Posted inଜାତୀୟ

ସୀମାରେ ସମରାଭ୍ୟାସ

ନୂଆଦିଲ୍ଲୀ,୧୬।୧୨(ପି.ଟି.):ପ୍ରକୃତ ନିୟନ୍ତ୍ରଣ ରେଖା (ଏଲ୍‌ଏସି)ରେ ସୀମାକୁ ନେଇ ଚାଇନା ସହ ସାନି ଉତ୍ତେଜନା ଦେଖାଦେଇଥିବାବେଳେ ଭାରତୀୟ ବାୟୁସେନା ଗୁରୁବାର ଉତ୍ତରପୂର୍ବାଞ୍ଚଳରେ ମେଗା ଯୁଦ୍ଧାଭ୍ୟାସ ଆରମ୍ଭ କରିଛି। ଏହି ଦୁଇଦିନିଆ ସମରାଭ୍ୟାସରେ ବାୟୁସେନାର ସମସ୍ତ ଆଗଧାଡ଼ିର ଯୁଦ୍ଧବିମାନ ଏବଂ ଅନ୍ୟାନ୍ୟ ଯୁଦ୍ଧାସ୍ତ୍ର ପ୍ରଦର୍ଶନ କରାଯିବ। ଭାରତକୁ ବର୍ତ୍ତମାନ ସୁଦ୍ଧା ୩୬ଟି ରାଫାଲ ଜେଟ୍‌ ମିଳିଥିବାବେଳେ ଦ୍ୱିତୀୟ ପର୍ଯ୍ୟାୟରେ ୧୮ଟି ଜେଟ୍‌କୁ ହାସିମାରାସ୍ଥିତ ଇଷ୍ଟର୍ନ ଏୟାର କମାଣ୍ଡର ୧୦୧ ସ୍କ୍ବାଡ୍ରନ୍‌ରେ ସାମିଲ କରାଯାଇଛି। ୧୮ ଜେଟ୍‌ ସହ ପ୍ରଥମ ରାଫାଲ ସ୍କ୍ବାଡ୍ରନ୍‌ ଅମ୍ବାଲା ଏୟାରବେସ୍‌ରେ ରହିଛି। ସମରାଭ୍ୟାସରେ ରାଫାଲ ଜେଟ୍‌ର ଦ୍ୱିତୀୟ ସ୍କ୍ବାଡ୍ରନ୍‌ ସହ ଇଷ୍ଟର୍ନ ଏୟାର କମାଣ୍ଡ ଅଧୀନରେ ଥିବା ସୁଖୋଇ-୩୦ଏମ୍‌କେଆଇ ଯୁଦ୍ଧବିମାନ ସାମିଲ ହୋଇଛି।
ଯୁଦ୍ଧାଭ୍ୟାସ ଲାଗି ବହୁ ପୂର୍ବରୁ ଯୋଜନା ପ୍ରସ୍ତୁତ ହୋଇଥିଲା। ତାଓ୍ବାଙ୍ଗ ସେକ୍ଟରରେ ଭାରତ ଓ ଚାଇନା ସୈନ୍ୟଙ୍କ ମଧ୍ୟରେ ସଂଘର୍ଷ ସହ ଯୁଦ୍ଧାଭ୍ୟାସର କୌଣସି ସମ୍ପର୍କ ନ ଥିବା ଜଣେ ବାୟୁସେନା ଅଧିକାରୀ କହିଛନ୍ତି। ଗତ ୯ ତାରିଖରେ ଅରୁଣାଚଳର ତାଓ୍ବାଙ୍ଗ ସେକ୍ଟରରେ ଭାରତୀୟ ଓ ଚାଇନା ସୈନ୍ୟ ମୁହାଁମୁହିଁ ହୋଇଥିବା ଖବର ସୋମବାର ପ୍ରକାଶ ପାଇଥିଲା। ସଂଘର୍ଷ ଯୋଗୁ ଉଭୟ ପକ୍ଷର କେତେଜଣ ସୈନ୍ୟ ଆହତ ହୋଇଥିଲେ। ପୂର୍ବ ଲଦାଖରେ ଦୁଇ ପକ୍ଷ ମଧ୍ୟରେ ଦୀର୍ଘ ୩୦ ମାସର ମୁହାଁମୁହିଁ ସ୍ଥିତି ପରେ ଏହା ଥିଲା ପ୍ରଥମ ସଂଘର୍ଷ।
ସମରାଭ୍ୟାସରେ ଉତ୍ତରପୂର୍ବାଞ୍ଚଳର ସମସ୍ତ ଫ୍ରଣ୍ଟଲାଇନ ଏୟାରବେସ୍‌ ଏବଂ କେତେକ ପ୍ରମୁଖ୍ୟ ଆଡଭାନ୍ସଡ୍‌ ଲ୍ୟାଣ୍ଡିଂ ଗ୍ରାଉଣ୍ଡ ସାମିଲ ହେବେ। ପୂର୍ବ ଲଦାଖ ବିବାଦ ପରେ ଦୁଇବର୍ଷ ହେଲା ଏଲ୍‌ଏସି ଅନ୍ତର୍ଗତ ଅରୁଣାଚଳ ପ୍ରଦେଶ ଏବଂ ସିକିମ୍‌ ସେକ୍ଟରରେ ସ୍ଥଳସେନା ଓ ବାୟୁସେନା ପକ୍ଷରୁ ଯୁଦ୍ଧ ପ୍ରସ୍ତୁତିକୁ ଜୋର୍‌ଦାର କରାଯାଇଛି। ଗତ ସପ୍ତାହରେ ଏଲ୍‌ଏସିରେ ଚାଇନା ଡ୍ରୋନ୍‌ଗୁଡ଼ିକ ବାରମ୍ବାର ପଇଁତରା ମାରିବା ପରେ ଭାରତୀୟ ବାୟୁସେନାର ବିମାନଗୁଡ଼ିକ ଏହାକୁ ପିଛା କରିଥିଲା। ଚାଇନା ଉକ୍ତ ଅଞ୍ଚଳରେ ଡ୍ରୋନ୍‌ ସମେତ ଯୁଦ୍ଧବିମାନ ମୁତୟନ କରିଥିଲା। ଗତ ୯ ତାରିଖରେ ଚାଇନା ତାଓ୍ବାଙ୍ଗର ୟାଙ୍ଗ୍‌ସେ ଅଞ୍ଚଳରେ ସ୍ଥିତାବସ୍ଥାକୁ ଏକପାଖିଆ ଭାବେ ବଦଳାଇବାକୁ ଉଦ୍ୟମ କରିଥିଲା। ତେବେ ସେମାନଙ୍କ ଉଦ୍ୟମକୁ ଭାରତୀୟ ଯବାନମାନେ ସାହସିକତାର ସହ ପଣ୍ଡ କରିଦେଇଥିବା ମଙ୍ଗଳବାର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ପାର୍ଲାମେଣ୍ଟକୁ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆସନ୍ତାକାଲି ପ୍ରବଳ ବର୍ଷା ସହ ବଜ୍ରପାତ ସମ୍ଭାବନା: ଏହି ଜିଲାରେ ସବୁ ସ୍କୁଲ ଛୁଟି

ନବରଙ୍ଗପୁର,୨୩ା୮(ସଦାଶିବ ପ୍ରହରାଜ): ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ନବରଙ୍ଗପୁର ଜିଲାରେ ଆସନ୍ତାକାଲି ଅର୍ଥାତ୍‌ ୨୪ ଅଗଷ୍ଟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସହିତ ଘଡ଼ଘଡ଼ି ଓ ବଜ୍ରପାତର…

ମାଟି ଖୋଳିଲେ ମିଳୁଛି ସୁନା! ଏହି ଗାଁରେ ପ୍ରବଳ ଭିଡ଼, ଦିନକୁ ପହଞ୍ଚୁଛନ୍ତି ୧୦ ହଜାର ଲୋକ

ନୂଆଦିଲ୍ଲୀ,୨୩।୮: କେବେ ଚିନ୍ତା କରିଛନ୍ତି କି, ମାଟି ଖୋଳୁ ଖୋଳୁ ହଠାତ୍ ସୁନା ମିଳିଯିବ ? ପଶ୍ଚିମ କେନିଆର ଚେପୋରୋର ଗାଁରେ ଏବେ ଏଭଳି ଆଶା ନେଇ…

ମଦର ଗୁଣବତ୍ତା ନେଇ ସରକାରଙ୍କ ବଡ଼ ପଦକ୍ଷେପ, ଦେଲେ ଏହି ନିର୍ଦ୍ଦେଶ

ଚେନ୍ନାଇ,୨୩ା୮: ତାମିଲନାଡୁର ମୁଖ୍ୟମନ୍ତ୍ରୀ ଜୋସେଫ ବିଜୟ ରାଜ୍ୟର ସମସ୍ତ ଡିଷ୍ଟିଲେରୀରେ ମଦର ଗୁଣବତ୍ତା ନେଇ କଡ଼ା ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। TASMAC ମାଧ୍ୟମରେ ବିକ୍ରି ହେଉଥିବା…

ଆଡ୍‌ମିଶନ ଆଳରେ ଠକେଇ, ସାଇବର ଠକଙ୍କୁ ବାନ୍ଧିଲା ପୋଲିସ

ଅତାବିରା,୨୩ା୮(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲାର ବିଭିନ୍ନ କଲେଜ ଛାତ୍ରୀଛାତ୍ରଙ୍କ ଆଡ୍‌ମିଶନ ଆଳରେ ଠକେଇ କରି ଚାଲିଥିବା ଜଣେ ସାଇବର ଠକଙ୍କୁ ଅତାବିରା ପୋଲିସ ଗିରଫ କରିଛି। ଗିରଫ…

ଧୋଇଗଲା ୨୦ ଫୁଟର ରାସ୍ତା, ଝରିଗାଁ-ଡାବୁଗାଁ ମୁଖ୍ୟ ରାସ୍ତାରେ ଯାତାୟାତ ବନ୍ଦ

ଝରିଗାଁ,୨୩ା୮(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକରେ ଲଗାଣ ବର୍ଷା ଯୋଗୁ ଝରିଗାଁ ବ୍ଲକ କୁଟ୍ରିଛାପର ପଞ୍ଚାୟତ ଅନ୍ତର୍ଗତ ଚିକିଲି ନଦୀର ସୁରକ୍ଷା ପାଚେରୀ ସହ…

ଚିନିର ମୂଲ୍ୟ କିଲୋଗ୍ରାମ ପିଛା ୨୦ଟଙ୍କାରେ ପହଞ୍ଚିବା ପରେ କ’ଣ କହିଥିଲେ ଅଟଳ ବିହାରୀ ବାଜପେୟୀ? ଭିଡ଼ିଓ ହେଉଛି ଭାଇରାଲ, ତେଜିଲାଣି ରାଜନୀତି!

ନୂଆଦିଲ୍ଲୀ,୨୩।୮: ଚିନିର ମୂଲ୍ୟ ବୃଦ୍ଧି ପୁଣି ଥରେ ସାଧାରଣ ଲୋକଙ୍କ ବଜେଟକୁ ବାଧା ଦେବା ଆରମ୍ଭ କରିଛି। ଦେଶର ଅନେକ ରାଜ୍ୟରେ ଚିନିର ମୂଲ୍ୟ ପ୍ରତି କିଲୋଗ୍ରାମ…

ସ୍ୱାମୀଙ୍କୁ ନଜଣାଇ ଟ୍ରଙ୍କରେ ରଖିଥିଲେ ୧୨ ଲକ୍ଷ, ସବୁ ଖାଇଦେଲା ମୂଷା! ତାପରେ….

ଲକ୍ଷ୍ନୌ,୨୩।୮: ତ୍ତତ୍ତରପ୍ରଦେଶର ଗୋଣ୍ଡାରୁ ଏପରି ଏକ ଘଟଣା ସାମ୍ନାକୁ ଆସିଛି, ଯାହାକୁ ନେଇ ସୋସିଆଲ ମିଡିଆରେ ବେଶ୍ ଚର୍ଚ୍ଚା ହେଉଛି । ଜଣେ ମହିଳା ପ୍ରାୟ ୮…

SIM କାର୍ଡ ନିୟମରେ ବଡ଼ ପରିବର୍ତ୍ତନ! କାଲିଠୁ ଏମାନଙ୍କର କଟିଯିବ କନେକ୍ସନ…

ଯଦି ଆପଣଙ୍କ ନାମରେ ଏକାଧିକ ମୋବାଇଲ୍ ସିମ୍ କାର୍ଡ ଅଛି, ତେବେ ଏହି ଖବର ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ। ସରକାର ଏବେ ନିର୍ଦ୍ଧାରିତ ସୀମାଠାରୁ ଅଧିକ ମୋବାଇଲ୍…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri