ଜିରୋନାଇଟ୍‌ ସେଲିବ୍ରେଶନରେ ବ୍ରେକ୍‌

ଭୁବନେଶ୍ୱର,୧ା୧୨(ବ୍ୟୁରୋ):ଗତବର୍ଷ ଭଳି ଏଥର ମଧ୍ୟ ନୂଆବର୍ଷ ପାଳନ ଫିକା ପଡ଼ିବ। ରାଜ୍ୟରେ ଏଥର ଜିରୋନାଇଟ୍‌ ସେଲିବ୍ରେଶନ ହୋଇପାରିବ ନାହିଁ। ମଙ୍ଗଳବାର ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି ହୋଇଥିବା ଡିସେମ୍ବର ମାସର କୋଭିଡ୍‌ ଗାଇଡ୍‌ଲାଇନରେ ଏହା ସ୍ପଷ୍ଟ କରାଯାଇଛି। କରୋନା ସଂକ୍ରମଣ ବଢ଼ିବା ଆଶଙ୍କା କରି ସରକାର ଏଭଳି ପଦକ୍ଷେପ ନେଇଛନ୍ତି। ଗାଇଡ୍‌ଲାଇନ ଅନୁଯାୟୀ ନୂଆବର୍ଷ ପାଇଁ ଡିସେମ୍ବର ୩୧ରେ ହୋଟେଲ୍‌, ରେଷ୍ଟୁରାଣ୍ଟ, କ୍ଲବ୍‌, ପାର୍କରେ ଜିରୋନାଇଟ୍‌ ପାଳନକୁ ବାରଣ କରାଯାଇଛି। ସେହିପରି ପ୍ରେକ୍ଷାଳୟ, କଲ୍ୟାଣ ମଣ୍ଡପ ଆଦି ସର୍ବସାଧାରଣ ସ୍ଥାନରେ ମଧ୍ୟ ସେଲିବ୍ରେଶନ କରିବାକୁ ମନା କରାଯାଇଛି। ଏଥିସହିତ ଡିସେମ୍ବର ୩୧ ଓ ଜାନୁୟାରୀ ୧ରେ ପିକ୍‌ନିକ୍‌ କରିବାକୁ ମଧ୍ୟ ସରକାର ବାରଣ କରିଛନ୍ତି।
ସେହିପରି ଅନ୍ୟ କୌଣସି ସ୍ଥାନରେ ଅଧିକ ସଂଖ୍ୟକ ଲୋକ ଏକାଠି ହୋଇ ଜିରୋନାଇଟ୍‌ ସେଲିବ୍ରେଶନ କରିବାକୁ ମଧ୍ୟ ବାରଣ କରାଯାଇଛି। କରୋନା ଯୋଗୁ ଚଳିତ ବର୍ଷ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ପୂଜା ପାର୍ବଣ ଉପରେ କଟକଣା ଲଗାଯାଇଛି।
ଯେହେତୁ ଜିରୋନାଇଟ୍‌ରେ ଲୋକଙ୍କର ଗହଳି ଅଧିକ ହେବ, ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି। କରୋନାର ନୂଆ ଭାରିଆଣ୍ଟ ଯୋଗୁ ସଂକ୍ରମଣ ମାମଲା ବଢ଼ୁଥିବାରୁ ରାଜ୍ୟ ସରକାର ଆଗୁଆ ପଦକ୍ଷେପ ନେବା ଆରମ୍ଭ କରିଛନ୍ତି। ସ୍ବତନ୍ତ୍ର ରିଲିଫ୍‌ କମିଶନର(ଏସ୍‌ଆରସି)ଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ହୋଇଥିବା ଗାଇଡ୍‌ଲାଇନ ଡିସେମ୍ବର ୧ରୁ ଜାନୁୟାରୀ ୧ ଯାଏ ବଳବତ୍ତର ରହିବ ।
ପୂର୍ବଭଳି ସମସ୍ତ ସହରାଞ୍ଚଳରେ ରାତ୍ରିକାଳୀନ କର୍ଫ୍ୟୁ ରାତି ୧୦ଟାରୁ ସକାଳ ୫ଟା ଯାଏ ବଳବତ୍ତର ରହିବ। ସାମାଜିକ, ଧାର୍ମିକ ଓ ରାଜନୈତିକ କାର୍ଯ୍ୟକ୍ରମ ହୋଇପାରିବ ନାହିଁ। ବାଣିଜ୍ୟ ମେଳା, ପ୍ରଦର୍ଶନୀ ମଧ୍ୟ ବନ୍ଦ ରହିବ। ତେବେ ଯାତ୍ରା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ସ୍ଥାନୀୟ ପ୍ରଶାସନ ଅନୁମତି କ୍ରମେ ସର୍ବାଧିକ ୨ ହଜାର ଲୋକଙ୍କୁ ନେଇ ହୋଇପାରିବ। କୋଭିଡ୍‌ କଟକଣା ମଧ୍ୟରେ ୫୦% ସିଟ୍‌ କ୍ଷମତାରେ ସିନେମା ହଲ୍‌ ଚାଲିବ। ବାହାଘର, ବ୍ରତ ଓ ଅନ୍ତ୍ୟେଷ୍ଟିକ୍ରିୟାରେ ସର୍ବାଧିକ ୨୫୦ ଜଣ ସାମିଲ ହୋଇପାରିବେ।
ରାତ୍ରିକାଳୀନ କର୍ଫ୍ୟୁ ସମୟରେ ଜରୁରିକାଳୀନ ସେବା, ସ୍ବାସ୍ଥ୍ୟସେବା, ଜଳ ଯୋଗାଣ, ବିଦ୍ୟୁତ୍‌, ନିର୍ମାଣ କାର୍ଯ୍ୟ, କୋଭିଡ୍‌ ପରୀକ୍ଷା ଓ ଟିକାକରଣ ଆଦି କାର୍ଯ୍ୟ ଚାଲୁ ରହିବ। ବିମାନବନ୍ଦର, ପରିବହନ ଏବଂ ଜରୁରିକାଳୀନ ସେବାରେ ନିୟୋଜିତ ବ୍ୟକ୍ତିମାନେ ନିଜର ପରିଚୟପତ୍ର ଦେଖାଇ ଯାତାୟାତ କରିପାରିବେ। ବିମାନବନ୍ଦର, ରେଳଷ୍ଟେଶନ ଏବଂ ବସ୍‌ଷ୍ଟାଣ୍ଡରୁ ଅଟୋରିକ୍ସା ବା କ୍ୟାବ୍‌ ଚାଳକମାନେ ଯାତ୍ରୀ ନେବାଆଣିବା କରିପାରିବେ।
ସମସ୍ତ ବ୍ୟବସାୟିକ ପ୍ରତିଷ୍ଠାନ ସକାଳ ୫ଟାରୁ ରାତି ୧୦ଟା ଯାଏ ଖୋଲା ରହିବ। ବ୍ୟବସାୟ ସମୟରେ ଦୋକାନ ମାଲିକ, ମଲ୍‌ ପରିଚାଳନା କର୍ତ୍ତୃପକ୍ଷ ଗ୍ରାହକମାନେ ଯେପରି କୋଭିଡ୍‌ ନିୟମ ଉଲ୍ଲଂଘନ ନ କରିବେ ତାହା ନିଶ୍ଚିତ କରିବେ। ଶାରୀରିକ ଦୂରତା, ମାସ୍କ ପିନ୍ଧିବା, ସାବୁନ କିମ୍ବା ସାନିଟାଇଜରରେ ହାତ ଧୋଇବା ଉପରେ ଗୁରୁତ୍ୱ ଦିଆଯାଇଛି। ଏହାକୁ ଉଲ୍ଲଂଘନ କଲେ ଆପରାଧିକ ମାମଲା ରୁଜୁ କରାଯିବ। ତେବେ ସ୍ଥଳ ବିଶେଷରେ ଜିଲାପାଳ ଓ ମହାନଗର ନିଗମ କମିଶନର, ପୋଲିସ କମିଶନର ମଧ୍ୟ ନିଜ କ୍ଷମତା ଉପଯୋଗ କରି ଅତିରିକ୍ତ କଟକଣା ଜାରି କରିପାରିବେ ବୋଲି ଏସ୍‌ଆରସି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନାମାଙ୍କନ ଦାଖଲ ବେଳେ ସାମ୍ନାକୁ ଆସିଲା ବଡ଼ ସତ୍ୟତା, ବର୍ଷାଙ୍କର ରହିଛି ୮ ନାଁ

ଭୁବନେଶ୍ୱର,୧୧।୫: ବଡ଼ଚଣା ବିଧାନସଭା ଆସନରୁ ବିଜେଡି ପ୍ରାର୍ଥୀ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଶୁକ୍ରବାର ନିଜର ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ବର୍ଷା ଦାଖଲ କରିଥିବା ସତ୍ୟପାଠ...

ଇନ୍‌ଷ୍ଟାଗ୍ରାମ୍‌ରେ ପାଣ୍ଡିଆନ୍‌

ଭୁବନେଶ୍ୱର, ୧୧।୫(ଅନିଲ ଦାସ): ସାମାଜିକ ଗଣମାଧ୍ୟମ ଇନ୍‌ଷ୍ଟାଗ୍ରାମ୍‌ରେ ବିଜେଡିର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ ଦଳର ନିର୍ବାଚନ ଇସ୍ତାହାର ସମ୍ପର୍କରେ ଯୁବପିଢ଼ିଙ୍କୁ ସୂଚନା ଦେଇ ଭୋଟ...

ଧର୍ମେନ୍ଦ୍ର ଔଷଧ ବିକଳରେ ତାଟିଆ କାମୁଡ଼ୁଛନ୍ତି: ଲେନିନ୍‌

ସମ୍ବଲପୁର,୧୧ା୫(ପ୍ରମୋଦ ବହିଦାର): ଆଗାମୀ ୧୨ ବର୍ଷ ମଧ୍ୟରେ ଓଡ଼ିଶାକୁ ସମଗ୍ର ଦେଶରେ ଏକ ନମ୍ବର ରାଜ୍ୟରେ ପରିଣତ କରିବାକୁ ଲକ୍ଷ୍ୟ ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।...

ପ୍ରଣବ-ଧର୍ମେନ୍ଦ୍ର କୋଳାକୋଳି

ସମ୍ବଲପୁର,୧୧।୫ (ଭବାନୀଶଙ୍କର ଭୋଇ): ପବିତ୍ର ଅକ୍ଷୟତୃତୀୟା ଅବସରରେ ସମ୍ବଲପୁରର ଗଣପର୍ବ ଶୀତଳଷଷ୍ଠୀ ଯାତ୍ରାର ଥାଳ ଉଠାପର୍ବ ସମ୍ପନ୍ନ ହୋଇଛି। ତେବେ ଥାଳଉଠା ପର୍ବ ଅବସରରେ ସମ୍ବଲପୁରର...

ସୁନ୍ଦରଗଡ଼କୁ ନୂଆ ପରିଚୟ ଦେଇଛନ୍ତି ମୁଖ୍ୟମନ୍ତ୍ରୀ

ସୁନ୍ଦରଗଡ, ରାଜଗାଙ୍ଗପୁର, ରାଉରକେଲା୧୧ା୫(ଜୟ ନାରାୟଣ ମେଣ୍ଡୁଳି/ ଅଶୋକ ପାଣି/ ଦିନେଶ ମିଶ୍ର): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଦିବାସୀଙ୍କୁ ଭଲ ପାଆନ୍ତି। ରାଜ୍ୟର ସବୁ ବର୍ଗର ଲୋକଙ୍କ...

ଭାଜପା ସରକାର ଆସିଲେ ରାମରାଜ୍ୟ ହେବ: ରାଜନାଥ

ରଣପୁର,୧୧ା୫(ସୁକାନ୍ତ କିଶୋର ଡାକୁଆ): ନୟାଗଡ଼ ଜିଲା ରଣପୁର ବିଧାନସଭା ନିର୍ବାଚନମଣ୍ଡଳୀରେ ଭାଜପାର ବିଜୟ ସଂକଳ୍ପ ସମାବେଶ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ...

ଗର୍ଭବତୀଙ୍କୁ ୪ କି.ମି. ଚଲାଇନେଲେ

ଭବାନୀପାଟଣା,୧୧ା୫(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାରେ ପୁଣି ଜନନୀ ଯନ୍ତ୍ରଣାର ଏକ ଚିତ୍ର ସାମ୍‌ନାକୁ ଆସିଛି। ରାସ୍ତା ନ ଥିବାରୁ ଗାଁକୁ ଆମ୍ବୁଲାନ୍ସ ଯାଇପାରିଲା ନାହିଁ।...

ଆଜି ୩ଜିଲାରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ମାରାଥର ପ୍ରଚାର

ଭୁବନେଶ୍ୱର,୧୨।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି। ଏହି ପରିପ୍ରେକ୍ଷୀରେ ଶନିବାର ପ୍ରଧାନମନ୍ତ୍ରୀ ମୋଦି ଓଡ଼ିଶାର ୩ଜିଲା ଫୁଲବାଣୀ, ବଲାଙ୍ଗୀର ଏବଂ ବରଗଡ଼ରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri