ଠକେଇକୁ ନେଇ ଅପହରଣ ବଢୁଛି

ଭୁବନେଶ୍ୱର,୧୮।୭(ବ୍ୟୁରୋ): ରାଜଧାନୀରେ ଠକେଇକୁ ନେଇ ଅପହରଣ ଘଟଣା ବଢ଼ିବାରେ ଲାଗିଛି। ନିକଟରେ ଠକେଇ କରିଥିବା ଜଣେ ଯୁବକଙ୍କୁ ଚନ୍ଦକା ଥାନାଞ୍ଚଳରୁ ଅପହରଣ କରି ଖୋର୍ଦ୍ଧାରେ ମୁଣ୍ଡଜାମିନ ରଖାଯାଇଥିଲା। ପୋଲିସ ତାଙ୍କୁ ଉଦ୍ଧାର କରିବା ପରେ ଅପହରଣ ପଛରେ ଠକେଇ ରହିଥିବା ଜଣାପଡିଥିଲା। ଏବେ ଆଉ ଏକ ସମାନ ଘଟଣା ଘଟିଛି। ଭୁବନେଶ୍ୱର କମିଶନରେଟ୍‌ ପୋଲିସ ଏକ ଅପହରଣ ମାମଲାର ତଦନ୍ତ କରୁଥିବାବେଳେ ଏକ ଠକେଇ ର଼୍ୟାକେଟକୁ ଧରିଛି। ଅପହରଣ ଅଭିଯୋଗରେ ତମାଣ୍ଡୋ ପୋଲିସ ୫ଜଣଙ୍କୁ ଓ ୨୧ଲକ୍ଷ ଠକେଇ କରି ଅପହୃତ ହୋଇଥିବା ଶଳା ଓ ଭିଣୋଇଙ୍କୁ ଚନ୍ଦ୍ରଶେଖରପୁର ପୋଲିସ ଗିରଫ କରିଛି। ୫ ଅପହରଣକାରୀ ହେଉଛନ୍ତି ପ୍ରଦ୍ୟୁମ୍ନ ନାୟକ(୩୪), ପ୍ରଦୀପ୍ତ ମନୋହର(୩୬), ସନ୍ଦୀପ ପ୍ରଧାନ(୨୭), ଦୁର୍ଗାପ୍ରସାଦ ରଥ(୨୫) ଓ ସାଗର କୁମାର ଜେନା(୩୪)। ସେହିପରି ଠକେଇ ମାମଲାରେ ଗିରଫ ଅଭିଯୁକ୍ତ ହେଲେ କଳିଙ୍ଗବିହାରରେ ରହୁଥିବା ସମରଜିତ ରାଉତ ଓ ତାଙ୍କ ଭିଣୋଇ ସୌମ୍ୟରଞ୍ଜନ ରାଉତ। ସମରଜିତ୍‌ ଓ ସୌମ୍ୟ ରେଲ୍‌ଓ୍ବେରେ ଚାକିରି କରାଇ ଦେବାକୁ କହି ଠକେଇ ର଼୍ୟାକେଟ ଚଳାଇଥିଲେ। ପୋଲିସ ଉଭୟଙ୍କଠାରୁ ଜାଲ୍‌ ଅଫର ଲେଟର, ରେଲ୍‌ୱେ ଆଇଡି କାର୍ଡ ଓ ବିଭିନ୍ନ ନକଲି କାଗଜପତ୍ର ଜବତ କରିଛି। ଏହି ଠକେଇ ର଼୍ୟାକେଟ୍‌ରେ ଆଉ କାହାର ସମ୍ପୃକ୍ତି ରହିଛି ସେ ନେଇ ପୋଲିସ ଅଧିକ ତଦନ୍ତ ଚଳାଇଥିବାବେଳେ କେତେଜଣ ରେଲଓ୍ବେ କର୍ମଚାରୀଙ୍କ ସମ୍ପୃକ୍ତି ଥିବା ନେଇ ସନ୍ଦେହ କରାଯାଉଛି।

ସୂଚନା ଅନୁଯାୟୀ, ଶୁକ୍ରବାର ସନ୍ଧ୍ୟାରେ ତମାଣ୍ଡୋ ଥାନାଞ୍ଚଳରୁ ସମରଜିତଙ୍କୁ ଗାଡ଼ିରେ ଅପହରଣ କରି ନିଆଯାଇଥିବା ସଂକ୍ରାନ୍ତରେ ତାଙ୍କ ଭଉଣୀ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ୫ଜଣ ଯୁବକ ତାଙ୍କ ଭାଇଙ୍କୁ ଏକ ଗାଡ଼ିରେ ଅପହରଣ କରି ନେବା ସହ ଟଙ୍କା ମାଗୁଥିବା ଉଲ୍ଲେଖ କରିଥିଲେ। ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ଶନିବାର ସମ୍ପୃକ୍ତ ୫ଜଣଙ୍କୁ ପୋଲିସ ଚନ୍ଦ୍ରଶେଖରପୁର ପେଟ୍ରୋଲ୍‌ ପମ୍ପ ନିକଟରୁ ଗିରଫ କରିଥିଲା। ଏହି ସମୟରେ ଅପହୃତ ସମରଜିତଙ୍କ ବିଷୟରେ ପୋଲିସ ପଚାରିବାରୁ ସେମାନେ ତାଙ୍କୁ ଚନ୍ଦ୍ରଶେଖରପୁର ଥାନା ପୋଲିସ ଜିମା ଦେଇଥିବା ଅଭିଯୁକ୍ତମାନେ କହିଥିଲେ। ପୋଲିସ ସେମାନଙ୍କୁ ନେଇ ଚନ୍ଦ୍ରଶେଖରପୁର ଥାନାରେ ପହଞ୍ଚତ୍ଲା। ଅଭିଯୁକ୍ତମାନେ ସମରଜିତ୍‌ଙ୍କୁ ପୋଲିସ ଜିମା ଦେଇ ତାଙ୍କ ସହ ଭିଣୋଇ ସୌମ୍ୟଙ୍କ ନାମରେ ଠକେଇ ଅଭିଯୋଗ କରିଥିଲେ। ପୋଲିସ ଉଭୟଙ୍କୁ ପଚରାଉଚରା କରିବା ପରେ ସେମାନଙ୍କ ଠକେଇ ର଼୍ୟାକେଟ ସମ୍ପର୍କରେ ଜଣାପଡିଥିଲା। ସମରଜିତ ଓ ସୌମ୍ୟରଞ୍ଜନ ନିଜକୁ ରେଲ୍‌ଓ୍ବେ ଅଫିସର ପରିଚୟ ଦେବା ସହ ନକଲି ଆଇକାର୍ଡ଼ ଦେଖାଇ ଚାକିରି ଆଶାୟୀଙ୍କୁ ଫସାଉଥିଲେ। ଟ୍ରେନ୍‌ ଚାଳକ, ଟିଟିଇ ଓ ରେଲଓ୍ବେ ବିଭାଗରେ କିରାଣି ଚାକିରି କରାଇ ଦେବାକୁ କହି ଲକ୍ଷ ଲକ୍ଷ ଟଙ୍କା ଠକି ନେଉଥିଲେ। ପ୍ରଥମେ ସମରଜିତ କାଉନସେଲିଂ କରିବା ପରେ ଭିଣୋଇ ସୌମ୍ୟରଞ୍ଜନ ଏଚ୍‌ଆର୍‌ ସାଜି ରେଲଓ୍ବେ ଲୋଗୋ ଲଗାଇ ନକଲି ଅଫର ଲେଟର ଦେଉଥିଲେ। ଏଭଳି ଭାବେ ପ୍ରଦ୍ୟୁମ୍ନ, ପ୍ରଦୀପ୍ତ, ସନ୍ଦୀପ, ଦୁର୍ଗାପ୍ରସାଦ ଓ ସାଗରଙ୍କଠାରୁ ୨୧ଲକ୍ଷ ଠକିନେଇ ଆଉ ଧରାଛୁଆଁ ଦେଉ ନ ଥିଲେ। ଶେଷରେ ଟଙ୍କା ଫେରିପାଇବାକୁ ସେମାନେ ସମରଜିତଙ୍କୁ ଅପହରଣ କରିନେଇଥିଲେ ବୋଲି ପୋଲିସ କହିଛି।


Enter your email to get our daily news in your inbox.

All Right Reserved By Dharitri.Com

୨୧ରୁ ତାତିରେ ଲାଗିବ ବ୍ରେକ୍‌, ଏହି ସବୁ ଜିଲାରେ ବର୍ଷିବ

ଭୁବନେଶ୍ୱର,୧୯।୪: ତାତିରୁ ମିଳିବ ଆଶ୍ୱସ୍ତି। ୨୧ ଓ ୨୨ ତାରିଖ ବେଳକୁ ଖରାର ପ୍ରକୋପ ସାମାନ୍ୟ ହ୍ରାସ ପାଇବା ସହ ରାଜ୍ୟରେ କିଛି ସ୍ଥାନରେ ବର୍ଷା...

‘ଓଡ଼ିଶାରେ ଏତିକି ଲୋକ ସଭା ଆସନ ଜିତିବ ଭାଜପା’

ଭୁବନେଶ୍ୱର,୧୯।୪: ବିଧାନସଭା ନିର୍ବାଚନ ପାଇଁ ଭାଜପା ଦ୍ୱିତୀୟ ପର୍ଯ୍ୟାୟ ସୁଦ୍ଧା ୧୩୧ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ତେବେ ଖୁବ୍‌ଶୀଘ୍ର ଭାଜପାର ଅବଶିଷ୍ଟ ବିଧାନସଭା ପ୍ରାର୍ଥୀ...

ବିଜେଡି ଛାଡ଼ି ପାରନ୍ତି ପୂର୍ବତନ ଏମପି ପ୍ରସନ୍ନ ପାଟ୍ଟଶାଣୀ!

ଭୁବନେଶ୍ୱର,୧୯।୪: ଓଡ଼ିଶା ରାଜନୀତିରେ ଏବେ କେବଳ ଦଳ ବଦଳ ଚାଲିଛି। ଦଳରେ ଅନେକ ଦିନରୁ ଥିବା ବରିଷ୍ଠ ନେତାମାନେ ମଧ୍ୟ ଟିକେଟ ନ ମିଳିବାରୁ ଓ...

ଚାଞ୍ଜଲ୍ୟକର ଖୁଲାସା କଲେ ଭାଜପା ପ୍ରଭାରୀ: ବିଜେଡି ଛାଡିବେ..

ଭୁବନେଶ୍ୱର,୧୯।୪: ଖୁବଶୀଘ୍ର ବିଜେଡି ଛାଡିବେ ଅନେକ ବଡ଼ ନେତା। ବିଜେଡି ଛାଡୁଥିବା ନେତାମାନେ ଭାଜପାରେ ଯୋଗ ଦେବେ। ରାଜ୍ୟ ନିର୍ବାଚନ ପ୍ରଭାରୀ ବିଜୟ ପାଲ ସିଂ...

ବିଳମ୍ବିତ ରାତିରେ ଖବରଦାତାଙ୍କୁ ଆକ୍ରମଣ

ଭୁବନେଶ୍ୱର,୧୯।୪(ସତ୍ୟଜିତ ରାଉତ):ବିଳମ୍ବିତ ରାତିରେ ଅସୁରକ୍ଷିତ ହୋଇପଡ଼ିଛି ରାଜଧାନୀ। ଅସାମାଜିକ ଯୁବକମାନେ ପଥଚାରୀଙ୍କୁ ଆକ୍ରମଣ କରିବାକୁ ପଛାଉ ନାହାନ୍ତି। ଗୁରୁବାର ରାତି ପ୍ରାୟ ୧୨ଟା ୫୫ ବେଳେ...

ନବୀନ ନିବାସରେ ବିଜେଡି ପ୍ରାର୍ଥୀଙ୍କ ଭିଡ଼

ଭୁବନେଶ୍ୱର,୧୯ା୪(ଅନିଲ ଦାସ):ପଞ୍ଚମ ପର୍ଯ୍ୟାୟ ବିଧାନସଭା ଟିକେଟ ଘୋଷଣା ପରେ ଗୁରୁବାର ନବୀନ ନିବାସରେ ବିଜେଡି ଲୋକ ସଭା ଓ ବିଧାନସଭା ପ୍ରାର୍ଥୀଙ୍କ ଭିଡ଼ ଦେଖିବାକୁ ମିଳିଛି।...

ରାଜ୍ୟବାସୀଙ୍କ ମତାମତ ଲୋଡ଼ିଲେ ପାଣ୍ଡିଆନ

ଭୁବନେଶ୍ୱର,୧୯ା୪(ଅନିଲ ଦାସ):୫-ଟି ଓ ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ବିଜେଡି ଇସ୍ତାହାର ପାଇଁ ରାଜ୍ୟବାସୀଙ୍କ ମତାମତ ଲୋଡ଼ିଛନ୍ତି। ଗୁରୁବାର ସାମାଜିକ ଗଣମାଧ୍ୟମ ଜରିଆରେ ସେ...

୪ ସଂସଦୀୟ କ୍ଷେତ୍ରରେ ମହିଳା ଭୋଟର ଅଧିକ

ଭୁବନେଶ୍ୱର,୧୯ା୪(ଅନିଲ ଦାସ):ଆସନ୍ତା ମେ’ ୧୩ ତାରିଖରେ ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ହେବ। ଏହି ପର୍ଯ୍ୟାୟରେ କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ ଏବଂ ବ୍ରହ୍ମପୁର ସଂସଦୀୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri