Posted inଫୁରସତ

ବକ୍ସିଂ ଗୁରୁ ସୁଦର୍ଶନ ସାହୁ

ନିଜର କଠିନ ପରିଶ୍ରମ ଓ ନିରନ୍ତର ପ୍ରୟାସ ଦ୍ୱାରା ସେ କେବଳ ସଫଳତା ହାସଲ କରିନାହାନ୍ତି ବରଂ ଅନେକଙ୍କ ପ୍ରେରଣାର ଉତ୍ସ ପାଲଟିଛନ୍ତି। କ୍ରୀଡ଼ା କ୍ଷେତ୍ରରେ କ୍ୟାରିୟର କରିବାକୁ ଇଚ୍ଛୁକ ବିଦ୍ୟାର୍ଥୀଙ୍କୁ ଦେଉଛନ୍ତି ମାଗଣା ପ୍ରଶିକ୍ଷଣ। ଜଣେ ସଫଳ କ୍ରୀଡ଼ାବିତ ସହିତ ସାମାଜିକ କର୍ମୀ ଓ ଦରଦୀ ମଣିଷ ଭାବେ ପରିଚିତ ସୁଦର୍ଶନ ସାହୁ।

୧୯୬୮ ମସିହାରେ ପୁରୀ ଜିଲାର କୁମ୍ଭାରପଡ଼ାଠାରେ ତାଙ୍କର ଜନ୍ମ। ପିଲାଟିବେଳୁ କ୍ରୀଡ଼ା ପ୍ରତି ତାଙ୍କର ରୁଚି ରହିଥିଲା। କୁମ୍ଭାରପଡ଼ା ପ୍ରାଥମିକ ବିଦ୍ୟାଳୟରେ ଚତୁର୍ଥ ଶ୍ରେଣୀରେ ପଢୁଥିଲା ସମୟରେ ପ୍ରତେକ ଦିନ ଭୋଳାନାଥ ଉଚ୍ଚ ବିଦ୍ୟାଳୟରେ କ୍ରୀଡ଼ା ଅଭ୍ୟାସ କରୁଥିଲେ। ଛାତ୍ର ଜୀବନରେ ପିତାଙ୍କୁ ହରାଇଥିଲେ। ତଥାପି ଅଭାବ, ଅନଟନ ତାଙ୍କ ପାଠପଢ଼ା, ଖେଳକୁଦରେ ବାଧା ସୃଷ୍ଟି କରିପାରି ନ ଥିଲା। ସବୁ ବାଧାବିଘ୍ନକୁ ଏଡାଇ ଆଗକୁ ଚାଲିଥିଲେ।

ବକ୍ସିଂ ପ୍ରତି ନଜର : ଦିନେ ସମୁଦ୍ର କୂଳରେ ବୁଲୁଥିବା ବେଳେ ବେଳାଭୂମି ନିକଟରେ ଏକ କ୍ଲବ୍‌ରେ କେତେଜଣ ଯୁବକ କ୍ରୀଡ଼ାଭ୍ୟାସ କରୁଥିବା ଦେଖି କୌତୂହଳବଶତଃ ସେଠାରେ ପହଞ୍ଚିଥିଲେ। ଆଉ ଏହିଠାରୁ ହିଁ ସେ ବକ୍ସିଂ ପ୍ରତି ଆକର୍ଷିତ ହେଲେ। ଧୀରେ ଧୀରେ ଏହା ତାଙ୍କ ନିଶାରେ ପରିଣତ ହୋଇଗଲା। ଜାନୁୟାରୀ ୨୬, ୧୯୮୦ରେ ଝାଡେଶ୍ୱରୀ କ୍ଲବରେ ଆୟୋଜିତ ହୋଇଥିବା ବକ୍ସିଂ ପ୍ରତିଯୋଗିତାରେ ସେ ପ୍ରଥମ ଜୁନିୟର ବର୍ଗରେ ଦ୍ୱିତୀୟ ସ୍ଥାନ ଅଧିକାର କରିଥିଲେ। ପରବର୍ତ୍ତୀ ସମୟରେ ସେ ବକ୍ସିଂ ଶିଖିବାକୁ ମନସ୍ଥ କରିଥିଲେ। ଏହା ଥିଲା ସୁଦର୍ଶନଙ୍କ ଜୀବନର ଟର୍ନିଂ ପଏଣ୍ଟ। ସୁଦର୍ଶନ ଜାଇଗଡ଼ ଜାଗା ଅଞ୍ଚଳର ପିଲାମାନଙ୍କ ସହିତ ବକ୍ସିଂ ଟ୍ରେନିଂ ନେବା ଆରମ୍ଭ କଲେ। ସେହି ସମୟରେ ଶ୍ରୀକ୍ଷେତ୍ରରେ ଅନେକ ଜାଗା, ଆଖଡ଼ାରେ କୁସ୍ତି କସରତ ଶିକ୍ଷା ଦିଆଯାଉଥିଲା। ସୁଦର୍ଶନ କୁମ୍ଭାରପଡ଼ା ଜାଇଗଡ ଜାଗାରେ ଶାରୀରିକ ଅଭ୍ୟାସ କରୁଥିଲେ।

ସେଠାରେ ସେଭଳି କେହି ବକ୍ସିଂ ପ୍ରଶିକ୍ଷକ ନ ଥିଲେ, ଏପରିକି ବକ୍ସିଂ ଉପକରଣ ଉପଲବ୍ଧ ନ ଥିଲା। ଯଦି କେହି ବକ୍ସିଂ ଉପକରଣ ଆଣିଥାଏ, ଉପକରଣ ବ୍ୟବହାର ପାଇଁ ସାଙ୍ଗମାନଙ୍କ ମଧ୍ୟରେ ସଂଘର୍ଷ କରିବାକୁ ପଡୁଥାଏ। ସେହି ସମୟରେ ବିଭିନ୍ନ କ୍ଲବରେ ବକ୍ସିଂ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏଥିରେ ସେ ଜିଲାସ୍ତରୀୟ ପ୍ରତିଯୋଗୀତାଠାରୁ ଆରମ୍ଭ କରି ଜାତୀୟ ସ୍ତରୀୟ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରି ସୁନାମ ଅର୍ଜନ କଲେ।‘ପୁରୀ ବକ୍ସିଂ ଏକାଡେମୀ’ ଗଠନ : ଜୀବନରେ ଅନେକ ଉତ୍ଥାନ ପତନ ଦେଇ ଗତି କରିଥିବା ସୁଦର୍ଶନ ମେଧାବୀ ବିଦ୍ୟାର୍ଥୀଙ୍କୁ ପ୍ରୋତ୍ସାହନ ଦେବା ଲକ୍ଷ୍ୟରେ
୨୦୧୦ରେ ପୁରୀ ବକ୍ସିଂ ଏକାଡେମୀ ଗଠନ କଲେ। ତାଙ୍କ ଦ୍ବାରା ଗଠିତ ଏହି ଏକାଡେମୀର ପିଲାମାନେ ରାଜ୍ୟ ତଥା ଜାତୀୟ ସ୍ତରର କ୍ରୀଡ଼ାରେ ଅଂଶଗ୍ରହଣ କରି ପଦକ ହାସଲ କରିଲେ। ପ୍ରତିବର୍ଷ ଏକାଡେମୀରୁ ୧୫ ରୁ ଅଧିକ ଆଥଲେଟ୍‌ ଜାତୀୟ ସ୍ତରରେ ପ୍ରତିଦ୍ୱନ୍ଦ୍ୱିତା କରନ୍ତି ।

ମାଗଣା ପ୍ରଶିକ୍ଷଣ : ସୁଦର୍ଶନ ମାଗଣା ତାଲିମ ସହ ପିଲାଙ୍କୁ କ୍ରୀଡ଼ା ଉପକରଣ ମଧ୍ୟ ଯୋଗାଇଥାନ୍ତି। ସେ ଚାହାନ୍ତି ଯେଉଁ ସମସ୍ୟା ସେ ସମ୍ମୁଖୀନ ହୋଇଛନ୍ତି ତାହା ଅନ୍ୟ କେହି ସମ୍ମୁଖୀନ ନ ହୁଅନ୍ତୁ। କେବଳ ଏତିକି ନୁହେଁ , ଅଧାରୁ ପାଠ ଛାଡୁଥିବା ପିଲାଙ୍କୁ ବୁଝାଇ ସେମାନଙ୍କ ପାଠପଢାର ବ୍ୟବସ୍ଥା ସହ କ୍ରୀଡା କ୍ଷେତ୍ରରେ ଅଗ୍ରସର କରାଉଛନ୍ତି। ୨୦୧୩ରେ ରାଜ୍ୟ କ୍ରୀଡ଼ା ହଷ୍ଟେଲ ପାଇଁ ଚୟନ ହୋଇଥିବା ୧୩ ଜଣ ବକ୍ସରଙ୍କ ମଧ୍ୟରୁ ୮ଜଣ ସୁଦର୍ଶନଙ୍କ ଏକାଡେମୀରୁ ଚୟନ ହୋଇଥିଲେ। ଏଥିସହିତ ପିଲାମାନଙ୍କ ପ୍ରତିଭା ବିକାଶ ଲାଗି ସେ ନିଜସ୍ବ ଉଦ୍ୟମରେ ବକ୍ସିଂ ପ୍ରତିଯୋଗିତା ଆୟୋଜନ କରି ପିଲାଙ୍କୁ ପ୍ରୋତ୍ସାହିତ କରୁଛନ୍ତି। ସୁଦର୍ଶନ ବହୁ ଥର କୋଚ୍‌ ଭାବେ ଜାତୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଛନ୍ତ। ବହୁ ଉଦୀୟମାନ ବକ୍ସିଂ ପ୍ରତିଭା ଯେପରି ଅକ୍ଷୟ ନାୟକ, ସୁବ୍ରତ ପ୍ରଧାନ, ସ୍ମାରକ ରଞ୍ଜନ ସାହୁ ସୁଦର୍ଶନଙ୍କଠାରୁ ପ୍ରଶିକ୍ଷଣ ନେଇ ଜାତୀୟ ସ୍ତରରେ ପଦକ ଜିତିପାରିଛନ୍ତି। ବତ୍ତର୍ମାନ ସେ ଓଡ଼ିଶା ଆମେଚର ବକ୍ସିଂ ଆସୋସିଏସନର ଉପାଧ୍ୟକ୍ଷ ଭାବରେ କାର୍ଯ୍ୟ କରୁଛନ୍ତି। ୨୦୧୫ ରୁ ୨୦୧୯ ପ୍ରଥମ ଏବଂ ୨୦୧୯ ରୁ ବର୍ତ୍ତମାନ ପର୍ଯ୍ୟନ୍ତ ଏହି ପଦବୀରେ ଅଛନ୍ତି। -ପ୍ରଭାତ ପାଣିଗ୍ରାହୀ, ଖୋର୍ଦ୍ଧା


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?