Posted inଫୁରସତ

୨୦୨୦ରେ ଜନ୍ମିତ ଏହି ଶିଶୁ ସବୁ ଜିନିଷକୁ ଭାବୁଛି ସାନିଟାଇଜର, ଭିଡିଓ ଦେଖିଲେ ହସି ହସି ଗଡ଼ିବେ

କରୋନା ମହାମାରୀ ଆସିବା ପରଠାରୁ ଏହି ଦୁଇବର୍ଷ ମଧ୍ୟରେ ଲୋକଙ୍କୁ ଏକ ନୂଆ ଅଭ୍ୟାସ ଶିଖାଇ ଦେଇଛି। ହାତକୁ ବାରମ୍ବାର ଧୋଇବା, ସାନିଟାଇଜ କରିବା ଫଳରେ କରୋନା ମହାମାରୀଠାରୁ ଦୂରେଇ ରହିବା। ଡାକ୍ତର ନିୟମିତ ଭାବରେ ହାତ ସଫା ରଖିବାକୁ ପରାମର୍ଶ ଦେଉଛନ୍ତି। ମଲ୍‌ଠାରୁ ଆରମ୍ଭ କରି ରେଷ୍ଟୁରାଣ୍ଟ ପର୍ଯ୍ୟନ୍ତ ଆପଣ ଯୁଆଡ଼େ ଯିବେ ପ୍ରଥମେ ଆପଣଙ୍କୁ ସାନିଟାଇଜର ହିଁ ମିଳିବ।

ଏହି ମହାମାରୀ ସମୟରେ ଜନ୍ମ ହୋଇଥିବା ଏକ ଶିଶୁକନ୍ୟା ନିଜ ମାତାପିତାଙ୍କୁ ସବୁବେଳେ ହାତ ଧୋଉଥିବାର ଦେଖୁଛି। ଏବେ ଏହି ଶିଶୁକନ୍ୟାଟି ୨ ବର୍ଷର ହୋଇଗଲାଣି। ସେ ଯେତେ ବଡ଼ ହେଉଛି ସବୁ ଜିନିଷକୁ ସାନିଟାଇଜର ଭାବୁଛି। ଯେକୌଣସି ଜିନିଷ ହାତରେ ଧରୁଛି ତାକୁ ସାନିଟାଇଜର ଭାବି ଭଲ ଭାବେ କିଛି ସମୟ ରଗଡୁଛି।

ଆଜିକାଲି ସୋସିଆଲ ମିଡିଆରେ ଏହି ଭିଡିଓ ଖୁବ୍‌ ତୀବ୍ର ବେଗରେ ଭାଇରାଲ ହେଉଛି। ୨୦୨୦ରେ ଜନ୍ମ ହୋଇଥିବା ଶିଶୁକନ୍ୟା ଲ୍ୟାମ୍ପଠାରୁ ଆରମ୍ଭ କରି ଇଲେକ୍ଟ୍ରିକ୍‌ ସାମଗ୍ରୀକୁ ମଧ୍ୟ ସାନିଟାଇଜର ଭାବୁଛି। ଯେଉଁ ଜିନିଷ ଦେଖୁଛି ତା’ ଆଗରେ ହାତ ରଖି ସାନିଟାଇଜର ସ୍ପ୍ରେ କଲା ପରି କରୁଛି। ଭିଡିଓଟି ଦେଖି ଲୋକେ ହସି ହସି ଗଡୁଛନ୍ତି। ମାତ୍ର ଏହା ଆଜିକାଲି ସମୟରେ ସତ ଘଟଣା। ଭିଡିଓଟିକୁ ବର୍ତ୍ତମାନ ୧.୮ ବିଲିୟନରୁ ଅଧିକ ଲୋକ ଦେଖିସାରିଲେଣି। ହଜାର ହଜାର ଲୋକ ଏଥିରେ ପ୍ରତିକ୍ରିୟା ମଧ୍ୟ ଦେଇଛନ୍ତି।

ଭିଡିଓଟି Babygram.tr ନାମକ ଏକ ଇନ୍‌ଷ୍ଟାଗ୍ରାମରେ ଶେୟାର କରାଯାଇଛି। ଏଥିରେ ଏକ ଛୋଟ ଶିଶୁକନ୍ୟା ରାସ୍ତାରେ ଲାଗିଥିବା ଲାଇଟ୍‌, ବିଦ୍ୟୁତ୍‌ ସାମଗ୍ରୀ ଆଗରେ ହାତ ରଖି ଦେଉଛି। ସେ ପ୍ରତ୍ୟେକ ଜିନିଷକୁ ସାନିଟାଇଜର ଭାବୁଛି। ଯେମିତି କି ବଡ଼ମାନେ ଗୋଟିଏ ହାତରେ ସାନିଟାଇଜର ନେଇ ଦୁଇହାତରେ ଭଲ ଭାବରେ ଘଷନ୍ତି ସେ ଅବିକଳ ସେପରି କରୁଛି। ଭିଡିଓଟିକୁ ବହୁ ଲୋକ ପସନ୍ଦ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୨୦ଟଙ୍କା ଲାଞ୍ଚ ପାଇଁ ୩୦ ବର୍ଷର ଆଇନଗତ ଲଢ଼େଇ

ନୂଆଦିଲ୍ଲୀ, ୨୦।୮: ମାତ୍ର ୨୦ଟଙ୍କା ଲାଞ୍ଚ ମାମଲାରେ ୩ ଦଶନ୍ଧି ଧରି ଚାଳିଥିବା ଆଇନଗତ ଲଢ଼େଇର ଅନ୍ତ ଘଟିଛି। ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ ଉଜ୍ଜଳ ଭୂୟାଁ ଏବଂ…

୨୮ରେ ରାଜ୍ୟ କ୍ୟାବିନେଟ୍‌: ୭ ପ୍ରସ୍ତାବକୁ ମିଳିପାରେ ଅନୁମୋଦନ

ଭୁବନେଶ୍ୱର,୨୦।୮(ରବିନାରାୟଣ ଜେନା):ରାଜ୍ୟ ସରକାରଙ୍କ ପକ୍ଷରୁ ଅଗଷ୍ଟ ୨୮ତାରିଖରେ ରାଜ୍ୟ କ୍ୟାବିନେଟ୍‌ ବୈଠକ ଅନୁଷ୍ଠିତ ହେବାକୁ ରହିଛି। ଏ ସଂକ୍ରାନ୍ତରେ ସଂସଦୀୟ ବ୍ୟାପାର ବିଭାଗ ପକ୍ଷରୁ ମନ୍ତ୍ରିମଣ୍ଡଳର ସଦସ୍ୟମାନଙ୍କୁ…

ଆଉ ଏକ ଲଘୁଚାପ: ୨୨ରୁ ପୁଣି ବର୍ଷା, ୧୫ ଜିଲାକୁ ୟେଲୋ ୱାର୍ନିଂ

ଭୁବନେଶ୍ୱର,୧୯ା୮(ସୌମ୍ୟରଞ୍ଜନ ରାଉତ) – ପଛକୁ ପଛ ଲଘୁଚାପ ଯୋଗୁ ପ୍ରବଳ ବର୍ଷା ହେବାରୁ ରାଜ୍ୟରେ ବନ୍ୟା ଦୁର୍ଦ୍ଦଶା ବଢ଼ି ଚାଲିଛି। ଏପରି ସ୍ଥିତିରେ ଆସୁଛି ଆଉ ଏକ…

ଜାତୀୟ ରାଜପଥରେ ପିକ୍‌ଅପ୍‌ ଭ୍ୟାନ୍‌ ଅଟକାଇ ଲୁଟ୍‌ ଘଟଣାର ପର୍ଦ୍ଦାଫାଶ: ଜେଲ ଗଲେ ୩ ଅଭିଯୁକ୍ତ,୪ ନାବାଳକ…

ଦିଗପହଣ୍ଡି,୧୯।୮(ଅଶେଷ ନାଥ ମିଶ୍ର): ପାଟପୁର ପୋଲିସ ଏକ ବଡ଼ଧରଣର ଡକାୟତି ଘଟଣାର ପର୍ଦ୍ଦାଫାସ କରିଛି। ବ୍ରହ୍ମପୁର-ରାୟଗଡ଼ା ୩୨୬ ନଂ ଜାତୀୟ ରାଜପଥର ମାର୍ଥାପୁର ନିକଟରେ ପିକ୍‌ଅପ୍‌ ଭ୍ୟାନ୍‌…

ରାଜ୍ୟର ଅଧିକାର ଛଡ଼ାଇ ନେବ ଏମ୍‌ଏମ୍‌ଡିଆର୍‌ ବିଲ୍‌: ଚେତାଇଲେ ନବୀନ, BJPକୁ ଟାର୍ଗେଟ୍ କରି…

ଭୁବନେଶ୍ୱର,୧୯।୮(ସୁନିତ୍‌ ମିଶ୍ର): ୨୦୦୦ ମସିହାରେ ଯେତେବେଳେ ବିଜେଡି ଶାସନ କ୍ଷମତାକୁ ଆସିଲା, ସେତେବେଳକୁ ଓଡ଼ିଶାର ଅର୍ଥନୀତି ବହୁ ଖରାପ ଅବସ୍ଥାରେ ଥିଲା। ସରକାର ଓଭରଡ୍ରାଫ୍ଟ ଉପରେ ନିର୍ଭର…

Facebookରେ ଲାଇଭ୍‌ ଆସିଲେ,ବେକରେ ରଶି ଲଗାଇ ଝୁଲି ପଡ଼ିଲେ…ସ୍ତ୍ରୀଙ୍କ ସହ ବିବାଦ ପରେ…

ବରେଲୀ,୧୯।୮: ଉତ୍ତରପ୍ରଦେଶର ବରେଲୀ ଜିଲାରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି, ଯେଉଁଠାରେ ପାରିବାରିକ ବିବାଦକୁ କେନ୍ଦ୍ର କରି ଜଣେ ଯୁବକ ଫେସବୁକ୍‌ରେ ଲାଇଭ୍ ଆସି ଆତ୍ମହତ୍ୟା…

କେବେ ବାନ୍ଧିବେ ରାକ୍ଷୀ? ୨୭ ନା ୨୮, ଜାଣନ୍ତୁ ତାରିଖ

ରାକ୍ଷୀ ପୂର୍ଣ୍ଣିମା ଏକ ଲୋକପ୍ରିୟ ପାରମ୍ପରିକ ହିନ୍ଦୁ ପର୍ବ । ଏହି ପର୍ବ ଭାଇ ଓ ଭଉଣୀଙ୍କ ମଧ୍ୟରେ ବନ୍ଧୁତ୍ୱକୁ ଦୃଢ଼ କରିଥାଏ । ଏହି ଦିନ…

ଦୁଇ ଭାରତୀୟ ଡାକ୍ତରଙ୍କୁ ସମ୍ମାନିତ କରିବ ପାକିସ୍ତାନ, କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଇସଲାମାବାଦ,୧୯।୮: ପାକିସ୍ତାନ ସରକାର ମହମ୍ମଦ ଅଲୀ ଜିନ୍ନାଙ୍କ ଗୁରୁତର ଅସୁସ୍ଥତାକୁ ଗୋପନ ରଖିବା ଏବଂ ତାଙ୍କର ଚିକିତ୍ସା କରିଥିବା ଦୁଇ ଭାରତୀୟ ଡାକ୍ତରଙ୍କୁ ସମ୍ମାନ ଦେବାକୁ ଘୋଷଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri