ମାଲାବାରର ବ୍ରାଇଡସ୍‌ ଅଫ୍‌ ଇଣ୍ଡିଆ କ୍ୟାମ୍ପେନିଂ

ଭୁବନେଶ୍ୱର,୬ା୫: ଅନ୍ତଃରାଷ୍ଟ୍ରୀୟ ଅଳଙ୍କାର ପ୍ରତିଷ୍ଠାନ ମାଲାବାର ଗୋଲ୍‌ଡ ଆଣ୍ଡ ଡାଇମଣ୍ଡସ ପକ୍ଷରୁ ଏକ ଅଭିନବ ଅଭିଯାନ ‘ବ୍ରାଇଡସ୍‌ ଅଫ୍‌ ଇଣ୍ଡିଆ-୨୦୨୩ କ୍ୟାମ୍ପେନିଂ’ର ସର୍ବଭାରତୀୟ ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ଏହି ପରିପ୍ରେକ୍ଷୀରେ ମାଲାବାର ଓଡ଼ିଶା କ୍ଷେତ୍ରର ପ୍ରମୁଖ ତଥା ଏକ୍ସକ୍ଲୁସିଭ ଆଉଟ୍‌ଲେଟ ମାଲାବାର ଗୋଲ୍‌ଡ ଆଣ୍ଡ ଡାଇମଣ୍ଡସ ଶୋ’ରୁମ୍‌ ଶହୀଦନଗରଠାରେ ଶୁକ୍ରବାର ଏହାର ଆନୁଷ୍ଠାନିକ ଶୁଭାରମ୍ଭ ମଧ୍ୟ ହୋଇଯାଇଛି। ଏହି ଅବସରରେ ମାଲାବାରର ଗ୍ରାହକ ତଥା ବ୍ରାଇଡଲମାନଙ୍କ ଦ୍ୱାରା ବ୍ରାଇଡସ୍‌ ଅଫ୍‌ ଇଣ୍ଡିଆ କ୍ୟାମ୍ପେନିଂର ଶୁଭାରମ୍ଭ କରାଯାଇଥିଲା। ବିଶେଷକରି ବ୍ରାଇଡସ୍‌ ଅଫ୍‌ ଇଣ୍ଡିଆ କ୍ୟାମ୍ପେନିଂର ୧୦ମ ଏଡିଶନକୁ ବ୍ରାଣ୍ଡ୍‌ ନୂଆ ବ୍ରାଣ୍ଡ୍‌ ଆମ୍ବାସାଡର ଆଲିଆ ଭଟ୍ଟ ଏବଂ ଅନୀଲ କାପୁର ଏକ ଛୋଟିଆ ଭିଡିଓ ଜରିଆରେ ବ୍ରାଣ୍ଡ୍‌ର ପ୍ରଚାର ଓ ପ୍ରସାର କରୁଛନ୍ତି। ସେହିଭଳି ଜଣାଶୁଣା ସ୍କ୍ରିପ୍ଟ ଲେଖକ ତଥା ସଙ୍ଗୀତକାର ଜୁହି ଚତୁର୍ବେଦୀ ଏବଂ ବିଶିଷ୍ଠ ସଙ୍ଗୀତ ନିର୍ଦ୍ଦେଶକ କିଙ୍ଗ୍‌ସୁକ୍‌ ଚକ୍ରବର୍ତ୍ତୀଙ୍କ ଦ୍ୱାରା ଉକ୍ତ ଭିଡିଓ ପ୍ରସ୍ତୁତ କରାଯାଇଥିବା ବେଳେ ବଲିଉଡ୍‌ ନିର୍ଦ୍ଦେଶକ କୋକି ଗୁଲାଟୀ ସମ୍ପୂର୍ଣ୍ଣ ଭିଡିଓକୁ ସୁନ୍ଦର ଭାବେ ପରିକଳ୍ପନା ଓ ନିର୍ଦ୍ଦେଶନାରେ ନିର୍ମାଣ କରିଛନ୍ତି। ଏ ସମ୍ପର୍କରେ ମାଲାବାର ଗ୍ରୁପ୍‌ର ଚେୟାରମ୍ୟାନ ଏମ୍‌ପି ଅହମ୍ମଦ କହିଛନ୍ତି, ଚଳିତ ଥରର ବ୍ରାଇଡସ୍‌ ଅଫ୍‌ ଇଣ୍ଡିଆ କ୍ୟାମ୍ପେନିଂ ଏବଂ ଏଡିଶନ ସବୁ ବର୍ଗର ନବବିବାହିତମାନଙ୍କୁ ଆନନ୍ଦ ଓ ଖୁସି ଆଣିଦେବ। ସେହିଭଳି ବିବାହ ଉତ୍ସବ ଓ ନବବିବାହିତଙ୍କ ମଧ୍ୟରେ ରହିଥିବା ଆଶଙ୍କାଙ୍କୁ ଉକ୍ତ ଅଭିଯାନ ବେଶ୍‌ ସହାୟ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?