ଫିଲ୍ମ ରିପୋର୍ଟର ପରିଚୟ ଦେଇ ଅଭିନେତ୍ରୀଙ୍କୁ ହଇରାଣ: ଯୁବକଙ୍କୁ ନୋଟିସ ଦେଇ ଛାଡ଼ିଲା ପୋଲିସ

ଭୁବନେଶ୍ୱର,୨୮ା୬(ବ୍ୟୁରୋ): ଓଲିଉଡ୍‌ର ଜଣେ ଜଣାଶୁଣା ଅଭିନେତ୍ରୀଙ୍କୁ ସୋସିଆଲ ମିଡ଼ିଆରେ ହଇରାଣ କରିବା ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତ ଯୁବକଙ୍କୁ ପୋଲିସ ଥାନାରେ ଅଟକ ରଖିଥିଲା। ତେବେ ଯୁବକ ଜଣଙ୍କ ଆଉ ଏଭଳି ନ କରିବା ପାଇଁ କହିବା ପରେ ଚନ୍ଦ୍ରଶେଖରପୁର ଥାନା ପୋଲିସ ତାଙ୍କୁ ନୋଟିସ ଦେଇ ଛାଡିଥିବା ଜଣାପଡିଛି। ଏଥିସହ ତଦନ୍ତରେ ପୋଲିସକୁ ସହଯୋଗ କରିବାକୁ ସମ୍ପୃକ୍ତ ଯୁବକଙ୍କୁ କୁହାଯାଇଛି। ସବୁଠୁ ବଡ଼ କଥା ହେଲା ଅଭିନେତ୍ରୀ ଜଣକ ଥାନାରେ ଅଭିଯୋଗ କରିବା ପାଇଁ ନାକେଦମ ହୋଇଛନ୍ତି। ପ୍ରଥମେ ସେ ଚନ୍ଦ୍ରଶେଖରପୁର ଥାନାରେ ଅଭିଯୋଗ କରିଥିଲେ। ସେଠାରେ ତାଙ୍କୁ ମହିଳା ଥାନାକୁ ଯିବାକୁ କୁହାଗଲା। ହେଲେ ମହିଳା ଥାନା ପୋଲିସ ନିର୍ଯାତନା କିମ୍ବା ବଳାକତ୍ାର ମାମଲା ହୋଇ ନ ଥିବା କହି ପୁଣି ଚନ୍ଦ୍ରଶେଖରପୁର ଥାନାକୁ ପଠାଇ ଦେଲେ। ଶେଷରେ ଚନ୍ଦ୍ରଶେଖରପୁର ଥାନା ପୋଲିସ ଏକ ମାମଲା ରୁଜୁ କରିଥିଲା।

ଘଟଣାରୁ ପ୍ରକାଶ, ଗତ ସପ୍ତାହରେ କଟକର ଜଣେ ଯୁବକ ଉକ୍ତ ଅଭିନେତ୍ରୀଙ୍କୁ ଫେସ୍‌ବୁକ୍‌ରେ ଯୋଗାଯୋଗ କରି ନିଜକୁ ଫିଲ୍ମ ରିପୋର୍ଟର ପରିଚୟ ଦେଇଥିଲେ। ଅଭିନେତ୍ରୀଙ୍କ ଏକ ଇଣ୍ଟରଭ୍ୟୁ ନେବା ପାଇଁ ତାଙ୍କ ଫୋନ୍‌ ନମ୍ବର ମାଗିନେଇଥିଲେ। ପରେ ଯୁବକ ଜଣକ ବିଭିନ୍ନ ପ୍ରଶ୍ନ ପଚାରିଥିଲେ। ଅଭିନେତ୍ରୀ ଜଣକ ମଧ୍ୟ ଗୋଟିକ ପରେ ଗୋଟିଏ ପ୍ରଶ୍ନର ଉତ୍ତର ଦେଇଥିଲେ। ହେଲେ ଯୁବକ ଜଣକ ଅଶ୍ଳୀଳ ପ୍ରଶ୍ନ ପଚାରିବାରୁ ଅଭିନେତ୍ରୀ ପ୍ରତିବାଦ କରିଥିଲେ। ଅଭିଯୁକ୍ତ ଯୁବକ ତାଙ୍କୁ ବିଭିନ୍ନ ଧମକ ଦେଇଥିଲେ। ଟଙ୍କା ନ ଦେଲେ ବଦନାମ କରିଦେବାକୁ କହିଥିଲେ। ଏହାପରେ ଅଭିନେତ୍ରୀ ଜଣକ ଫୋନ୍‌ କାଟିଦେଇ ଆଉ ନ ଉଠାଇବାରୁ ଯୁବକ ଜଣକ ତାଙ୍କ ଫେସ୍‌ବୁକ୍‌, ଇଣ୍ଟାଗ୍ରାମ୍‌କୁ ଅଶ୍ଳୀଳ ମେସେଜ ପଠାଇଥିଲେ। ପରେ ଅଭିନେତ୍ରୀଙ୍କ ଫୋନ୍‌ ନମ୍ବରକୁ ସୋସିଆଲ ମିଡିଆରେ ଛାଡ଼ିଦେବାରୁ ତାଙ୍କ ପାଖକୁ ଏକାଧିକ କଲ୍‌ ଆସିଥିଲା। ଫଳରେ ସେ ମାନସିକ ନିର୍ଯାତନାର ଶିକାର ହୋଇ ଥାନାର ଦ୍ୱାରସ୍ଥ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?