Posted inଫୁରସତ

ପ୍ରେମିକାଙ୍କ ପଛରେ ପ୍ରତିମାସରେ କୋଟିକୋଟି ଟଙ୍କା ଖର୍ଚ୍ଚ କରୁଥିଲେ ପ୍ରେମିକ, ସତ ଜାଣିବା ପରେ ଉଡ଼ିଗଲା ହୋସ୍‌

ପ୍ରେମିକାଙ୍କ ପଛରେ ଜଣେ ପ୍ରେମିକ ୪୦୦,୦୦୦ ପାଉଣ୍ଡ ଅର୍ଥାତ୍‌ ୪ କୋଟି ଟଙ୍କା ଖର୍ଚ୍ଚ କରୁଥିଲେ। ଶେଷରେ ପ୍ରେମିକାଙ୍କୁ ପ୍ରପୋଜ କରିବାକୁ ଯାଇ ଯୁବକଙ୍କୁ ଝଟ୍‌କା ଲାଗିଛି। ୬ ମାସ ପର୍ଯ୍ୟନ୍ତ ପ୍ରେମିକାଙ୍କ ସହ ରିଲେସନଶିପ୍‌ରେ ରହିବା ପରେ ତାଙ୍କୁ ବିବାହ କରିବାକୁ ଚାହୁଁଥିଲେ। ମାତ୍ର ସତ ଜାଣିବା ପରେ ତାଙ୍କର ହୋସ୍‌ ଉଡ଼ିଯାଇଥିଲା।

ଏକ ରିପୋର୍ଟ ଅନୁଯାୟୀ, ବ୍ରିଟେନର ଚେଲ୍‌ସାରେ ରହୁଥିବା ମୋସ ମେଫେୟାର ନାମକ ଜଣେ ୨୫ ବର୍ଷୀୟ ଯୁବକ ତାଙ୍କ ପ୍ରେମିକାଙ୍କୁ ବିବାହ କରିବା ପାଇଁ ଚାହୁଁଥିଲେ। କିନ୍ତୁ ଏହା ପୂର୍ବରୁ ଏକ ସତ କଥା ଜାଣି ତାଙ୍କ ହୋସ୍‌ ଉଡ଼ିଗଲା। ଦିନେ ପ୍ରେମିକାଙ୍କ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟକୁ ନିଜର ମୋବାଇଲ୍‌ରେ ଲଗ୍‌ ଇନ୍‌ କରିଥିଲେ। ଇନ୍‌ଷ୍ଟାଗ୍ରାମରେ ପ୍ରେମିକା ଆଉ ଜଣେ ଲୋକଙ୍କ ସହ କରିଥିବା ଚାଟ୍‌ ସେ ଦେଖିଥିଲେ। ଏପରିକି ଏହି ଚାଟ୍‌ରେ ମେଫେୟାରଙ୍କୁ ତାଙ୍କ ପ୍ରେମିକା ଅଜଣା ବ୍ୟକ୍ତି ବୋଲି ଲେଖିଛନ୍ତି। ଯାହା ଦେଖିବା ପରେ ତାଙ୍କ ହୃଦୟ ଭାଙ୍ଗିଯାଇଛି। ଯାହାକୁ ପାଇବେ ବୋଲି ତାଙ୍କ ପଛରେ ପାଣି ପରି ଟଙ୍କା ଖର୍ଚ୍ଚ କରୁଥିଲେ ସେ ଆଉ କାହାକୁ ଭଲ ପାଉଛନ୍ତି ଜାଣି ଚୁପ୍‌ ରହିଯାଇଥିଲେ ମେଫେୟାର। ଏହାର କିଛିଦିନ ପରେ ସେ ତାଙ୍କ ପ୍ରେମିକାଙ୍କୁ ଛାଡ଼ିବାକୁ ବାଧ୍ୟ ହେଲେ। ପରବର୍ତ୍ତୀ ସମୟରେ ପ୍ରେମିକା ଜଣଙ୍କ ମେଫେୟାରଙ୍କ ସହ ସମ୍ପର୍କ ଯୋଡ଼ିବାକୁ ଚେଷ୍ଟା କରିଥିଲେ। ମାତ୍ର ମେଫେୟାର ମନା କରିଦେଇଥିଲେ।

ମନା ସିନା କରିଦେଲେ କିନ୍ତୁ ସେ ପ୍ରେମିକାଙ୍କ ପଛରେ ଖର୍ଚ୍ଚ କରିଥିବା ଟଙ୍କା ବିଷୟରେ ଏବେ ଭାଳି ହେଉଛନ୍ତି। ପ୍ରେମିକାଙ୍କୁ ଲଞ୍ଚ୍‌, ଡିନର, ଶପିଂ, ଗିଫ୍ଟ ଆଦିରେ କୋଟିକୋଟି ଟଙ୍କା ଖର୍ଚ୍ଚ କରିଛନ୍ତି। ଏବେ କେବଳ ଅନୁତାପ କରିବା ଛଡ଼ା ତାଙ୍କ ନିକଟରେ କୌଣସି ରାସ୍ତା ନାହିଁ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ଲାଗି ଗୋଟିଏ ଝିଅ ମିଳିବା ମୁସ୍କିଲ; ହେଲେ ଏକାସାଙ୍ଗରେ ୪ଜଣଙ୍କୁ ଜୀବନସାଥୀ କଲେ ଏହି ପୁଅ: ଭିଡିଓ ଦେଖିଲେ…

ଭାରତରେ ଏବେ ବିବାହ ଋତୁ ଆରମ୍ଭ ହୋଇଛି। ପ୍ରତି ଦିନ ହଜାର ହଜାର ବିବାହ ହେଉଛି। ସୋସିଆଲ ମିଡିଆରେ ମଧ୍ୟ କିଛି ବିବାହର ଝଲକ ଦେଖିବାକୁ...

ବିଦେଶୀ ପଣ୍ଡିତ ପଢ଼ିଲେ ଅନର୍ଗଳ ସଂସ୍କୃତ ମନ୍ତ୍ର, ଭାରତୀୟ ସଂସ୍କୃତି ଅନୁଯାୟୀ ହେଲା ବିବାହ; ଭିଡିଓ ଦେଖିଲେ କହିବେ ବାଃ…

ଆରମ୍ଭ ହୋଇଛି ବିବାହ ଋତୁ। ଦେଶବିଦେଶରେ ଏହାର ଧୁମ୍‌ ଦେଖିବାକୁ ମିଳୁଛି। ଏହି କ୍ରମରେ ସୋସିଆଲ ମିଡିଆରେ ଏକ ବିଦେଶୀ ଯୋଡ଼ିଙ୍କ ବିବାହ ଚର୍ଚ୍ଚାର ବିଷୟ...

ଗୁଗ୍‌ଲରେ ଲୋକେ ସବୁଠୁ ଅଧିକ ସର୍ଚ୍ଚ କରନ୍ତି ଏସବୁ, ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଗୁଗ୍‌ଲ ଆମକୁ ପ୍ରତ୍ୟେକ ପ୍ରଶ୍ନର ଉତ୍ତର ଦେଇଥାଏ। ଯେତେବେଳେ ଆମେ କିଛି ଜାଣିବାକୁ ଚାହିଁଥାଉ, ପ୍ରଥମେ ଆମେ ଗୁଗ୍‌ଲରେ ସର୍ଚ୍ଚ କରିଥାଉ ବା ଖୋଜିଥାଉ। କିନ୍ତୁ...

Online Transaction Fraud : ବିଚଳିତ ନ ହୋଇ ପ୍ରଥମେ କରନ୍ତୁ ଏପରି ଫେରି ଆସିବ ଠକେଇ ହୋଇଥିବା ଟଙ୍କା …

ମୁମ୍ବାଇ,୭।୧୨ : ବ୍ୟାଙ୍କ ଆକାଉଣ୍ଟରୁ XXXXX ଟଙ୍କା କଟାଯାଇଛି। ଏପରି ବାର୍ତ୍ତା ପାଇଛନ୍ତି କି ବ୍ୟାଙ୍କ ଆକାଉଣ୍ଟଧାରୀଙ୍କ ଅଜ୍ଞାତରେ ଆକାଉଣ୍ଟରୁ ଟଙ୍କା କଟାଯାଇଥିବା ବେଳେ ଆପଣ...

୨୨ ସନ୍ତାନଙ୍କ ମା’, ପ୍ରତିଦିନ ଜଳଖିଆରେ ପିଲାଙ୍କ ପାଇଁ ଖର୍ଚ୍ଚ କରନ୍ତି ଏତିକି ଟଙ୍କା, ଜାଣିଲେ ହେବେ ଆଶ୍ଚର୍ଯ୍ୟ

ମା’ ହେବା ଜଣେ ମହିଳାଙ୍କ ପାଇଁ ସବୁଠାରୁ ସୁଖଦ ଅନୁଭବ। ମା’ ହେବା ପରେ ହିଁ ଜଣେ ମହିଳା ବୁଝିପାରନ୍ତି ଯେ, ଭଗବାନ ତାଙ୍କୁ କାହିଁକି...

ରୋବଟର ଚାକିରି ଛଡାଇ ନେଲେ ମହିଳା, ଏବେ ମେଶିନ ପରି କରୁଛନ୍ତି କାମ

ବେଜିଂ,୭।୧୨: ଟେକ୍ନୋଲଜି ଏବେ ମଣିଷଙ୍କ କାମ ସହଜ କରିଦେଉଛି। ବର୍ତ୍ତମାନ ଏଆଇର ଭିନ୍ନ ଏକ ବିପ୍ଲବରେ ମଣିଷଙ୍କ ରୋଜଗାର ଛଡାଇବାକୁ ବସିଲାଣି। ଏଥିସଯୋଗୁ ସବୁଠି ଛଟେଇ...

ଗଞ୍ଜା ରାବ ନୁହେଁ ଅପରାଧ, ଏହା ତାଙ୍କର ଅଧିକାର: ଫ୍ରାନ୍ସ ସରକାରଙ୍କ ନିର୍ଦ୍ଦେଶ ଜାରି…

ପ୍ୟାରିସ,୭।୧୨ : ପ୍ରାଣୀମାନଙ୍କ ଅଧିକାରର ସୁରକ୍ଷା ପାଇଁ ବହୁ ଲୋକେ ବାହାରିଥାନ୍ତି। କେହି କେହି ମାଂସାହାର ବିରୁଦ୍ଧରେ ଛିଡା ହୋଇଥିବାବେଳେ ଅନ୍ୟମାନେ ପ୍ରାଣୀଙ୍କୁ ବାନ୍ଧି ରଖିବାକୁ...

ପଦାତିକ ବାହିନୀର ଅତୁଳନୀୟ ବଳିଦାନ

ମାତୃଭୂମିର ସୁରକ୍ଷା ପାଇଁ ନିଜ ଜୀବନକୁ ଉତ୍ସର୍ଗ କରୁଥିବା ପଦାତିକ ବାହିନୀର ବଳିଦାନ ଅତୁଳନୀୟ। ପଦାତିକ ବାହିନୀର କର୍ମଚାରୀଙ୍କ କଲ୍ୟାଣ ପାଇଁ ଡିସେମ୍ବର ୭ରେ ଜାତୀୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri