Posted inଫୁରସତ

୨୦ ବର୍ଷ ଝିଅର ଏକ୍ସ-ବୟଫ୍ରେଣ୍ଡଙ୍କ ସହ ପିତା କଲେ ଏମିତି, ଜାଣିଲେ ହେବେ ଆଶ୍ଚର୍ଯ୍ୟ

ବ୍ରିଟେନରେ ଜଣେ ସମଲିଙ୍ଗୀ ପିତା ତାଙ୍କ ଝିଅର ପୂର୍ବତନ ପ୍ରେମିକଙ୍କ ପ୍ରେମ କରି ବସିଛନ୍ତି। କଥାଟା ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ। ବାପା ତାଙ୍କ ଝିଅ ଏବଂ ତାଙ୍କ ପ୍ରେମିକ ସହିତ ଛୁଟିରେ ବୁଲିବାକୁ ଯାଇଥିଲେ। ସେଠାରେ ସେ ତାଙ୍କ ଝିଅର ପ୍ରେମିକଙ୍କ ପ୍ରେମ ନିବେଦନ କରିଥିଲେ। ବ୍ରିଟେନର ୫୦ ବର୍ଷିୟ ବ୍ୟାରି ଡ୍ରୁଇଟ ବାର୍ଲୋ ସରକାରୀ ଭାବରେ ପଞ୍ଜୀକୃତ ସମଲିଙ୍ଗୀ ପିତା ଅଟନ୍ତି। ମଞ୍ଚେଷ୍ଟରରରେ ରହୁଥିବା ବ୍ୟାରି ନିକଟରେ ତାଙ୍କର ବାଇସେକ୍ସୁଆଲ ଆସିଷ୍ଟାଣ୍ଟ ସ୍କଟ ହୁଚିନ୍ସନ (୨୫) ଙ୍କ ସହ ସମ୍ପର୍କ ସ୍ଥାପନ କରିଛନ୍ତି। ସ୍କଟ କିଛି ମାସ ପୂର୍ବରୁ ବ୍ୟାରୀଙ୍କ ୨୦ ବର୍ଷର ଝିଅକୁ ଡେଟ କରୁଥିଲେ। ଗତ ସପ୍ତାହରେ ବ୍ୟାରି ତାଙ୍କ ଏକ ଇନଷ୍ଟାଗ୍ରାମ ପୋଷ୍ଟରେ ପ୍ରକାଶ କରିଥିଲେ ଯେ ସେ ବର୍ତ୍ତମାନ ସ୍କଟଙ୍କ ସହ ସମ୍ପର୍କ ରଖିଛନ୍ତି। ସେ ତାଙ୍କ ଝିଅ ଏବଂ ତାଙ୍କ ପୂର୍ବତନ ପ୍ରେମିକଙ୍କ ସହ ଛୁଟିରେ ଥିବାବେଳେ ସୋସିଆଲ ମିଡିଆରେ ତାଙ୍କ ପ୍ରେମ ନିବେଦନର ଏକ ଭିଡିଓ ଶେୟାର କରିଛନ୍ତି। କ୍ରୋଏସିଆର ଏକ ଦ୍ୱୀପ ନିକଟରେ ଥିବା ମୋଟର ୟାଥରେ ଏହି ଭିଡିଓ ପ୍ରସ୍ତୁତ କରାଯାଇଛି। ବ୍ୟାରି ସ୍କଟକୁ ପ୍ରେମ ନିବେଦନ କରିବା ପୂର୍ବରୁ କ୍ୟାଣ୍ଡେଲ ଏବଂ ଗୋଲାପ ପତ୍ର ସହିତ ଡଙ୍ଗାକୁ ସଜାଇଥିଲେ। ଏହା ପରେ ବ୍ୟାରି ସ୍କଟଙ୍କୁ ଏକ ହୀରା ମୁଦି ଉପହାର ଦେଇଥିଲେ ଏବଂ ଭିଡିଓରେ ବ୍ରେ ନିବେଦନ କରୁଥିବାର ନଜର ଆସିଛନ୍ତି। ତାଙ୍କ ଝିଅ କୁହନ୍ତି ଯେ ସେ ତାଙ୍କ ପୂର୍ବ ପ୍ରେମିକ ଏବଂ ପିତାଙ୍କ ମଧ୍ୟରେ ଥିବା ସମ୍ପର୍କକୁ ନେଇ ବିବ୍ରତ ନୁହଁନ୍ତି କାରଣ ସେମାନେ ଏକାଠି ଖୁସି ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାମ ମନ୍ଦିର CEO ପଦବୀ ପାଇଁ ବାହାରିଲା ନିଯୁକ୍ତି: ଏହିସବୁ ଯୋଗ୍ୟତା ଥିବା ବ୍ୟକ୍ତି କରିପାରିବେ ଆବେଦନ

ନୂଆଦିଲ୍ଲୀ, ୧୩।୭ ଅଯୋଧ୍ୟା ରାମ ମନ୍ଦିରରେ ପ୍ରସାଦ ଚୋରି ହେବା ପ୍ରସଙ୍ଗ ଏବେ ଚର୍ଚ୍ଚାରେ ରହିଛି। ମନ୍ଦିରର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ପଦବୀ ପାଇଁ ଆବେଦନ…

ନିର୍ବାହୀ ଯନ୍ତ୍ରୀଙ୍କ ଅମାପ ସମ୍ପତ୍ତି: ୨୩ କୋଠରୀ ବିଶିଷ୍ଟ ୪ ମହଲା ଲଜ୍‌ ସହ ୮ଟି ପ୍ଲଟ୍‌ ଠାବ

କୋରାପୁଟ/ବଲାଙ୍ଗୀର, ୧୩।୭ (ଅମିତାଭ ବେହେରା/ସୁନିଲ କୁମାର ମହାନ୍ତି): ଓଡ଼ିଶା କନଷ୍ଟ୍ରକ୍ସନ୍ କର୍ପୋରେସନ୍‌ (OCCL)ର ନିର୍ବାହୀ ଯନ୍ତ୍ରୀ ସଞ୍ଜୟ କୁମାର କିସପଟ୍ଟାଙ୍କ ବିରୋଧରେ ଆୟବହିର୍ଭୂତ ସମ୍ପତ୍ତି ଠାବ ଅଭିଯୋଗରେ…

୪ ଦିନ ଯାଏ ରାଜ୍ୟରେ ପ୍ରବଳ ବର୍ଷା: ଏହି ସବୁ ଜିଲାରେ ୨୪ ଘଣ୍ଟାରେ…

ଭୁବନେଶ୍ୱର, ୧୩।୭: ୪ ଦିନ ଯାଏ ରାଜ୍ୟରେ ପ୍ରବଳ ବର୍ଷା । ୨୪ ଘଣ୍ଟା ପାଇଁ ୧୪ ଜିଲାକୁ ୟେଲୋ ୱାର୍ନିଂ ଜାରି କରାଯାଇଛି। ତେବେ କେନ୍ଦୁଝର,…

ନିଜେ ରୋଲର ଚଲାଇ ଡ୍ରଗ୍ସ ନଷ୍ଟ କଲେ ମୁଖ୍ୟମନ୍ତ୍ରୀ: ୧୦ ଦିନ ମଧ୍ୟରେ ୪୭୨ କୋଟିର…

ଗୁଆହାଟୀ,୧୩।୭: ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ସର୍ମା ନାଲବାରୀ ଜିଲାର ଦୌଲାସାଲସ୍ଥିତ ୧୪ତମ ଆସାମ ପୋଲିସ ବାଟାଲିୟନରେ ଏକ ରାଜ୍ୟସ୍ତରୀୟ ନିଶା ନିବାରଣ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି।…

ବଲାଙ୍ଗୀର ସହରର ବ୍ୟବସାୟୀଙ୍କ ମିଳୁନି ପତ୍ତା : କଲ୍ କଲେ ଫୋନ ସ୍ୱିଚ୍‌ ଅଫ୍‌

ବଲାଙ୍ଗୀର, ୧୩।୭ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହରର ପ୍ୟାଲେସ ଲାଇନ୍ ଅଞ୍ଚଳର ବାସିନ୍ଦା ତଥା ବ୍ୟବସାୟୀ ମୃତ୍ୟୁଞ୍ଜୟ ପଟ୍ଟନାୟକ ରବିବାରଠାରୁ ନିଖୋଜ ଥିବା ନେଇ ଅଭିଯୋଗ…

ଅସୁସ୍ଥ ମା’, ଗ୍ରୁପ୍ ଋଣ ଚିନ୍ତାରେ ଏମିତି କାଣ୍ଡ କରିଦେଲେ ପୁଅ

ଭଞ୍ଜନଗର,୧୩।୭ (ବାବୁଲା ପ୍ରଧାନ): ଆର୍ଥିକ ଅନାଟନରେ ପଡ଼ି ମଣିଷ ଅନେକ ସମୟରେ ଭୁଲ ପଦକ୍ଷେପ ନେଇଥାଏ। ପରବର୍ତ୍ତୀ ସମୟରେ ତାହାର ପରିଣାମ ଭୟାବହ ହୋଇଥାଏ। ଏଭଳି ଏକ…

କନ୍ଧମାଳ ଏମ୍‌ପି ସୁକାନ୍ତ କୁମାର ପାଣିଗ୍ରାହୀଙ୍କ ୨ ଦିନିଆ ଦାରିଙ୍ଗବାଡି ଗସ୍ତ: ବିଭିନ୍ନ ପ୍ରକଳ୍ପର ଉଦ୍ଘାଟନ, ରଥଯାତ୍ରାରେ ଦେବେ ଯୋଗ

ଦାରିଙ୍ଗବାଡ଼ି, ୧୩।୭ (ଅରୁଣ ସାହୁ): କନ୍ଧମାଳ ଏମ୍‌ପି ସୁକାନ୍ତ କୁମାର ପାଣିଗ୍ରାହୀଙ୍କ  ୨ ଦିନିଆ ଦାରିଙ୍ଗବାଡି ଗସ୍ତ  କାର୍ଯ୍ୟକ୍ରମ ରହିଛି | ଏହାକୁ ନେଇ କନ୍ଧମାଳ ଜିଲାର…

ହୋଟେଲ ରୁମରେ ଅନ୍ୟ ମହିଳାଙ୍କ ସହ ସ୍ବାମୀଙ୍କୁ ଦେଖିଲେ ସ୍ତ୍ରୀ; ତା’ପରେ ହୋଟେଲରୁ ପୋଲିସ ଷ୍ଟେଶନ…

ଇନ୍ଦୋର,୧୩।୭: ମଧ୍ୟପ୍ରଦେଶର ରେୱାର ସମନ ପୋଲିସ ଷ୍ଟେଶନ ଅଞ୍ଚଳର ଏକ ହୋଟେଲରେ ଜଣେ ମହିଳା ପହଞ୍ଚି ତାଙ୍କ ସ୍ବାମୀଙ୍କୁ ଅନ୍ୟ ମହିଳାଙ୍କ ସହିତ ଥିବା ଅଭିଯୋଗ କରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri