Posted inଫୁରସତ

୨୦୨୦ରେ ଜନ୍ମିତ ଏହି ଶିଶୁ ସବୁ ଜିନିଷକୁ ଭାବୁଛି ସାନିଟାଇଜର, ଭିଡିଓ ଦେଖିଲେ ହସି ହସି ଗଡ଼ିବେ

କରୋନା ମହାମାରୀ ଆସିବା ପରଠାରୁ ଏହି ଦୁଇବର୍ଷ ମଧ୍ୟରେ ଲୋକଙ୍କୁ ଏକ ନୂଆ ଅଭ୍ୟାସ ଶିଖାଇ ଦେଇଛି। ହାତକୁ ବାରମ୍ବାର ଧୋଇବା, ସାନିଟାଇଜ କରିବା ଫଳରେ କରୋନା ମହାମାରୀଠାରୁ ଦୂରେଇ ରହିବା। ଡାକ୍ତର ନିୟମିତ ଭାବରେ ହାତ ସଫା ରଖିବାକୁ ପରାମର୍ଶ ଦେଉଛନ୍ତି। ମଲ୍‌ଠାରୁ ଆରମ୍ଭ କରି ରେଷ୍ଟୁରାଣ୍ଟ ପର୍ଯ୍ୟନ୍ତ ଆପଣ ଯୁଆଡ଼େ ଯିବେ ପ୍ରଥମେ ଆପଣଙ୍କୁ ସାନିଟାଇଜର ହିଁ ମିଳିବ।

ଏହି ମହାମାରୀ ସମୟରେ ଜନ୍ମ ହୋଇଥିବା ଏକ ଶିଶୁକନ୍ୟା ନିଜ ମାତାପିତାଙ୍କୁ ସବୁବେଳେ ହାତ ଧୋଉଥିବାର ଦେଖୁଛି। ଏବେ ଏହି ଶିଶୁକନ୍ୟାଟି ୨ ବର୍ଷର ହୋଇଗଲାଣି। ସେ ଯେତେ ବଡ଼ ହେଉଛି ସବୁ ଜିନିଷକୁ ସାନିଟାଇଜର ଭାବୁଛି। ଯେକୌଣସି ଜିନିଷ ହାତରେ ଧରୁଛି ତାକୁ ସାନିଟାଇଜର ଭାବି ଭଲ ଭାବେ କିଛି ସମୟ ରଗଡୁଛି।

ଆଜିକାଲି ସୋସିଆଲ ମିଡିଆରେ ଏହି ଭିଡିଓ ଖୁବ୍‌ ତୀବ୍ର ବେଗରେ ଭାଇରାଲ ହେଉଛି। ୨୦୨୦ରେ ଜନ୍ମ ହୋଇଥିବା ଶିଶୁକନ୍ୟା ଲ୍ୟାମ୍ପଠାରୁ ଆରମ୍ଭ କରି ଇଲେକ୍ଟ୍ରିକ୍‌ ସାମଗ୍ରୀକୁ ମଧ୍ୟ ସାନିଟାଇଜର ଭାବୁଛି। ଯେଉଁ ଜିନିଷ ଦେଖୁଛି ତା’ ଆଗରେ ହାତ ରଖି ସାନିଟାଇଜର ସ୍ପ୍ରେ କଲା ପରି କରୁଛି। ଭିଡିଓଟି ଦେଖି ଲୋକେ ହସି ହସି ଗଡୁଛନ୍ତି। ମାତ୍ର ଏହା ଆଜିକାଲି ସମୟରେ ସତ ଘଟଣା। ଭିଡିଓଟିକୁ ବର୍ତ୍ତମାନ ୧.୮ ବିଲିୟନରୁ ଅଧିକ ଲୋକ ଦେଖିସାରିଲେଣି। ହଜାର ହଜାର ଲୋକ ଏଥିରେ ପ୍ରତିକ୍ରିୟା ମଧ୍ୟ ଦେଇଛନ୍ତି।

ଭିଡିଓଟି Babygram.tr ନାମକ ଏକ ଇନ୍‌ଷ୍ଟାଗ୍ରାମରେ ଶେୟାର କରାଯାଇଛି। ଏଥିରେ ଏକ ଛୋଟ ଶିଶୁକନ୍ୟା ରାସ୍ତାରେ ଲାଗିଥିବା ଲାଇଟ୍‌, ବିଦ୍ୟୁତ୍‌ ସାମଗ୍ରୀ ଆଗରେ ହାତ ରଖି ଦେଉଛି। ସେ ପ୍ରତ୍ୟେକ ଜିନିଷକୁ ସାନିଟାଇଜର ଭାବୁଛି। ଯେମିତି କି ବଡ଼ମାନେ ଗୋଟିଏ ହାତରେ ସାନିଟାଇଜର ନେଇ ଦୁଇହାତରେ ଭଲ ଭାବରେ ଘଷନ୍ତି ସେ ଅବିକଳ ସେପରି କରୁଛି। ଭିଡିଓଟିକୁ ବହୁ ଲୋକ ପସନ୍ଦ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସର୍ବପ୍ରଥମେ କେବେ ପିନ୍ଧାଯାଇଥିଲା ମଙ୍ଗଳସୁତ୍ର: ଭାରତ ଛାଡ଼ା ଏସବୁ ଦେଶରେ ଏହାକୁ ପିନ୍ଧାଯାଏ

ହିନ୍ଦୁ ଧର୍ମରେ ବିବାହ ପରେ ମହିଳାମାନେ ବେକରେ ମଙ୍ଗଳସୁତ୍ର ପିନ୍ଧିବା ପ୍ରଥା ରହିଛି। କିନ୍ତୁ ଆପଣ ଜାଣନ୍ତି କି ବିବାହ ପରେ ମହିଳାମାନେ ମଙ୍ଗଳସୁତ୍ର କାହିଁକି...

କୋର୍ଟରେ ସ୍ବାମୀଙ୍କୁ ଜୋତାରେ ପିଟିଲେ ସ୍ତ୍ରୀ: ଭାଇରାଲ ହେଉଛି ଭିଡିଓ

ପ୍ରାୟତଃ ସ୍ବାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ସମସ୍ୟା ଉପୁଜିବାର ଅନେକ କାରଣ ଥାଏ। ଏଥିରେ ତୃତୀୟ ପକ୍ଷର ହସ୍ତକ୍ଷେପ ଅତି ସାଧାରଣ ଅଟେ। ଏପରି ପରିସ୍ଥିତିରେ...

ଆଜି ବିଶ୍ୱ ମ୍ୟାଲେରିଆ ଦିବସ

ସଂକ୍ରାମକ, ଅଣସଂକ୍ରାମକ, ନୂଆ ଭାବେ ପରିପ୍ରକାଶ ପାଉଥିବା ଓ ଆଗଠୁ ଅତ୍ୟଧିକ ଥିବା ସହ କମିଯାଇ ପୁଣି ଅଧିକ ସଂଖ୍ୟାରେ ପରିଲକ୍ଷିତ ହେଉଥିବା ରୋଗ ମଧ୍ୟରୁ...

କିଏ ତିଆରି କରିଛି EVM ଆଉ VVPAT, ନିର୍ମାତାଙ୍କ ନାଁ ପ୍ରକାଶ କରିବାକୁ ମନା କଲା ଇସିଆଇଏଲ୍‌

ନୂଆଦିଲ୍ଲୀ,୨୪ା୪: ଇଲେକ୍ଟ୍ରୋନିକ୍ସ କର୍ପୋରେଶନ ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ECIL) ଏବଂ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ (BEL) ଇଭିଏମ୍‌ ଏବଂ ଭିଭିପାଟ୍‌ର ନିର୍ମାତାଙ୍କ ନାମ ପ୍ରକାଶ କରିବାକୁ...

ଗାଁ ଦେଶର ମେରୁଦଣ୍ଡ

ଭାରତ ହେଉଛି ବିବିଧତାର ଦେଶ। ଯେତେବେଳେ ଦେଶର ସମଗ୍ର ବିକାଶ ବିଷୟରେ କଥା ଉଠେ, ସେତେବେଳେ ତୃଣମୂଳସ୍ତରରୁ ତାହା ଆରମ୍ଭ ହୋଇଥାଏ। କେବଳ କେନ୍ଦ୍ର ସରକାର...

୪ ବିଧାୟକଙ୍କ କଟିଲା ଟିକେଟ୍‌: ୬ରୁ ୫ ନୂଆମୁହଁ

ଭୁବନେଶ୍ୱର,୨୨।୪: ବିଜେଡିର ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ସୋମବାର ପ୍ରକାଶ କରିଛି। ୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ଘୋଷଣା ହୋଇଥିବା...

ଶିବେଇ ସାମନ୍ତରାଙ୍କ ଚତୁରତା ଲୋକମୁଖରେ ଭିନ୍ନ ରୂପ ନେଲା

ଚୁମ୍ବକଶିଳା ବସାଯିବା ପରେ ତିନିଥର ବିଫଳ ହୋଇଥିବା କାର୍ଯ୍ୟ ସଫଳ ହୋଇଥିଲା। ସହସ୍ର ମଲ୍ଲ ସେଇ ଖୁସିରେ ପୁରସ୍କାର ଘୋଷଣା କରିଥିଲେ। ଧର୍ମପଦ ମନ୍ଦିର ଶିଖରରୁ...

ଜାଣନ୍ତୁ ବିଶ୍ୱ ପୁସ୍ତକ, କପିରାଇଟ୍‌ ଦିବସର ଇତିହାସ…

ପ୍ରତିବର୍ଷ ଏପ୍ରିଲ ୨୩ରେ ବିଶ୍ୱ ପୁସ୍ତକ ଏବଂ କପିରାଇଟ୍‌ ଦିବସ ପାଳନ କରାଯାଇଥାଏ। ସମୟ ବଦଳିବା ସହିତ କମ୍ପ୍ୟୁଟର ଏବଂ ଇଣ୍ଟରନେଟ୍‌ ବର୍ତ୍ତମାନ ପୁସ୍ତକ ବି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri