Posted inଫୁରସତ

‘ଆରେଞ୍ଜ ମ୍ୟାରେଜ୍‌ରୁ ରକ୍ଷା କର’ ଲେଖି ସହର ସାରା ବିଜ୍ଞାପନ ମାରିଲେ ଏହି ବ୍ୟକ୍ତି; ପୁରା ଘଟଣା ଜାଣିଲେ…

ଦୁନିଆର ପ୍ରତିଟି ବ୍ୟକ୍ତି ଭଲ ଜୀବନସାଥୀଟିଏ ଚାହାଁନ୍ତି। ଅନେକ ଏଥିରେ ସଫଳ ହେଉଥିଲେ ହେଁ କେତେକ ନିରାଶ ହୋଇଥାନ୍ତି। ସେମାନେ ସାରାଜୀବନ ପ୍ରକୃତ ସାଥୀଟିଏ ପାଇପାରିବେ ନାହିଁ ବୋଲି ଭାବିଥାନ୍ତି। ପୂର୍ବରୁ ବିବାହକୁ ନେଇ ମଧ୍ୟସ୍ଥି, ବାୟୋଡାଟା, ମାଟ୍ରିମୋନି ଆଦି ଅନେକ କୌଶଳ ଆପଣା ଯାଉଥିଲା। ହେଲେ ଏବେ ଏହା ଭିନ୍ନ। ବ୍ରିଟେନରେ ରହୁଥିବା ଜଣେ ବ୍ୟକ୍ତି ମନ ପାଉଥିବା ଜୀବନସାଥୀ ଖୋଜିବା ଲାଗି ଏଭଳି କୌଶଳ ଆପଣାଇଛନ୍ତି ଯାହା ବିଷୟରେ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ। କାରଣ ଆଜିଯାଏ ସେଭଳି କେହି କରିନାହାନ୍ତି। ବ୍ରିଟେନ୍‌ରେ ରହୁଥିବା ୨୯ ବର୍ଷୀୟ ମହମ୍ମଦ ମଲିକ ପ୍ରେମ ବିବାହ କରିବା ଲାଗି ରାସ୍ତା କଡ଼ରେ ବଡ଼ ବଡ଼ ବିଜ୍ଞାପନ ଦେଇଛନ୍ତି। ଏପରି କରି ସେ ପ୍ରକୃତ ଜୀବନସାଥୀ ପାଇପାରିବେ ବୋଲି ଆଶା ରଖିଛନ୍ତି।

ଏକ ରିପୋର୍ଟ ଅନୁଯାୟୀ, ମଲିକ ‘findmalikwife.com’ ନାମକ ଏକ ଓ୍ବେବ୍‌ସାଇଟ୍‌ ସ୍ଥାପନ କରିଛନ୍ତି। ବର୍ମିଂହାମରେ ଜୀବନସାଥୀ ଖୋଜିବା ନିମନ୍ତେ ସେ ଅନେକ ହୋର୍ଡିଂ ଲଗାଇଛନ୍ତି। ହୋର୍ଡିଂରେ ମଲିକଙ୍କର ଏକ ଫଟୋ ରହିଛି। ସେଥିରେ ସେ ଶୋଇଥିବା ଅବସ୍ଥାରେ ହସୁଥିବା ଦେଖାଯାଉଛି। ସେ ଗୋଟିଏ ହାତର ଆଙ୍ଗୁଠି ଆଡକୁ ଇଙ୍ଗିତ କରି ‘ମୋତେ ଆରେଞ୍ଜ ମ୍ୟାରେଜ୍‌ରୁ ରକ୍ଷା କର’ ବୋଲି ଲେଖିଛନ୍ତି। ଓ୍ବେବ୍‌ସାଇଟ୍‌ ଲିଙ୍କ ମଧ୍ୟ ଏହାର ତଳେ ଦିଆଯାଇଛି।

ମଲିକ କୁହନ୍ତି, ‘ପ୍ରସ୍ତାବିତ ବିବାହର ସେ ବିରୋଧୀ ନୁହନ୍ତି। ହେଲେ ସେ ନିଜ ଇଚ୍ଛାରେ କାହାକୁ ଖୋଜିବାକୁ ଚାହାନ୍ତି। ଓ୍ବେବ୍‌ସାଇଟ୍‌ରେ ତାଙ୍କୁ ସଠିକ୍‌ ଝିଅ ମିଳି ନ ଥିଲା। ହେଲେ ହୋଡିଂ ଲଗାଇବା ମାତ୍ରେ ସେ ଅନେକ ପ୍ରସ୍ତାବ ପାଇଲେଣି। ଏପର୍ଯ୍ୟନ୍ତ ସେ କାହାକୁ କିଛି ଉତ୍ତର ଦେଇନାହାନ୍ତି। ଜାନୁୟାରୀ ୧୪ ଯାଏ ହୋର୍ଡିଂଗୁଡ଼ିକ ଲାଗିବ। ପରେ କଣ କରାଯିବ ସେନେଇ ନିଷ୍ପତ୍ତି ନିଆଯିବ। ’ ଏବେ ଏହି ଘଟଣା ଚାରିଆଡେ ଚର୍ଚ୍ଚାର ବିଷୟ ପାଲଟିଛି।


Enter your email to get our daily news in your inbox.

All Right Reserved By Dharitri.Com

ପୋଡ଼ମାପେଟା ବେଳାଭୂମି ଅବକ୍ଷୟ, ଭୟରେ ଅଞ୍ଚଳବାସୀ

ଗଞ୍ଜାମ,୨୨ା୮(ବିଦ୍ୟାଧର ସାହୁ): ଦିନକୁ ଦିନ ଅଶାନ୍ତ ହୋଇ ପଡୁଛି ସମୁଦ୍ର। ଉଚ୍ଚ ଲହଡି ଯୋଗୁ କୂଳ ଖାଉଥିବା ବେଳେ ଭୟରେ ସମୁଦ୍ର ତଟବର୍ତ୍ତୀ ଅଞ୍ଚଳ। ଗଞ୍ଜାମ ଜିଲାର…

ପୁଣି ଭାଇରାଲ ହେଲେ ରାନୁ ମଣ୍ଡଳ, ଏହି ରୋମାଣ୍ଟିକ୍‌ ଗୀତ ଗାଇ…

କୋଲକାତା,୨୨ା୮: ଯେତେବେଳେ ଆମେ ଷ୍ଟ୍ରିଟ୍‌ ଗାୟିକା/ଗାୟକଙ୍କ କଥା ଭାବୁ ପ୍ରଥମେ ରାନୁ ମଣ୍ଡଳଙ୍କ ନାଁ ମନେ ପଡ଼େ। ଜଣେ ଷ୍ଟ୍ରିଟ୍‌ ଗାୟିକା ହେବା ସହିତ ସେ ଜଣେ…

ସାପ ନେଲା ଚାଷୀଙ୍କ ଜୀବନ

ପାତ୍ରପୁର,୨୨ା୮(ଉମା ଚରଣ ନେପାକ): ଜରଡ଼ା ଥାନା ଆମପୁର ପଞ୍ଚାୟତ ମହାଦେଈପୁର ଗ୍ରାମରେ ସାପ କାମୁଡ଼ାରେ ଜଣେ ଚାଷୀଙ୍କ ମୃତ୍ୟୁ ଘଟିଛି। ସେ ହେଲେ ବାସୁଦେବ ପ୍ରଧାନ(୬୪)। ଶନିବାର…

ଘରେ ବସି ସ୍କୁଲ ପ୍ରୋଜେକ୍ଟ କରୁଥିଲେ ଛାତ୍ର, ମାରିଲା କରେଣ୍ଟ…

ଖଲ୍ଲିକୋଟ,୨୨।୮( ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ବ୍ଲକ ଅଧୀନ କୈରାସି ଗ୍ରାମରେ ଶନିବାର ଏକ ଦୁଃଖଦ ଘଟଣା ଘଟିଛି। ବିଦ୍ୟୁତ୍‌ କରେଣ୍ଟ ଲାଗି ଜଣେ…

ଲଘୁଚାପ ଛଡାଇ ନେଇଛି ମତ୍ସ୍ୟଜୀବୀଙ୍କ ଜୀବିକା

ଛତ୍ରପୁର, ୨୨ା୮ (ଦ୍ୱାରକା ପଟ୍ଟନାୟକ/ଦିଲୀପ ସାମଲ): ବଙ୍ଗୋପସାଗରରେ ସୃଷ୍ଟି ହେଉଛି ତୁହାକୁ ତୁହା ଲଘୁଚାପ। ଏଥିପାଇଁ ସମୁଦ୍ର ଅଶାନ୍ତ ରହିଛି। ମତ୍ସ୍ୟଜୀବୀଙ୍କ ସୁରକ୍ଷା ପାଇଁ ଆଞ୍ଚଳିକ ପାଣିପାଗ…

ପୋଲିସର ନିଶାମୁକ୍ତ ଅଭିଯାନକୁ ନେଇ ବଢ଼ିଲା ଚର୍ଚ୍ଚା

କୋକସରା,୨୨ା୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଥାନା ପକ୍ଷରୁ ଗତ କିଛିଦିନ ହେଲା ନିଶା ମୁକ୍ତ ଅଭିଯାନ ଆରମ୍ଭ ହୋଇଛି। ଅଞ୍ଚଳର ବିଭିନ୍ନ ସ୍କୁଲ, କଲେଜ…

ବନ୍ଧୁକ ଦେଖାଇ ଗହଣା ବ୍ୟବସାୟୀଙ୍କଠାରୁ ଦୁର୍ବୃତ୍ତ ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର, ବାଇକ୍‌ ଛାଡ଼ି…

ମୋରଡ଼ା,୨୨ା୮(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡା ଥାନା ଅଞ୍ଚଳରେ ବନ୍ଧୁକ ମୁନରେ ଜଣେ ଗହଣା ବ୍ୟବସାୟୀଙ୍କୁ ଲୁଟ୍‌ ହୋଇଛି। ସୂଚନା ଅନୁଯାୟୀ, ଶୁଳିଆପଦା ଥାନା ଅଧୀନ କୋଷ୍ଠା…

ସ୍ବାୟତ୍ତ ଶାସନ ଦିବସ ପାଳନ ନେଇ ପ୍ରସ୍ତୁତି ଚୂଡ଼ାନ୍ତ

ଦିଗପହଣ୍ଡି,୨୨।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନ୍‌ଏସି ପକ୍ଷରୁ ଅଗଷ୍ଟ ୩୧ରେ ପାଳନ ହେବାକୁ ଥିବା ସ୍ବାୟତ୍ତ ଶାସନ ଦିବସ ପାଳନ ଉପଲକ୍ଷେ ଏକ ପ୍ରସ୍ତୁତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri