ପୁଣି ବିଫଳ ହେଲା ବ୍ଲାଷ୍ଟିଂ

ଢେଙ୍କାନାଳ ଅଫିସ,୧୮।୧୧: ଫେଲ୍‌ ମାରିଛି ରାଜସ୍ଥାନର ଏକ୍ସିକ୍ୟୁଡ୍‌ ଏକ୍ସପ୍ଲୋସିଭ ପ୍ରାଇଭେଟ୍‌ ଲିମିଟେଡ୍‌ର ସମସ୍ତ ଉଦ୍ୟମ। ଅତ୍ୟାଧୁନିକ ଜ୍ଞାନକୌଶଳ ପ୍ରୟୋଗ ଏବଂ ୭୫୦ କେ.ଜି. ବିସ୍ଫୋରକ ବ୍ୟବହାର ସତ୍ତ୍ୱେ ଭୁଶୁଡ଼ିଲା ନାହିଁ ଢେଙ୍କାନାଳ ଜିଲା ଓଡ଼ାପଡ଼ା ବ୍ଲକ କୁସୁପଙ୍ଗା ପଞ୍ଚାୟତ କୁରୁଣ୍ଟିସ୍ଥିତ ଲାନ୍‌କୋ ପାୱାର ଷ୍ଟିଲ୍‌ ଲିମିଟେଡ୍‌ର ବିଶାଳକାୟ ଚିମିନି। ବ୍ୟର୍ଥ ଗଲା ୨୦ଜଣିଆ ଟିମ୍‌ର କସରତ। ଅର୍ଦ୍ଧଭଗ୍ନ ଅବସ୍ଥାରେ ଥିବା ଉକ୍ତ ଦୁର୍ବଳ ଚିମିନି କୌଣସି ସମୟରେ ଭୁଶୁଡ଼ି ପଡ଼ିବା ଆଶଙ୍କା ଥିବାରୁ ଏହାକୁ ନେଇ ଆତଙ୍କିତ ଅବସ୍ଥାରେ ଅଛନ୍ତି ଅଞ୍ଚଳବାସୀ।
କୁରୁଣ୍ଟି ଗ୍ରାମ ନିକଟରେ ୨୦୦୬ରେ ପ୍ରତିଷ୍ଠା ହୋଇଥିଲା ଲାନ୍‌କୋ ବାବନ୍ଧ କମ୍ପାନୀ। ତେବେ ପରିଚାଳନାଗତ ତ୍ରୁଟି ଓ ଅନ୍ୟ ଆନୁଷଙ୍ଗିକ ସମସ୍ୟା କାରଣରୁ ୨୦୧୫ରେ ଏହା ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି। କାରଖାନାକୁ ଏକ ସ୍କ୍ରାପ୍‌ କମ୍ପାନୀକୁ ହସ୍ତାନ୍ତର କରାଯାଇଥିଲା। ସମ୍ପୃକ୍ତ କମ୍ପାନୀ ସମସ୍ତ ଲୁହା ସାମଗ୍ରୀ କାଟି ନେଇଯାଇଛି। ବହୁ ଶହ ଶ୍ରମିକ, କର୍ମଚାରୀ ଏବଂ କ୍ଷତିଗ୍ରସ୍ତ ପ୍ରଜାଙ୍କ ବକେୟା ନ ଦେଇ କମ୍ପାନୀ ବନ୍ଦ ହୋଇଯିବାକୁ ନେଇ ଅସନ୍ତୋଷ ଲାଗି ରହିଥିବାବେଳେ ଏବେ ପରିତ୍ୟକ୍ତ ଅବସ୍ଥାରେ ଥିବା ୨୫୬ ମିଟର ଉଚ୍ଚ, ୧୮ ମିଟର ବ୍ୟାସାର୍ଦ୍ଧ ବିଶିଷ୍ଟ ବିରାଟକାୟ ଚିମିନି ମୁଣ୍ଡବ୍ୟଥା ବଢ଼ାଇଛି। ୨୦୧୦ରେ ଉକ୍ତ ଚିମିନି ନିର୍ମିତ ହୋଇଥିଲା। କାରଖାନା ବନ୍ଦ ହୋଇଯିବା ପରେ ଉକ୍ତ ପରିତ୍ୟକ୍ତ ଚିମିନି ଗ୍ରାମବାସୀଙ୍କ ପାଇଁ ବିପଦ ସୃଷ୍ଟି କରିଛି। ଏ ନେଇ ଅସନ୍ତୋଷ ବଢ଼ିବା ପରେ ଗତ ଅକ୍ଟୋବର ୧୩ରେ ଏକ୍ସିକ୍ୟୁଡ୍‌ ଏକ୍ସପ୍ଲୋସିଭ ପ୍ରାଇଭେଟ୍‌ ଲିମିଟେଡ୍‌ ଏହାକୁ ବିସ୍ଫୋରଣ କରି ଭାଙ୍ଗିବା ପାଇଁ ଉଦ୍ୟମ କରିଥିଲା। ହେଲେ ସଫଳତା ମିଳି ନ ଥିଲା। ଏହାପରେ ଗୁରୁବାର ଅପରାହ୍ନ ପ୍ରାୟ ୨ଟା ୧୫ରେ ପୁନର୍ବାର ଏହାକୁ ବିସ୍ଫୋରଣ କରି ଉଡ଼ାଇବାକୁ ଯୋଜନା କରାଯାଇଥିଲା। ଏଥିଲାଗି ନନ୍‌ ଇଲେକ୍ଟ୍ରିକାଲ ବ୍ଲାଷ୍ଟିଂ ସିଷ୍ଟମ୍‌ ବ୍ୟବହାର କରାଯାଇଥିଲା। ଚିମିନିରେ ଦୁଇଟି ଧାଡ଼ିରେ ୨୫୦୦ ଗାତ କରାଯାଇ ୭୫୦ କେ.ଜି. ବିସ୍ଫୋରକ ଭର୍ତ୍ତି କରାଯାଇଥିଲା। ତେବେ ବ୍ଲାଷ୍ଟିଂରେ କେବଳ ଚିମିନିର ୧୦ ଫୁଟ ଭାଙ୍ଗିଛି, ଯାହା ନୂଆ ସମସ୍ୟା ସୃଷ୍ଟି କରିଛି।
ଏ ସଂକ୍ରାନ୍ତରେ ବିସ୍ଫୋରକ ଦଳର ମୁଖ୍ୟ ତଥା ମାଇନିଂ ଇଞ୍ଜିନିୟର ଆନନ୍ଦ ଶର୍ମା କୁହନ୍ତି, ପୂର୍ବରୁ ଭାରତରେ ବଡ଼ ବିଲ୍ଡିଂ ଏବଂ ଚିମିନି ବିସ୍ଫୋରଣ ପାଇଁ ବିଦେଶରୁ କମ୍ପାନୀ ଆସୁଥିଲେ। ପାନିପତରେ ନିର୍ମିତ ୧୨୦ ମିଟର ଉଚ୍ଚତା ବିଶିଷ୍ଟ ଚିମିନିକୁ ଆମେ ସୁରକ୍ଷିତ ଭାବେ ଭାଙ୍ଗିଥିଲୁ। ଏଭଳି ବିସ୍ଫୋରଣରେ ୩୦ବର୍ଷର ଅଭିଜ୍ଞତା ରହିଛି। ହେଲେ ଲାନ୍‌କୋ କମ୍ପାନୀର ଚିମିନି ବହୁତ ମଜଭୁତ୍‌। ଏହାକୁ ୨ଥର ବିସ୍ଫୋରଣ କରିବାକୁ ଉଦ୍ୟମ କରାଯାଇଛି। ପ୍ରଥମ ଥର ୫୦% ଭାଙ୍ଗିବ ବୋଲି ଆଶା ଥିଲା। ଗୁରୁବାର ସବୁ ଗାତରେ ଥିବା ବିସ୍ଫୋରକ ବିସ୍ଫୋରଣ ହୋଇଛି। ପୂର୍ବାପେକ୍ଷା ଚିମିନି ଦୁର୍ବଳ ହୋଇଛି। ତେବେ ସୁରକ୍ଷିତ ଅଛି। ବିପଦର ସମ୍ଭାବନା ନାହିଁ। ୧୫-୨୦ଦିନ ପରେ ପୁଣିଥରେ ବିସ୍ଫୋରଣ କରାଯିବ। ଏହା ଭାଙ୍ଗିବାକୁ ୫ରୁ ୭ ସେକେଣ୍ଡ ଲାଗିବ ବୋଲି ସେ ସୂଚନା ଦେଇଛନ୍ତି।
ଏ ସଂକ୍ରାନ୍ତରେ ସରପଞ୍ଚ ଅନିତା ନାୟକ କୁହନ୍ତି, ଦୁଇଥର ବ୍ଲାଷ୍ଟିଂ ସତ୍ତ୍ୱେ ଚିମିନି ଭାଙ୍ଗୁନାହିଁ। ଗ୍ରାମବାସୀ ବିପଦରେ ରହିଛନ୍ତି। ବ୍ଲାଷ୍ଟିଂ ଯୋଗୁ ଯେଉଁଭଳି ଭାବେ ଘର ଫାଟିଛି, ତାହା ଆଉ ସହଜରେ ମରାମତି ହୋଇପାରିବ ନାହିଁ। କ୍ଷତିଗ୍ରସ୍ତଙ୍କୁ କ୍ଷତିପୂରଣ ଦେବା ଲାଗି ଦାବି କରିଛୁ। ହେଲେ ପ୍ରଶାସନ ପକ୍ଷରୁ କୌଣସି ପ୍ରତିଶ୍ରୁତି ଦିଆଯାଇନାହିଁ। ଘଟଣାସ୍ଥଳରେ ଉପସ୍ଥିତ ଓଡ଼ାପଡ଼ା ତହସିଲଦାର ବାଣୀନିବେଦିତା ସ୍ବାଇଁ କୁହନ୍ତି, ଚିମିନି ସୁରକ୍ଷିତ ଥିବା ବିଶେଷଜ୍ଞ ଦଳ କହୁଛନ୍ତି। କ୍ଷୟକ୍ଷତି କ’ଣ ହେବ ସେ ସମ୍ପର୍କରେ ବିଶେଷଜ୍ଞ କହିବା ପରେ ଯାହା କିଛି ପଦକ୍ଷେପ ଗ୍ରହଣ କରାଯିବ। ଲୋକଙ୍କୁ ସତର୍କ କରାଯାଇଛି। ସେମାନେ ସଚେତନ ଅଛନ୍ତି ବୋଲି ତହସିଲଦାର କହିଛନ୍ତି। ବିସ୍ଫୋରଣ ବେଳେ ଅତିରିକ୍ତ ତହସିଲଦାର ସୁମନ୍ତ ବେହେରା, ମୋଟଙ୍ଗା ଥାନାଧିକାରୀ ନିରଞ୍ଜନ ସେଠୀ, ହିନ୍ଦୋଳରୋଡ୍‌ ଅଗ୍ନିଶମ ବିଭାଗ କର୍ମଚାରୀ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବିଏସ୍‌କେଓ୍ବାଇକୁ ବିରୋଧ କରୁଛନ୍ତି କେନ୍ଦ୍ରମନ୍ତ୍ରୀ: ପାଣ୍ଡିଆନ୍‌

ଭୁବନେଶ୍ୱର/ ଉମରକୋଟ/ଝରିଗାଁ/ ପାପଡ଼ାହାଣ୍ଡି/ନବରଙ୍ଗପୁର/ ତେନ୍ତୁଳିଖୁଣ୍ଟି, ୨୭ା୪ (ଅନିଲ ଦାସ/ସନ୍ତୋଷ ଶତପଥୀ/କିଶୋର ଚନ୍ଦ୍ର ମଣ୍ଡଳ/ସ୍ବପ୍ନଜିତ ପଟ୍ଟନାୟକ/ସଦାଶିବ ପ୍ରହରାଜ/ଚିଦାନନ୍ଦ ସାହୁ): ବିଜେଡିର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ ଶୁକ୍ରବାର...

ଛିଡୁନି ଭାଜପା ପ୍ରାର୍ଥୀଙ୍କ ନାମ, ମହିଳା କାର୍ଡ ଖେଳିବା ଚର୍ଚ୍ଚା

କଟକ,୨୭ା୪(ଶିଳ୍ପା ପ୍ରିୟଦର୍ଶିନୀ): ନିର୍ବାଚନକୁ ମାତ୍ର କମ୍‌ ସମୟ ଥିବାବେଳେ ଆସନ୍ତା ସୋମବାରଠାରୁ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହେବ। ହେଲେ ଏପର୍ଯନ୍ତ ବାରବାଟୀ-କଟକ ଭାଜପାର...

ଟୁକୁନୀଙ୍କ ପାଇଁ ପଦ୍ମପୁର ଜିଲା ଘୋଷଣା ଅଟକିଥିବା ଚର୍ଚ୍ଚା

ବଲାଙ୍ଗୀର, ୨୭ା୪(ବୀରେନ୍ଦ୍ର କୁମାର ଝାଙ୍କର): ଟିଟିଲାଗଡ଼ ସହରରେ ବରିଷ୍ଠ ନାଗରିକ ସମୂହଙ୍କ ପକ୍ଷରୁ ଆୟୋଜିତ ଏକ ନିର୍ବାଚନୀ ସଭାରେ ମନ୍ତ୍ରୀ ତଥା ଟିଟିଲାଗଡ଼ ବିଧାୟିକା ପ୍ରାର୍ଥୀ...

ସମ୍ବଲପୁରୀ ଲୁଙ୍ଗି ଉପାଖ୍ୟାନ

ସମ୍ବଲପୁର,୨୭।୪ (ଭବାନୀ ଶଙ୍କର ଭୋଇ): ସମ୍ବଲପୁରରେ ମୁଖ୍ୟମନ୍ତ୍ରୀଙ୍କ ଲୁଙ୍ଗିପିନ୍ଧାକୁ ନେଇ ବିଜେଡି ଏବଂ ଭାଜପା ମଧ୍ୟରେ ଜୋରଦାର ବାକ୍‌ଯୁଦ୍ଧ ଆରମ୍ଭ ହୋଇଯାଇଛି। ଶୁକ୍ରବାର ଏନେଇ ଉଭୟ...

ରବି-ତାରା ମୁହାଁମୁହିଁ

ଜୟପୁର, ୨୭ା୪(ପବନ ପାଣିଗ୍ରାହୀ): ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ବିଜେଡି ନେତା ରବିନାରାୟଣ ନନ୍ଦ ଶୁକ୍ରବାର ଜୟପୁର ସାଜୁସାହିସ୍ଥିତ ବିଜେଡି କାର୍ଯ୍ୟାଳୟରେ ଖବରଦାତା ସମ୍ମିଳନୀ କରି...

‘କ୍ରୀତଦାସ ନୁହେଁ, ସ୍ବାଭିମାନରେ ବିଶ୍ୱାସକରେ’

ଅନୁଗୋଳ, ୨୭ା୪(ଅମିତ କୁମାର ସାମଲ): ଦୀର୍ଘ ୨୫ ବର୍ଷର ଅପାରଗ ଓ ସ୍ଥାଣୁ ସରକାରରେ ଅନେକେ କ୍ରୀତଦାସ ହେବାକୁ ପସନ୍ଦ କରୁଛନ୍ତି। କିନ୍ତୁ ସେ କ୍ରୀତଦାସରେ...

ମୁକାବିଲା ମୁଡ୍‌ରେ ସୂର୍ଯ୍ୟବଂଶୀ-ସଞ୍ଜୟ

ଧାମନଗର,୨୭୪(ଦେବେନ୍ଦ୍ର ଆନ୍ଦିଆ): ଭଦ୍ରକ ଲୋକ ସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଧାମନଗର ବିଧାନସଭା କ୍ଷେତ୍ରରେ ଭାଜପା, ବିଜେଡି ଓ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ଘୋଷଣା ସରିଛି। ଭାଜପା...

ବାଇକ୍‌କୁ ଧକ୍କା ଦେଲା ଟ୍ରକ୍‌: ଚାଲିଗଲା ୩ ଜୀବନ

ଅନୁଗୋଳ,୨୭ା୪ (ଅମିତ କୁମାର ସାମଲ): ଅନୁଗୋଳ ସଦର ଥାନା ଅଧୀନ ପଞ୍ଚମହଳା ନିକଟରେ ଶନିବାର ସକାଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ଟ୍ରକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri