Posted inଜାତୀୟ

ରାହୁଲଙ୍କ ବିରୋଧରେ ସ୍ବାଧିକାର ଭଙ୍ଗ ନୋଟିସ

ନୂଆଦିଲ୍ଲୀ,୨୧ା୧୨: ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ବିରୋଧରେ ଇଣ୍ଡିଆ ବ୍ଲକ୍‌ ସ୍ବାଧିକାର ଭଙ୍ଗ ନୋଟିସ ଦେଇଥିବାବେଳେ ଭାଜପା ପକ୍ଷରୁ ଶୁକ୍ରବାର କଂଗ୍ରେସ ନେତା ରାହୁଲଙ୍କ ଗାନ୍ଧୀଙ୍କ ବିରୋଧରେ ଅନୁରୂପ ପଦକ୍ଷେପ ନିଆଯାଇଛି। ଭାଜପା ଏମ୍‌ପି ନିଶିକାନ୍ତ ଦୁବେ ଲୋକ ସଭାର ବିରୋଧୀ ଦଳ ନେତା ରାହୁଲଙ୍କ ବିରୋଧରେ ସ୍ବାଧିକାର ଭଙ୍ଗ ପ୍ରସ୍ତାବ ଆଗତ ପାଇଁ ବାଚସ୍ପତି ଓମ୍‌ ବିର୍ଲାଙ୍କୁ ପତ୍ର ଲେଖିଛନ୍ତି। ଶାହାଙ୍କ ସମ୍ବିଧାନ ବିତର୍କ ସମ୍ପର୍କିତ ବିବୃତିକୁ ଏଡିଟ୍‌ କରି ଏକ୍ସ’ରେ ଶେୟାର କରିଥିବାରୁ ତତ୍କାଳ ରାହୁଲଙ୍କ ଲୋକ ସଭା ସଦସ୍ୟତା ରଦ୍ଦ କରାଯାଉ ବୋଲି ଏଥିରେ ନିଶିକାନ୍ତ ଦାବି କରିଛନ୍ତି। ରାଜ୍ୟ ସଭାରେ ମଧ୍ୟ ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖାର୍ଗେଙ୍କ ବିରୋଧରେ ଅନୁରୂପ ନୋଟିସ ଦିଆଯାଇଥିବା ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ୍‌ ରିଜିଜୁ ସୂଚନା ଦେଇଛନ୍ତି। ଶାହାଙ୍କ ବିରୋଧରେ ଖାର୍ଗେ ସ୍ବାଧିକାର ଭଙ୍ଗ ନୋଟିସ ଦେବାର ଦିନକ ପରେ ତାଙ୍କ ବିରୋଧରେ ଶାସକ ପକ୍ଷ ନୋଟିସ ଦେଇଛନ୍ତି।
ନିଶିକାନ୍ତ କହିଛନ୍ତି, ରାହୁଲ ଏଭଳି ଲଜ୍ଜାଜନକ କାର୍ଯ୍ୟ ପାଇଁ ଷଡ଼ଯନ୍ତ୍ର ରଚିବାବେଳେ ଭୁଲିଯାଇଛନ୍ତି ଯେ, ଲୋକ ସଭାର ବିରୋଧୀ ଦଳ ନେତାଙ୍କଠାରୁ ଯେପରି ସମ୍ବେଦନଶୀଳ ବ୍ୟବହାର ଆଶା କରାଯାଏ, ରାହୁଲ ତାକୁ ଭୁଲି ସବୁ ସୀମା ଅତିକ୍ରମ କରିଛନ୍ତି। ସେ ସଂସଦୀୟ ସ୍ବାଧିକାରକୁ ଭଙ୍ଗ କରିଛନ୍ତି। ତେଣୁ ତାଙ୍କ ବିରୋଧରେ ଗୃହରୁ ନିଲମ୍ବନ ଭଳି ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ନିଶିକାନ୍ତ ଉକ୍ତ ନୋଟିସରେ ଉଲ୍ଲେଖ କରିଛନ୍ତି। ପାର୍ଲାମେଣ୍ଟରେ ଏହାର ତଦନ୍ତ ରିପୋର୍ଟ ଦାଖଲ ନ ହେବା ପର୍ଯ୍ୟନ୍ତ ରାହୁଲଙ୍କୁ ଗୃହକୁ ପ୍ରବେଶ କରିବାକୁ ଅନୁମତି ଦିଆ ନ ଯାଉ ବୋଲି ସେ ଦାବି କରିଛନ୍ତି। ଅନ୍ୟପକ୍ଷେ ନିଶିକାନ୍ତ ଓ ପୁରୀ ଏମ୍‌ପି ସମ୍ବିତ ପାତ୍ରଙ୍କ ବିରୋଧରେ ପୂର୍ବରୁ ଦିଆଯାଇଥିବା ପ୍ରିଭିଲେଜ୍‌ ମୋଶନ ନୋଟିସ ଉପରେ ପ୍ରଥମେ କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି କଂଗ୍ରେସ ଏମ୍‌ପି ହିବି ଏଡେନ୍‌ ଦାବି କରିଛନ୍ତି।
ଯେ, ରାଜ୍ୟ ସଭାରେ ମଙ୍ଗଳବାର ସମ୍ବିଧାନ ସମ୍ପର୍କିତ ବିତର୍କ ବେଳେ ଶାହା ବିରୋଧୀଙ୍କୁ ଟାର୍ଗେଟ କରି କହିଥିଲେ, ଏବେ ଏକ ଫ୍ୟାଶନ୍‌ ହୋଇଯାଇଛି, ‘ଆମ୍ବେଡକର, ଆମ୍ବେଡକର, ଆମ୍ବେଡକର, ଆମ୍ବେଡକର, ଆମ୍ବେଡକର, ଆମ୍ବେଡକର। କଂଗ୍ରେସ ନେତାମାନେ ଯେତିକି ଥର ‘ଆମ୍ବେଡକର ଆମ୍ବେଡକର’ ଚିତ୍କାର କରୁଛନ୍ତି, ସେତେଥର ଭଗବାନଙ୍କ ନାମ ନେଇଥିଲେ ୭ ଜନ୍ମ ଧରି ସ୍ବର୍ଗରେ ସ୍ଥାନ ପାଇଥାଆନ୍ତେ। କଂଗ୍ରେସ ଆମ୍ବେଡକରଙ୍କ ନାମ ଧରୁଥିବାରୁ ଭାଜପା ଖୁସି, କିନ୍ତୁ ବିରୋଧୀ ଦଳ ତାଙ୍କ ପ୍ରତି ଥିବା ନିଜ ମନୋଭାବର ମଧ୍ୟ ପରିପ୍ରକାଶ କରିବା ଉଚିତ ବୋଲି ସେ କହିଥିଲେ। ଶାହାଙ୍କ ଏହି ବକ୍ତବ୍ୟ ସମ୍ବଳିତ ଭିଡିଓକୁ ଏଡିଟ୍‌ କରି ସୋସିଆଲ ମିଡିଆରେ ପ୍ରସାର କରାଯାଇଥିବା ଭାଜପା ଅଭିଯୋଗ ଆଣିଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?