ବାଧ୍ୟତାମୂଳକ ହେବ ବୋର୍‌ଓ୍ବେଲ ପଞ୍ଜୀକରଣ

ଭୁବନେଶ୍ୱର, ୧୫।୬(ଅନିଲ ଦାସ): ବର୍ଷାଭାବ ରାଜ୍ୟର ଜଳ ଉତ୍ସ ଉପରେ ଗଭୀର ପ୍ରଭାବ ପକାଇଲାଣି। ପ୍ରଚଣ୍ଡ ଗ୍ରୀଷ୍ମ ଯୋଗୁ ବର୍ଷର ଅଧିକାଂଶ ଦିନ ନଦୀ, ହ୍ରଦ, ଝରଣା, ପୋଖରୀ ଶୁଖିଲା ପଡୁଛି। ଭୂଗର୍ଭ ଜଳ ଉପରେ ଚାପ ବଢ଼ିଚାଲିଛି। ରାଜ୍ୟର ଅନେକ ଜିଲାରେ ଭୂତଳ ଜଳସ୍ତର ଭୟଙ୍କର ଭାବେ ତଳକୁ ଖସିବାରେ ଲାଗିଛି। ଏପରି କି କେତେକ ସ୍ଥାନରେ ଗଭୀର ନଳକୂପରୁ ମଧ୍ୟ ପାଣି ବାହାରୁ ନାହିଁ। ଶିଳ୍ପଠାରୁ ଆରମ୍ଭ କରି ବ୍ୟବସାୟିକ, ଘରୋଇ ବ୍ୟବହାର ପାଇଁ ମନଇଚ୍ଛା ପାଣି ଶୋଷା ଯାଉଥିବାରୁ ପରିସ୍ଥିତି ସଙ୍ଗିନ ହେଲାଣି। ରାଜ୍ୟରେ କେଉଁ ଶିଳ୍ପ କେତେ ପାଣି ଶୋଷୁଛନ୍ତି ତାହାର ମଧ୍ୟ କିଛି ହିସାବ ନାହିଁ। ଭୂତଳ ଜଳ ସଙ୍କଟ ଜଳଜଳ ହୋଇ ଦିଶିଲାଣି। ମନଇଚ୍ଛା ଭୂଗର୍ଭ ଜଳ ବ୍ୟବହାର ଓ ପ୍ରଦୂଷଣକୁ ନେଇ ଜାତୀୟ ଗ୍ରୀନ୍‌ ଟ୍ରିବ୍ୟୁନାଲ(ଏନ୍‌ଜିଟି) ଗଭୀର ଉଦ୍‌ବେଗ ପ୍ରକାଶ କରିଛନ୍ତି। ଏହାର ସୁରକ୍ଷା ପାଇଁ ସ୍ବତନ୍ତ୍ର ଆଇନ ଆଣିବାକୁ ଏନ୍‌ଜିଟି ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏନ୍‌ଜିଟି ଛାଟ ପରେ ଜଳସମ୍ପଦ ବିଭାଗ ପକ୍ଷରୁ ଏ ନେଇ ତତ୍ପରତା ପ୍ରକାଶ ପାଇଛି। ରାଜ୍ୟରେ ଖୁବ୍‌ଶୀଘ୍ର ଓଡ଼ିଶା ଭୂତଳ ଜଳ ଅଧିନିୟମ(ରୁଲ୍ସ)-୨୦୨୩ କାର୍ଯ୍ୟକାରୀ ନେଇ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି।
ଆଉ ମନଇଚ୍ଛା ଭୂଗର୍ଭରୁ ପାଣି ଶୋଷି ହେବନି। ଏଥିପାଇଁ ପଞ୍ଜୀକରଣ ବାଧ୍ୟତାମୂଳକ ହେବ। ଶିଳ୍ପ, ବ୍ୟବସାୟିକ, ଓ୍ବାଟର ପାର୍କ, ବୃହତ୍‌ ଓ
ବାଧ୍ୟତାମୂଳକ ହେବ।
କ୍ଷୁଦ୍ର ଶିଳ୍ପ, ଆପାର୍ଟମେଣ୍ଟ କ୍ଷେତ୍ରରେ ବୋର୍‌ଓ୍ବେଲ(ନଳକୂପ) କିମ୍ବା କୂପ ଖୋଳିବା ସକାଶେ ଅନୁମତି ନେବାକୁ ପଡ଼ିବ। ଭୂଗର୍ଭସ୍ଥ ଜଳ ସମ୍ପର୍କିତ ସମସ୍ତ କାର୍ଯ୍ୟ ତଦାରଖ କରିବାକୁ ଓଡ଼ିଶା ଭୂତଳ ଜଳ କର୍ତ୍ତୃପକ୍ଷ (ଓଡ଼ିଶା ଗ୍ରାଉଣ୍ଡ ଓ୍ବାଟର ଅଥରିଟି) ଗଠନ ହେବ। ଏଥିରେ ଜଳସମ୍ପଦ ବିଭାଗ ସଚିବ ଅଧ୍ୟକ୍ଷ ରହିବେ ଏବଂ ଭୂତଳ ଜଳ ନିର୍ଦ୍ଦେଶାଳୟ ନିର୍ଦ୍ଦେଶକ ମେମ୍ବର କନ୍‌ଭେନର, ଆର୍‌ଡବ୍ଲ୍ୟୁଏସ୍‌ଏସ୍‌, ଆଇଆଇଟି ବିଶେଷଜ୍ଞ ଏହାର ସଦସ୍ୟ ରହିବେ। ଯେଉଁମାନେ ବୋର୍‌ଓ୍ବେଲ କରିବାକୁ ଚାହିଁବେ ସେମାନେ କର୍ତ୍ତୃପକ୍ଷଙ୍କ ନିକଟରେ ଆବେଦନ କରିବେ।
ଆବେଦନ ପରେ ଏକ ବିଶେଷଜ୍ଞ ଟିମ୍‌ କ୍ଷେତ୍ର ପରିଦର୍ଶନ କରି ଆବେଦନକାରୀ ବୋର୍‌ଓ୍ବେଲ ଖନନ ପାଇଁ ଯୋଗ୍ୟ କି ନୁହେଁ ତାହା ଯାଞ୍ଚ କରିବେ। ଯଦି ସମ୍ପୃକ୍ତ ଅଞ୍ଚଳରେ ପାଇପ ଯୋଗେ ପାନୀୟ ଜଳ ସରକାରଙ୍କ ଦ୍ୱାରା ଯୋଗାଇ ଦିଆଯାଉଥିବ ତେବେ ସେ ସବୁ ସ୍ଥାନରେ ବୋର୍‌ଓ୍ବେଲ କିମ୍ବା ଡଗ୍‌ଓ୍ବେଲ ପାଇଁ ଅନୁମତି ମିଳିବ ନାହିଁ। ଆବେଦନକାରୀଙ୍କୁ ଏଥିପାଇଁ ଏକ ଫି’ ଜମା କରିବାକୁ ପଡ଼ିବ। ପ୍ରାଥମିକ ଭାବେ ୩ ବର୍ଷ ପାଇଁ ଅନୁମତି ଦିଆଯିବ। ରାଜ୍ୟରେ କେତେ ବୋର୍‌ଓ୍ବେଲ ଅଛି ସେ ନେଇ ଏକ ସର୍ଭେ କରାଯିବ ବୋଲି ବିଭାଗ ପକ୍ଷରୁ ଜାଣିବାକୁ ମିଳିଛି।
ସେହିପରି ବ୍ୟବସାୟିକ, ବୃହତ୍‌, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ, ଆପାର୍ଟମେଣ୍ଟ ପାଇଁ ଛାତ ଉପର ବର୍ଷା ଜଳ ସଂରକ୍ଷଣ (ରୁଫ୍‌ ଟପ୍‌ ରେନ୍‌ଓ୍ବାଟର ହାର୍ଭେଷ୍ଟିଂ) ବାଧ୍ୟତାମୂଳକ କରାଯିବ। ଏଥିସହିତ ବଡ଼ ବଡ଼ ଶିଳ୍ପାନୁଷ୍ଠାନ ଅବଜରଭେଶନ ଓ୍ବେଲ୍‌ ନିର୍ମାଣ କରିବା ଲାଗି ବାଧ୍ୟତାମୂଳକ କରାଯାଇଛି। ଏହାଦ୍ୱାରା ସେମାନେ ନେଉଥିବା ପାଣିକୁ ଭୂତଳ ଜଳ ନିର୍ଦ୍ଦେଶାଳୟ ଅଧିକାରୀ ପ୍ରତି ୩ ମାସରେ ଥରେ ସ୍ଥିତି ଅନୁଧ୍ୟାନ କରିବେ। ଏହି ନିୟମ କାର୍ଯ୍ୟକାରୀ ହେବା ପରେ ସମସ୍ତ ଶିଳ୍ପାନୁଷ୍ଠାନ କେନ୍ଦ୍ରୀୟ ଭୂତଳ ଜଳ ବୋର୍ଡ ପରିବର୍ତ୍ତେ ଅଥରିଟିଠାରୁ ଅନୁମତି ନେବେ। ଅନ୍ୟପକ୍ଷରେ ଭୂତଳ ଜଳ ପ୍ରଦୂଷଣକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ଏହି ରୁଲ୍‌ସରେ ବ୍ୟବସ୍ଥା ରହିଛି। ବିଭିନ୍ନ ଶିଳ୍ପ ସଂସ୍ଥା ପ୍ରଦୂଷିତ ଜଳ ଏବଂ ସ୍ବେରେଜ ଟ୍ରିଟ୍‌ମେଣ୍ଟ ପ୍ଲାଣ୍ଟ ନ ଥିବା ଆପାର୍ଟମେଣ୍ଟଗୁଡ଼ିକ ରିଭର୍ସ ବୋରିଂ କରି ଭୂତଳ ଜଳକୁ ପ୍ରଦୂଷିତ କରୁଛନ୍ତି। ସେଗୁଡ଼ିକୁ ଯାଞ୍ଚ କରାଯାଇ ଦଣ୍ଡବିଧାନ ବ୍ୟବସ୍ଥା କରାଯିବ। ସ୍ବେରେଜ ଟ୍ରିଟ୍‌ମେଣ୍ଟ ପ୍ଲାଣ୍ଟ ନ ଥିବା ଆପାର୍ଟମେଣ୍ଟ ବିରୋଧରେ ୧୦ରୁ ୨୦ ଲକ୍ଷ ଯାଏ ଜରିମାନା କରିବା ବ୍ୟବସ୍ଥା ରହିଛି। ତେବେ ଏଥିରେ ଚାଷ ପାଇଁ ବ୍ୟବହୃତ ଗଭୀର ନଳକୂପକୁ ବାଦ୍‌ ଦିଆଯାଇଛି। ଚିଠା ରୁଲ୍ସକୁ ଆଇନ ବିଭାଗ ଅନୁମୋଦନ ମିଳିସାରିଛି। କ୍ୟାବିନେଟ ଅନୁମୋଦନ ପରେ ଏହାକୁ କାର୍ଯ୍ୟକାରୀ କରାଯିବ ବୋଲି ଜଳସମ୍ପଦ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?