ସାତ ଜନ୍ମର କଥା ଦେଇ, କେଇ ମାସରେ ଅଲଗା ହୋଇଯାଇଥିଲେ ଏସବୁ କଳାକାର ଦମ୍ପତି

ବମ୍ବେ: କଥା ଥିଲା ସାତ ଜନ୍ମର। ହେଲେ କିଛି ଦିନରେ ହିଁ ଭାଙ୍ଗିଗଲା ସମ୍ପର୍କ। ନିକଟରେ ବୋଲ୍ଡ ଅଭିନେତ୍ରୀ ପୁନମ୍‌ ପାଣ୍ଡେ ମାତ୍ର ଚଉଦ ଦିନ ପରେ ନିଜ ବିବାହ ଭାଙ୍ଗିବାକୁ ନେଇ ଚର୍ଚ୍ଚାରେ ରହିଛନ୍ତି। ସ୍ବାମୀ ସାମ୍‌ ବମ୍ବେ ମାରପିଟ୍‌ କରିଥିବାରୁ ସେ ଆଉ ବିବାହ ବନ୍ଧନରେ ରହିବେ ନାହିଁ ବୋଲି ରୋକଠୋକ ଶୁଣାଇଦେଇଛନ୍ତି। ଅପରପକ୍ଷେ ଏହା ପ୍ରଥମ ଥର ନୁହେଁ ଯେଉଁଠି ଏତେ କମ୍‌ ଦିନରେ କେଉଁ ଅଭିନେତ୍ରୀଙ୍କ ବିବାହ ଭାଙ୍ଗିଛି। କାରଣ ଏହି ତାଲିକା ବେଶ୍‌ ଲମ୍ବା।

ସାରା ଖାନ୍‌ ଏବଂ ଅଲୀ ମର୍ଚାଣ୍ଟ:
ଅଭିନେତ୍ରୀ ସାରା ଖାନ୍‌ ଏବଂ ଅଲୀ ବିଗ୍‌ବସ୍‌-୪ ଘରେ ଉଭୟଙ୍କୁ ଭେଟିଥିଲେ। ସେଠାରେ ହିଁ ସେମାନଙ୍କ ବିବାହ ହୋଇଥିଲା। ୨୦୧୦ରେ ବିବାହ ପରେ ୨୦୧୧ରେ ଉଭୟ ଅଲଗା ହୋଇଯାଇଥିଲେ।

ମନିଷା କୋଇରାଲା-ସମ୍ରାଟ ଦହାଲ:
୨୦୧୦ରେ ମନିଷା ସମ୍ରାଟଙ୍କୁ ବିବାହ କରିଥିଲେ। ନେପାଳରେ ଉଭୟଙ୍କ ବିବାହ ହୋଇଥିଲା। ହେଲେ ବିବାହର କିଛି ମାସ ପରେ ଉଭୟଙ୍କ ଭିତରେ ମନୋମାଳିନ୍ୟ ନେଇ ଖବର ଶୁଣିବାକୁ ମିଳିଥିଲା। ଦୁଇ ବର୍ଷ ପରେ ସେମାନେ ଅଲଗା ହୋଇଯାଇଥିଲେ।

କରନ୍‌ ସିଂ ଗ୍ରୋଭର-ଶ୍ରଦ୍ଧା ନିଗମ:
ଟେଲି ପରଦାର ସୁପରଷ୍ଟାର କୁହାଯାଉଥିବା କରନ୍‌ ସିଂ ଗ୍ରୋଭର ଦୁଇଟି ବିବାହ କରିଛନ୍ତି। ବିପାଶାଙ୍କୁ ବିବାହ କରିବା ପୂର୍ବରୁ ସେ ଦୁଇଜଣ ଅଭିନେତ୍ରୀଙ୍କୁ ଛାଡ଼ପତ୍ର ଦେଇଛନ୍ତି। ପ୍ରଥମେ କିନ୍ତୁ ସେ ଶ୍ରଦ୍ଧା ନିଗମଙ୍କୁ ବିବାହ କରିଥିଲେ। ମାତ୍ର ୧୦ ମାସ ମଧ୍ୟରେ ଉଭୟଙ୍କ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥିଲା। କରନ୍‌ଙ୍କ ଅନ୍ୟ ଝିଅଙ୍କ ସହ ସମ୍ପର୍କ ଯୋଗୁ ଏଭଳି ହୋଇଥିବା କୁହାଯାଇଥିଲା। ଶେଷରେ ସେମାନେ ଅଲଗା ହୋଇଯାଇଥିଲେ।

କିଶୋର କୁମାର-ୟୋଗିତା ବାଲି:
ଗାୟକ ତଥା ଅଭିନେତା କିଶୋର କୁମାରଙ୍କ ପ୍ରେମ ଜୀବନ ଚକିତ କରିଦେଲା ଭଳି। ସେ ତିନୋଟି ବିବାହ କରିଥିଲେ। ସେଥିରୁ ତୃତୀୟ ସ୍ତ୍ରୀଙ୍କ ନାମ ଥିଲା ୟୋଗିତା। ହେଲେ ସେମାନଙ୍କ ବିବାହ ମାତ୍ର ୨ ବର୍ଷ ଚାଲିଥିଲା। କାରଣ ୟୋଗିତା ମିଥୁନ ଚକ୍ରବର୍ତ୍ତୀଙ୍କ ପ୍ରେମରେ ପଡ଼ିଯାଇଥିଲେ। କିଶୋରଙ୍କଠାରୁ ଅଲଗା ହୋଇ ଉଭୟ ବିବାହ କରିନେଇଥିଲେ।

ପୁଲକିତ ସମ୍ରାଟ-ଶ୍ୱେତା ରୋହିରା:
୨୦୧୪ ମସିହାରେ ପୁଲକିତ ସମ୍ରାଟ ଶ୍ୱେତା ରୋହିରାଙ୍କୁ ବିବାହ କରିଥିଲେ। ହେଲେ ୧୧ ମାସ ପରେ ଉଭୟ ଅଲଗା ହୋଇଯାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଅସୁସ୍ଥ ଅଛନ୍ତି ସନ୍ନି

ମୁମ୍ବାଇ: ବଲିଉଡ ଷ୍ଟାର ଓ ଆକ୍ସନ ହିରୋ ସନ୍ନି ଦେଓଲ କିଛିଦିନ ପୂର୍ବେ ଶୁଟିଂ ସମୟରେ ଆହତ ହୋଇଥିଲେ । ତାଙ୍କ ପିଠିରେ ଆଘାତ ଲାଗିଥିଲା...

ଡୋନାଙ୍କୁ ବିବାହ କରିବା ପରେ ବି ନଗ୍‌ମାଙ୍କ ପ୍ରତି ଆକର୍ଷିତ ହୋଇଥିଲେ ସୌରଭ ଗାଙ୍ଗୁଲୀ…

ମୁମ୍ବାଇ,୨୫।୧୨: ସାଉଥ୍‌ ଅଭିନେତ୍ରୀ ନଗ୍‌ମା ବୁଧବାର ୪୫ ବର୍ଷରେ ପଦାର୍ପଣ କରିଛନ୍ତି। ୧୯୭୪ ଡିସେମ୍ବର ୨୫ରେ ସେ ମୁମ୍ବାଇଠାରେ ଜନ୍ମଗ୍ରହଣ କରିଥିଲେ। ତାଙ୍କର ପ୍ରକୃତ ନାମ...

୫ ଦିନରେ ସର୍ବାଧିକ ଆୟ କଲାଣି ଫିଲ୍ମ ‘ଦ କଶ୍ମୀର ଫାଇଲସ’

ଫିଲ୍ମ ‘ଦ କଶ୍ମୀର ଫାଇଲସ’କୁ ଦର୍ଶକଙ୍କ ଭଲ ରେସପନ୍ସ ମିଳିଛି। ବିବେକ ଅଗ୍ନିହୋତ୍ରୀଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ ବକ୍ସ ଅଫିସରେ ଭଲ ଆୟ କରୁଛି। କଶ୍ମୀର...

ଶାହାରୁଖଙ୍କ ନାୟିକା ସାଜିବେ ତାପସୀ !

ବମ୍ବେ: ଯାହା ଆଶା କରିଥିଲେ ଶେଷରେ ତାହା ହେବାକୁ ଯାଉଛି। କାହା କ୍ଷେତ୍ରରେ ଭାବୁଛନ୍ତି କି? ବଲିଉଡ୍‌ ଅଭିନେତ୍ରୀ ତାପସୀ ପନ୍ନୁଙ୍କ କ୍ଷେତ୍ରରେ ଏପରି କିଛି...

ସୁଶାନ୍ତଙ୍କ ନାମ ଏବେ ବି ରହିଛି ଅଙ୍କିତାଙ୍କ ଘର ନେମ୍‌ପ୍ଲେଟ୍‌ରେ

ମୁମ୍ବାଇ, ୨୦।୬: ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟାକୁ ଇତିମଧ୍ୟରେ ୬ ଦିନ ବିତିଛି। ସୁଶାନ୍ତ ଏବଂ ତାଙ୍କ ଏକ୍ସ ଗର୍ଲଫ୍ରେଣ୍ଡ ଅଙ୍କିତା ଲୋଖଣ୍ଡେଙ୍କ...

ମଲାଇକାଙ୍କ ସହ ଡେଟ୍‌ କରୁଥିବା ଅର୍ଜୁନ ଏକଦା ପଡ଼ିଥିଲେ ସଲମାନ୍‌ଙ୍କ ଭଉଣୀଙ୍କ ପ୍ରେମରେ, ଦୁଇ ବର୍ଷ ପରେ…

ବଲିଉଡ୍‌ ଅଭିନେତା ଅର୍ଜୁନ କପୁରଙ୍କ ଆଜି ଜନ୍ମଦିନ । ସେ ୨୬ ଜୁନ ୧୯୮୫ରେ ମୁମ୍ବାଇରେ ଜନ୍ମଗ୍ରହଣ କରିଥିଲେ। ଅର୍ଜୁନ ଆଜି ତାଙ୍କର ୩୬ ତମ...

ଏମିତି ନାତୁଣୀଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ଅମିତାଭ

ଆଜି ହେଉଛି ବଲିଉଡ୍‌ ମହାନାୟକ ଅମିତାଭ ବଚ୍ଚନଙ୍କ ନାତୁଣୀ ତଥା ଅଭିଷେକ ବଚ୍ଚନ-ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କ ଝିଅ ଆରାଧ୍ୟା ବଚ୍ଚନଙ୍କର ୯ତମ ଜନ୍ମଦିନ। ଆରାଧ୍ୟା ହେଉଛନ୍ତି...

ପଡୋଶୀଙ୍କ ବିରୋଧରେ ହାଇକୋର୍ଟର ଦ୍ୱାରସ୍ଥ ହେଲେ ସଲମାନ

ବମ୍ବେ: ପଡ଼ୋଶୀଙ୍କ ବିରୋଧରେ ମାନହାନି ମକଦ୍ଦମା ଦାୟର କରି ଚର୍ଚ୍ଚାରେ ଦବଙ୍ଗ ଖାଁ ସଲମାନ। ପାନ୍‌ଭେଲରେ ରହୁଥିବା ପଡୋଶୀ କେତନ କକ୍କର ତାଙ୍କର ପୁରୁଣା ଭିଡିଓ...

Advertisement
Archives

Model This Week