୧୫୦ କୋଟି ବର୍ଷ ତଳେ ସମୁଦ୍ରରେ ବୁଡ଼ି ରହିଥିଲା ବଲିଉଡ୍‌…

ମୁମ୍ବାଇ,୧୯।୬: ମହାରାଷ୍ଟ୍ରର ରାଜଧାନୀ ତଥା ବଲିଉଡ୍‌ ମୁମ୍ବାଇର ଆଖପାଖ ଅଞ୍ଚଳ ଦିନେ ସମୁଦ୍ର ତଳେ ବୁଡ଼ି ରହିଥିଲା। ମିଳିଥିବା କେତେକ ଜୀବାଶ୍ମରୁ ଏହା ଜଣାପଡ଼ିଛି। ମୁମ୍ବାଇ ନିକଟରେ ଥିବା ୟବତମାଲ ଜିଲାର ବଡ଼ ବଡ଼ ପାହାଡ଼ ଦିନେ ସମୁଦ୍ର ତଳେ ଥିବା ସ୍ଥାନୀୟ ବଣି ଅଞ୍ଚଳରୁ ମିଳିଥିବା କେତେକ ସାଇନୋବ୍ୟାକେଟରିଆ ଷ୍ଟ୍ରେମେଟୋଲାଇଟ୍‌ ଜୀବାଶ୍ମର କାର୍ବନ ଡାଟିଂରୁ ଏହା ଜଣାପଡ଼ିଥିବା ପରିବେଶ ଏବଂ ଭୂଗୋଳ ବିଶେଷଜ୍ଞ ପ୍ରଫେସର ଡ. ସୁରେଶ ଚୋପଣେ ସୂଚନା ଦେଇଛନ୍ତି। ଏହି ସାଇନୋବ୍ୟାକେଟରିଆ ଷ୍ଟ୍ରେମେଟୋଲାଇଟ୍‌ ୧୫୦ କୋଟି ବର୍ଷ ତଳର। ବଣି ଅଞ୍ଚଳର ବୋଡ଼ି ଓ୍ବ ମୋହୁଲି ପରିସରରେ ଥିବା ଚୂନପଥର ଉପରେ ଏହି ଜୀବାଶ୍ମ ରହିଥିବା ସେ କହିଛନ୍ତି। ସେହିପରି ଏଠାକାର କେତେକ ସ୍ଥାନରେ କୋଟି କୋଟି ବର୍ଷ ତଳର ଶଙ୍ଖ, ଶାମୁକା ଆଦିର ଜୀବାଶ୍ମ ମିଳିଛି। ଗତ ୨ ବର୍ଷ ଧରି ଚୋପଣେ ଏହି ଜୀବାଶ୍ମର ସନ୍ଧାନ କରୁଛନ୍ତି। ଏଭଳି ଜୀବାଶ୍ମ ରାଜସ୍ଥାନର ଭୋଜୁଦା, ମଧ୍ୟପ୍ରଦେଶର ଚିତ୍ରକୂଟ, ମହାରାଷ୍ଟ୍ରର ଚନ୍ଦ୍ରପୁରରୁ ମିଳିଥିବା ସେ କହିଛନ୍ତି। ସାଇନୋବ୍ୟାକେଟରିଆ ଷ୍ଟ୍ରେମେଟୋଲାଇଟ୍‌ ସ୍ତରୀଭୂତ ଶିଳାରେ କାଳକ୍ରମେ ଜମା ହୋଇଥାଏ। ଏଥିରୁ ଜଣାପଡୁଛି ଯେ ସମଗ୍ର ଅଞ୍ଚଳ ଦିନେ ସମୁଦ୍ରର ଅଥଳ ଗର୍ଭରେ ବୁଡ଼ି ରହିଥିଲା। ଏନେଇ ସୁରେଶ ଚୋପଣେ ଅଧିକ ଗବେଷଣା ଜାରି ରଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୁର୍ମୁଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗଦେଇଥିବା ଏମ୍‌ପି ପିଡିପିରୁ ବିଦା

ଶ୍ରୀନଗର,୨ା୧୧(ପି.ଟି.): ଜମ୍ମୁ-କଶ୍ମୀରର ଉପରାଜ୍ୟପାଳ ଗିରୀଶ ଚନ୍ଦ୍ର ମୁର୍ମୁଙ୍କ ଶପଥଗ୍ରହଣ ଉତ୍ସବରେ ଯୋଗଦେଇଥିବା ପିଡିପି ରାଜ୍ୟ ସଭା ସଦସ୍ୟ ନାଜିର ଅହମଦ ଲଓ୍ବେଙ୍କୁ ଶୁକ୍ରବାର ଦଳରୁ ବହିଷ୍କାର...

୭୬୨ କି.ମି. ଆସିବାକୁ ଟ୍ରେନ୍‌କୁ ଲାଗିଲା ବର୍ଷେ

ରାଞ୍ଚି,୨୮।୫: ଛତିଶଗଡ଼ରୁ ଏକ ମାଲ୍‌ବାହୀ ଟ୍ରେନ୍‌ ଚାଉଳ ଧରି ଝାଡ଼ଖଣ୍ଡର ନୂଆ ଗିରିଡିହ ଷ୍ଟେଶନରେ ପହଞ୍ଚିବାକୁ ବର୍ଷେ ଲାଗିଛି। ଏହାକୁ ନେଇ ରେଲଓ୍ବେ ଅଧିକାରୀମାନେ ବିସ୍ମିତ...

ଲୋକଙ୍କ ମଧ୍ୟରେ ଘୃଣା ସୃଷ୍ଟି କରୁଥିବା ୭୮୧୯ ଓ୍ବେବସାଇଟ୍‌ ବନ୍ଦ

ନୂଆଦିଲ୍ଲୀ, ୧୭।୯: ଦେଶରେ ଲୋକଙ୍କ ମଧ୍ୟରେ ଘୃଣା ସୃଷ୍ଟି କରୁଥିବା ଏବଂ ମିଥ୍ୟ ଖବର ପ୍ରସାରିତ କରୁଥିବା ୭୮୧୯ ଓ୍ବେବସାଇଟ୍‌ ପେଜ୍‌ ତଥା ଆକାଉଣ୍ଟକୁ ବନ୍ଦ...

ଅନ୍‌ଲାଇନ୍‌ରେ ବୋର୍ଡ ପରୀକ୍ଷା: ୧ ଲକ୍ଷରୁ ଅଧିକ ଛାତ୍ରୀଛାତ୍ର କଲେ ହସ୍ତାକ୍ଷର

ନୂଆଦିଲ୍ଲୀ,୮।୪: ସିବିଏସ୍‌ଇର ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ପାଇଁ ଆଉ ୩ ସପ୍ତାହ ସମୟ ରହିଛି। ଏହା ମେ ୪ରେ ଆରମ୍ଭ ହେବ।...

ତିହାର ଜେଲରୁ ମିଳିଲା ମୋଷ୍ଟ ଓ୍ବାଣ୍ଟେଡ୍‌ ଅପରାଧୀର ମୃତଦେହ

ନୂଆଦିଲ୍ଲୀ,୪।୮: ଦିଲ୍ଲୀର ତିହାର ଜେଲର ଏକ ସେଲରୁ ମିଳିଛି ଜଣେ ଗ୍ୟାଙ୍ଗଷ୍ଟରର ମୃତଦେହ। ବୁଧବାର ସକାଳେ ଜେଲର ୩ ନଂ ସେଲରେ ଅଙ୍କିତ ଗୁଜରଙ୍କ ମୃତଦେହ...

ଆଥ୍‌ଲେଟଙ୍କୁ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା

ନୂଆଦିଲ୍ଲୀ, ୯ା୮: ଜାଭେଲିନ ଥ୍ରୋରେ ସ୍ବର୍ଣ୍ଣ ଜିତି ଇତିହାସ ସୃଷ୍ଟି କରିଥିବା ନୀରଜ ଚୋପ୍ରାଙ୍କ ସମେତ ସଫଳତା ହାସଲ କରିଥିବା ଭାରତୀୟ ଅଲିମ୍ପିକ ଦଳ ସୋମବାର...

ଦେଶର ଏତିକି କଏଦୀଙ୍କ ପାଖରେ ଅଛି ଟେକ୍‌ନିକାଲ ଡିଗ୍ରୀ

ନୂଆଦିଲ୍ଲୀ, ୧୪।୨ : ପୂରା ଦେଶରେ ଏବେ ୪,୭୮,୬୦୦ କଏଦୀ ଜେଲଦଣ୍ଡ ଭୋଗୁଛନ୍ତି। ସେମାନଙ୍କ ମଧ୍ୟରୁ ୧,୩୨,୭୨୯ ଅଶିକ୍ଷିତ ଥିବାବେଳେ ୫,୬୭୭ ଜଣ କଏଦୀଙ୍କ ପାଖରେ...

ବିଶ୍ୱର ସବୁଠୁ ମୂଲ୍ୟବାନ କାଠ, ଯାହାର ଦାମ୍‌ରେ କିଣିହେବ ବିଳାସମୟ କାର୍‌

ବିଶ୍ୱରେ ଅନେକ କାଠ ରହିଛି, ସେଥିମଧ୍ୟରୁ କେତେକ ବହୁ ମହଙ୍ଗା ତ ଆଉ କେତେକ ବିରଳ। ସାଧାରଣତଃ ଚନ୍ଦନ କାଠକୁ ସବୁଠୁ ମୂଲ୍ୟବାନ ବୋଲି କୁହାଯାଇଥାଏ।...

Advertisement
Archives

Model This Week