Posted inଖେଳ

ବ୍ରାଭୋ ଇନ୍‌, ହୋପ୍‌ ଆଉଟ୍‌

ସେଣ୍ଟଜନ୍ସ (ଆଣ୍ଟିଗୁଆ), ୧୮ା୧୦ (ଏପି)-ନ୍ୟୁଜିଲାଣ୍ଡ ବିପକ୍ଷ ଦୁଇ ମ୍ୟାଚ ବିଶିଷ୍ଟ ସିରିଜ ପାଇଁ ଓ୍ବେଷ୍ଟଇଣ୍ଡିଜ ଟେଷ୍ଟ ଦଳ ଘୋଷଣା କରାଯାଇଛି। ବାମହାତୀ ବ୍ୟାଟ୍ସମ୍ୟାନ ଡାରେନ ବ୍ରାଭୋ ଓ ଶିମରନ ହେଟମେର ଏବଂ ଅଲରାଉଣ୍ଡର କିମୋ ପଲ୍‌ ଦଳକୁ ଫେରିଛନ୍ତି। ଅନ୍ୟପକ୍ଷରେ ଶାଇ ହୋପ୍‌ ଦଳରୁ ବାଦ୍‌ ପଡ଼ିଛନ୍ତି। ୨୦୧୩ରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଡୁନେଡିନ୍‌ଠାରେ ବ୍ରାଭୋ ତାଙ୍କର ସର୍ବୋଚ୍ଚ ଟେଷ୍ଟ ସ୍କୋର ୨୧୮ ରନ ସଂଗ୍ରହ କରିଥିଲେ। ହୋପ୍‌ଙ୍କର ୩୪ ଟେଷ୍ଟ ଅଭିଜ୍ଞତା ରହିଛି। ୨୦୧୭ ଡିସେମ୍ବରରୁ ତାଙ୍କର ଆଭରେଜ ୧୯.୪୮ ରହିଥିଲା। ୨୦୧୯ ଫେବୃୟାରୀରୁ ତାଙ୍କର ଆଭରେଜ ୧୪.୪୫ ରହିଛି। ତାଙ୍କ କ୍ୟାରିୟର ଟେଷ୍ଟ ଆଭରେଜ ୨୬.୨୭ ରହିଛି। ଦଳ ସହିତ ୬ଜଣ ରିଜର୍ଭ ଖେଳାଳି ନ୍ୟୁଜିଲାଣ୍ଡ ଯିବେ। ଟ୍ରେନିଂ କ୍ୟାମ୍ପ, କ୍ୱାରାଣ୍ଟାଇନ ପିରିୟଡ ବ୍ୟତୀତ ଇଞ୍ଜୁରି ଖେଳାଳିଙ୍କ ସ୍ଥାନରେ ସେମାନଙ୍କୁ ବ୍ୟବହାର କରାଯାଇପାରେ। ଆସନ୍ତା ମାସରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଓ୍ବେଷ୍ଟଇଣ୍ଡିଜ ୩ମ୍ୟାଚ ବିଶିଷ୍ଟ ଟି୨୦ ସିରିଜ ଖେଳିବ। ଏଥିପାଇଁ ୨୦୧୮ପରଠାରୁ ଉଇକେଟକିପର ଆନ୍ଦ୍ରେ ଫ୍ଲେଚରଙ୍କୁ ପ୍ରଥମ ଥର ଦଳରେ ନିଆଯାଇଛି। ନିକଟରେ ଅନୁଷ୍ଠିତ କ୍ୟାରିବିୟନ ପ୍ରିମିୟର ଲିଗ୍‌ରେ ପ୍ରଭାବୀ ପ୍ରଦର୍ଶନ ପାଇଁ ଅଲରାଉଣ୍ଡର କାଇଲ ମିଲ୍ସଙ୍କୁ ଦଳରେ ସ୍ଥାନ ମିଳିଛି। ମହାମାରୀ ଜନିତ କ୍ୱାରାଣ୍ଟାଇନ୍‌ ଏବଂ ଅନ୍ୟାନ୍ୟ କଟକଣା ପାଇଁ ଆନ୍ଦ୍ରେ ରସେଲ ଏବଂ ଟପ୍‌ ଅର୍ଡର ବ୍ୟାଟ୍ସମ୍ୟାନ ଲେଣ୍ଡଲ ସିମନ୍ସ ଏବଂ ଏଭିନ୍‌ ଲିଓ୍ବିସ୍‌ ଟୁର୍‌ରେ ସାମିଲ ନ ହେବା ଲାଗି ସ୍ଥିର କରିଛନ୍ତି। ଟି୨୦ ସିରିଜ ନଭେମ୍ବର ୨୭ରେ ଅକ୍‌ଲାଣ୍ଡରେ ଆରମ୍ଭ ହେବ। ପରେ ଅନ୍ୟ ଦୁଇଟି ମ୍ୟାଚ ନଭେମ୍ବର ୨୯ ଏବଂ ୩୦ରେ ମାଉଣ୍ଟ ମାଉନ୍‌ଗାନୁଇଠାରେ ଖେଳାଯିବ। ଟେଷ୍ଟ ମ୍ୟାଚ ଦୁଇଟି ଯଥାକ୍ରମେ ହାମିଲଟନର ସେଡନ ପାର୍କ (ଡିସେମ୍ବର ୩ରୁ ୭) ଏବଂ ଓ୍ବେଲିଂଟନର ବେସିନ ରିଜର୍ଭଠାରେ ଖେଳାଯିବ।
ଓ୍ବେଷ୍ଟ ଇଣ୍ଡିଜ ଟେଷ୍ଟ ଦଳ: ଜାସନ ହୋଲ୍‌ଡର (ଅଧିନାୟକ), ଜର୍ମେନ ବ୍ଲାକ୍‌ଉଡ୍‌, କ୍ରେଗ୍‌ ବ୍ରାଥ୍‌ଓ୍ବେଟ୍‌, ଡାରେନ ବ୍ରାଭୋ, ଶାମରା ବ୍ରୁକ୍ସ, ଜନ୍‌ କ୍ୟାମ୍ପବେଲ୍‌, ରୋଷ୍ଟନ ଚେଜ୍‌, ରକିମ୍‌ କର୍ନଓ୍ବାଲ୍‌, ଶେନ୍‌ ଡାରଓ୍ବିଚ୍‌, ଶାନନ ଗାବ୍ରିଏଲ୍‌. ଶିମରନ ହେଟମେର, ଚେମାର ହୋଲ୍ଡର, ଅଲ୍‌ଜାରି ଯୋଶେଫ୍‌, କିମୋ ପଲ୍‌, କିମର ରୋଚ୍‌।
ଟି୨୦ ଦଳ: କିରନ ପୋଲାର୍ଡ (ଅଧିନାୟକ), ଫାବିଏନ୍‌ ଆଲେନ୍‌, ଡ୍ବେନ ବ୍ରାଭୋ, ଶେଲଡନ କଟ୍ରେଲ, ଆନ୍ଦ୍ରେ ଫ୍ଲେଚର, ଶମିରନ ହେଟମେର, ବ୍ରାଣ୍ଡନ କିଙ୍ଗ୍‌, କାଇଲ୍‌ ମେୟର୍ସ, ରୋଭମ୍ୟାନ ପାଓ୍ବେଲ୍‌, ନିକୋଲାସ ପୁରନ, ଓଶାନେ ଥୋମାସ, ହେଡେନ ଓ୍ବାଲ୍ସ ଜୁନିୟର, କେସରିକ୍‌ ଓ୍ବିଲିୟମ୍ସ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପ୍ରଥମ ଟି-୨୦ରେ ଅଭିଷେକଙ୍କ ବଡ଼ କାରନାମା, ଭାଙ୍ଗିଲେ ୩ ବଡ଼ ରେକର୍ଡ; ଭାରତୀୟଙ୍କ ମଧ୍ୟରେ ନମ୍ବର-୧

ନୂଆଦିଲ୍ଲୀ,୧୪।୯: ଆଫଗାନିସ୍ତାନ ବିପକ୍ଷ ପ୍ରଥମ ଟି-୨୦ ମ୍ୟାଚରେ ଭାରତ ୭ ଉଇକେଟ୍‌ରେ ଜିତିଛି। ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଭାରତ ସମ୍ମୁଖରେ ୧୫୭ ରନର ବିଜୟ ଲକ୍ଷ୍ୟ…

ଟିମ ଇଣ୍ଡିଆ କାହିଁକି ଗ୍ରହଣ କଲା ନାହିଁ ଟ୍ରଫି? ଜବାବ ରଖିଲା BCCI

ନୂଆଦିଲ୍ଲୀ,୧୪।୯: ମୋହସିନ ନକଭିଙ୍କ ଠାରୁ ଟ୍ରଫି ଗ୍ରହଣ ନ କରିବାକୁ ନେଇ ଟିମ ଇଣ୍ଡିଆ ନେଇଥିବା ନିଷ୍ପତ୍ତି ଉପରେ BCCI ପ୍ରତିକ୍ରିୟା ରଖିଛି। BCCI ସମ୍ପାଦକ ଦେବଜିତ…

‘ନକଭିଙ୍କ ଖେଳ…’ ‘ଚୋର’ ବୋଲି ସ୍ଲୋଗାନରେ ପାକିସ୍ତାନ କ୍ଷୁବ୍ଧ; ଭାରତ ଗ୍ରହଣ କଲା ନାହିଁ ଟ୍ରଫି

ନୂଆଦିଲ୍ଲୀ,୧୪।୯: ଭାରତୀୟ ମହିଳା କ୍ରିକେଟ ଦଳ ଶ୍ରୀଲଙ୍କାକୁ ୭୨ ରନରେ ପରାସ୍ତ କରି ୨୦୨୬ ମହିଳା ଏସିଆ କପ ଟାଇଟଲ ଜିତିଥିଲା, କିନ୍ତୁ ମ୍ୟାଚ ପରବର୍ତ୍ତୀ ଟ୍ରଫି…

ପୁଣି ସର୍ବସାଧାରଣରେ ଅପମାନ ପାଇଲା ପାକିସ୍ତାନ, ଟିମ ଇଣ୍ଡିଆ କଲା ଏମିତି କାମ

ନୂଆଦିଲ୍ଲୀ,୧୪।୯: ଭାରତୀୟ ଦଳ ଶ୍ରୀଲଙ୍କାକୁ ପରାସ୍ତ କରି ମହିଳା ଏସିଆ କପ ୨୦୨୬ର ଟାଇଟଲ ଜିତିଛି। ଫାଇନାଲ ମ୍ୟାଚରେ ଭାରତୀୟ ଦଳ ୭୨ ରନରେ ବିଜୟୀ ହୋଇଥିଲା,…

ସଚିନଙ୍କ ବିଶାଳ ଟେଷ୍ଟ ରେକର୍ଡ ଭାଙ୍ଗିଲେ ଜୋ ରୁଟ୍‌, ଜାଣନ୍ତୁ…

ଏଜବାଷ୍ଟନ,୧୩ା୯: ଇଂଲଣ୍ଡର ଭେଟେରାନ ବ୍ୟାଟର ଜୋ ରୁଟ୍‌ ତାଙ୍କ କ୍ୟାରିୟରରେ ଏକ ବିରଳ ରେକର୍ଡର ଅଧିକାରୀ ହୋଇଛନ୍ତି। ସେ ୧୪୭ ବର୍ଷର ଟେଷ୍ଟ କ୍ରିକେଟ ଇତିହାସରେ ନିର୍ଦ୍ଦିଷ୍ଟ…

Video: ସତରେ ସେମାନେ ହିରୋ! ଭାରତୀୟ କ୍ରିକେଟରଙ୍କର ୮୦ ଦଶକର ଲୁକ (look) ଦେଖନ୍ତୁ, ବୈଭବଙ୍କ ଲୁକ୍ସ ତ…

ନୂଆଦିଲ୍ଲୀ,୧୩।୯: ୧୯୮୦ ଦଶକ ବହୁତ ଆଗରୁ ବିତିଯାଇଥିଲେ ମଧ୍ୟ, ଟିମ ଇଣ୍ଡିଆର ଖେଳାଳିମାନଙ୍କୁ ହଠାତ ସେହି ସମୟର ଲୁକ ବା ବେଶଭୂଷାରେ ଦେଖିବାକୁ ମିଳିଥିଲା। ଆଫଗାନିସ୍ତାନ ବିପକ୍ଷ…

ଖେଳିବେନି ବୈଭବ ସୂର୍ଯ୍ୟବଂଶୀ! ଟିମ୍‌ରେ ମିଳିଲାନି ସ୍ଥାନ, ୧୧ଜଣିଆ ଦଳ ଚୟନ କଲେ…

ନୂଆଦିଲ୍ଲୀ,୧୩।୯: ଭାରତର ପୂର୍ୱତନ କ୍ରିକେଟର ଆକାଶ ଚୋପ୍ରା ବୈଭବ ସୂର୍ଯ୍ୟବଂଶୀଙ୍କୁ ପ୍ଲେଇଂ ଇଲେଭେନରୁ ବାହାରେ ରଖିଛନ୍ତି। ଆଜି ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଭାରତ ଏବଂ ଆଫଗାନିସ୍ତାନ…

IND vs AFG T20: କିଭଳି ରହିବ ଭାରତର ପ୍ଲେଇଂ-11? ବୈଭବଙ୍କୁ ମିଳିବନି ସୁଯୋଗ !

ଭାରତ ଏବଂ ଆଫଗାନିସ୍ତାନ ମଧ୍ୟରେ ଆରମ୍ଭ ଆଜିଠୁ ଆରମ୍ଭ ହେଉଛି ୩ ଟିକିଆ ଟ୍ବେଣ୍ଟି ଟ୍ବେଣ୍ଟି ସିରିଜ୍‌ । ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ସନ୍ଧ୍ୟା ୭ଟା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?