ହ୍ବାଟ୍ସଆପ୍‌ ଲଟେରି, ସିମ୍‌କାର୍ଡ ଭେରିଫିକେଶନ ନାଁରେ ସାଇବର ଠକେଇ

ଭୁବନେଶ୍ୱର,୧୮।୭(ବ୍ୟୁରୋ): କ୍ରେଡିଟ୍‌, ଡେବିଟ୍‌ କାର୍ଡ, ୟୁପିଆଇ ଭେରିଫିକେଶନ, ଲୋନ୍‌, ପୁରସ୍କାର, ହନିଟ୍ରାପ୍‌ ଆଦି ବାହାନାରେ ସାଇବର ଠକେଇ ହେଉଛି। ଏବେ ପୂର୍ବଭଳି ପୁଣିଥରେ ହ୍ବାଟସ୍‌ଆପ ଲଟେରି ଓ ସିମ୍‌କାର୍ଡ ଭେରିଫିକେଶନ ନାଁରେ ସାଇବର ଠକମାନେ ଲୋକଙ୍କୁ ଫସାଇ ଲୁଟୁଛନ୍ତି। ସାଧାରଣ ଲୋକେ ଠକଙ୍କ ଅସଲ ଯୋଜନା ବୁଝି ନ ପାରି ସେମାନଙ୍କ ଜାଲରେ ପଡ଼ୁଛନ୍ତି। ତେଣୁ ଏଭଳି ଠକେଇରୁ ବର୍ତ୍ତିବା ପାଇଁ କମିଶନରେଟ ପୋଲିସ ପକ୍ଷରୁ ଜନସାଧାରଣଙ୍କୁ ପୁଣି ସତର୍କ କରାଯାଇଛି। ଏନେଇ ଭୁବନେଶ୍ୱର ଡିସିପି ଉମାଶଙ୍କର ଦାଶ ଟୁଇଟ୍‌ କରି କହିଛନ୍ତି, କିଛିଦିନ ହେବ ହ୍ବାଟ୍‌ସଆପ୍‌ ପକ୍ଷରୁ ୨୫ଲକ୍ଷ ଟଙ୍କା ଲଟେରି ଜିତିଥିବା ନେଇ ଲୋକଙ୍କ ପାଖକୁ ଫୋନ୍‌ କଲ ଆସୁଛି। ଫୋନ୍‌ କଲର ଏକ ଅଡ଼ିଓ ରେକର୍ଡିଂ ମଧ୍ୟ ସେ ଟୁଇଟରେ ପୋଷ୍ଟ କରିଛନ୍ତି। ଏହି ଅଡିଓରେ ଜଣେ ବ୍ୟକ୍ତି ଫୋନ କରି ହ୍ବାଟ୍‌ସଆପ୍‌ ମୁଖ୍ୟ କାର୍ଯ୍ୟାଳୟ ନୂଆଦିଲ୍ଲୀରୁ କଲ୍‌ କରିଥିବା କହୁଛନ୍ତି। ଭାରତ ସମେତ ୫ ଦେଶର ଲକି ଡ୍ର ନମ୍ବରରେ ଆପଣ ସିଲେକ୍ଟ ହୋଇଥିବାବେଳେ ୨୫ଲକ୍ଷ ଟଙ୍କା ପାଇବେ ବୋଲି ମୁମ୍ବାଇ ଷ୍ଟେଟ ବ୍ୟାଙ୍କ ଅଫ୍‌ ଇଣ୍ଡିଆର ଜଣେ କର୍ମଚାରୀଙ୍କୁ ନମ୍ବର ଦେଇଥିବା କହୁଛନ୍ତି। ଉକ୍ତ ନମ୍ବରକୁ ହ୍ବାଟ୍ସଆପ୍‌ରେ କଲ୍‌ କରି ଟଙ୍କା କିପରି ପାଇପାରିବେ ସେ ସମ୍ପର୍କରେ ଅଧିକ ସୂଚନା ସଂଗ୍ରହ କରନ୍ତୁ ବୋଲି କଲ୍‌ କରିଥିବା ଠକ ଜଣକ କହୁଛନ୍ତି। ତେବେ ଏହା ହେଉଛି ଠକେଇର ଏକ ଯୋଜନା। ତାଙ୍କୁ ଠକ ଦେଉଥିବା ନମ୍ବରରେ କଲ୍‌ କଲେ ବିଭିନ୍ନ ଆଳରେ ବ୍ୟାଙ୍କ ତଥ୍ୟ ଆଦାୟ କରି ଆକାଉଣ୍ଟରୁ ସମସ୍ତ ଟଙ୍କା କାଟିନେବେ। ସେହିପରି ସିମ୍‌ କାର୍ଡ ଭେରିଫିକେସନ୍‌ ନାଁରେ ଏକ ମେସେଜ୍‌ ଆସୁଛି। ମୋବାଇଲ୍‌ ନଂ.୬୨୯୫୨୦୩୩୨୯ରେ ୨୪ ଘଣ୍ଟା ମଧ୍ୟରେ ଯୋଗାଯୋଗ କରିବାକୁ କୁହାଯାଉଛି। ତେଣୁ ଏଭଳି କଲ୍‌ ଓ ମେସେଜଠାରୁ ନିଜକୁ ଦୂରେଇ ରଖନ୍ତୁ ବୋଲି ଡିସିପି ପରାମର୍ଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ବନକଲାଗି ନୀତି: ୪ ଘଣ୍ଟା ସର୍ବସାଧାରଣଙ୍କ ଦର୍ଶନ ବନ୍ଦ

ପୁରୀ ଅଫିସ, ୩।୨: ଶ୍ରୀମନ୍ଦିରରେ ବୁଧବାର ମହାପ୍ରଭୁଙ୍କର ବନକ ଲାଗି ନୀତି ଅନୁଷ୍ଠିତ ହେବ । ଦ୍ୱିତୀୟ ଭୋଗ ମଣ୍ତପ ପରେ ଦତ୍ତ ମହାପାତ୍ର ସେବାୟତମାନେ...

ଓଡ଼ିଶାକୁ ଏକ ଲକ୍ଷ ଟଙ୍କା ଜରିମାନା

ଭୁବନେଶ୍ୱର,୨୯।୧(ବ୍ୟୁରୋ): ଗ୍ରାମ୍ୟ ନ୍ୟାୟାଳୟ ପ୍ରତିଷ୍ଠାରେ ବିଳମ୍ବ ନେଇ ଓଡ଼ିଶାକୁ ଜରିମାନା କରାଯାଇଛି। ବୁଧବାର ସୁପ୍ରିମକୋର୍ଟ ଓଡ଼ିଶା ସହ ୮ଟି ରାଜ୍ୟକୁ ଏକ ଲକ୍ଷ ଟଙ୍କା ଲେଖାଏ...

ଅକ୍ଟୋବର ୧୨ରୁ ଓଜେଇଇ

ଭୁବନେଶ୍ୱର, ୧୯। ୯(ବ୍ୟୁରୋ):  ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ) ଅକ୍ଟୋବର ୧୨ରୁ ଆରମ୍ଭ ହେବ। ଏହା ୧୯ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ଶୁକ୍ରବାର...

ଖାଇବା ତେଲ ମହଙ୍ଗା, ବଢୁଛି ଭେଜାଲ

ଭୁବନେଶ୍ୱର,୩୧ା୩(ବ୍ୟୁରୋ): ତେଲ ଭେଜାଲ, ଘିଅ ଭେଜାଲ, ମସଲା ଭେଜାଲ, କୋଲ୍ଡଡ୍ରିଙ୍କ୍ସ ଭେଜାଲ। ଅପମିଶ୍ରଣକାରୀ ଓ ରାଜ୍ୟ ସରକାରଙ୍କ ମଧ୍ୟରେ ଭିତିରିଆ ସମ୍ପର୍କ ରହିଛି। ସେମାନଙ୍କ ବିରୋଧରେ...

ମଜୁରି ପୈଠ, ଇପିଏଫ୍‌ ଉପରେ ନଜର ରଖିବ ‘ଇ-ମଷ୍ଟରରୋଲ’

ଭୁବନେଶ୍ୱର, ୭ା୩ (ବ୍ୟୁରୋ): ବିଭିନ୍ନ ପ୍ରକଳ୍ପ କାର୍ଯ୍ୟ ପରିଚାଳନାରେ ସ୍ବଚ୍ଛତା ସହ ଇପିଏଫ୍‌ ଓ ଇଏସଆଇ ଆଦି ପୈଠ ଉପରେ ନଜର ରଖିବାକୁ ରାଜ୍ୟ ସରକାର...

ଆଜିଠୁ ରାଜ୍ୟରେ ଲକ୍‌ଡାଉନ: ସାଧାରଣ ଯାତାୟାତ ଉପରେ କଟକଣା

ଭୁବନେଶ୍ୱର,୫/୫(ବ୍ୟୁରୋ): କୋଭିଡ୍‌-୧୯ ସଂକ୍ରମଣ ବେଳକୁ ବେଳ ମାଡ଼ି ଚାଲିଛି। କିଛିଦିନ ହେବ ରାଜ୍ୟରେ ଦୈନିକ ସଂକ୍ରମଣ ହାର ୮ହଜାର ଉପରେ ରହୁଛି। ଏହାକୁ ଦୃଷ୍ଟିରେ ରଖି...

ବାତ୍ୟା ଅମ୍ପନ ତାଣ୍ଡବ: ୪୮ ଘଣ୍ଟାରେ ରିପୋର୍ଟ ଦେବାକୁ ପ୍ରଭାବିତ ଜିଲାର ଜିଲାପାଳଙ୍କୁ ନିର୍ଦ୍ଦେଶ

ଭୁବନେଶ୍ୱର,୨୦।୫(ବ୍ୟୁରୋ): ବାତ୍ୟା ଅମ୍ପନ ବୁଧବାର ସନ୍ଧ୍ୟାରେ ପଶ୍ଚିମବଙ୍ଗର ସୁନ୍ଦରବନ ଠାରେ ସ୍ଥଳଭାଗ ଅତିକ୍ରମ କରି ଯାଇଛି। ସ୍ଥଳଭାଗ ମୁହାଁ ହେବା ବେଳେ ଓଡିଶା ଉପକୂଳରେ କିଛି...

ଜମିଲାଣି ମେଲୋଡ଼ି: ଆକର୍ଷଣ ସାଜୁଛି ଦାଣ୍ଡିଆ

ଭୁବନେଶ୍ୱର, ୬।୧୦ (ବ୍ୟୁରୋ): ଦୁର୍ଗାପୂଜା ପାଇଁ ରାଜଧାନୀ ସମେତ ରାଜ୍ୟର ସହରଠୁ ଗଁା ହୋଇଉଠିଛି ଉତ୍ସବମୁଖର। ସନ୍ଧ୍ୟାର ଆକର୍ଷଣ ସାଜୁଛି ସାଂସ୍କୃତିକ କାର୍ଯ୍ୟକ୍ରମ ସାଙ୍ଗକୁ ନବରାତ୍ରର...

Advertisement


Archives

Model This Week

Why Dharitri