Posted inଜାତୀୟ

ପୋଲିସ ହାତରେ ରିଅଲ ଲାଇଫ୍‌ର ବଣ୍ଟି ଓ ବବ୍‌ଲି

ନୂଆଦିଲ୍ଲୀ,୧୭।୪: ଫିଲ୍ମରେ ବଣ୍ଟି ଓ ବବ୍‌ଲି କଥା ଆପଣଙ୍କ ମନେଥିବ। ସେମାନେ କେଉଁଭଳି ଚୋରି କରି ପୋଲିସକୁ ଚକ୍‌ମା ଦେବା ସହ ମୁଣ୍ଡବ୍ୟଥାର କାରଣ ପାଲଟିଥିଲେ। ସେହିପରି ନୂଆଦିଲ୍ଲୀରେ ଜଣେ ବଣ୍ଟି ଓ ବବ୍‌ଲିକୁ ପୋଲିସ ଧରିବାରେ ସଫଳ ହୋଇଛି। ଅଭିଯୁକ୍ତ ଦୁଇଜଣ ହେଲେ ଅମଜଦ ଓ ରେଶମା। ଦିଲ୍ଲୀର ନନ୍ଦ ନଗର ଅଞ୍ଚଳରେ ଦୈନିକ ଏହି ଦୁଇଜଣ ଚୋରି ଓ ଲୁଟପାଟ କରିଥାନ୍ତି। ଅମଜଦ ବାଇକ୍‌ ଚଲାଉଥିବା ବେଳେ ରେଶମା ମହିଳାଙ୍କଠାରୁ ଚେନ୍‌ ଲୁଟ୍‌ କରି ଘଟଣାସ୍ଥଳରୁ ଫେରାର ହୋଇଯାଇଥାନ୍ତି। ଫଳରେ ସ୍ଥାନୀୟ ଅଞ୍ଚଳରେ କୋକୁଆଭୟ ସୃଷ୍ଟି ହେବା ସହ ପୋଲିସଙ୍କ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଥିଲା। ଏପ୍ରିଲ ୧୫ରେ ଅମଜଦ ଓ ରେଶମା ବାଇକ୍‌ରେ ନିଜର ଶିକାର ପାଇଁ ବାହାରିଥିବା ବେଳେ ଘଟଣା କିଛି ଅଲଗା ହୋଇଥିଲା। ରେଶମା ଜଣେ ମହିଳାଙ୍କ ଚେନ୍‌ ଟାଣିବା ପାଇଁ ଉଦ୍ୟମ କରୁଥିବା ବେଳେ ବାଇକ୍‌ରୁ ଖସିପଡ଼ିଥିଲେ। ଏହାପରେ ସ୍ଥାନୀୟ ଲୋକେ ତାଙ୍କୁ କାବୁ କରି ପୋଲିସକୁ ଦେଇଥିଲେ। ହେଲେ ଘଟଣାସ୍ଥଳରୁ ଅଭିଯୁକ୍ତ ଅମଜଦ ଫେରାର ହୋଇଯାଇଥିଲେ। ପୋଲିସ ରେଶମାଙ୍କୁ ପଚରାଉଚରା କରିବା ପରେ ତାଙ୍କ ବନ୍ଧୁ ଅମଜଦଙ୍କୁ ଗିରଫ କରିବାରେ ସଫଳ ହୋଇଛି। ପୋଲିସ ସେମାନଙ୍କ ବିରୋଧରେ ମାମଲା ରୁଜୁ କରି ତଦନ୍ତ ଚଳାଇଛି। ସୂଚନାଯୋଗ୍ୟ, ଅମଜଦଙ୍କ ନଁାରେ ପୂର୍ବରୁ ଆପରାଧିକ ମାମଲା ରହିଛି। କିଛି ବର୍ଷ ପୂର୍ବରୁ ଦିଲ୍ଲୀରେ ଅମଜଦ ଓ ରେଶମା ଦେଖାହେବା ପରେ ତାଙ୍କ ଭିତରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ଏହାପରେ ଏହି ଯୋଡ଼ି ଲୁଟ୍‌ପାଟ କରିବା ସହ ଦିଲ୍ଲୀରେ ଆତଙ୍କ ସୃଷ୍ଟି କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପୂର୍ବତନ ଏନ୍‌ଏସ୍‌ଇ ସିଇଓଙ୍କ ଘରେ ଆୟକର ଚଢ଼ାଉ

ମୁମ୍ବାଇ,୧୮।୨:ନ୍ୟାଶନାଲ ଷ୍ଟକ୍‌ ଏକ୍ସଚେଞ୍ଜ (ଏନ୍‌ଏସ୍‌ଇ)ର ପୂର୍ବତନ ପରିଚାଳନା ନିର୍ଦ୍ଦେଶକ ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ଚିତ୍ରା ରାମକ୍ରିଷ୍ଣାଙ୍କ ବାସଭବନରେ ଗୁରୁବାର ଆୟକର ବିଭାଗ ଅଧିକାରୀମାନେ...

ଲକ୍‌ଡାଉନ ଯୋଗୁ କ୍ଷତି ସହିଲେଣି ଘୋଡ଼ା ମାଲିକ

ଭୋପାଳ,୨୫।୫: ମଧ୍ୟପ୍ରଦେଶରେ ଅଧିକାଂଶ ସ୍ଥାନରେ ବିବାହ ପାଇଁ ଘୋଡ଼ାର ବ୍ୟବହାର କରାଯାଇଥାଏ। ଆଉ ଘୋଡ଼ାକୁ ଭଡାରେ ଲଗାଇ ଦି ପଇସା ରୋଜଗାର କରୁଥିବା ଘୋଡ଼ା ମାଲିକମାନେ...

୧୨ ରାଜ୍ୟର ଭାଜପା ନେତାଙ୍କର ଗୁରୁତ୍ୱପୂର୍ଣ୍ଣ ବୈଠକ: ଲୋକ ସଭାର ୧୪୨ ସିଟ୍‌ ଉପରେ ନଜର

ଗୁଆହାଟୀ,୬।୭: ପୂର୍ବ ଏବଂ ଉତ୍ତର ପୂର୍ବ ଭାରତର ୧୨ଟି ରାଜ୍ୟର ବରିଷ୍ଠ ଭାଜପା ନେତାମାନେ ଆସାମରେ ଗୁରୁବାର ଏକ ବୈଠକ କରିଛନ୍ତି। ଆସନ୍ତା ୨୦୧୪ ଲୋକ...

ଦିଲ୍ଲୀରେ ହିନ୍ଦୁ ସନ୍ଥଙ୍କ ବିକ୍ଷୋଭ

ନୂଆଦିଲ୍ଲୀ,୨୬ା୯: ସନାତନ ଧର୍ମ ବିବାଦକୁ ନେଇ ନୂଆଦିଲ୍ଲୀରେ ବହୁସଂଖ୍ୟାରେ ହିନ୍ଦୁ ସନ୍ଥ ଡିଏମ୍‌କେ ନେତା ଉଦୟନିଧି ଷ୍ଟାଲିନଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଦିଲ୍ଲୀର ତାମିଲନାଡୁ ଭବନଠାରେ...

କୋର୍ଟକୁ ଜିନ୍ସ ପିନ୍ଧି ଆସିଲେ ଆଇନଜୀବୀ, ପୋଲିସ ଡାକି କୋର୍ଟ ପରିସରରୁ ବାହାର କଲେ ବିଚାରପତି…

ଗୁଆହାଟୀ,୨୮।୧ : ଆବେଦନକାରୀଙ୍କ ଆଇନଜୀବୀ କୋର୍ଟ ପରିସରରେ ଜିନ୍ସ ପିନ୍ଧିଥିବାରୁ ଗୁଆହାଟୀ ହାଇକୋର୍ଟ ଶନିବାର ଏକ ମାମଲାର ଶୁଣାଣି ସ୍ଥଗିତ ରଖିଛନ୍ତି। କୋର୍ଟଙ୍କ ନିର୍ଦ୍ଦେଶରେ ଦର୍ଶାଯାଇଛି...

ଚାଇନା-ପାକିସ୍ତାନକୁ କଡା ଟକ୍କର ଦେବ ଭାରତ! ଅସ୍ତ୍ରଶସ୍ତ୍ର ଇମ୍ପୋର୍ଟରେ ରହିଛି ଟପରେ

ନୂଆଦିଲ୍ଲୀ,୧୪ ।୩: ଭାରତ ଅସ୍ତ୍ରଶସ୍ତ୍ର ଇମ୍ପୋର୍ଟର ଭାବେ ବିଶ୍ୱର ସବୁଠାରୁ ଶୀର୍ଷରେ ରହିଛି । ୨୦୧୩ରୁ ୨୦୧୭ ଓ ୨୦୧୮ରୁ ୨୦୨୨ ମଧ୍ୟରେ ଏହାର ଇମ୍ପୋର୍ଟ...

ଫାଇଜର ଆଣିବ ବୁଷ୍ଟର

ଓ୍ବାଶିଂଟନ, ୧୦।୭: ଫାଇଜର କମ୍ପାନୀ ଏହାର କୋଭିଡ୍‌-୧୯ ଟିକାର ତୃତୀୟ ତଥା ବୁଷ୍ଟର ଡୋଜ୍‌ ଆଣିବା ପାଇଁ ଆମେରିକା କର୍ତ୍ତୃପକ୍ଷଙ୍କ ମଞ୍ଜୁରୀ ଲୋଡ଼ିଛି। ୧୨ ମାସ...

ମଣିପୁର ହିଂସାକୁ ନେଇ ବିଧାନସଭାରେ ନିନ୍ଦା ପ୍ରସ୍ତାବ ଆଣିବ ଟିଏମସି

କୋଲକାତା,୨୪।୭: ମଣିପୁର ପ୍ରସଙ୍ଗକୁ ନେଇ ସଡ଼କରୁ ସଂସଦ ପର୍ଯ୍ୟନ୍ତ ସଂଗ୍ରାମ ଜାରି ରହିଛି। ଏବେ ପଶ୍ଚିମବଙ୍ଗରେ ଟିଏମସି ମଧ୍ୟ ମଣିପୁର ଉପରେ ଏକ ପ୍ରସ୍ତାବ ଆଣିବାକୁ...

Advertisement
Archives

Model This Week