୩୦ କୋଟିରୁ ଅଧିକ ଓପନିଂ କରିପାରେ ‘ବ୍ରହ୍ମାସ୍ତ୍ର’

ବମ୍ବେ: ଶୁକ୍ରବାର ପରଦାକୁ ଆସିବ ବିଗ୍‌ ବଜେଟ୍‌ରେ ନିର୍ମାଣ ହୋଇଥିବା ‘ବ୍ରହ୍ମାସ୍ତ୍ର’। ଅୟାନ ମୁଖାର୍ଜୀଙ୍କ ନିର୍ଦ୍ଦେଶନାରେ ନିର୍ମିତ ଏହି ଫିଲ୍ମର ଆଡଭାନ୍ସ ବୁକିଂ ଆରମ୍ଭ ହୋଇଛି। ଏଯାବତ ଦେଢ଼ ଲକ୍ଷ ଟିକେଟ ବିକ୍ରି ହୋଇଛି। ଏଥିରେ ୮ କୋଟି ଟଙ୍କା ଆୟ ହୋଇଥିବା କୁହାଯାଉଛି। ଏହାକୁ ଦେଖି ବଲିଉଡର ଭଲ ଦିନର ଆରମ୍ଭ ହେବାକୁ ଯାଉଥିବା କୁହାଯାଉଛି। ଫିଲ୍ମ ପ୍ରଥମ ଦିନ ୨୭ରୁ ୩୦ କୋଟି ଟଙ୍କା ଓପନିଂ ଦେଇପାରେ ବୋଲି ଟ୍ରେଡ୍‌ ଆନାଲିଷ୍ଟ ରୋହିତ ଜୈସଓ୍ବାଲ କହିଛନ୍ତି। ଯଦି ଦର୍ଶକ ଏହାକୁ ପସନ୍ଦ କରନ୍ତି ତେବେ ଫିଲ୍ମଟି ସପ୍ତାହ ଶେଷ ସୁଦ୍ଧା ୮୦-୯୦ କୋଟି ଟଙ୍କା ପର୍ଯ୍ୟନ୍ତ ପହଞ୍ଚିପାରେ ବୋଲି କୁହାଯାଉଛି।

କହିରଖୁଛୁ, ଫିଲ୍ମରେ ପ୍ରମୁଖ ଭୂମିକାରେ ବଲିଉଡ୍‌ ଅଭିନେତା ରଣବୀର କପୁର, ଆଲିଆ ଭଟ୍ଟ, ମହାନାୟକ ଅମିତାଭ ବଚ୍ଚନ, ଡିମ୍ପଲ କପାଡିଆ, ନାଗାର୍ଜୁନ ଏବଂ ମୌନି ରୟ ନଜର ଆସିବେ। ପୂର୍ବରୁ ଏହାକୁ ନେଇ ଭିନ୍ନ କ୍ରେଜ୍‌ ରହିଥିଲେ ହେଁ ଫିଲ୍ମ ବଏକଟ କରାଯାଇପାରେ ବୋଲି କୁହାଯାଉଛି। ରଣବୀରଙ୍କ ଗୋମାଂସ ଖାଇବା ବୟାନ, ଷ୍ଟାର କାଷ୍ଟ ଏବଂ କରନ୍‌ ଜୋହରଙ୍କ ଧର୍ମା ପ୍ରଯୋଜନା ସଂସ୍ଥା ଏଥିରେ ଥିବାରୁ ଫିଲ୍ମର ଭବିଷ୍ୟତ ଅନିଶ୍ଚିତତାରେ ବୋଲି ଚର୍ଚ୍ଚା ଜୋର ଧରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଟଏଲେଟ୍‌ ସଫା କଲେ ସଲମାନ ଖାନ୍‌

‘ବିଗ ବସ-୧୩’ ଏବେ ଦେଖିବାକୁ ଜବରଦସ୍ତ ହଙ୍ଗାମା। ଚଳିତ ସପ୍ତାହର ସବୁଠୁ ହାଇଭୋଲଟେଜ୍‌ ପାର୍ଟ ଥିଲା ରଶ୍ମି ଦେଶାଇ ଓ ସିଦ୍ଧାର୍ଥ ଶୁକ୍ଲାଙ୍କ ବିଗ ଫାଇଟ।...

ହଜାରେ ପ୍ରବାସୀ ଶ୍ରମିକଙ୍କୁ ଘରେ ପହଞ୍ଚାଇଲେ ସ୍ବରା

ମୁମ୍ବାଇ: କରୋନା ମହାମାରୀ ପାଇଁ ଦେଶରେ ଲାଗୁ ହୋଇଥିବା ଲକ୍‌ଡାଉନ ଯୋଗୁ ପ୍ରବାସୀ ଶ୍ରମିକମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଲେଣି। ଗୋଟିଏ ପଟେ...

କରୋନା ଯୋଦ୍ଧାଙ୍କୁ ସରପ୍ରାଇଜ ଗିଫ୍ଟ ଦେଲେ ଆଲିଆ

ମୁମ୍ବାଇ,୧୯।୫: କରୋନା ମହାମାରୀର ସଙ୍କଟ ସମୟରେ ବଲିଉଡ୍‌ ସେଲିବ୍ରିଟିମାନେ ସହଯୋଗର ହାତ ବଢାଇଛନ୍ତି। ପିଏମ୍‌ କେୟାର୍ସ ଫଣ୍ଡରେ ସହାୟତା ରାଶି ଜମା କରିବା ସହ ବ୍ୟକ୍ତିଗତ...

ବଲିଉଡ୍‌ରେ ଡେବ୍ୟୁ କରିବେ ଇସାବେଲ!

ମୁମ୍ବାଇ: ଏବେ ବଡ ପରଦାରେ ଧୁମ୍ ମଚେଇବାକୁ ଆସୁଛନ୍ତିି ବଲିଉଡ୍ ନାୟିକା କ୍ୟାଟ୍ରିନା କୈଫଙ୍କ ସାନ ଭଉଣୀ ଇସାବେଲେ କୈଫ । ଅଧିକାଂଶ ଦର୍ଶକଙ୍କ ନଜର...

ବିକ୍‌ନୀରେ ନଜର ଆସିଲେ ଏହି ଅଭିନେତ୍ରୀ, ଭାଇରାଲ ହେଉଛି ଫଟୋ

ମୁମ୍ବାଇ: ନାଗିନ୍‌ ଫେମ୍‌ ତଥା ଛୋଟ ପରଦାର ଅଭିନେତ୍ରୀ ମୌନୀ ରାୟ ତାଙ୍କ ବନ୍ଧୁଙ୍କ ସହ ମାଳଦ୍ୱୀପକୁ ଛୁଟି କଟାଇବା ପାଇଁ ଯାଇଥିଲେ। ମୌନୀ ଏବେ...

ଫଟୋ ମାଧ୍ୟମରେ କାଜୋଲଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ଅଜୟ

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ କାଜୋଲ ସୋମବାର ନିଜର ୪୫ତମ ଜନ୍ମଦିନ ପାଳନ କରୁଛନ୍ତି। ସ୍ତ୍ରୀଙ୍କର ଏହି ସ୍ବତନ୍ତ୍ର ଅବସରକୁ ଅଭୂଲା କରିବାକୁ ସ୍ବାମୀ ଅଜୟ ଦେବଗନ...

ଭିକ୍କିଙ୍କୁ ମହଙ୍ଗା ପଡିଲା ଫ୍ରେଞ୍ଚ ଫ୍ରାଇଜ ଖାଇବା!

ମୁମ୍ବାଇ: ସାଧାରଣତଃ ସେଲିବ୍ରିଟିମାନେ ନିଜକୁ ଫିଟ୍ ରଖିବାକୁ ମନ ପସନ୍ଦର ଖାଦ୍ୟ ଖାଇ ପାରନ୍ତି ନାହିଁ । ସେମାନେ ଅନେକ ସମୟରେ ଜିମ୍ ଡାଏଟରେ ରହିଥାଆନ୍ତି...

ଲକ୍‌ଡାଉନ୍‌ରେ ଗାଁରେ ଫସିଲେ ରତନ: ଚୁଲିରେ କରୁଛନ୍ତି ରୋଷେଇ

ଲକ୍‌ଡାଉନ୍‌ ପାଇଁ ଘରୁ ବାହାରକୁ ବାହାରିବା କଷ୍ଟକର ହୋଇପଡ଼ିଛି। ଅନେକ ଲୋକ ଅଛନ୍ତି ଯୋଉଁମାନେ ନିଜ ଘରଠାରୁ ଦୂରେଇ ଅନ୍ୟ ସ୍ଥାନରେ ଫସି ରହିଛନ୍ତି। ଏମିତି...

Advertisement
Archives

Model This Week