Posted inଫୁରସତ

ବକ୍ସିଂ ଗୁରୁ ସୁଦର୍ଶନ ସାହୁ

ନିଜର କଠିନ ପରିଶ୍ରମ ଓ ନିରନ୍ତର ପ୍ରୟାସ ଦ୍ୱାରା ସେ କେବଳ ସଫଳତା ହାସଲ କରିନାହାନ୍ତି ବରଂ ଅନେକଙ୍କ ପ୍ରେରଣାର ଉତ୍ସ ପାଲଟିଛନ୍ତି। କ୍ରୀଡ଼ା କ୍ଷେତ୍ରରେ କ୍ୟାରିୟର କରିବାକୁ ଇଚ୍ଛୁକ ବିଦ୍ୟାର୍ଥୀଙ୍କୁ ଦେଉଛନ୍ତି ମାଗଣା ପ୍ରଶିକ୍ଷଣ। ଜଣେ ସଫଳ କ୍ରୀଡ଼ାବିତ ସହିତ ସାମାଜିକ କର୍ମୀ ଓ ଦରଦୀ ମଣିଷ ଭାବେ ପରିଚିତ ସୁଦର୍ଶନ ସାହୁ।

୧୯୬୮ ମସିହାରେ ପୁରୀ ଜିଲାର କୁମ୍ଭାରପଡ଼ାଠାରେ ତାଙ୍କର ଜନ୍ମ। ପିଲାଟିବେଳୁ କ୍ରୀଡ଼ା ପ୍ରତି ତାଙ୍କର ରୁଚି ରହିଥିଲା। କୁମ୍ଭାରପଡ଼ା ପ୍ରାଥମିକ ବିଦ୍ୟାଳୟରେ ଚତୁର୍ଥ ଶ୍ରେଣୀରେ ପଢୁଥିଲା ସମୟରେ ପ୍ରତେକ ଦିନ ଭୋଳାନାଥ ଉଚ୍ଚ ବିଦ୍ୟାଳୟରେ କ୍ରୀଡ଼ା ଅଭ୍ୟାସ କରୁଥିଲେ। ଛାତ୍ର ଜୀବନରେ ପିତାଙ୍କୁ ହରାଇଥିଲେ। ତଥାପି ଅଭାବ, ଅନଟନ ତାଙ୍କ ପାଠପଢ଼ା, ଖେଳକୁଦରେ ବାଧା ସୃଷ୍ଟି କରିପାରି ନ ଥିଲା। ସବୁ ବାଧାବିଘ୍ନକୁ ଏଡାଇ ଆଗକୁ ଚାଲିଥିଲେ।

ବକ୍ସିଂ ପ୍ରତି ନଜର : ଦିନେ ସମୁଦ୍ର କୂଳରେ ବୁଲୁଥିବା ବେଳେ ବେଳାଭୂମି ନିକଟରେ ଏକ କ୍ଲବ୍‌ରେ କେତେଜଣ ଯୁବକ କ୍ରୀଡ଼ାଭ୍ୟାସ କରୁଥିବା ଦେଖି କୌତୂହଳବଶତଃ ସେଠାରେ ପହଞ୍ଚିଥିଲେ। ଆଉ ଏହିଠାରୁ ହିଁ ସେ ବକ୍ସିଂ ପ୍ରତି ଆକର୍ଷିତ ହେଲେ। ଧୀରେ ଧୀରେ ଏହା ତାଙ୍କ ନିଶାରେ ପରିଣତ ହୋଇଗଲା। ଜାନୁୟାରୀ ୨୬, ୧୯୮୦ରେ ଝାଡେଶ୍ୱରୀ କ୍ଲବରେ ଆୟୋଜିତ ହୋଇଥିବା ବକ୍ସିଂ ପ୍ରତିଯୋଗିତାରେ ସେ ପ୍ରଥମ ଜୁନିୟର ବର୍ଗରେ ଦ୍ୱିତୀୟ ସ୍ଥାନ ଅଧିକାର କରିଥିଲେ। ପରବର୍ତ୍ତୀ ସମୟରେ ସେ ବକ୍ସିଂ ଶିଖିବାକୁ ମନସ୍ଥ କରିଥିଲେ। ଏହା ଥିଲା ସୁଦର୍ଶନଙ୍କ ଜୀବନର ଟର୍ନିଂ ପଏଣ୍ଟ। ସୁଦର୍ଶନ ଜାଇଗଡ଼ ଜାଗା ଅଞ୍ଚଳର ପିଲାମାନଙ୍କ ସହିତ ବକ୍ସିଂ ଟ୍ରେନିଂ ନେବା ଆରମ୍ଭ କଲେ। ସେହି ସମୟରେ ଶ୍ରୀକ୍ଷେତ୍ରରେ ଅନେକ ଜାଗା, ଆଖଡ଼ାରେ କୁସ୍ତି କସରତ ଶିକ୍ଷା ଦିଆଯାଉଥିଲା। ସୁଦର୍ଶନ କୁମ୍ଭାରପଡ଼ା ଜାଇଗଡ ଜାଗାରେ ଶାରୀରିକ ଅଭ୍ୟାସ କରୁଥିଲେ।

ସେଠାରେ ସେଭଳି କେହି ବକ୍ସିଂ ପ୍ରଶିକ୍ଷକ ନ ଥିଲେ, ଏପରିକି ବକ୍ସିଂ ଉପକରଣ ଉପଲବ୍ଧ ନ ଥିଲା। ଯଦି କେହି ବକ୍ସିଂ ଉପକରଣ ଆଣିଥାଏ, ଉପକରଣ ବ୍ୟବହାର ପାଇଁ ସାଙ୍ଗମାନଙ୍କ ମଧ୍ୟରେ ସଂଘର୍ଷ କରିବାକୁ ପଡୁଥାଏ। ସେହି ସମୟରେ ବିଭିନ୍ନ କ୍ଲବରେ ବକ୍ସିଂ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏଥିରେ ସେ ଜିଲାସ୍ତରୀୟ ପ୍ରତିଯୋଗୀତାଠାରୁ ଆରମ୍ଭ କରି ଜାତୀୟ ସ୍ତରୀୟ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରି ସୁନାମ ଅର୍ଜନ କଲେ।‘ପୁରୀ ବକ୍ସିଂ ଏକାଡେମୀ’ ଗଠନ : ଜୀବନରେ ଅନେକ ଉତ୍ଥାନ ପତନ ଦେଇ ଗତି କରିଥିବା ସୁଦର୍ଶନ ମେଧାବୀ ବିଦ୍ୟାର୍ଥୀଙ୍କୁ ପ୍ରୋତ୍ସାହନ ଦେବା ଲକ୍ଷ୍ୟରେ
୨୦୧୦ରେ ପୁରୀ ବକ୍ସିଂ ଏକାଡେମୀ ଗଠନ କଲେ। ତାଙ୍କ ଦ୍ବାରା ଗଠିତ ଏହି ଏକାଡେମୀର ପିଲାମାନେ ରାଜ୍ୟ ତଥା ଜାତୀୟ ସ୍ତରର କ୍ରୀଡ଼ାରେ ଅଂଶଗ୍ରହଣ କରି ପଦକ ହାସଲ କରିଲେ। ପ୍ରତିବର୍ଷ ଏକାଡେମୀରୁ ୧୫ ରୁ ଅଧିକ ଆଥଲେଟ୍‌ ଜାତୀୟ ସ୍ତରରେ ପ୍ରତିଦ୍ୱନ୍ଦ୍ୱିତା କରନ୍ତି ।

ମାଗଣା ପ୍ରଶିକ୍ଷଣ : ସୁଦର୍ଶନ ମାଗଣା ତାଲିମ ସହ ପିଲାଙ୍କୁ କ୍ରୀଡ଼ା ଉପକରଣ ମଧ୍ୟ ଯୋଗାଇଥାନ୍ତି। ସେ ଚାହାନ୍ତି ଯେଉଁ ସମସ୍ୟା ସେ ସମ୍ମୁଖୀନ ହୋଇଛନ୍ତି ତାହା ଅନ୍ୟ କେହି ସମ୍ମୁଖୀନ ନ ହୁଅନ୍ତୁ। କେବଳ ଏତିକି ନୁହେଁ , ଅଧାରୁ ପାଠ ଛାଡୁଥିବା ପିଲାଙ୍କୁ ବୁଝାଇ ସେମାନଙ୍କ ପାଠପଢାର ବ୍ୟବସ୍ଥା ସହ କ୍ରୀଡା କ୍ଷେତ୍ରରେ ଅଗ୍ରସର କରାଉଛନ୍ତି। ୨୦୧୩ରେ ରାଜ୍ୟ କ୍ରୀଡ଼ା ହଷ୍ଟେଲ ପାଇଁ ଚୟନ ହୋଇଥିବା ୧୩ ଜଣ ବକ୍ସରଙ୍କ ମଧ୍ୟରୁ ୮ଜଣ ସୁଦର୍ଶନଙ୍କ ଏକାଡେମୀରୁ ଚୟନ ହୋଇଥିଲେ। ଏଥିସହିତ ପିଲାମାନଙ୍କ ପ୍ରତିଭା ବିକାଶ ଲାଗି ସେ ନିଜସ୍ବ ଉଦ୍ୟମରେ ବକ୍ସିଂ ପ୍ରତିଯୋଗିତା ଆୟୋଜନ କରି ପିଲାଙ୍କୁ ପ୍ରୋତ୍ସାହିତ କରୁଛନ୍ତି। ସୁଦର୍ଶନ ବହୁ ଥର କୋଚ୍‌ ଭାବେ ଜାତୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଛନ୍ତ। ବହୁ ଉଦୀୟମାନ ବକ୍ସିଂ ପ୍ରତିଭା ଯେପରି ଅକ୍ଷୟ ନାୟକ, ସୁବ୍ରତ ପ୍ରଧାନ, ସ୍ମାରକ ରଞ୍ଜନ ସାହୁ ସୁଦର୍ଶନଙ୍କଠାରୁ ପ୍ରଶିକ୍ଷଣ ନେଇ ଜାତୀୟ ସ୍ତରରେ ପଦକ ଜିତିପାରିଛନ୍ତି। ବତ୍ତର୍ମାନ ସେ ଓଡ଼ିଶା ଆମେଚର ବକ୍ସିଂ ଆସୋସିଏସନର ଉପାଧ୍ୟକ୍ଷ ଭାବରେ କାର୍ଯ୍ୟ କରୁଛନ୍ତି। ୨୦୧୫ ରୁ ୨୦୧୯ ପ୍ରଥମ ଏବଂ ୨୦୧୯ ରୁ ବର୍ତ୍ତମାନ ପର୍ଯ୍ୟନ୍ତ ଏହି ପଦବୀରେ ଅଛନ୍ତି। -ପ୍ରଭାତ ପାଣିଗ୍ରାହୀ, ଖୋର୍ଦ୍ଧା


Enter your email to get our daily news in your inbox.

All Right Reserved By Dharitri.Com

ସର୍ବପ୍ରଥମେ କେବେ ପିନ୍ଧାଯାଇଥିଲା ମଙ୍ଗଳସୁତ୍ର: ଭାରତ ଛାଡ଼ା ଏସବୁ ଦେଶରେ ଏହାକୁ ପିନ୍ଧାଯାଏ

ହିନ୍ଦୁ ଧର୍ମରେ ବିବାହ ପରେ ମହିଳାମାନେ ବେକରେ ମଙ୍ଗଳସୁତ୍ର ପିନ୍ଧିବା ପ୍ରଥା ରହିଛି। କିନ୍ତୁ ଆପଣ ଜାଣନ୍ତି କି ବିବାହ ପରେ ମହିଳାମାନେ ମଙ୍ଗଳସୁତ୍ର କାହିଁକି...

କୋର୍ଟରେ ସ୍ବାମୀଙ୍କୁ ଜୋତାରେ ପିଟିଲେ ସ୍ତ୍ରୀ: ଭାଇରାଲ ହେଉଛି ଭିଡିଓ

ପ୍ରାୟତଃ ସ୍ବାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ସମସ୍ୟା ଉପୁଜିବାର ଅନେକ କାରଣ ଥାଏ। ଏଥିରେ ତୃତୀୟ ପକ୍ଷର ହସ୍ତକ୍ଷେପ ଅତି ସାଧାରଣ ଅଟେ। ଏପରି ପରିସ୍ଥିତିରେ...

ଆଜି ବିଶ୍ୱ ମ୍ୟାଲେରିଆ ଦିବସ

ସଂକ୍ରାମକ, ଅଣସଂକ୍ରାମକ, ନୂଆ ଭାବେ ପରିପ୍ରକାଶ ପାଉଥିବା ଓ ଆଗଠୁ ଅତ୍ୟଧିକ ଥିବା ସହ କମିଯାଇ ପୁଣି ଅଧିକ ସଂଖ୍ୟାରେ ପରିଲକ୍ଷିତ ହେଉଥିବା ରୋଗ ମଧ୍ୟରୁ...

କିଏ ତିଆରି କରିଛି EVM ଆଉ VVPAT, ନିର୍ମାତାଙ୍କ ନାଁ ପ୍ରକାଶ କରିବାକୁ ମନା କଲା ଇସିଆଇଏଲ୍‌

ନୂଆଦିଲ୍ଲୀ,୨୪ା୪: ଇଲେକ୍ଟ୍ରୋନିକ୍ସ କର୍ପୋରେଶନ ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ECIL) ଏବଂ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ (BEL) ଇଭିଏମ୍‌ ଏବଂ ଭିଭିପାଟ୍‌ର ନିର୍ମାତାଙ୍କ ନାମ ପ୍ରକାଶ କରିବାକୁ...

ଗାଁ ଦେଶର ମେରୁଦଣ୍ଡ

ଭାରତ ହେଉଛି ବିବିଧତାର ଦେଶ। ଯେତେବେଳେ ଦେଶର ସମଗ୍ର ବିକାଶ ବିଷୟରେ କଥା ଉଠେ, ସେତେବେଳେ ତୃଣମୂଳସ୍ତରରୁ ତାହା ଆରମ୍ଭ ହୋଇଥାଏ। କେବଳ କେନ୍ଦ୍ର ସରକାର...

୪ ବିଧାୟକଙ୍କ କଟିଲା ଟିକେଟ୍‌: ୬ରୁ ୫ ନୂଆମୁହଁ

ଭୁବନେଶ୍ୱର,୨୨।୪: ବିଜେଡିର ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ସୋମବାର ପ୍ରକାଶ କରିଛି। ୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ଘୋଷଣା ହୋଇଥିବା...

ଶିବେଇ ସାମନ୍ତରାଙ୍କ ଚତୁରତା ଲୋକମୁଖରେ ଭିନ୍ନ ରୂପ ନେଲା

ଚୁମ୍ବକଶିଳା ବସାଯିବା ପରେ ତିନିଥର ବିଫଳ ହୋଇଥିବା କାର୍ଯ୍ୟ ସଫଳ ହୋଇଥିଲା। ସହସ୍ର ମଲ୍ଲ ସେଇ ଖୁସିରେ ପୁରସ୍କାର ଘୋଷଣା କରିଥିଲେ। ଧର୍ମପଦ ମନ୍ଦିର ଶିଖରରୁ...

ଜାଣନ୍ତୁ ବିଶ୍ୱ ପୁସ୍ତକ, କପିରାଇଟ୍‌ ଦିବସର ଇତିହାସ…

ପ୍ରତିବର୍ଷ ଏପ୍ରିଲ ୨୩ରେ ବିଶ୍ୱ ପୁସ୍ତକ ଏବଂ କପିରାଇଟ୍‌ ଦିବସ ପାଳନ କରାଯାଇଥାଏ। ସମୟ ବଦଳିବା ସହିତ କମ୍ପ୍ୟୁଟର ଏବଂ ଇଣ୍ଟରନେଟ୍‌ ବର୍ତ୍ତମାନ ପୁସ୍ତକ ବି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri