ବିବାହ ସମୟରେ ଏକ ମଜାଦାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଭିଡିଓକୁ ଦେଖି ଆପଣ ମଧ୍ୟ ହସି ହସି ଗଡିବେ। ଗୁରୁଦ୍ୱାର ଚାଲିଥିବା ଏକ ବିବାହରେ ବେଦିରେ ବସିଥିବା ବରଙ୍କ ସହ କନ୍ୟା ଏମିତି କିଛି କରିଥିଲେ, ସେଠାରେ ଉପସ୍ଥିତ ଲୋକେ ହସିବାକୁ ଳାଗିଥିଲେ। ୭ ଫେରା ପାଇଁ ପ୍ରସ୍ତୁତି ଚାଲିଥିବାବେଳେ କନ୍ୟା ବରର ପୋଷାକକୁ ପଛ ପଟରୁ ଟାଣି ଦେଇ ସାତ ଫେରାର ସଠିକ ଦିଗ ଦେଖାଇଥିଲେ। ଆଇପିଏସ ଅଫିସର ଦିପାଶୁଂ କାବ୍ରା ଏହାର ଭିଡିଓ ଶେୟାର କରି ଏକ ମଜାଳିଆ କ୍ୟାପସନ ମଧ୍ୟ ଲେଖିଛନ୍ତି। ସେ କହିଛନ୍ତି ପ୍ରକୃତ ଜୀବନ ସାଥୀ ଆପଣଙ୍କୁ ସର୍ବଦା ସଠିକ ରାସ୍ତା ଦେଖାଏ। ଭିଡିଓରେ ଏହା ଦେଖିବାକୁ ମିଳିଛି ଯେ ଗୁରୁଦ୍ୱାରରେ ବର ଏବଂ କନ୍ୟା ସାତ ଫେରା ପାଇଁ ଛିଡା ହୋଇଛନ୍ତି। ବର ଭୁଲ ଦିଗରେ ବୁଲିବାକୁ ଆଗେଇ ଆସଛନ୍ତି। ତା’ପରେ କନ୍ୟାସ୍ନେହରେ ବରଙ୍କ କୁର୍ତ୍ତାକୁ ପଛରୁ ଟାଣି ଅନ୍ୟ ପାର୍ଶ୍ୱକୁ ଯିବାକୁ କହିଲା। ଏହା ଦେଖି ଉପସ୍ଥିତ ଲୋକେ ହସିବାକୁ ଲାଗିଲେ। ଭିଡିଓ ସେୟାର କରିବାବେଳେ ଆଇପିଏସ କ୍ୟାପସନରେ ଲେଖିଥିଲେ, ଏହି ଭିଡିଓକୁ ଦୀପାଶୁଂ କାବ୍ରା ଡିସେମ୍ବର ୧୪ ସକାଳେ ଶେୟାର କରିଛନ୍ତି। ଏହାର କିଛି ଘଣ୍ଟା ମଧ୍ୟରେ ୪ ହଜାରରୁ ଅଧିକ ଲୋକ ଭିଡିଓକୁ ଦେଖିସାରିଲେଣି। ସେହିପରି ଏକ ହଜାରରୁ ଅଧିକ ଲାଇକ ଏବଂ ଅନେକ ରି-ଟୁଇଟ୍ କରାଯାଇଛି।
सच्ची जीवनसाथी आपको हमेशा सही राह दिखाती हैं 😅😅.
(Wait till 14th Second) pic.twitter.com/yRJxM2jT4i— Dipanshu Kabra (@ipskabra) December 14, 2020