ସାତ ଜନ୍ମର କଥା ଦେଇ, କେଇ ମାସରେ ଅଲଗା ହୋଇଯାଇଥିଲେ ଏସବୁ କଳାକାର ଦମ୍ପତି

ବମ୍ବେ: କଥା ଥିଲା ସାତ ଜନ୍ମର। ହେଲେ କିଛି ଦିନରେ ହିଁ ଭାଙ୍ଗିଗଲା ସମ୍ପର୍କ। ନିକଟରେ ବୋଲ୍ଡ ଅଭିନେତ୍ରୀ ପୁନମ୍‌ ପାଣ୍ଡେ ମାତ୍ର ଚଉଦ ଦିନ ପରେ ନିଜ ବିବାହ ଭାଙ୍ଗିବାକୁ ନେଇ ଚର୍ଚ୍ଚାରେ ରହିଛନ୍ତି। ସ୍ବାମୀ ସାମ୍‌ ବମ୍ବେ ମାରପିଟ୍‌ କରିଥିବାରୁ ସେ ଆଉ ବିବାହ ବନ୍ଧନରେ ରହିବେ ନାହିଁ ବୋଲି ରୋକଠୋକ ଶୁଣାଇଦେଇଛନ୍ତି। ଅପରପକ୍ଷେ ଏହା ପ୍ରଥମ ଥର ନୁହେଁ ଯେଉଁଠି ଏତେ କମ୍‌ ଦିନରେ କେଉଁ ଅଭିନେତ୍ରୀଙ୍କ ବିବାହ ଭାଙ୍ଗିଛି। କାରଣ ଏହି ତାଲିକା ବେଶ୍‌ ଲମ୍ବା।

ସାରା ଖାନ୍‌ ଏବଂ ଅଲୀ ମର୍ଚାଣ୍ଟ:
ଅଭିନେତ୍ରୀ ସାରା ଖାନ୍‌ ଏବଂ ଅଲୀ ବିଗ୍‌ବସ୍‌-୪ ଘରେ ଉଭୟଙ୍କୁ ଭେଟିଥିଲେ। ସେଠାରେ ହିଁ ସେମାନଙ୍କ ବିବାହ ହୋଇଥିଲା। ୨୦୧୦ରେ ବିବାହ ପରେ ୨୦୧୧ରେ ଉଭୟ ଅଲଗା ହୋଇଯାଇଥିଲେ।

ମନିଷା କୋଇରାଲା-ସମ୍ରାଟ ଦହାଲ:
୨୦୧୦ରେ ମନିଷା ସମ୍ରାଟଙ୍କୁ ବିବାହ କରିଥିଲେ। ନେପାଳରେ ଉଭୟଙ୍କ ବିବାହ ହୋଇଥିଲା। ହେଲେ ବିବାହର କିଛି ମାସ ପରେ ଉଭୟଙ୍କ ଭିତରେ ମନୋମାଳିନ୍ୟ ନେଇ ଖବର ଶୁଣିବାକୁ ମିଳିଥିଲା। ଦୁଇ ବର୍ଷ ପରେ ସେମାନେ ଅଲଗା ହୋଇଯାଇଥିଲେ।

କରନ୍‌ ସିଂ ଗ୍ରୋଭର-ଶ୍ରଦ୍ଧା ନିଗମ:
ଟେଲି ପରଦାର ସୁପରଷ୍ଟାର କୁହାଯାଉଥିବା କରନ୍‌ ସିଂ ଗ୍ରୋଭର ଦୁଇଟି ବିବାହ କରିଛନ୍ତି। ବିପାଶାଙ୍କୁ ବିବାହ କରିବା ପୂର୍ବରୁ ସେ ଦୁଇଜଣ ଅଭିନେତ୍ରୀଙ୍କୁ ଛାଡ଼ପତ୍ର ଦେଇଛନ୍ତି। ପ୍ରଥମେ କିନ୍ତୁ ସେ ଶ୍ରଦ୍ଧା ନିଗମଙ୍କୁ ବିବାହ କରିଥିଲେ। ମାତ୍ର ୧୦ ମାସ ମଧ୍ୟରେ ଉଭୟଙ୍କ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥିଲା। କରନ୍‌ଙ୍କ ଅନ୍ୟ ଝିଅଙ୍କ ସହ ସମ୍ପର୍କ ଯୋଗୁ ଏଭଳି ହୋଇଥିବା କୁହାଯାଇଥିଲା। ଶେଷରେ ସେମାନେ ଅଲଗା ହୋଇଯାଇଥିଲେ।

କିଶୋର କୁମାର-ୟୋଗିତା ବାଲି:
ଗାୟକ ତଥା ଅଭିନେତା କିଶୋର କୁମାରଙ୍କ ପ୍ରେମ ଜୀବନ ଚକିତ କରିଦେଲା ଭଳି। ସେ ତିନୋଟି ବିବାହ କରିଥିଲେ। ସେଥିରୁ ତୃତୀୟ ସ୍ତ୍ରୀଙ୍କ ନାମ ଥିଲା ୟୋଗିତା। ହେଲେ ସେମାନଙ୍କ ବିବାହ ମାତ୍ର ୨ ବର୍ଷ ଚାଲିଥିଲା। କାରଣ ୟୋଗିତା ମିଥୁନ ଚକ୍ରବର୍ତ୍ତୀଙ୍କ ପ୍ରେମରେ ପଡ଼ିଯାଇଥିଲେ। କିଶୋରଙ୍କଠାରୁ ଅଲଗା ହୋଇ ଉଭୟ ବିବାହ କରିନେଇଥିଲେ।

ପୁଲକିତ ସମ୍ରାଟ-ଶ୍ୱେତା ରୋହିରା:
୨୦୧୪ ମସିହାରେ ପୁଲକିତ ସମ୍ରାଟ ଶ୍ୱେତା ରୋହିରାଙ୍କୁ ବିବାହ କରିଥିଲେ। ହେଲେ ୧୧ ମାସ ପରେ ଉଭୟ ଅଲଗା ହୋଇଯାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଇମ୍ରାନ୍ ଖାନଙ୍କ ପାଇଁ ଆଗକୁ ଆସିଲେ ଗାଭାସ୍କର-କପିଲ ଦେବ, ପ୍ରଧାନମନ୍ତ୍ରୀଙ୍କୁ ଲେଖିଲେ ଚିଠି

ଇସଲାମବାଦ,୨୩।୮: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତା ପ୍ରକାଶ କରିଛନ୍ତି ଆନ୍ତର୍ଜାତୀୟ କ୍ରିକେଟର ୨୨ ଜଣ ପୂର୍ବତନ ଅଧିନାୟକ। ଇମ୍ରାନ ଖାନଙ୍କୁ ଉନ୍ନତ ଚିକିତ୍ସା ସୁବିଧା…

ଲୋକଙ୍କୁ ବିକୁଥିଲେ ନକଲି ବ୍ରାଣ୍ଡ୍‌ ଘଣ୍ଟା, ୪ଜଣଙ୍କୁ ବାନ୍ଧିଲା ପୋଲିସ

ରାଉରକେଲା,୨୩।୮(ସଙ୍ଗୀତା ଜେନା): ନକଲି ବ୍ରାଣ୍ଡ୍‌ ଘଣ୍ଟା ବିକ୍ରି ଅଭିଯୋଗରେ ପ୍ଲାଣ୍ଟସାଇଟ୍‌ ଥାନା ପୋଲିସ ୪ ଜଣଙ୍କୁ ରବିବାର ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ବିଶ୍ରା ଜିନତ…

ବସ୍‌ଷ୍ଟାଣ୍ଡରେ ବିକୁଥିଲେ କଫ୍‌ସିରପ୍‌, ମାଡ଼ି ବସିଲା ପୋଲିସ

ବରଗଡ଼,୨୩।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଥାନା ପୋଲିସ ଶନିବାର ରାତିରେ ବେଆଇନ ଭାବେ ଚାଲିଥିବା କଫସିରପ୍‌ କାରବାରକୁ ଠାବ କରିଛି। ପୋଲିସ ଏହି କାରବାରରେ ୨ଜଣ…

ଅନଲାଇନ ପେମେଣ୍ଟ କଲେ ଦିଗପହଣ୍ଡି ଚାଷୀଙ୍କୁ ମିଳୁଛି ସାର, ହନ୍ତସନ୍ତ ହେଉଛନ୍ତି….

ଦିଗପହଣ୍ଡି,୨୩।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳରେ ଥିବା ପ୍ରାଥମିକ ସେବା ସମବାୟ ସମିତିରେ ଚଳିତବର୍ଷ ଅନଲାଇନ୍ ଜରିଆରେ ଚାଷୀଙ୍କୁ ସାର ବିକ୍ରୀ ବ୍ୟବସ୍ଥାକୁ ନେଇ…

ଅବ୍ୟବସ୍ଥାରେ ବଡ଼ଛତ୍ରଙ୍ଗ ହାଇସ୍କୁଲ, ଛାତରୁ ଝରୁଛି ପାଣି, ନାହାନ୍ତି ଶିକ୍ଷକ

ଥୁଆମୂଳ ରାମପୁର,୨୩।୮(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ଐତିହାସିକ ସରକାରୀ ଉଚ୍ଚ ବିଦ୍ୟାଳୟ ବଡ଼ଛତ୍ରଙ୍ଗରେ ଶିକ୍ଷାବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିଛି। ୧୯୬୬ରୁ ସ୍ଥାପିତ ଏହି…

କଲମ୍ବୋ ଟେଷ୍ଟରେ ଗିଲଙ୍କ ରେକର୍ଡ: ଭାଙ୍ଗିଲେ କୋହଲି-ଧୋନିଙ୍କ ରେକର୍ଡ

ନୂଆଦିଲ୍ଲୀ,୨୩।୮: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଚାଲିଥିବା ଟେଷ୍ଟ ସିରିଜର ଦ୍ୱିତୀୟ ମୁକାବିଲା କଲମ୍ବୋର SSC ଗ୍ରାଉଣ୍ଡରେ ଖେଳାଯାଉଛି । ଟସ୍ ଜିତି ଭାରତୀୟ ଅଧିନାୟକ ଶୁଭମନ…

ଲଗାଣ ବର୍ଷାରେ ପାପଡ଼ାହାଣ୍ଡିରେ ବନ୍ୟା, ଭାଙ୍ଗିଲା ୩୮ ଘର, ୧୦୦ଜଣଙ୍କୁ ସ୍ଥାନାନ୍ତର

ପାପଡ଼ାହାଣ୍ଡି, ୨୩।୮(ସ୍ବପ୍ନଜିତ ପଟ୍ଟନାୟକ): ଗତ ୨ ଦିନ ଧରି ଲାଗି ରହିଥିବା ଲଗାଣ ବର୍ଷାରେ ରବିବାର ପାପଡ଼ାହାଣ୍ଡି ବ୍ଲକରେ ବନ୍ୟା ପରିସ୍ଥିତି ଉପୁଜିଛି। ପାପଡ଼ାହାଣ୍ଡି ସଦର ସମେତ…

‘ମୁଁ ଏଠାକାର ଖେଳାଳି’, ନଦୀରେ ଡେଇଁ ଭିଡିଓ ପୋଷ୍ଟ କଲେ କିରେନ ରିଜିଜୁ, ରାହୁଲ ଗାନ୍ଧୀଙ୍କ ସହ ତୁଳନାରେ ଦେଲେ ଏମିତି ଜବାବ

ନୂଆଦିଲ୍ଲୀ,୨୩।୮: ଅରୁଣାଚଳ ପ୍ରଦେଶର ଏମପି ତଥା କେନ୍ଦ୍ରମନ୍ତ୍ରୀ କିରେନ ରିଜିଜୁ ସୋସିଆଲ ମିଡିଆରେ ନିଜର ଏକ ଭିଡିଓକୁ ନେଇ ଚର୍ଚ୍ଚାରେ ଅଛନ୍ତି । ନଦୀରେ ଡେଇଁ ତୀବ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri