ଲୋକେ ଆତଙ୍କିତ

ଦିଗପହଣ୍ଡି,୫|୧୦(ଅଶେଷ ନାଥ ମିଶ୍ର)ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ଗୋକର୍ଣ୍ଣପୁର ପଞ୍ଚାୟତ ଦକ୍ଷିଣପୁର ଗାଁ ଦାନ୍ତା ପୋଖରୀ(ବନ୍ଧ) ରେ ୪ ଟି କୁମ୍ଭୀର ଥିବା ଲୋକେ ଦେଖିବା ପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?