Posted inଖେଳ

ଏହି ଅଭିନେତ୍ରୀଙ୍କ ଚାଞ୍ଚଲ୍ୟକର ଖୁଲାସା, ବଡ କ୍ରିକେଟର୍ସଙ୍କ ସ୍ତ୍ରୀ ନିଅନ୍ତି ଡ୍ରଗ୍ସ

ବଲିଉଡ୍‌ରେ ଏବେ ଡଗ୍ସ କନେକ୍ସନକୁ ନେଇ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ(ଏନସିବି) ଖୋଳତାଡ ଆରମ୍ଭ କରିଛି। ଜଣେ ପରେ ଜଣେ ଆଗଧାଡିର ଅଭିନେତ୍ରୀ ଡ୍ରଗ୍ସ ନେଉଥିବା ଜଣାପଡିବା ପରେ ସେମାନଙ୍କୁ ପଚରାଉଚରା ପାଇଁ ଡକାଯାଉଛି। ଏବେ ଆଇପିଏଲରେ ବି ଡଗ୍ସ ବ୍ୟବହାର କରାଯାଉଥିବା କହିଛନ୍ତି ବଲିଉଡ୍‌ ଅଭିନେତ୍ରୀ ତଥା ମଡେଲ ଶର୍ଲିନ୍‌ ଚୋପ୍ରା। ବଡ ବଡ କ୍ରିକେଟରଙ୍କ ସ୍ତ୍ରୀମାନେ ମଧ୍ୟ ଡଗ୍ସ ନେଉଛନ୍ତି। ଆଇପିଏଲରେ କୋଲକତା ନାଇଟ୍‌ ରାଇଡର୍ସ ଖେଳୁଥିବା ମ୍ୟାଚ୍‌ରେ କ୍ରିକେଟର୍‌ ଏବଂ ବଲିଉଡ୍‌ ଷ୍ଟାର୍ସମାନେ ଓ୍ବାଶ୍‌ରୁମ୍‌ରେ ଡଗ୍ସ ନେଇଥିଲେ ବୋଲି ଶର୍ଲିନ କହିଛନ୍ତି। ଯଦି ତାଙ୍କୁ ଏନସିବି ପକ୍ଷରୁ ପଚରାଉଚରା ପାଇଁ ଡକାଯାଏ ତେବେ ସେ ସବୁ ରାଜ୍‌ ଖୋଲି ଦେବେ ବୋଲି କହିଛନ୍ତି। କୋଲକତା ନାଇଟ୍‌ ରାଇଡର୍ସ ଖେଳୁଥିବ ଅଧିକାଂଶ ମ୍ୟାଚ୍‌ ପରେ ଖେଳାଳି ଏବଂ ବଲିଉଡର କିଛି କଳାକାର ମିଶି ଡ୍ରଗ୍ସ ସେବନ କରିଥାନ୍ତି। ଶର୍ଲିନ କହିଛନ୍ତି, ମୁଁ ଥରେ କେକେଆରର ଏକ ମ୍ୟାଚ୍‌ ଦେଖିତ୍ବାକୁ କୋଲକତା ଯାଇଥିଲି, ମ୍ୟାଚ୍‌ ପରେ ଏକ ପାର୍ଟି ରଖାଯାଇଥିଲା। ସେଦିନ ପାର୍ଟିରେ ବଲିଉଡର ବଡ ବଡ କଳାକାର ଏବଂ କ୍ରିକେଟର୍‌ଙ୍କ ସ୍ତ୍ରୀ ଥିଲେ। ଡ୍ୟାନ୍ସ କରି ଥକି ଯିବାରୁ ଫ୍ରେଶ୍‌ ହେବାକୁ ଓ୍ବାଶ୍‌ରୁମ୍‌କୁ ଯାଇଥିଲି। ସେଠାରେ ସମସ୍ତେ ଡ୍ରଗ୍ସ ନେଉଥିବା ଦେଖିଥିଲି ବୋଲି ସେ କହିଛନ୍ତି। ଅବଶ୍ୟ ଆଇପିଏଲ୍‌ର କେଉଁ ସିଜିନ୍‌ରେ ଏଭଳି ଘଟଣା ଘଟିଥିଲା ତାହା ସେ କହିନାହାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବଙ୍ଗରେ ଆଦିବାସୀ ମହିଳାଙ୍କୁ ଗଣବଳାତ୍କାର, ରକ୍ତ ଜୁଡୁବୁଡୁ ଅବସ୍ଥାରେ ମିଳିଲା ମୃତଦେହ

କୋଲକାତା,୯।୭: ପଶ୍ଚିମବଙ୍ଗର ବାରୁଇପୁରରେ ଜଣେ ନିର୍ଦ୍ଦୋଷ ଶିଶୁ ଉପରେ ହୋଇଥିବା ନିର୍ମମ ଆକ୍ରମଣ ପରେ, ପୂର୍ବ ବର୍ଦ୍ଧମାନ ଜିଲାରୁ ଗଣବଳାତ୍କାରର ଏକ ଘଟଣା ସାମ୍ନାକୁ ଆସିଛି। ଦିୱାନ-ଦିଘି…

ସମୁଦ୍ର ଉପକୂଳ ଅଞ୍ଚଳ ବୁଲି ଦେଖିଲେ ବିଜେଡି ନେତା, ଅଞ୍ଚଳବାସୀଙ୍କ ସୁରକ୍ଷା ପାଇଁ ପୂର୍ବତନ ବିଧାୟକ କହିଲେ…

ଗଞ୍ଜାମ ,୯।୭(ବିଦ୍ୟାଧର ସାହୁ ): ଗଞ୍ଜାମ ଜିଲାର ଗଞ୍ଜାମ ବ୍ଲକ ଅନ୍ତର୍ଗତ ଋଷିକୁଲ୍ୟା ମୁହାଣ ପୁରୁଣାବନ୍ଧ ଠାରୁ ପ୍ରୟାଗି ପର୍ଯ୍ୟନ୍ତ ଗତ କିଛି ଦିନ ହେଲା ବେଳାଭୂମି…

ସରକାରୀ କାର୍ଯ୍ୟରେ ଅନ୍ୟ ସମ୍ପ୍ରଦାୟକୁ ଯାଇ ବାସନ୍ଦର ଶିକାର ହେଲେ ଆଶାକର୍ମୀ

ପାରଳାଖେମୁଣ୍ଡି,୯ା୭(ଗିରିଧାରୀ ପରିଚ୍ଛା):ସରକାରୀ ସ୍ବାସ୍ଥ୍ୟସେବା ଓ କଲ୍ୟାଣମୂଳକ ଯୋଜନା ସମସ୍ତଙ୍କ ପାଖରେ ପହଞ୍ଚାଇବାରେ ଆଶାକର୍ମୀଙ୍କ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ରହିଛି। ହେଲେ ସେହି ଦାୟିତ୍ୱ ପାଳନ କରିବାକୁ ଯାଇ ଜଣେ…

ବାଇକରେ ଯାଉଥିବାବେଳେ ଧକ୍କା ଦେଲା କାର୍‌, ଘଟଣାସ୍ଥଳରେ ଚାଲିଗଲା ତ୍ରିଲୋଚନଙ୍କ ଜୀବନ

ବଲାଙ୍ଗୀର, ୯।୭( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର-ଭବାନୀପାଟଣା ୨୬ ନମ୍ବର ଜାତୀୟ ରାଜପଥର ବିଜାଖମନ ବ୍ରିଜ ନିକଟରେ ବୁଧବାର ଜଣେ ମୋଟର ସାଇକେଲ ଆରୋହୀଙ୍କୁ ଏକ କାର୍‌…

ସଞ୍ଜୁ ସାମସନଙ୍କ ପ୍ରତ୍ୟାବର୍ତ୍ତନ ପକ୍କା! ଚତୁର୍ଥ ଟି-୨୦ରେ ଏହି ୩ ଖେଳାଳିଙ୍କ ସ୍ଥାନ ଉପରେ ଝୁଲୁଛି ଖଣ୍ଡା

ନୂଆଦିଲ୍ଲୀ,୯।୭ : ଇଂଲଣ୍ଡ ଗସ୍ତରେ ଏପର୍ଯ୍ୟନ୍ତ ଭାରତୀୟ ଦଳର ପ୍ରଦର୍ଶନ ବେଶ ନିରାଶାଜନକ ରହିଛି। ୫ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜର ପ୍ରଥମ ତିନୋଟି ମ୍ୟାଚ ମଧ୍ୟରୁ…

ଟ୍ରେକିଂ ପାଇଁ ଯାଇ ମାଲ୍ୟଗିରି ପାହାଡ଼ରେ ଫସିଯାଇଥିଲେ ୩ ଯୁବକ, ୨୫ ଫୁଟ ଘାଇରୁ….

ପାଳଲହଡା,୯ା୭(ଦିବ୍ୟଜ୍ୟୋତି ଦାଶ): ଅନୁଗୋଳ ଜିଲା ପାଳଲହଡା ମାଲ୍ୟଗିରି ପାହାଡକୁ ଟ୍ରେକିଂ କରିବାକୁ ଯାଇ ଫସି ରହିଥିବା ୩ ଯୁବକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କଲା ଅଗ୍ନିଶମ ବାହିନୀ…

‘We Will Kill Trump…’,ପ୍ରତିଶୋଧର ନିଆଁ! ଖାମେନେଇଙ୍କ ଅନ୍ତିମ ସଂସ୍କାର ଭୂମିରୁ ଟ୍ରମ୍ପଙ୍କୁ ମୃତ୍ୟୁ ଧମକ

ତେହରାନ,୯ା୭: ଆମେରିକା ଇରାନର ଆଠଟି ସହର ଉପରେ ଆକ୍ରମଣ କରିଛି । ପ୍ରତିଶୋଧ ସ୍ୱରୂପ, ତେହରାନ ବାହାରିନ ଏବଂ କୁୱେତରେ ଥିବା ଅନେକ ସାମରିକ ଘାଟିକୁ ଟାର୍ଗେଟ…

ଝିଆରୀଙ୍କୁ ବଳାତ୍କାର କଲେ ଦାଦା: ଘରେ କେହି ନ ଥିବାବେଳେ…

ଭଦ୍ରକ,୯ା୭(ସନାତନ ରାଉତ): ନାବାଳିକା ଝିଆରୀଙ୍କୁ ବଳାତ୍କାର ଅଭିଯୋଗରେ ସମ୍ପର୍କୀୟ ଦାଦାଙ୍କୁ ପୋଲିସ ଗିରଫ କରିଛି। ଏପରି ଘଟଣା ଘଟିଛି ଭଦ୍ରକ ଟାଉନ ଥାନା ଅଞ୍ଚଳରେ। ରଜ ସମୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri