ପୁରା ଟଙ୍କା ନ ମିଳିବାରୁ ଅଧା ମେକ୍‌ଅପ୍‌ରେ ଶୁଟିଂ ସେଟ୍‌ରେ ପହଞ୍ଚିଥିଲେ ଏହି ଲୋକପ୍ରିୟ ଅଭିନେତା

ବଲିଉଡ୍‌ ଇଣ୍ଡଷ୍ଟ୍ରିରେ ସବୁଠାରୁ ମଜାଳିଆ କଳାକାରଙ୍କ କଥା କୁହାଗଲେ ସର୍ବପ୍ରଥମ ନାମ ଆସିଥାଏ କିଶୋର କୁମାରଙ୍କର। ତାଙ୍କ ସମୟରେ କିଶୋରଙ୍କୁ ସବୁଠାରୁ ବିନ୍ଦାଶ୍‌ ବ୍ୟକ୍ତି ବୋଲି କୁହାଯାଉଥିଲା। ତେବେ କିଶୋର ସଂଗୀତରେ କ୍ୟାରିୟର କରିବାକୁ ଚାହୁଁଥିଲେ। କିନ୍ତୁ ସେ ଅଭିନୟ କରନ୍ତୁ ବୋଲି ତାଙ୍କ ବଡ଼ ଭାଇ ଚାହୁଁଥିଲେ। ଏହା ମଧ୍ୟରେ କିଶୋରଙ୍କ ପ୍ରଥମ ଫିଲ୍ମ ଫ୍ଲପ୍‌ ହୋଇଥିଲା। କାରଣ ତାଙ୍କର ଅଭିନୟ ପ୍ରତି ଆଗ୍ରହ ନ ଥିଲା। ଏଥିସହ ତାଙ୍କୁ ସଂଗୀତରେ ମଧ୍ୟ ସୁଯୋଗ ମିଳିଲା ନାହିଁ। ପରେ ଏମିତି ସମୟ ଆସିଲା, ତାଙ୍କ ଅଭିନୀତ ଅଧିକାଂଶ ସିନେମା ବକ୍ସ ଅଫିସରେ ଭଲ ପ୍ରଦର୍ଶନ କଲା। ପରଦାରେ ତାଙ୍କର ବିନ୍ଦାସ ଶୈଳୀକୁ ଲୋକେ ପସନ୍ଦ କରିବାକୁ ଲାଗିଲେ। ତାଙ୍କର ଗୋଟିଏ ଫଣ୍ଡା ଥିଲା, ନୋ ପେମେଣ୍ଟ, ନୋ ଓ୍ବାର୍କ।

ଥରେ ତାଙ୍କର ଏକ ଫିଲ୍ମର ଶୁଟିଂ ଚାଲିଥିଲେ। ସେଟ୍‌ରେ ସମସ୍ତେ ତାଙ୍କୁ ଅପେକ୍ଷା କରି ବସିଥଇଲେ। କିଛି ସମୟ ପରେ ଯେତେବେଳେ ସେ ସେଟ୍‌କୁ ଆସିଲେ ତାଙ୍କୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। କାରଣ ସେ ଅଧା ମେକ୍‌ଅପ୍‌ ନେଇ ସେଟ୍‌କୁ ଆସିଥିଲେ। ତାଙ୍କର ଏପରି ଲୁକ୍‌ର କାରଣ ଯେତେବେଳେ ନିର୍ଦ୍ଦେଶକ ପଚାରିଥିଲେ ସେ କହିଥିଲେ, ଉକ୍ତ ଫିଲ୍ମ ପାଇଁ ନିର୍ମାତା ତାଙ୍କୁ ଅଧା ଟଙ୍କା ଦେଇଛନ୍ତି। ତେଣୁ ସେ ଅଧା ମେକ୍‌ଅପ୍‌ରେ ସେଟ୍‌କୁ ଆସିଥିବା କହିଥିଲେ। ନିର୍ଦ୍ଦେଶକ ତାଙ୍କୁ ବହୁତ ବୁଝାଇବା ପରେ ସେ ଫୁଲ୍‌ ମେକ୍‌ଅପ୍‌ କରି ଶୁଟିଂ ଆରମ୍ଭ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନେହାଙ୍କ ସହ ବ୍ରେକ୍‌ଅପ୍‌କୁ ନେଇ ମୁହଁ ଖୋଲିଲେ ହିମାଂଶ: ସମସ୍ତଙ୍କ ନଜରରେ ଖଳନାୟକ ହୋଇଯାଇଥିଲେ

ବଲିଉଡ୍‌ ସିଙ୍ଗର ନେହା କକ୍କର ଏବଂ ହିମାଂଶ କୋହଲିଙ୍କ ବ୍ରେକ୍‌ଅପ୍‌କୁ ଇତି ମଧ୍ୟରେ ଅନେକ ଦିନ ହୋଇସାରିଛି। ଉକ୍ତ ସମୟରେ ଉଭୟଙ୍କ ବ୍ରେକ୍‌ଅପ୍‌କୁ ନେଇ ଚର୍ଚ୍ଚା...

ଭଲ ମଣିଷ ହେବି, ଗରିବଙ୍କୁ ସାହାଯ୍ୟ କରିବି, ଏନ୍‌ସିବିକୁ କହିଲେ ଆର୍ୟନ…

ମୁମ୍ବାଇ,୧୭।୧୦: ଏବେ ମୁଁ ଗୁଡ୍‌ ବୟ ହେବି ବୋଲି କ୍ରୁଜ ଡ୍ରଗ୍ସ ପାର୍ଟି ମାମଲାରେ ଗିରଫ ହୋଇଥିବା ଶାହାରୁଖ ଖାଁଙ୍କ ପୁଅ ଆର୍ଯନ ଖାଁ ହେବା...

ଘାରିଛି ହଲିଉଡ୍‌ ନିଶା

ରାଧିକା ଆପ୍ତେଙ୍କୁ ଏବେ ହଲିଉଡ୍‌ ନିଶା ଘାରିଛି। ବର୍ତ୍ତମାନ ସେ ଏକ ହଲିଉଡ୍‌ ସ୍ପାଏ ଥ୍ରୀଲର ‘ଲିବର୍ଟି : ଏ କଲ୍‌ ଟୁ ସ୍ପାଏ’ରେ ଅଭିନୟ...

ରିଲିଜ୍‌ ହେଲା ‘ଅଂଗ୍ରେଜୀ ମିଡିୟମ୍‌’ର ଗୀତ ‘କୁଡି ନୁ ନଚାନେ ଦେ’: ଏଥିରେ ସମସ୍ତ ଅଭିନେତ୍ରୀଙ୍କୁ ପ୍ରଶଂସା କଲେ ଅମିତାଭ୍‌

ବଲିଉଡ୍‌ ମହାନାୟକ ଅମିତାଭ ବଚ୍ଚନ ସୋସିଆଲ ମିଡିଆରେ ସବୁବେଳେ ଆକ୍ଟିଭ୍‌। ଏହା ମାଧ୍ୟମରେ ସେ ବଲିଉଡ୍‌ ଫିଲ୍ମ, ଗୀତ ଏବଂ କଳାକାରଙ୍କୁ ପ୍ରଶଂସା ମଧ୍ୟ କରିଥାନ୍ତି।...

୬ ବର୍ଷ ବୟସରୁ ଗୀତ ଗାଇଥିଲେ ଏହି ପ୍ରସିଦ୍ଧ ଗାୟିକା, ଆଉ ଶୁଣିବାକୁ ମିଳୁନି କଣ୍ଠ ଶ୍ୱର

ଯଦି ଆପଣଙ୍କୁ ୯୦ ଦଶକର ଗୀତଗୁଡ଼ିକ ଭଲ ଲାଗେ କିମ୍ବା ଏସବୁର ପ୍ରଶଂସକ ଅଟନ୍ତି, ତେବେ ଆପଣ ନିଶ୍ଚିତ ଭାବରେ ଗାୟକ ଅଲକା ୟାଗ୍‌ନିକ୍‌ଙ୍କ ଗୀତ...

ବମ୍ବେର ଟ୍ରକ୍‌ ଡ୍ରାଇଭରଙ୍କ କଲୋନୀରେ ରହୁଥିଲେ ବିପାଶା, ଏହି କାରଣରୁ ସବୁବେଳେ ପାଖରେ ରଖୁଥିଲେ ହାତୁଡ଼ି

ବମ୍ବେ: ବ୍ୟକ୍ତିଗତ ଜୀବନ ହେଉ ଅଥବା ଅଭିନୟ, ସବୁଥିରେ ଚର୍ଚ୍ଚାରେ ରହିବାକୁ ପସନ୍ଦ କରିଥାନ୍ତି ଅଭିନେତ୍ରୀ ବିପାଶା ବସୁ। ଜଣେ ମଡେଲରୁ ସୁପର ମଡେଲ ଓ...

ବାପାଙ୍କୁ ନେଇ ଚିନ୍ତାରେ ଶାହିର

ବମ୍ବେ: ବାପାଙ୍କୁ ନେଇ ଚିନ୍ତାରେ ଅଛନ୍ତି ଟେଲି ଅଭିନେତା ଶାହିର ଶେଖ। କାରଣ ସେ କରୋନା ସଂକ୍ରମିତ ହୋଇ ଏବେ ଭେଣ୍ଟିଲେଟରରେ। ସ୍ବାସ୍ଥ୍ୟରେ ଅବନତି ହେତୁ...

ପୁଅଙ୍କୁ ସାଙ୍ଗରେ ଧରି ଅର୍ଜୁନଙ୍କ ସହ ଏକାଠି ରହୁଛନ୍ତି ମଲାଇକା !

ମୁମ୍ବାଇ: କରୋନା ଭାଇରସ ପାଇଁ ଏବେ ସାରା ଦେଶରେ ଲକ୍‌ଡାଉନ ୪.୦ ଜାରି ରହିଛି। ଏହି ସମୟରେ ବଲିଉଡ୍‌ର ସବୁ ସେଲିବ୍ରିଟି ପାୟତଃ ଘରେ ନିଜ...

Advertisement
Archives

Model This Week