ବ୍ରଜରାଜନଗରରୁ ପୁରୀକୁ ଯିବ ରଥର ବ୍ରେକ କଣ୍ଟା

ଝାରସୁଗୁଡା, ୨୧।୬(ଆଶିଷ ରଞ୍ଜନ ଦାଶ)-ପୁରୀରେ ତିନି ରଥ ଲାଗି ବ୍ରେକ୍‌ କଣ୍ଟା ଝାରସୁଗୁଡ଼ା ଜିଲାର ବ୍ରଜରାଜନଗରରୁ ଯିବ। ପୁରୀରେ ରଥ ନିର୍ମାଣ କାର୍ଯ୍ୟ ଆଗେଇ ଚାଲିଥିବାବେଳେ ୩ବିଗ୍ରହଙ୍କ ତିନି ରଥରେ ବ୍ୟବହାର ହେଉଥିବା କଣ୍ଟା ଏବଂ ବ୍ରେକ ବ୍ରଜରାଜନଗରରେ ନିର୍ମିତ ହୋଇସାରିଛି। ରବିବାର ବ୍ରଜରାଜନଗରରୁ ଜଗୁ ବେନିଆଁ ଏବଂ ତାଙ୍କ ସହଯୋଗୀ ପୁରୀ ଯାଇ ତିନି ରଥରେ ଏହି ବ୍ରେକ ଲଗାଇବେ।

ରଥ ବ୍ରେକ୍‌ରେ ବ୍ୟବହାର ହେଉଥିବା ବିଭିନ୍ନ ପ୍ରକାର କଣ୍ଟା, ୱାସର ଆଦି ବ୍ରଜରାଜନଗର ସାନଯୋବ ଗାଁର ଜଗୁ ବେନିଆଁ ଓ ସାଥି ନିଜ କମାର ଶାଳରେ ପ୍ରସ୍ତୁତ କରିଥାନ୍ତି। ଏହି ପ୍ରସ୍ତୁତ ସାମଗ୍ରୀ ଏବଂ ନାଇଲନ ରବର ବେଲ୍ଟକୁ ସାଙ୍ଗରେ ନେଇ ରଥଯାତ୍ରାର କିଛିଦିନ ପୂର୍ବରୁ ପୁରୀ ଅଭିମୁଖେ ଯାତ୍ରା ଆରମ୍ଭ କରିଥାନ୍ତି। ବ୍ରେକ ତିଆରି ଖର୍ଚ୍ଚ ତଥା ବ୍ରେକ ଲଗାଇବା ପାଇଁ ପୁରୀକୁ ଯିବା ଆସିବା ଖର୍ଚ୍ଚ ସମସ୍ତେ ନିଜେ ନିଜ ପକେଟରୁ ବହନ କରିଥାନ୍ତି। ଏଥିପାଇଁ ପୁରୀ ମନ୍ଦିର ପ୍ରଶାସନକୁ କିଛି ଖର୍ଚ୍ଚ ମାଗନ୍ତି ନାହିଁ। ଜଗୁ ବେନିଆଁ ଏବଂ ଅଶ୍ୱିନୀ ମିଶ୍ର ଏବଂ ସହଯୋଗୀମାନେ ନିଜ ଜ୍ଞାନକୌଶଳ ବ୍ୟବହାର କରି ରଥରେ ବ୍ରେକ ଖଞ୍ଜିବା ଦ୍ବାରା ବଡ଼ଦାଣ୍ଡରେ ରଥ ଗଡ଼ିଥାଏ। ଆବଶ୍ୟକ ସମୟରେ ରଥ ରୋକିବା ପାଇଁ ବ୍ରେକର ବ୍ୟବହାର କରାଯାଏ।

ବ୍ରେକରେ ବ୍ୟବହାର ହେଉଥିବା ନାଇଲନ ରବର ବେଲ୍ଟ ରାସ୍ତାରେ ଘର୍ଷଣ ହୋଇ ରଥର ଗତି ଠିକ ଭାବରେ ନିୟନ୍ତ୍ରିତ କରିଥାଏ l ତିନି ରଥର ଏହି ବ୍ରେକ ତିଆରି କରିବା ପାଇଁ ରବର ଓ ନାଇଲନ ଲେୟାର ଥିବା ବେଲ୍ଟ ଆବଶ୍ୟକ ହୋଇଥାଏ l ତିନି ରଥ ପାଇଁ ମୋଟ ୩୬ ଖଣ୍ଡ ବେଲ୍ଟ ଦରକାର ହୁଏ l ପ୍ରତି ବେଲ୍ଟର ଲମ୍ବ ୧ଫୁଟ, ଚଉଡା ୯ଇଞ୍ଚ, ମୋଟା ୧୬ମିଲିମିଟର ରଖାଯାଏ l ଏହାସହିତ ୧୫ କେଜି ନିହାଣ କଣ୍ଟା, ୫କେଜି ଜୁଖିଆ କଣ୍ଟା ଓ ୩କେଜି ୱାସର ବ୍ୟବହାର ହୋଇଥାଏ। ଏହି ସାମଗ୍ରୀ ଗୁଡିକୁ ଜଗୁ ନିଜେ ପୁଅ ଏବଂ ସାଥିଙ୍କ ସହ ନିଜ କମାରଶାଳରେ ପ୍ରସ୍ତୁତ କରୁଥିବାବେଳେ ମହାପ୍ରଭୂଙ୍କ ରଥରେ ଏହି ଯୋଗଦାନ ତାଙ୍କ ଏବଂ ପରିବାର ବର୍ଗଙ୍କ ପୁଣ୍ୟକର୍ମର ଫଳ ବୋଲି ଜଗୁ କହିଛନ୍ତି। ଗତ ୨୦୦୮ରୁ ପ୍ରାୟ ୧୬ ବର୍ଷ ହେଲାଣି ଝାରସୁଗୁଡ଼ା ବ୍ରଜରାଜନଗର ଅଞ୍ଚଳରେ ଥିବା ମହାନଦୀ କୋଇଲା ଖଣିର ପୂର୍ବତନ କର୍ମଚାରୀ ଜଗୁ ବେନିଆଁ ଓ ଇଞ୍ଜିନିୟର ଅଶ୍ବିନୀ ମିଶ୍ର ମିଶି ପୁରୀ ରଥ ପାଇଁ ବ୍ରେକ ଓ ବ୍ରେକରେ ବ୍ୟବହାର ହେଉଥିବା କଣ୍ଟା ତିଆରି କରି ଆସୁଛନ୍ତି l ପୂର୍ବ ସମୟରେ ରଥ ଟଣାବେଳେ ରଥ ଗତିରେ ନିୟନ୍ତ୍ରଣ ରହୁ ନ ଥିବାରୁ ଦୁର୍ଘଟଣାର ଆଶଙ୍କା ରହୁଥିଲା l ତେଣୁ ଏହାକୁ ଦେଖି ଅଶ୍ବିନୀ ପୁରୀ ଶ୍ରୀମନ୍ଦିର ପ୍ରଶାସନ ସହିତ ଯୋଗାଯୋଗ କରିଥିଲେ। ସେ ରଥ ଉପରେ ନୂତନ ଜ୍ଞାନକୌଶଳରେ ତିଆରି ବ୍ରେକ ବ୍ୟବହାର କରିବାକୁ ପ୍ରସ୍ତାବ ଦେଇଥିଲେ। ଅନୁମତି ମିଳିବା ପରେ ବ୍ରଜରାଜନଗର ସ୍ଥିତ କୋଇଲା ଖଣିର ସହକର୍ମଚାରୀ ଥିବା ଜଗୁ ବେନିଆଁ ଓ ଅନ୍ୟ ସାଥିମାନେ ମିଶି ୨୦୦୮ରୁ ତିଆରି କରିଚାଲିଛନ୍ତି ପୁରୀ ରଥ ପାଇଁ ବ୍ରେକ। ବଡ଼ ଠାକୁରଙ୍କ ଏହି ସେବା ପାଇଁ ଜୀବନରେ ଅପୂର୍‌ ଆନନ୍ଦ ଓ ଶାନ୍ତି ମିଳୁଥିବା ଜଗୁ କହନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବଙ୍ଗ ରାଜନୀତିରେ ହଇଚଇ; ଏହି କଂଗ୍ରେସ ନେତାଙ୍କୁ ଘୃଣା କରନ୍ତି ମମତା! TMC ନେତା କଲେ ବଡ଼ ଖୁଲାସା

କୋଲକାତା,୨୧।୯: ପଶ୍ଚିମବଙ୍ଗର ନନ୍ଦୀଗ୍ରାମ ବିଧାନସଭା ଆସନରେ ଅକ୍ଟୋବର ୬ରେ ଉପନିର୍ବାଚନ ହେବ । ଏହା ପୂର୍ବରୁ ରାଜ୍ୟ ରାଜନୀତିରେ ତୃଣମୂଳ କଂଗ୍ରେସ ଓ କଂଗ୍ରେସ ମଧ୍ୟରେ ସମୀକରଣକୁ…

ଅନ୍ତେବାସୀଙ୍କୁ ମିଳୁଥିଲା ପୋକରା ଚାଉଳ ଭାତ: ଅଧିକାରୀଙ୍କୁ ଜଣାଇବାକୁ ୮ କି.ମି. ଚାଲିଲେ ଛାତ୍ରୀଛାତ୍ର

ଉଦଳା,୨୧।୯(ସନ୍ତୋଷ ବାଛିନୀ): ହଷ୍ଟେଲରେ ଦୁଇ ମାସରୁ ଊର୍ଦ୍ଧ୍ୱ ହେଲା ଅବ୍ୟବସ୍ଥା ଲାଗି ରହିଥିବା ବେଳେ ଛାତ୍ରୀଛାତ୍ରମାନଙ୍କୁ ଆବଶ୍ୟକ ମୌଳିକ ସୁବିଧା ଯୋଗାଇ ଦିଆଯାଉ ନାହିଁ। ଯାହାକୁ ନେଇ…

ବ୍ୟାକ୍ଟେରିଆ ରୋକିବାର ସହଜ ଉପାୟ

ବ୍ୟାକ୍ଟେରିଆ ଆମ ଶରୀରରେ କାୟା ବିସ୍ତାର କଲେ ତାହା କେତେକ ରୋଗର କାରଣ ସାଜିଥାଏ। ତେବେ ଏହାକୁ ପ୍ରତିହତ କରିବାର ଏକ ସହଜ ତଥା ସରଳ ଉପାୟ…

ଜଏଣ୍ଟ ରିପ୍ଲେସମେଣ୍ଟ ସର୍ଜରି

ଏବେ ଆମ ଦେଶରେ ଜଏଣ୍ଟ ରିପ୍ଲେସମେଣ୍ଟ ସର୍ଜରିର ଚାହିଦା ଅଭୂତପୂର୍ବ ଭାବେ ବୃଦ୍ଧି ପାଉଛି। ଗୁରୁତର ଆର୍ଥ୍ରାଇଟିସ ଏବଂ ଜଏଣ୍ଟର ଅନ୍ତିମ ପର୍ଯ୍ୟାୟର ରୋଗରେ ପୀଡ଼ିତ ଅନେକ…

ସଲମାନଙ୍କ ସମର୍ଥନରେ ବାହାରିଲେ ରୋହିତ ଶେଟ୍ଟୀ; ଟ୍ରୋଲର୍ସଙ୍କୁ ଦେଲେ ଜବରଦସ୍ତ ଜବାବ

ମୁମ୍ବାଇ,୨୧।୯: ବଲିଉଡ୍ ଷ୍ଟାର୍ ସଲମାନ ଖାନ୍‌ ଏବେ ‘ବିଗ୍ ବସ୍ ୨୦’କୁ ନେଇ ଚର୍ଚ୍ଚାରେ ରହିଛନ୍ତି । ନିକଟରେ ‘ୱିକେଣ୍ଡ କା ୱାର୍’ରେ ସୋସିଆଲ ମିଡିଆ ଟ୍ରୋଲର୍ସଙ୍କ…

ରାସ୍ତାରେ ଛିଡ଼ା ହୋଇଥିବା ବେଳେ ଯୁବକଙ୍କୁ ଧକ୍କା ଦେଲା ବସ୍‌, ଆଉ ତା’ପରେ…

କୁଚିଣ୍ଡା,୨୧।୯(ବିରଞ୍ଚି ଦର୍କା): ସମ୍ବଲପୁର ଜିଲା କୁଚିଣ୍ଡା ଥାନା ଅଧୀନ ପତ୍ରାପାଲି ନିକଟରେ ଏକ ଘରୋଇ ବସ୍‌ ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ କୁଚିଣ୍ଡା…

ବିହାରରେ ଅସଦାଚରଣ! ବାଇକରେ ଯାଉଥିବା ନାବାଳିକା ଛାତ୍ରୀଙ୍କୁ ବ୍ୟାଡ ଟଚ୍‌; ଭିଡିଓ ଭାଇରାଲ

ପାଟନା,୨୧।୯: ବିହାରର ଜାମୁଇ ଜିଲାରେ ଏକ ରାସ୍ତା ଉପରେ ଜଣେ ନାବାଳିକା ଛାତ୍ରୀଙ୍କୁ ହଇରାଣ-ହରକତ ଓ ଅଶାଳୀନ ବ୍ୟବହାର କରାଯିବା ଏବଂ ତାଙ୍କ ସହ ଜଣେ ନାବାଳକ…

ବସ୍ତା ରେଳ ଷ୍ଟେଶନ୍‌ରେ ଅଘଟଣ; ୨ ମହିଳାଙ୍କୁ ଧକ୍କା ଦେଲା ଟ୍ରେନ, ତାପରେ…

ବାଲେଶ୍ୱର,୨୧।୯( ବାଞ୍ଛାନିଧି ଦେ): ଦକ୍ଷିଣପୂର୍ବ ରେଳପଥର ଖଡ଼ଗପୁର ଡିଭିଜନ ଅନ୍ତର୍ଗତ ବସ୍ତା ରେଳ ଷ୍ଟେଶନ ନିକଟରେ ବଡ଼ ଦୁର୍ଘଟଣା ଘଟିଯାଇଛି । ସୋମବାର ଟ୍ରେନ ଧକ୍କାରେ ଦୁଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?