Posted inଖେଳ

ବୋପାନ୍ନା-ଶାପୋଭାଲୋଭଙ୍କ କ୍ୱାର୍ଟରରୁ ବିଦାୟ

ରୋମ୍‌, ୨୦ା୯ (ପି.ଟି.)-ଭାରତର ରୋହନ ବୋପାନ୍ନା ଓ କାନାଡାର ଡେନିସ୍‌ ଶାପୋଭାଲୋଭ ଏଠାରେ ଚାଲିଥିବା ଇଟାଲିଆନ ଓପନ ଟେନିସ ଟୁର୍ନାମେଣ୍ଟ ପୁରୁଷ ଡବଲ୍ସ ଇଭେଣ୍ଟରୁ ବିଦାୟ ନେଇଛନ୍ତି। ଅଣସିଡ୍‌ ଇଣ୍ଡୋ-କାନାଡିଆନ ଯୋଡ଼ି କ୍ୱାର୍ଟରଫାଇନାଲରେ ଫ୍ରେଞ୍ଚ୍‌ ଯୋଡ଼ି ଜେରେମି ଚାର୍ଡି ଏବଂ ଫେବ୍ରିସ୍‌ ମାର୍ଟିନଙ୍କଠାରୁ ୬-୪, ୫-୭, ୭-୧୦ ସେଟରେ ପରାସ୍ତ ହୋଇଯାଇଥିଲେ। ବୋପାନ୍ନା ଓ ଶାପୋଭାଲୋଭ ଏହି ଏଟିପି ମାଷ୍ଟର୍ସ ୧୦୦୦ ଇଭେଣ୍ଟର ଦ୍ୱିତୀୟ ରାଉଣ୍ଡରେ ଟପ୍‌ ସିଡ୍‌ ଜୁଆନ ସେବାଷ୍ଟିଆନ କାବାଲ ଏବଂ ରବର୍ଟ ଫାରାଙ୍କ ବିପକ୍ଷରେ ଚମକପ୍ରଦ ବିଜୟ ହାସଲ କରିଥିଲେ। ଇଣ୍ଡୋ-କାନାଡିଆନ୍‌ ଯୋଡ଼ି ନିକଟରେ ଅନୁଷ୍ଠିତ ହୋଇଯାଇଥିବା ୟୁଏସ୍‌ ଓପନ କ୍ୱାର୍ଟରଫାଇନାଲରେ ହାରିଯାଇଥିଲେ। ନେଦରଲାଣ୍ଡର ଜିନ୍‌ ଜୁଲିଏନ୍‌ ରୋଜର ଏବଂ ରୋମାନିଆର ହୋରିଆ ଟେକାଉଙ୍କଠାରୁ ୫-୭, ୫-୭ ସେଟ୍‌ରେ ପରାସ୍ତ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଜନ୍ମଦିନ ପାଳିବେ ନାହିଁ ତେନ୍ଦୁଲକର

ନୂଆଦିଲ୍ଲୀ, ୨୩ା୪ (ପି.ଟି.)-କ୍ରିକେଟ କିମ୍ବଦନ୍ତୀ ସଚିନ ତେନ୍ଦୁଲକର ଏବର୍ଷ ତାଙ୍କ ଜନ୍ମଦିନ ପାଳିବେ ନାହିଁ। ଶୁକ୍ରବାର ସେ ୪୭ ବର୍ଷରେ ପଦାର୍ପଣ କରିବେ। ଭାରତରେ କୋଭିଡ୍‌-୧୯...

ଦଶନ୍ଧି ପରେ ଶରଥଙ୍କୁ ଟାଇଟଲ

ମସ୍କଟ, ୧୬ା୩ (ପି.ଟି.)-ଭାରତର ଭେଟେରାନ ଟେବୁଲ ଟେନିସ ଖେଳାଳି ଅଚନ୍ତା ଶରଥ କମଲ ଏକ ଦଶନ୍ଧି ପରେ ଏକ ଟାଇଟଲ ଜିତିବାରେ ସମର୍ଥ ହୋଇଛନ୍ତି। ଏଠାରେ...

ହକି ବିଜୟରେ ବିଭୋର କ୍ରିକେଟର୍‌: କହିଲେ, ୩ ବିଶ୍ୱକପ୍‌ ବିଜୟଠାରୁ ବି ଏହା ନିଆରା

ନୂଆଦିଲ୍ଲୀ,୫।୮: ଟୋକିଓ ଅଲିମ୍ପିକ୍ସରେ ଭାରତ ବ୍ରୋଞ୍ଜ ପଦକ ଜିତି ଇତିହାସ ରଚିଛି। ପ୍ଲେ ଅଫ ମ୍ୟାଚରେ ଜର୍ମାନୀକୁ ୫-୪ ଗୋଲରେ ପରାସ୍ତ କରିଛି। ଅଲିମ୍ପିକ୍ସରେ ୪୧...

ଦିନମଜୁରିଆଙ୍କୁ ଖାଦ୍ୟ ଯୋଗାଇଲେ ଫୁଟବଲର ଶୁଭାଶିଷ

କୋଲକାତା,୧୩।୪ (ପି.ଟି.): ଭାରତୀୟ ଫୁଟବଲର ତଥା ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ୍‌) ଦଳ ମୁମ୍ବାଇ ସିଟି ଲେଫ୍ଟ ବ୍ୟାକ୍‌ ଶୁଭାଶିଷ ବୋଷ କୋଭିଡ୍‌-୧୯ ମହାମାରୀ ମୁକାବିଲାରେ...

ନବମ ଶ୍ରେଣୀ ଯାଏ ପାଠ ପଢିଛନ୍ତି ଏହି ପ୍ରସିଦ୍ଧ କ୍ରିକେଟର୍‌

ଭାରତୀୟ ଦଳର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଆଜି ୨୮ ବର୍ଷରେ ପଦାର୍ପଣ କରିଛନ୍ତି। ୧୯୯୩ ମସିହା, ଅକ୍ଟୋବର ୧୧ରେ ଗୁଜରାଟର ସୁରତରେ ଜନ୍ମଗ୍ରହଣ କରିଥିବା...

ଆଲଜେରିଆକୁ ଦ୍ୱିତୀୟ ଆଫ୍ରିକାନ କପ୍‌

କାଇରୋ,୨୦।୭(ଏଏଫ୍‌ପି)- ଦୀର୍ଘ ୨୯ ବର୍ଷ ପରେ ଆଲଜେରିଆ ପ୍ରଥମ ଥର ପାଇଁ ଆଫ୍ରିକାନ କପ୍‌ ହାତେଇଛନ୍ତି। ଶୁକ୍ରବାର ଅନୁଷ୍ଠିତ ଫାଇନାଲରେ ସେନେଗାଲକୁ ୧-୦ ଗୋଲରେ ହରାଇ...

ନାଇକ୍‌ର ହାଇଟେକ୍‌ ବୁଟ୍‌ ଉପରେ ଲାଗିପାରେ ବ୍ୟାନ୍‌

ମୋନାକୋ,୧୮।୧- ବିଶ୍ୱର ଅନ୍ୟତମ କ୍ରୀଡ଼ା ଉପକରଣ ପ୍ରସ୍ତୁତକାରୀ କମ୍ପାନୀ ନାଇକ୍‌ର ଅତି ଉନ୍ନତର ଭାପୋରଫ୍ଲାଇ ବୁଟ୍‌ ଉପରେ ଲାଗିପାରେ ବ୍ୟାନ୍‌। ଅତି ଉନ୍ନତ ଟେକ୍‌ନୋଲୋଜି ବ୍ୟବହାର...

ଆଗରେ ବିରାଟ ପଛରେ ଅନୁଷ୍କା, ଏମିତି ହୋଟେଲ ଛାଡିଲେ ଭାରତୀୟ ଖେଳାଳି

ଲଣ୍ଡନ, ୧୨।୭: ନ୍ୟୁଜିଲାଣ୍ଡଠାରୁ ପରାଜୟବରଣ କରି ଭାରତୀୟ ଦଳ ଚଳିତ ବିଶ୍ୱକପ ସେମିଫାଇନାଲରୁ ବିଦାୟ ନେଇଛି। ୨୦୧୪ ପରେ ପଞ୍ଚମ ଥର ପାଇଁ କୌଣସି ଆଇସିସି...

Advertisement
Archives

Model This Week