Posted inଫୁରସତ

ବର ଶସ୍ତା ଲେହେଙ୍ଗା ପଠାଇବାରୁ ବିବାହ ପାଇଁ ମନା କରିଦେଲା କନ୍ୟା

ଅନେକ କାରଣ ଯୋଗୁ ବାହାଘର ଭାଙ୍ଗିଯାଏ। ଆପଣ କେବେ ଶୁଣିଥିଲେ କି ଏକ ଲେହେଙ୍ଗା ପାଇଁ ବାହାଘର ଭାଙ୍ଗିଯାଇଛି। ଉତ୍ତରାଖଣ୍ଡର ହାଲଡୱାନିଙ୍କ ଏହି ଘଟଣା ଆପଣଙ୍କୁ ନିଶ୍ଚିତ ଭାବରେ ଆଶ୍ଚର୍ଯ୍ୟ କରିବ। ବର କନ୍ୟାକୁ ଏକ ଶସ୍ତା ଲେହେଙ୍ଗା ପଠାଇବାରୁ କନ୍ୟା ବିବାହ କରିବାକୁ ମନା କରିଦେଇଥିଲେ। ସୂଚନାଯୋଗ୍ୟ, ବର ଘର ଆଲମୋରା ବାସିନ୍ଦା ହୋଇଥିବା ବେଳେ କନ୍ୟା ଘର ହାଲଡୱାନି ଜିଲାର ବାସିନ୍ଦା। ତେବେ ଯୁବକ ଜଣଙ୍କ ଯୁବତୀଙ୍କ ପାଇଁ ଲକ୍ଷ୍ନୌରୁ ଏକ ଲେହେଙ୍ଗା ଅର୍ଡର କରିଥିଲେ। ଯାହାର ଦାମ୍‌ ଥିଲା ୧୦ ହଜାର ଟଙ୍କା। ହେଲେ ଲେହେଙ୍ଗାଟି ଯୁବତୀଙ୍କୁ ପସନ୍ଦ ଆସି ନ ଥିଲା। ଯାହାକୁ ନେଇ ବରପକ୍ଷ ଏବଂ କନ୍ୟାପକ୍ଷଙ୍କ ମଧ୍ୟରେ ଯୁକ୍ତିତର୍କ ଲାଗିଥିଲା। ଏପରିକି ଏହି ଘଟଣାକୁ ନେଇ ଉଭୟ ପକ୍ଷ ପୋଲିସ ଷ୍ଟେଶନରେ ପହଞ୍ଚିଥିଲେ। ପୋଲିସ ଘଟଣାକୁ ନେଇ ବୁଝାସୁଝା କରିଥିଲା। କିନ୍ତୁ କୌଣସି ସମାଧାନ ହୋଇ ନ ଥିଲା। ଶେଷରେ ବାହାଘର ଭାଙ୍ଗିଯାଇଥିଲା। ଦୁହିଁଙ୍କର ଜୁନ୍‌ରେ ଏନ୍‌ଗେଜମେଣ୍ଟ ହୋଇଥିଲା। ଆଉ ନଭେମ୍ବରରେ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଐତିହାସିକ ନିଷ୍ପତ୍ତି: ପୁରୁଷ ଦଳର କୋଚ୍ ହେଲେ ମହିଳା କ୍ରିକେଟର

ନୂଆଦିଲ୍ଲୀ,୧୩।୫: ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଟେଷ୍ଟ ସିରିଜ ପୂର୍ବରୁ ଇଂଲଣ୍ଡ କ୍ରିକେଟ ବୋର୍ଡ ଏକ ଐତିହାସିକ ନିଷ୍ପତ୍ତି ନେଇଛି। ଇଂଲଣ୍ଡର ପୂର୍ବତନ ମହିଳା ଉଇକେଟକିପର ସାରା ଟେଲରଙ୍କୁ ପୁରୁଷ…

୧୦୮୨୮ ରନ୍, ୩୮୦ ଉଇକେଟ… ସିଜିନ ମଝିରେ ହଠାତ୍ ଅବସର ନେଲେ ଅଭିଜ୍ଞ ଅଲରାଉଣ୍ଡର

ନୂଆଦିଲ୍ଲୀ,୧୩।୫: ଇଂଲଣ୍ଡ କ୍ରିକେଟରୁ ଏକ ଚକିତ କଲାଭଳି ଖବର ସାମ୍ନାକୁ ଆସିଛି । ଇଂଲଣ୍ଡ ଟିମ୍‌ର ଅଭିଜ୍ଞ ଅଲରାଉଣ୍ଡର ଲିଆମ ଡସନ (Liam Dawson) ହଠାତ ପ୍ରଥମ…

ବଲାଙ୍ଗୀର ତୁଷୁରା ଗ୍ରୀଡରେ ଭୟାବହ ଅଗ୍ନିକାଣ୍ଡ, ହୁତୁହୁତୁ ହୋଇ ଜଳିଗଲା…

ବଲାଙ୍ଗୀର,୧୩।୫(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ତୁଷୁରା ଓପିଡିସିଏଲ ଗ୍ରୀଡ଼ରେ ଘଟିଛି ଭୟାବହ ଅଗ୍ନିକାଣ୍ଡ । ରାତିରେ ହଠାତ୍ ଗ୍ରୀଡ଼ ପରିସରରୁ ଭୟଙ୍କର ନିଆଁ ଓ କଳା…

ଖୁବ୍ ଶୀଘ୍ର ଚାଲିବ ପୁରୀ-କୋରାପୁଟ ନୂଆ ଏକ୍ସପ୍ରେସ୍‌; ରେଳ ମନ୍ତ୍ରଣାଳୟର ମଞ୍ଜୁରୀ, ବଲାଙ୍ଗୀରରେ ଖୁସିର ଲହରୀ

ବଲାଙ୍ଗୀର,୧୩।୫ (ସୁନିଲ କୁମାର ମହାନ୍ତି): ଓଡ଼ିଶାର ରେଳ ସଂଯୋଗୀକରଣ କ୍ଷେତ୍ରରେ ଏକ ବଡ଼ ପଦକ୍ଷେପ ସ୍ୱରୂପ, ରେଳ ମନ୍ତ୍ରଣାଳୟ ପକ୍ଷରୁ ପୁରୀ ଏବଂ କୋରାପୁଟ ମଧ୍ୟରେ ଏକ…

ଏନ୍ଇଇଟି ପ୍ରଶ୍ନପତ୍ର ଲିକ୍ ଘଟଣା: ବିଜୁ ଛାତ୍ର ଜନତାର ପ୍ରତିବାଦ, ଧର୍ମେନ୍ଦ୍ର ପ୍ରଧାନଙ୍କ ଫଟୋ ଚିତ୍ର ଦାହ କଲେ…

ବରଗଡ଼,୧୩।୫(ପ୍ରେମାନନ୍ଦ ଖମାରୀ): ଏନ୍ଇଇଟି ପ୍ରଶ୍ନପତ୍ର ଲିକ୍ ଘଟଣାକୁ ନେଇ ଦେଶବ୍ୟାପୀ ବିଭିନ୍ନ ସ୍ଥାନରେ ପ୍ରତିବାଦ ଓ ବିରୋଧର ସ୍ବର ତେଜି ଉଠିଛି । ବରଗଡ଼ରେ ମଧ୍ୟ ଏହାର…

କପିଳଧାର ଜଳପ୍ରପାତ ନିକଟରୁ ମହିଳାଙ୍କ ମୃତଦେହ ଜବତ

ପାଇକମାଳ,୧୩ା୫(ବଡ଼ ଶତପଥୀ): ପାଇକମାଳ ନୃସିଂହନାଥ ମନ୍ଦିରରୁ ପାଞ୍ଚକିମି ଦୂର କପିଳଧାର ଜଳପ୍ରପାତ ନିକଟରୁ ଜଣେ ଅଜଣା ମହିଳାଙ୍କ ମୃତଦେହ ବୁଧବାର ସ୍ଥାନୀୟ ପୋଲିସ ଜବତ କରିଛି ।…

କିଏ ହେବେ କେରଳ ମୁଖ୍ୟମନ୍ତ୍ରୀ? ଗୁରୁବାର ଘୋଷଣା କରିବ କଂଗ୍ରେସ

ଥିରୁଭାନନ୍ତପୁର,୧୩ା୫:  ୧୦ ଦିନର ମାନସ ମନ୍ଥନ ପରେ କଂଗ୍ରେସ ଦଳ କେରଳର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀଙ୍କ ନାମ ଚୂଡ଼ାନ୍ତ କରିଛି । ଯାହା ଗୁରୁବାର ଘୋଷଣା ହେବାକୁ ଯାଉଛି।…

ଅମୂଲ ପରେ ବଢ଼ିଲା ଏହି କ୍ଷୀରର ଦର, ରାତି ପାହିଲେ ଲାଗୁ ହେବ ନୂଆ ଦାମ୍

ନୂଆଦିଲ୍ଲୀ,୧୩ା୫: ଅମୂଲ ପରେ ଏବେ ଆଉ ଏକ କ୍ଷୀର ଦର ବୃଦ୍ଧି ପାଇଛି । ମଦର ଡାଏରୀ କ୍ଷୀରର ମୂଲ୍ୟ ବୃଦ୍ଧି କରିଛି । କମ୍ପାନୀ ବିଭିନ୍ନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri