ପୁଣି ବିଫଳ ହେଲା ବ୍ଲାଷ୍ଟିଂ

ଢେଙ୍କାନାଳ ଅଫିସ,୧୮।୧୧: ଫେଲ୍‌ ମାରିଛି ରାଜସ୍ଥାନର ଏକ୍ସିକ୍ୟୁଡ୍‌ ଏକ୍ସପ୍ଲୋସିଭ ପ୍ରାଇଭେଟ୍‌ ଲିମିଟେଡ୍‌ର ସମସ୍ତ ଉଦ୍ୟମ। ଅତ୍ୟାଧୁନିକ ଜ୍ଞାନକୌଶଳ ପ୍ରୟୋଗ ଏବଂ ୭୫୦ କେ.ଜି. ବିସ୍ଫୋରକ ବ୍ୟବହାର ସତ୍ତ୍ୱେ ଭୁଶୁଡ଼ିଲା ନାହିଁ ଢେଙ୍କାନାଳ ଜିଲା ଓଡ଼ାପଡ଼ା ବ୍ଲକ କୁସୁପଙ୍ଗା ପଞ୍ଚାୟତ କୁରୁଣ୍ଟିସ୍ଥିତ ଲାନ୍‌କୋ ପାୱାର ଷ୍ଟିଲ୍‌ ଲିମିଟେଡ୍‌ର ବିଶାଳକାୟ ଚିମିନି। ବ୍ୟର୍ଥ ଗଲା ୨୦ଜଣିଆ ଟିମ୍‌ର କସରତ। ଅର୍ଦ୍ଧଭଗ୍ନ ଅବସ୍ଥାରେ ଥିବା ଉକ୍ତ ଦୁର୍ବଳ ଚିମିନି କୌଣସି ସମୟରେ ଭୁଶୁଡ଼ି ପଡ଼ିବା ଆଶଙ୍କା ଥିବାରୁ ଏହାକୁ ନେଇ ଆତଙ୍କିତ ଅବସ୍ଥାରେ ଅଛନ୍ତି ଅଞ୍ଚଳବାସୀ।
କୁରୁଣ୍ଟି ଗ୍ରାମ ନିକଟରେ ୨୦୦୬ରେ ପ୍ରତିଷ୍ଠା ହୋଇଥିଲା ଲାନ୍‌କୋ ବାବନ୍ଧ କମ୍ପାନୀ। ତେବେ ପରିଚାଳନାଗତ ତ୍ରୁଟି ଓ ଅନ୍ୟ ଆନୁଷଙ୍ଗିକ ସମସ୍ୟା କାରଣରୁ ୨୦୧୫ରେ ଏହା ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି। କାରଖାନାକୁ ଏକ ସ୍କ୍ରାପ୍‌ କମ୍ପାନୀକୁ ହସ୍ତାନ୍ତର କରାଯାଇଥିଲା। ସମ୍ପୃକ୍ତ କମ୍ପାନୀ ସମସ୍ତ ଲୁହା ସାମଗ୍ରୀ କାଟି ନେଇଯାଇଛି। ବହୁ ଶହ ଶ୍ରମିକ, କର୍ମଚାରୀ ଏବଂ କ୍ଷତିଗ୍ରସ୍ତ ପ୍ରଜାଙ୍କ ବକେୟା ନ ଦେଇ କମ୍ପାନୀ ବନ୍ଦ ହୋଇଯିବାକୁ ନେଇ ଅସନ୍ତୋଷ ଲାଗି ରହିଥିବାବେଳେ ଏବେ ପରିତ୍ୟକ୍ତ ଅବସ୍ଥାରେ ଥିବା ୨୫୬ ମିଟର ଉଚ୍ଚ, ୧୮ ମିଟର ବ୍ୟାସାର୍ଦ୍ଧ ବିଶିଷ୍ଟ ବିରାଟକାୟ ଚିମିନି ମୁଣ୍ଡବ୍ୟଥା ବଢ଼ାଇଛି। ୨୦୧୦ରେ ଉକ୍ତ ଚିମିନି ନିର୍ମିତ ହୋଇଥିଲା। କାରଖାନା ବନ୍ଦ ହୋଇଯିବା ପରେ ଉକ୍ତ ପରିତ୍ୟକ୍ତ ଚିମିନି ଗ୍ରାମବାସୀଙ୍କ ପାଇଁ ବିପଦ ସୃଷ୍ଟି କରିଛି। ଏ ନେଇ ଅସନ୍ତୋଷ ବଢ଼ିବା ପରେ ଗତ ଅକ୍ଟୋବର ୧୩ରେ ଏକ୍ସିକ୍ୟୁଡ୍‌ ଏକ୍ସପ୍ଲୋସିଭ ପ୍ରାଇଭେଟ୍‌ ଲିମିଟେଡ୍‌ ଏହାକୁ ବିସ୍ଫୋରଣ କରି ଭାଙ୍ଗିବା ପାଇଁ ଉଦ୍ୟମ କରିଥିଲା। ହେଲେ ସଫଳତା ମିଳି ନ ଥିଲା। ଏହାପରେ ଗୁରୁବାର ଅପରାହ୍ନ ପ୍ରାୟ ୨ଟା ୧୫ରେ ପୁନର୍ବାର ଏହାକୁ ବିସ୍ଫୋରଣ କରି ଉଡ଼ାଇବାକୁ ଯୋଜନା କରାଯାଇଥିଲା। ଏଥିଲାଗି ନନ୍‌ ଇଲେକ୍ଟ୍ରିକାଲ ବ୍ଲାଷ୍ଟିଂ ସିଷ୍ଟମ୍‌ ବ୍ୟବହାର କରାଯାଇଥିଲା। ଚିମିନିରେ ଦୁଇଟି ଧାଡ଼ିରେ ୨୫୦୦ ଗାତ କରାଯାଇ ୭୫୦ କେ.ଜି. ବିସ୍ଫୋରକ ଭର୍ତ୍ତି କରାଯାଇଥିଲା। ତେବେ ବ୍ଲାଷ୍ଟିଂରେ କେବଳ ଚିମିନିର ୧୦ ଫୁଟ ଭାଙ୍ଗିଛି, ଯାହା ନୂଆ ସମସ୍ୟା ସୃଷ୍ଟି କରିଛି।
ଏ ସଂକ୍ରାନ୍ତରେ ବିସ୍ଫୋରକ ଦଳର ମୁଖ୍ୟ ତଥା ମାଇନିଂ ଇଞ୍ଜିନିୟର ଆନନ୍ଦ ଶର୍ମା କୁହନ୍ତି, ପୂର୍ବରୁ ଭାରତରେ ବଡ଼ ବିଲ୍ଡିଂ ଏବଂ ଚିମିନି ବିସ୍ଫୋରଣ ପାଇଁ ବିଦେଶରୁ କମ୍ପାନୀ ଆସୁଥିଲେ। ପାନିପତରେ ନିର୍ମିତ ୧୨୦ ମିଟର ଉଚ୍ଚତା ବିଶିଷ୍ଟ ଚିମିନିକୁ ଆମେ ସୁରକ୍ଷିତ ଭାବେ ଭାଙ୍ଗିଥିଲୁ। ଏଭଳି ବିସ୍ଫୋରଣରେ ୩୦ବର୍ଷର ଅଭିଜ୍ଞତା ରହିଛି। ହେଲେ ଲାନ୍‌କୋ କମ୍ପାନୀର ଚିମିନି ବହୁତ ମଜଭୁତ୍‌। ଏହାକୁ ୨ଥର ବିସ୍ଫୋରଣ କରିବାକୁ ଉଦ୍ୟମ କରାଯାଇଛି। ପ୍ରଥମ ଥର ୫୦% ଭାଙ୍ଗିବ ବୋଲି ଆଶା ଥିଲା। ଗୁରୁବାର ସବୁ ଗାତରେ ଥିବା ବିସ୍ଫୋରକ ବିସ୍ଫୋରଣ ହୋଇଛି। ପୂର୍ବାପେକ୍ଷା ଚିମିନି ଦୁର୍ବଳ ହୋଇଛି। ତେବେ ସୁରକ୍ଷିତ ଅଛି। ବିପଦର ସମ୍ଭାବନା ନାହିଁ। ୧୫-୨୦ଦିନ ପରେ ପୁଣିଥରେ ବିସ୍ଫୋରଣ କରାଯିବ। ଏହା ଭାଙ୍ଗିବାକୁ ୫ରୁ ୭ ସେକେଣ୍ଡ ଲାଗିବ ବୋଲି ସେ ସୂଚନା ଦେଇଛନ୍ତି।
ଏ ସଂକ୍ରାନ୍ତରେ ସରପଞ୍ଚ ଅନିତା ନାୟକ କୁହନ୍ତି, ଦୁଇଥର ବ୍ଲାଷ୍ଟିଂ ସତ୍ତ୍ୱେ ଚିମିନି ଭାଙ୍ଗୁନାହିଁ। ଗ୍ରାମବାସୀ ବିପଦରେ ରହିଛନ୍ତି। ବ୍ଲାଷ୍ଟିଂ ଯୋଗୁ ଯେଉଁଭଳି ଭାବେ ଘର ଫାଟିଛି, ତାହା ଆଉ ସହଜରେ ମରାମତି ହୋଇପାରିବ ନାହିଁ। କ୍ଷତିଗ୍ରସ୍ତଙ୍କୁ କ୍ଷତିପୂରଣ ଦେବା ଲାଗି ଦାବି କରିଛୁ। ହେଲେ ପ୍ରଶାସନ ପକ୍ଷରୁ କୌଣସି ପ୍ରତିଶ୍ରୁତି ଦିଆଯାଇନାହିଁ। ଘଟଣାସ୍ଥଳରେ ଉପସ୍ଥିତ ଓଡ଼ାପଡ଼ା ତହସିଲଦାର ବାଣୀନିବେଦିତା ସ୍ବାଇଁ କୁହନ୍ତି, ଚିମିନି ସୁରକ୍ଷିତ ଥିବା ବିଶେଷଜ୍ଞ ଦଳ କହୁଛନ୍ତି। କ୍ଷୟକ୍ଷତି କ’ଣ ହେବ ସେ ସମ୍ପର୍କରେ ବିଶେଷଜ୍ଞ କହିବା ପରେ ଯାହା କିଛି ପଦକ୍ଷେପ ଗ୍ରହଣ କରାଯିବ। ଲୋକଙ୍କୁ ସତର୍କ କରାଯାଇଛି। ସେମାନେ ସଚେତନ ଅଛନ୍ତି ବୋଲି ତହସିଲଦାର କହିଛନ୍ତି। ବିସ୍ଫୋରଣ ବେଳେ ଅତିରିକ୍ତ ତହସିଲଦାର ସୁମନ୍ତ ବେହେରା, ମୋଟଙ୍ଗା ଥାନାଧିକାରୀ ନିରଞ୍ଜନ ସେଠୀ, ହିନ୍ଦୋଳରୋଡ୍‌ ଅଗ୍ନିଶମ ବିଭାଗ କର୍ମଚାରୀ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼, ବୈଠକ ସାରି ବାହାରିଲା ବେଳେ …

ଭୁବନେଶ୍ବର,୪।୧୦: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି । ବୈଠକ ସାରି ଫେରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କ ଗାଡି ଉପରକୁ ଟେକା ଫିଙ୍ଗିଥିବା…

ବୀରେନ୍ଦ୍ର ସେହୱାଗଙ୍କ ପୁଅଙ୍କୁ ମିଳିଲା ବଡ଼ ଦାୟିତ୍ବ, ଏହି ଦଳର ହେବେ ଅଧିନାୟକ

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଓପନର୍‌ ବୀରେନ୍ଦ୍ର ସେହୱାଗଙ୍କ ୧୮ ବର୍ଷୀୟ ପୁଅ ଆର୍ଯ୍ୟବୀର ସେହୱାଗଙ୍କୁ ଘରୋଇ କ୍ରିକେଟ୍‌ରେ ବଡ଼ ଦାୟିତ୍ୱ ମିଳିଛି । ଆଗାମୀ…

FSSAI ର ବଡ଼ କାର୍ଯ୍ୟାନୁଷ୍ଠାନ: ‘କ୍ରିଏଟିଭ୍ ବେକର୍ସ’ର ଲାଇସେନ୍ସ ନିଲମ୍ବିତ, ‘ଏଭରେଷ୍ଟ ଜିରା ପାଉଡର’ ବଜାରରୁ ପ୍ରତ୍ୟାହାର ନିର୍ଦ୍ଦେଶ

ନୂଆଦିଲ୍ଲୀ,୪।୧୦: ଖାଦ୍ୟ ସୁରକ୍ଷା ନିୟମର କଡ଼ା ଉଲ୍ଲଂଘନ ଅଭିଯୋଗରେ ଫୁଡ୍ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡସ ଅଥରିଟି ଅଫ୍ ଇଣ୍ଡିଆ (FSSAI) ଦୁଇଟି ପ୍ରମୁଖ ଖାଦ୍ୟ ପ୍ରସ୍ତୁତକାରୀ କମ୍ପାନୀ…

ମିଳିଲାନି ଷ୍ଟ୍ରେଚର, ଦିବ୍ୟାଙ୍ଗ ଭାଇଙ୍କୁ ପିଠିରେ ବୋହି ୱାର୍ଡକୁ ନେଲେ ଭଉଣୀ, ଭିଡିଓ ଦେଖିଲେ ଥରିଉଠିବ….

ଭୋପାଳ,୪ା୧୦: ସରକାରୀ ହସ୍ପିଟାଲରେ ରୋଗୀଙ୍କୁ ମିଳୁଥିବା ସୁବିଧାକୁ ନେଇ ପୁଣି ପ୍ରଶ୍ନ ଉଠିଛି । ମଧ୍ୟପ୍ରଦେଶର ଗୁନା ଜିଲାରୁ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା…

ନୟାପଲ୍ଲୀ ବଳାତ୍କାର ମାମଲା: ମୁଖ୍ୟ ଅଭିଯୁକ୍ତଙ୍କ ୨ ସହଯୋଗୀଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୪ା୧୦: ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଥିବା ନୟାପଲ୍ଲୀ ବଳାତ୍କାର ମାମଲାରେ ପୋଲିସକୁ ମିଳିଛି ଆଉ ଏକ ବଡ଼ ସଫଳତା। ବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ ଶ୍ରୀଧର ପଣ୍ଡାର…

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

ଆଦିତ୍ୟଙ୍କ ସହ ମୁମ୍ବାଇ ଛାଡ଼ିଲେ ୟାମି ଗୌତମ? କାହିଁକି ଏତେ ବଡ଼ ନିଷ୍ପତ୍ତି ନେଲେ ଏହି ଦମ୍ପତ୍ତି? ଜାଣନ୍ତୁ…

ମୁମ୍ବାଇ: ଆଦିତ୍ୟ ଧର ହେଉଛନ୍ତି ବଲିଉଡର ଜଣେ ପ୍ରତିଷ୍ଠିତ ନିର୍ଦ୍ଦେଶକ, ଯିଏ ‘ଉରି: ଦ ସର୍ଜିକାଲ ଷ୍ଟ୍ରାଇକ’ (Uri: The Surgical Strike) ଭଳି ଲୋକପ୍ରିୟ ଚଳଚ୍ଚିତ୍ର…

ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ତୁରନ୍ତ ମେଡିକାଲରେ ପହଞ୍ଚାଇ ଚର୍ଚ୍ଚାରେ ୨ ହୋମ୍‌ଗାର୍ଡ, ସାହସିକତାକୁ ଚାରିଆଡୁ ପ୍ରଶଂସା

ମୋହନା,୪ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତର୍ଗତ ଅନ୍ତରବା ଛକ ନିକଟରେ ପିକଅପ୍‌ ଓ ଦୁଇଟି ବାଇକ୍‌ ମଧ୍ୟରେ ଦୁର୍ଘଟଣା ଘଟି ୩ ଗୁରୁତର ଥିବାବେଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?