ଏହି ଅଣ୍ଡର ଓ୍ବାଟର ସୁଡ଼ଙ୍ଗ ସାହାଯ୍ୟରେ ଚାଇନାକୁ ପାନେ ଦେବ ଭାରତ

ନୂଆଦିଲ୍ଲୀ,୨୭ା୭: ବ୍ରହ୍ମପୁତ୍ର ନଦୀରେ ଆସୁଥିବା ବନ୍ୟା ଚାଇନାର ପ୍ରତ୍ୟେକ ଷଡ଼ଯନ୍ତ୍ରକୁ ଶକ୍ତି ପ୍ରଦାନ କରିଥାଏ ଏବଂ ଆମର ସମସ୍ତ ପ୍ରସ୍ତୁତିକୁ ପଛରେ ପକାଇଥାଏ। ଏଥିପାଇଁ ଅରୁଣାଚଳ ପ୍ରଦେଶକୁ ଫେରାଇ ଆଣିବା ପାଇଁ ଭାରତ ସରକାର ଏକ ନୂଆ ଯୋଜନା ପ୍ରସ୍ତୁତ କରିଛନ୍ତି। ଏମିତି ଏକ ଟନେଲ୍‌ ବା ସୁଡ଼ଙ୍ଗ ବ୍ରହ୍ମପୁତ୍ର ନଦୀ ତଳେ ନିର୍ମାଣ ହେବାକୁ ଯାଉଛି ଯାହା ଚାଇନାକୁ ପାନେ ଦେବ। ଚାଇନାର ସମସ୍ତ ଷଡ଼ଯନ୍ତ୍ରକୁ ଏହା ରୋକିବ। ଖାଲି ଏତିକି ନୁହେଁ ବରଂ ଅରୁଣାଚଳର ଦୂର ସ୍ଥାନକୁ ଆମର ସେନା ମଧ୍ୟ ପ୍ରବେଶ କରିପାରିବେ।


ବ୍ରହ୍ମପୁତ୍ର ନଦୀ ତଳେ ୧୫ କିଲୋମିଟର ଲମ୍ବର ଏହି ସୁଡ଼ଙ୍ଗ ନିର୍ମାଣ ହେବ। ଯେଉଁଥିରେ ସେନାର ସଶସ୍ତ୍ର ଯାନଗୁଡ଼ିକ ମଧ୍ୟ ପ୍ରବେଶ କରିପାରିବ। ଫଳରେ ଚାଇନା ଆଉ ବ୍ରହ୍ମପୁତ୍ର ନଦୀକୁ ଅସ୍ତ୍ର ଭାବରେ ବ୍ୟବହାର କରିପାରିବ ନାହିଁ। ଅରୁଣାଚଳ ପ୍ରଦେଶର ଦୁର୍ଗମ ଅଞ୍ଚଳରେ ଚାଇନାର ଜଳ ଖେଳ ଯୋଜନାରେ ଏହି ଅଣ୍ଡର ୱାଟର ସୁଡ଼ଙ୍ଗ ଚାଇନାର ରଣନୀତିକୁ ବଡ଼ ଝଟ୍‌କା ଦେବ।


ଭାରତ ସରକାର ବ୍ରହ୍ମପୁତ୍ର ନଦୀ ତଳେ ଏହି ରଣନୈତିକ ସୁଡ଼ଙ୍ଗ ନିର୍ମାଣକୁ ଅନୁମୋଦନ କରିଛନ୍ତି। ଯାହା ଆସାମ ଏବଂ ଅରୁଣାଚଳ ପ୍ରଦେଶ ମଧ୍ୟରେ ସମସ୍ତ ପ୍ରକାର ପାଣିପାଗ ସଂଯୋଗ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହି ସୁଡ଼ଙ୍ଗ ଚାଇନା ପାଇଁ ମୁଣ୍ଡବିନ୍ଧାର କାରଣ ହେବ।

ଏହି ସୁଡ଼ଙ୍ଗ ଦୁଇଟି ଅଞ୍ଚଳ ଯଥା ଆସାମର ନୁମାଲିଗଡ଼ ସହତ ଗୋହପୁରକୁ ସଂଯୋଗ କରିବ। ଏପରିକି ୨୧୪ କିଲୋମିଟର ଦୂରତା ମାତ୍ର ୧୫ କିଲୋମିଟରକୁ ହ୍ରାସ ପାଇବ। ଯେଉଁଠିକୁ ଯିବା ପାଇଁ ଘଣ୍ଟାଏ ଲାଗୁଥିଲା ତାହା ଏବେ ୧୫ ମିନିଟ୍‌ରେ ଅତିକ୍ରମ କରିହେବ। ଅରୁଣାଚଳ ପ୍ରଦେଶରେ ପହଞ୍ଚିବା ପାଇଁ ଏହା ସେନାଙ୍କ ପାଇଁ ଏକ ବଡ଼ ଆହ୍ବାନ। ଏହି ସୁଡ଼ଙ୍ଗ ଶତୁ୍ରପକ୍ଷର ଲାଇଫ୍‌ଲାଇନ୍‌ କାଟିବା ପାଇଁ ଏକ ବଡ଼ ପ୍ରୟାସ।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ପରିବାରର ୫ ଲୋକଙ୍କ ମିଳିଲା ମୃତଦେହ

କୋଲକାତା,୮।୧୧: ପଶ୍ଚିମବଙ୍ଗରେ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ରବିବାର ଦକ୍ଷିଣ ଦିନାଜପୁର ଜିଲା ଅନ୍ତର୍ଗତ ଜମାଲପୁର ଗାଁରେ ଗୋଟିଏ ପରିବାରର ୫ ଜଣ...

ଚା’ ବିକାଳି ନେଇଛନ୍ତି ୫୦ କୋଟି ଟଙ୍କା ଋଣ!

କୁରୁକ୍ଷେତ୍ର, ୨୩।୭: ହରିୟାଣାର କୁରୁକ୍ଷେତ୍ରରେ ଜଣେ ଚା’ ବିକ୍ରେତା ବ୍ୟାଙ୍କରୁ ୫୦ କୋଟି ଟଙ୍କା ଋଣ ନେଇଛନ୍ତି। ଏକଥା ସତ ହୋଇ ନ ଥିଲେ ମଧ୍ୟ...

୪୪ ବର୍ଷ ତଳର ଜରୁରୀକାଳୀନ ପରିସ୍ଥିତି: ୨୧ ମାସର କଳା ଇତିହାସ

ନୂଆଦିଲ୍ଲୀ,୨୪।୬: ଆଜିକୁ ୪୪ ବର୍ଷ ତଳେ ୧୯୭୫ ଜୁନ୍‌ ୨୪ରେ ସୁପ୍ରିମ୍‌କୋର୍ଟଙ୍କ ରାୟ ପରେ ଦେଶରେ ଜରୁରୀକାଳୀନ ପରିସ୍ଥିତି ଜାରି ହେବାର ପାଇଁ ପରିଷ୍କାର ହୋଇଥିଲା।...

ଏହି ରାଜ୍ୟରେ ମେ’୩୧ ଯାଏ ମାତ୍ର ୪ଘଣ୍ଟା ଚାଲିବ ବ୍ୟାଙ୍କ ସେବା

ପାଟନା,୧୭।୫: ଦେଶରେ କରୋନା ସଙ୍କଟ ଜାରି ରହିଛି। ସୋମବାର ଦୈନିକ ସଂକ୍ରମଣ ସାମାନ୍ୟ ହ୍ରାସ ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି। କରୋନାକୁ ରୋକିବା...

ବରଫ ଭିତରେ ପଶି ଶିକାର କଲା ଭାଲୁ : ଦେଖନ୍ତୁ ଭିଡିଓ

ପ୍ରତିଦିନ ସୋସିଆଲ ମିଡିଆରେ ଅନେକ ଭିଡିଓ ଭାଇରାଲ ହେଉଛି। ବର୍ତ୍ତମାନ ଏକ ଭାଲୁ ବରଫ ପାହଡ ଭିତରେ ପଶି ମାଛକୁ ଧରୁଥିବା ଭିଡିଓ ବେଶ ଭାଇରାଲ...

କ୍ୟାରିଅର ରିଜୋଲ୍ୟୁଶନ୍‌

ଦିନେ ନୁହେଁ କି ମାସେ ନୁହେଁ, ବର୍ଷେ ବିତି ଆଉ ଗୋଟିଏ ଶିକ୍ଷାବର୍ଷକୁ ପ୍ରଭାବିତ କରିଛି କରୋନା ମହାମାରୀ। ଏମିତିରେ ଦିନକୁ ଦିନ ବିଦ୍ୟାର୍ଥୀଙ୍କ ଭବିଷ୍ୟତ...

ମୁମ୍ବାଇରେ ହାଇ ପ୍ରୋଫାଇଲ ସେକ୍ସ ର଼୍ୟାକେଟ: ହୋଟେଲରୁ ୩ ଅଭିନେତ୍ରୀ ଗିରଫ

ମୁମ୍ବାଇ, ୨୪।୧୦: ମୁମ୍ବାଇ ଉପନଗର ଗୋରେଗାଓଁର ଏକ ୫ଷ୍ଟାର ହୋଟେଲରେ ଚାଲିଥିଲା ସେକ୍ସ ର଼୍ୟାକେଟ୍‌। ବିଶେଷ ସୂତ୍ରରୁ ଖବର ପାଇ ଶୁକ୍ରବାର ରାତିରେ ପୋଲିସ ଉକ୍ତ...

ବିବାହ ପୂର୍ବରୁ ଭାବୀ ଜ୍ୱାଇଁଙ୍କୁ ଚେତାବନୀ ଦେଲେ ସ୍ମୃତି ଇରାନୀ

ନୂଆଦିଲ୍ଲୀ,୨୬।୧୨: କେନ୍ଦ୍ର ମନ୍ତ୍ରୀ ତଥା ଅଭିନେତ୍ରୀ ସ୍ମୃତି ଇରାନୀ ପୁଣି ଥରେ ଚର୍ଚ୍ଚାରେ ଅଛନ୍ତି। କିନ୍ତୁ ଏଥର ରାଜନୀତି ନୁହେଁ ବରଂ ତାଙ୍କ ଝିଅକୁ ନେଇ...

Advertisement
Archives

Model This Week