Posted inଫୁରସତ

ଦେଢ଼ କୋଟିରେ ପ୍ରେମିକଙ୍କୁ କିଣିଲେ

ନୂଆଦିଲ୍ଲୀ, ୬ା୧: ଜଣେ ବିବାହିତ ଯୁବକଙ୍କୁ ଦେଢ଼ କୋଟି ଟଙ୍କା ବଦଳରେ ତାଙ୍କ ସ୍ତ୍ରୀଙ୍କଠାରୁ କିଣି ନେଇଛନ୍ତି ପ୍ରେମିକା। ମଧ୍ୟପ୍ରଦେଶର ଭୋପାଳରେ ଏଭଳି ଘଟଣା ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି। ଯୁବକଙ୍କ ଝିଅ ଫ୍ୟାମିଲି କୋର୍ଟର ଦ୍ୱାରସ୍ଥ ହେବା ପରେ ପୂରା ଘଟଣା ପଦାକୁ ଆସିଛି। ନାବାଳିକା ଝିଅ ଜଣକ ବାପାଙ୍କ ବିରୋଧରେ କୋର୍ଟରେ ଏକ କେସ୍‌ ଫାଇଲ କରି କହିଥିଲେ ଯେ, ବାପା ତାଙ୍କ ଅଫିସ୍‌ର ଅନ୍ୟ ଜଣେ ଝିଅଙ୍କୁ ପ୍ରେମ କରୁଥିବାରୁ ସବୁବେଳେ ଘରେ ଅଶାନ୍ତି ଲାଗିରହୁଛି। ଏଥିଯୋଗୁ ପାଠପଢ଼ା ବାଧାପ୍ରାପ୍ତ ହେଉଛି। ପରେ କୋର୍ଟ ଏହି ମାମଲାରେ ସ୍ବାମୀ ସ୍ତ୍ରୀଙ୍କୁ ସମନ କରିବା ସହ ସେମାନଙ୍କ କାଉନ୍‌ସେଲିଂ କରାଇଥିଲେ। ପରେ ସ୍ତ୍ରୀ ଏକ ସର୍ତ୍ତରେ ସ୍ବାମୀଙ୍କୁ ଛାଡ଼ପତ୍ର ଦେବାକୁ ରାଜି ହୋଇଥିଲେ। ମହିଳା ଜଣକ ତାଙ୍କ ସ୍ବାମୀଙ୍କ ପ୍ରେମିକାଙ୍କ ଏକ ଆପାର୍ଟମେଣ୍ଟ ଓ ୨୭ ଲକ୍ଷ ଟଙ୍କା ଦେବାକୁ ସର୍ତ୍ତ ରଖିଥିଲେ। ଏଥିରେ ପ୍ରେମିକା ମଧ୍ୟ ରାଜି ହୋଇଯାଇଥିଲେ। ଉଭୟଙ୍କ ମଧ୍ୟରେ ସମ୍ପର୍କ ଭଲ ରହୁ ନ ଥିବାରୁ ଏବଂ ପିଲାଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ସେ ଏପରି ନିଷ୍ପତ୍ତି ନେଇଥିବା ମହିଳା ଜଣକ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୪ ବିଧାୟକଙ୍କ କଟିଲା ଟିକେଟ୍‌: ୬ରୁ ୫ ନୂଆମୁହଁ

ଭୁବନେଶ୍ୱର,୨୨।୪: ବିଜେଡିର ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ସୋମବାର ପ୍ରକାଶ କରିଛି। ୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ଘୋଷଣା ହୋଇଥିବା...

ଶିବେଇ ସାମନ୍ତରାଙ୍କ ଚତୁରତା ଲୋକମୁଖରେ ଭିନ୍ନ ରୂପ ନେଲା

ଚୁମ୍ବକଶିଳା ବସାଯିବା ପରେ ତିନିଥର ବିଫଳ ହୋଇଥିବା କାର୍ଯ୍ୟ ସଫଳ ହୋଇଥିଲା। ସହସ୍ର ମଲ୍ଲ ସେଇ ଖୁସିରେ ପୁରସ୍କାର ଘୋଷଣା କରିଥିଲେ। ଧର୍ମପଦ ମନ୍ଦିର ଶିଖରରୁ...

ଜାଣନ୍ତୁ ବିଶ୍ୱ ପୁସ୍ତକ, କପିରାଇଟ୍‌ ଦିବସର ଇତିହାସ…

ପ୍ରତିବର୍ଷ ଏପ୍ରିଲ ୨୩ରେ ବିଶ୍ୱ ପୁସ୍ତକ ଏବଂ କପିରାଇଟ୍‌ ଦିବସ ପାଳନ କରାଯାଇଥାଏ। ସମୟ ବଦଳିବା ସହିତ କମ୍ପ୍ୟୁଟର ଏବଂ ଇଣ୍ଟରନେଟ୍‌ ବର୍ତ୍ତମାନ ପୁସ୍ତକ ବି...

୨୪ ଘଣ୍ଟାରେ ୨୬୦୦୦ ବସ୍‌ ଉଠ୍‌ ହୋଇ ଗିନିଜ ଓ୍ବାର୍ଲଡ ରେକର୍ଡ

ପିଲାଦିନେ ସ୍କୁଲରେ ପାଠ ପଢି ନ ଥିଲେ ଦଣ୍ଡ ଆକାରରେ ସାର୍‌ କହୁଥିଲେ ବସ୍‌ ଉଠ୍‌ ହେବା ପାଇଁ। ୩୦ ଥର ବସ୍‌ ଉଠ୍‌ ହେଲା...

ଉଛୁଳା ଭକ୍ତିର ଅନ୍ତରାଳେ….

ମା’ଛେଉଣ୍ଡ ମାଧବ ବାବୁ ଭଦ୍ରଲୋକରେ ଗଣାହେଲେ, ଯେବେଠୁଁ କଷ୍ଟକରି ଉଚ୍ଚଶିକ୍ଷା ଲାଭ କଲା ପରେ ଉଚ୍ଚ ପଦବୀଯୁକ୍ତ ଚାକିରି ପାଇଲେ। ତାଙ୍କର ସବୁଗୁଣ ଭଲ l...

ନିମାପଡ଼ାର ‘ମାଇପି ମେଳା’

ଗୁହାରିଆ ପଡ଼ିଲେ ମାନସିକ ପୂରଣ ହୋଇଥାଏ l ଅନ୍ଧବିଶ୍ୱାସ ହେଉ କି ବିଶ୍ୱାସ, ଏଭଳି ଏକ ପ୍ରଥା କିନ୍ତୁ ପ୍ରଚଳିତ ହୋଇଆସୁଅଛି କାହିଁ କେବେଠୁ। ପୁରାଣ...

ପ୍ରଥମ ରୋଜଗାର ବୋଉକୁ ଦେଇଥିଲି: ଲଳିତ କୁମାର

ମୋର ଜନ୍ମ ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ ଅନ୍ତର୍ଗତ ନନ୍ଦଳା ଗ୍ରାମରେ। ମାତା ପାର୍ବତୀ ସ୍ବାଇଁ ଓ ପିତା ଭିକାରୀ ସ୍ବାଇଁଙ୍କର ତିନିପୁଅଙ୍କ ଭିତରେ ମୁଁ...

‘ଆଉ ଥରେ ଜନ୍ମ ହେଲେ କବିଟିଏ ହୋଇ ଜନ୍ମ ହେବି’

ଏକାଧାରରେ ସେ ଜଣେ କବି, ଗାଳ୍ପିକ ଓ ନାଟ୍ୟକାର। ଦୀର୍ଘ ୪ଦଶନ୍ଧି ଧରି ତାଙ୍କ ଲେଖନୀ ମୁନରେ ଫୁଟେଇଛନ୍ତି ଏକାଧିକ ଗଳ୍ପ, କବିତା ଓ ନାଟକ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri