ବୟଫ୍ରେଣ୍ଡଙ୍କ ଆକୁଳ ନିବେଦନ: ମୁଖ୍ୟମନ୍ତ୍ରୀ ମହାଶୟ ବିବାହ ବନ୍ଦ କରିଦିଅନ୍ତୁ, ମୋ ଗର୍ଲଫ୍ରେଣ୍ଡ…

ଜୟପୁର,୯।୫: ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ କରୋନା ମହାମାରୀ ଯୋଗୁ ବିବାହ ନ କରିବାକୁ ରାଜ୍ୟବାସୀଙ୍କୁ ନିବେଦନ କରିଥିଲେ। ଏବେ ଜଣେ ଯୁବକ ମୁଖ୍ୟମନ୍ତ୍ରୀଙ୍କୁ ବିବାହ ବନ୍ଦ କରିବାକୁ ଆକୁଳ ନିବେଦନ କରିଛନ୍ତି। ଆସନ୍ତାକାଲି ମୋ ଗର୍ଲଫ୍ରେଣ୍ଡର ବିବାହ। ମୁଖ୍ୟମନ୍ତ୍ରୀ ମହାଶୟ ତୁରନ୍ତ କଟକଣା କଡାକଡି କରିଦିଅନ୍ତୁ। ସଂକ୍ରମଣ ବଢୁଥିବାରୁ ଏବେ ବିବାହ ଉତ୍ସବ ଉପରେ ମଧ୍ୟ ରୋକ ଲଗାଇ ଦିଅନ୍ତୁ । ମେ ୪ ରାତିରେ କଟକଣା ଘୋଷଣା କଲେ ମେ ୫ରେ ଥିବା ମୋ ଗର୍ଲଫ୍ରେଣ୍ଡର ବିବାହ ମଧ୍ୟ ବନ୍ଦ ହୋଇଯିବ। ଗର୍ଲଫ୍ରେଣ୍ଡର ବିବାହ ରୋକିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି ଏହି ପାଗଳ ପ୍ରେମିକ । ସେ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ନିବେଦନ କରିବା ମାତ୍ରେ ଫେସବୁକ ବ୍ୟବହାରକାରୀମାନେ ଏହାର ସ୍କ୍ରିନ ସଟ ନେଇ ଭାଇରାଲ କରିଥିଲେ। ସୋସିଆଲ ମିଡିଆରେ ଏବେ ଏହା ଭାଇରାଲ ହେବାରେ ଲାଗିଛି।
ସୂଚନାଯୋଗ୍ୟ, ରାଜସ୍ଥାନ କ୍ୟାବିନେଟ ମେ ୧୦ରୁ ମେ ୨୪ ପର୍ଯ୍ୟନ୍ତ ରାଜ୍ୟରେ କଡା ଲକଡାଉନ୍‌ ଲଗାଇବାକୁ ନିଷ୍ପତ୍ତି ନେଇଛି। ସେହି ଅନୁଯାୟୀ, କେବଳ ୧୧ ଜଣଙ୍କ ଉପସ୍ଥିତିରେ କୋର୍ଟ କିମ୍ବା ଘରେ ବିବାହ ସମାରୋହ ଆୟୋଜନ କରିବାକୁ ଅନୁମତି ଦିଆଯାଇଛି। ଏହାପୂର୍ବରୁ ମେ ୨ରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ ତାଙ୍କ ଫେସବୁକ ପେଜ ମାଧ୍ୟମରେ ରାଜ୍ୟବାସୀଙ୍କୁ ନିବେଦନ କରିଥିଲେ ଯେ ଯେଉଁମାନଙ୍କ ଘରେ ବିବାହ ଅଛି ସେମାନଙ୍କୁ ତୁରନ୍ତ ସ୍ଥଗିତ ରଖିବା ଉଚିତ୍‌। ମେ ୨ ରେ ଅଙ୍କୁର ଦୌରୱାଲ ନାମକ ଜଣେ ଜଣେ ଯୁବକ ଉକ୍ତ ପୋଷ୍ଟ ଉପରେ ଏହି ମନ୍ତବ୍ୟ ଦେଇଥିଲେ।

 


Enter your email to get our daily news in your inbox.

All Right Reserved By Dharitri.Com

କ୍ୟାପ୍‌ଟେନ୍‌, ସିଦ୍ଧୁଙ୍କ ମଧ୍ୟରେ ବିବାଦ ତେଜିଲା

ଚଣ୍ଡିଗଡ଼,୧୮।୭: ପଞ୍ଜାବର ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ ଏବଂ ବିଦ୍ରୋହୀ ବିଧାୟକ ନବଜୋତ ସିଂ ସିଦ୍ଧୁଙ୍କ ମଧ୍ୟରେ ବିବାଦ ତୀବ୍ର ହେବାରେ ଲାଗିଛି। ରାଜ୍ୟ କଂଗ୍ରେସ...

୧୦ଲକ୍ଷରୁ ଉର୍ଦ୍ଧ୍ୱ ଆଶାକର୍ମୀ ସମ୍ମାନିତ

ନୂଆଦିଲ୍ଲୀ,୨୩।୫: ସ୍ବାସ୍ଥ୍ୟସେବା ନେଇ ଲୋକଙ୍କ ସହ ସମ୍ପର୍କରେ ରହିଥିବା ଭାରତର ୧୦ ଲକ୍ଷରୁ ଊର୍ଦ୍ଧ୍ୱ ଆଶାକର୍ମୀଙ୍କୁ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍‌ଓ) ପକ୍ଷରୁ ଗ୍ଲୋବାଲ ହେଲ୍‌ଥ...

କରୋନା ଭୟ ସତ୍ତ୍ୱେ ଭେଙ୍କଟେଶ୍ୱର ମନ୍ଦିରରେ ହେଲା ବିବାହ

ହାଇଦ୍ରାବାଦ,୨୧।୩: ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢି ଚାଲିଥିବା ବେଳେ ଏବେ କୌଣସି ସ୍ଥାନରେ ଲୋକେ ଏକାଠି ହେବାକୁ ସରକାର ବାରଣ କରିଛନ୍ତି। ଏହି ସମୟରେ...

୯୦ ବୁଥ୍‌କୁ ଆସିଲେନି ଜଣେ ବି ଭୋଟର

ଶ୍ରୀନଗର,୧୯।୪: ଜମ୍ମୁ-କଶ୍ମୀର ଶ୍ରୀନଗରରେ ୨୦୧୯ ଲୋକ ସଭା ନିର୍ବାଚନକୁ ବର୍ଜନ କରିବାକୁ ପୂର୍ବରୁ ସୂଚନା ମିଳୁଥିଲା। ତେବେ ଗୁରୁବାର ଅନୁଷ୍ଠିତ ହୋଇଥିବା ଦ୍ୱିତୀୟ ପର୍ଯ୍ୟାୟ ଲୋକ...

ବେଲୁନ୍‌ରେ ଛୁଞ୍ଚି ଫୁଟାଇ ମନୋରମ ଭିଡିଓ ଶେୟାର କଲେ ଯୁବତୀ

ସୋସିଆଲ ମିଡିଆରେ ଏକ ହୃଦୟସ୍ପର୍ଶୀ ଭିଡିଓ ଭାଇରାଲ ହେଉଛି। ଜଣେ ଇନ୍‌ଷ୍ଟାଗ୍ରାମ ୟୁଜର ପାଣି ଭର୍ତ୍ତି ବେଲୁନକୁ ଚୁଞ୍ଚିରେ ଫୋଡ଼ି ସ୍ଲୋ-ମୋଶନ ଭିଡିଓ ପ୍ରସ୍ତୁତ କରିଛନ୍ତି।...

ଗୋଲକିପର୍‌ ବିଲେଇ

ନୂଆଦିଲ୍ଲୀ: ବିଲେଇ ପୁଣି ଗୋଲ୍‌ କିପିଂ କିରପାରେ! ଏକଥା ଅନେକଙ୍କୁ ବିସ୍ମିତ କରିବା ସ୍ବାଭାବିକ। ହେଲେ ବିଲେଇର ଗୋଲ୍‌ କିପିଂ ଦକ୍ଷତାକୁ ଲୋକେ ଏବେ ସୋସିଆଲ୍‌...

ରାମ ନବମୀ ଶୋଭାଯାତ୍ରା: ୪ ରାଜ୍ୟରେ ହିଂସାକାଣ୍ଡ

ନୂଆଦିଲ୍ଲୀ,୧୧।୪: ରବିବାର ରାମ ନବମୀ ଶୋଭାଯାତ୍ର ବେଳେ ଗୁଜରାଟ, ପଶ୍ଚିମବଙ୍ଗ, ମଧ୍ୟପ୍ରଦେଶ ଏବଂ ଝାଡ଼ଖଣ୍ଡ ରାଜ୍ୟରେ ହିଂସାକାଣ୍ଡ ଘଟିଛି। ଏପରିକି ଘଟଣାସ୍ଥଳରେ ପୋଡାଜଳା ସହ ପଥର...

ଅଧିକ ଚିକିତ୍ସା ସୁବିଧା ଯୋଗାଇ ଦେବାକୁ ନେଇ କୋର୍ଟର ଦ୍ୱାରସ୍ଥ ହେଲେ ନିର୍ଭୟା ମାମଲାର ଦୋଷୀ

ନୂଆଦିଲ୍ଲୀ,୨୦।୨: ଫାଶୀ ଦଣ୍ଡାଦେଶକୁ ଏଡେଇବାକୁ ଯାଇ ନିର୍ଭୟା ଗଣବଳାତ୍କାର ମାମଲାର ଦୋଷୀ ଗୋଟିଏ ପରେ ଗୋଟିଏ ଉପାୟ ଚିନ୍ତା କରୁଛନ୍ତି। ଏହି ମାମଲାର ଦୋଷୀ ବିନୟ...

Advertisement
Archives

Model This Week