ଆର୍‌ଡି ବର୍ମନଙ୍କୁ କାହିଁକି ଡାକୁଥିଲେ ପଞ୍ଚମ ଦା’, ଏହା ପଛରେ ରୋଚକ କାହାଣୀ

ବଲିଉଡ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିରେ ୭୦ ଦଶକକୁ ସୁବର୍ଣ୍ଣ ଯୁଗ ଭାବେ ବିବେଚନା କରାଯାଏ। ଏହି ଯୁଗରେ ସବୁକିଛି କମାଲ ଥିଲା। ଚଳଚ୍ଚିତ୍ର, ଅଭିନେତା ଏବଂ ଗୀତ ମଧ୍ୟ। ୭୦ ଦଶକର ଗୀତ ଲୋକଙ୍କ ହୃଦୟରେ ଏକ ସ୍ବତନ୍ତ୍ର ସ୍ଥାନ ଅଧିକାର କରିଥାଏ। ଏହି ସମୟରେ ବଲିଉଡରେ ସର୍ବାଧିକ ନାମ ଅର୍ଜନ କରିଥିଲେ ସଙ୍ଗୀତ ନିର୍ଦ୍ଦେଶକ ଆରଡି ବର୍ମନ। ତାଙ୍କର ଗୀତଗୁଡିକ ୭୦ ଦଶକରେ ସଫଳତାର ଗ୍ୟାରେଣ୍ଟି ଥିଲା। ଆଜି ତାଙ୍କର ମୃତ୍ୟୁ ବାର୍ଷିକୀ ପାଳନ କରାଯାଉଛି।
ଆରଡି ବର୍ମନଙ୍କ ପିତା ଏସଡି ବର୍ମନ ଜଣେ ମହାନ ସଂଗୀତଜ୍ଞ ଥିଲେ। ସେ ନିଜ କ୍ୟାରିୟରରେ ଅନେକ ନାମ ଅର୍ଜନ କରିଥିଲେ। ଆରଡି ବର୍ମନ ମଧ୍ୟ ପିତାଙ୍କ ପଦାଙ୍କ ଅନୁସରଣ କରିଥିଲେ। ଆରଡି ବର୍ମାନ ବହୁତ କମ ବୟସରୁ ସଂଗୀତ ରଚନା ଆରମ୍ଭ କରିଥିଲେ। ମାତ୍ର ୯ ବର୍ଷ ବୟସରେ ସେ ସଙ୍ଗୀତ ରଚନା କାର୍ଯ୍ୟ ଆରମ୍ଭ କରିଥିଲେ। ୧୭ ବର୍ଷ ବୟସରେ ସେ ତାଙ୍କର ପ୍ରଥମ ବଲିଉଡ ଗୀତ ରଚନା କରିଥିଲେ। ସେ ଫଣ୍ଟୁସ ଫିଲ୍ମ ପାଇଁ ଏ୍‌ ମେରୀ ଟୋପି ପଲଟ୍‌ କର୍‌ ଗୀତ ରଚନା କରିଥିଲେ। ଆର୍‌ଡି ବର୍ମନଙ୍କୁ ପଞ୍ଚମ ଦା’ ନାମରେ ବେଶ୍‌ ପ୍ରସିଦ୍ଧି ହାସଲ କରିଥିଲେ। ଆରଡି ବର୍ମନ କିପରି ପଞ୍ଚମ ଦା ନାମ ପାଇଲେ ସେ ବିଷୟରେ ଅନେକ କାହାଣୀ ଅଛି। ଛୋଟ ଥିବାବେଳେ ଆରଡି ବର୍ମନ ସେ ପଞ୍ଚମ ନୋଟରେ କାନ୍ଦୁଥିଲେ, ଏହି କାରଣରୁ ତାଙ୍କ ନାମ ପଞ୍ଚମ ଦିଆଯାଇଥିଲା। ଏହା ବ୍ୟତୀତ ଅଶୋକ କୁମାରଙ୍କ ସହିତ ଆରଡିଙ୍କ ଏକ କାହାଣୀ ରହିଛି। ଅଶୋକ କୁମାର ପ୍ରଥମ ଥର ପାଇଁ ଆରଡି ବର୍ମନଙ୍କୁ ଭେଟିଥିବାବେଳେ ସେ ଦେଖିଲେ ଯେ ଆରଡି ବର୍ମନ ବାରମ୍ବାର ପା ଉଚ୍ଚାରଣ କରୁଛନ୍ତି। ପାଟିରେ ଆଣି ସେଥିପାଇଁ ଦାଦା ମୁନି ଅଶୋକ କୁମାର ତାଙ୍କ ନାମ ପଞ୍ଚମ ଦେଇଥିଲେ।
ପଞ୍ଚମ ଦା ଟିକେ ବିଳମ୍ବରେ ସଫଳତା ପାଇଥିଲେ। ସେ ତିସ୍‌ରୀ ମଞ୍ଜିଲ, ଅମର ପ୍ରେମ, ଅନ୍ଧୀ, ପରିଚୟ, ମାସୁମ, ଶୋଲେ, ଖେଲ ଖେଲ ମେଁ, ଆପ କି କସମ, କିନାରା ଏବଂ ୧୯୪୨ ଏ ଲଭ୍‌ ଷ୍ଟୋରୀ ପରି ଫିଲ୍ମରେ ସଫଳ ସଙ୍ଗୀତ ପ୍ରଦାନ କରିଥିଲେ। ପଞ୍ଚମ ଦା’ଙ୍କର ୧୯୯୪ ଜାନୁଆରୀ ୪ରେ ମୃତ୍ୟୁ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ସର୍ଭର ଡାଉନ, ପଞ୍ଜୀକରଣ ପାଇଁ ଚାଷୀ କଲବଲ

ହାଟଡିହୀ/ଛେନାପଦୀ,୩୦l୮(ଶୁଭକାନ୍ତ ନାୟକ/ନିରାକାର ପରିଡା): ଚାଷୀଙ୍କ ନାମ ପଞ୍ଜୀକରଣର ସମୟ ସୀମା ସରକାର ଆଉ ୭ ଦିନ ବୃଦ୍ଧି କରିଛନ୍ତି। କିନ୍ତୁ ସର୍ଭର ଡାଉନ ଥିବାରୁ ଚାଷୀ ନାମ…

ଲାଞ୍ଚ ନେଇ ଧରାପଡ଼ିଲେ ଜିଲା ଶ୍ରମ ଅଧିକାରୀ

କେନ୍ଦୁଝର,୩୦ା୮(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଶ୍ରମ ଅଧିକାରୀ ଆକାଶ ବିଶୋଇ ଜଣେ ବ୍ୟକ୍ତିଙ୍କଠାରୁ ଲାଞ୍ଚ ନେଇ ଭିଜିଲାନ୍ସ ବିଭାଗ ହାତରେ ଧରାପଡ଼ିଛନ୍ତି। ଜିଲା ଶ୍ରମ ଅଧିକାରୀ…

ସ୍କୁଲ ପ୍ରିନି୍ସପାଲଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ବଞ୍ଚିଗଲା ସମସ୍ତ ସ୍କୁଲ ପିଲା, ଶିକ୍ଷକଙ୍କ ଜୀବନ, କେମିତି ଜାଣନ୍ତୁ…

କାଠମାଣ୍ଡୁ,୩୦ା୮: ନେପାଳରେ ପ୍ରଳୟଙ୍କରୀ ବନ୍ୟା ମାଡ଼ିଆସିବା ବେଳେ ଜଣେ ସ୍କୁଲ ପ୍ରିନି୍ସପାଲଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ୧,୬୪୩ ଜଣ ପିଲାଙ୍କ ଜୀବନ ବଞ୍ଚତ୍ୟାଇଛି। ନୁଓ୍ବାକୋଟ୍‌ ଜିଲା ତ୍ରିଭୁବନ…

ସ୍ବୟଂ ସହାୟିକା ଗୋଷ୍ଠୀ ଟଙ୍କା ଆତ୍ମାସତ କରି ମହିଳା ଗିରଫ, ମୁଖ୍ୟ ଅଭିଯୁକ୍ତ ଫେରାର

ପାରଳାଖେମୁଣ୍ଡି,୩୦ା୮(ଗିରିଧାରୀ ପରିଚ୍ଛା): ସ୍ବୟଂ ସହାୟକ ଗୋଷ୍ଠୀ ଜଟଙ୍କା ଓ ସୁନା ସଂଗ୍ରହ କରି ଆତ୍ମସାତ୍‌ କରିବା ଅଭିଯୋଗରେ ପାରଳାଖେମୁଣ୍ଡି ପୋଲିସ ଜଣଙ୍କୁ ହାଇଦ୍ରାବାଦରୁ ଗିରଫ କରିଛି। ଗିରଫ…

ହକି ବିଶ୍ୱକପ୍‌: ନେଦରଲାଣ୍ଡ୍ସକୁ ହରାଇ ବ୍ରୋଞ୍ଜ ପଦକ ଜିତିଲା ଆର୍ଜେଣ୍ଟିନା

ବେଲଫିଅସ,୩୦ା୮: ଚଳିତ ଏଫ୍‌ଆଇଏଚ୍‌ ପୁରୁଷ ହକି ବିଶ୍ୱକପ୍‌ରେ ଆର୍ଜେଣ୍ଟିନା ବ୍ରୋଞ୍ଜ ପଦକ ହାସଲ କରିଛି। ରବିବାର ଅନୁଷ୍ଠିତ ମ୍ୟାଚ୍‌ରେ ଆର୍ଜେଣ୍ଟିନା ୨-୧ ଗୋଲରେ ହକି ପାଓ୍ବରହାଉସ୍‌ ତଥା…

ଛତ୍ରପୁରରେ ଚାଞ୍ଚଲ୍ୟ: ଚିକିତ୍ସାଳୟରୁ ମୂକ ଶିଶୁକନ୍ୟା ଚୋରି, ସିସିଟିଭି ଯାଞ୍ଚ କରୁଛି ପୋଲିସ

ଛତ୍ରପୁର,୩୦ା୮(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଗୋଟିଏ ୫ ବର୍ଷର ମୂକ ଶିଶୁକନ୍ୟାକୁ ଜଣେ ବ୍ୟକ୍ତି ଚୋରି…

ଇମ୍ରାନ ମାମଲା: ପାକିସ୍ତାନ କ୍ରିକେଟରଙ୍କୁ ମୁହଁ ନ ଖୋଲିବାକୁ ପିସିବିର ବଡ଼ ତାଗିଦ

କରାଚୀ,୩୦ା୮: ଜେଲରେ ଥିବା ଇମ୍ରାନ ଖାନ୍‌ଙ୍କ ସମ୍ପର୍କରେ ଚଳିତ ଇଂଲଣ୍ଡ ବିପକ୍ଷରେ ଟେଷ୍ଟ ସିରିଜ୍‌ ଖେଳୁଥିବା ପାକିସ୍ତାନ କ୍ରିକେଟ ଦଳର ସଦସ୍ୟଙ୍କୁ କୌଣସି ମତାମତ ନ ଦେବାକୁ…

ଘରେ ପଶି ମୂକ ଯୁବତୀଙ୍କୁ ବଳାତ୍କାର ଉଦ୍ୟମ, ଜେଲ୍‌ ଗଲେ ଯୁବକ

ଦିଗପହଣ୍ଡି,୩୦ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅଧୀନ ଏକ ଗାଁରେ ଶନିବାର ମଧ୍ୟାହ୍ନରେ ଘରେ ପଶି ଜଣେ ମାନସିକ ଅନଗ୍ରସର ଓ ମୂକ ଯୁବତୀ(୨୧)ଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri