Posted inଜାତୀୟ

୧୧ ରାଜ୍ୟ ସଭା ଆସନ ପାଇଁ ନଭେମ୍ବର ୯ରେ ନିର୍ବାଚନ

ନୂଆଦିଲ୍ଲୀ, ୧୩।୧୦: ନଭେମ୍ବର ୯ରେ ୧୧ ରାଜ୍ୟ ସଭା ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ସେଥିମଧ୍ୟରେ ଉତ୍ତରପ୍ରଦେଶର ୧୦ଟି ଏବଂ ଉତ୍ତରାଖଣ୍ଡର ଗୋଟିଏ ଆସନ ରହିଛି। ନିର୍ବାଚନ ପାଇଁ ଅକ୍ଟୋବର ୨୦ରୁ ୨୭ ମଧ୍ୟରେ ନାମାଙ୍କନ ପତ୍ର ଦାଖଲ କରାଯିବ। ଏସବୁ ଆସନରେ ଗୁଡ଼ିକରେ ସଦସ୍ୟଙ୍କ କାର୍ଯ୍ୟକାଳ ନଭେମ୍ବର ୨୫ରେ ଶେଷ ହୋଇଯିବ। ସେଥିମଧ୍ୟରେ ଉତ୍ତରପ୍ରଦେଶର ସମାଜବାଦୀ ପାର୍ଟିର ୪ ସଦସ୍ୟଙ୍କ କାର୍ଯ୍ୟକାଳ ଶେଷ ହେଉଛି। ସେହିପରି ବହୁଜନ ସମାଜବାଦୀ ପାର୍ଟିର ୨ ଜଣ ସଦସ୍ୟ ରହିଛନ୍ତି। ଅପରପକ୍ଷରେ ଭାଜପାର ୩ ଜଣ ସଦସ୍ୟ ଏବଂ କଂଗ୍ରେସର ୧ ଜଣ ସଦସ୍ୟଙ୍କ କାର୍ଯ୍ୟକାଳ ଶେଷ ହେଉଛି। ସେହିପରି ଉତ୍ତରାଖଣ୍ଡରେ କଂଗ୍ରେସର ଜଣେ ସଦସ୍ୟଙ୍କ କାର୍ଯ୍ୟକାଳ ଶେଷ ହେଉଛି। ଉତ୍ତର ଉତ୍ତରପ୍ରଦେଶ ପାଇଁ ଉଦ୍ଦିଷ୍ଟ ୧୦ଟି ରାଜ୍ୟ ସଭା ଆସନରେ ଭାଜପା ସହଜରେ ବିଜୟ ଲାଭ କରିବ ବୋଲି କୁହାଯାଉଛି। ଉତ୍ତରପ୍ରଦେଶ ଏବଂ ଉତ୍ତରାଖଣ୍ଡ ବିଧାନସଭାରେ କଂଗ୍ରେସର ପ୍ରର୍ଯ୍ୟାପ୍ତ ସଦସ୍ୟ ନ ଥିବାରୁ ଚଳିତ ଥର କଂଗ୍ରେସର କୌଣସି ସଦସ୍ୟ ରାଜ୍ୟ ସଭାକୁ ନିର୍ବାଚିତ ହେବେ ନାହିଁ ବୋଲି କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

୨୦୨୪ ନିର୍ବାଚନ ପାଇଁ କମିଟି ଗଠନ କଲେ ସୋନିଆ

ନୂଆଦିଲ୍ଲୀ,୨୫।୪ : ନିର୍ବାଚନ ରଣନୀତିକାର ପ୍ରଶାନ୍ତ କିଶୋରଙ୍କୁ କଂଗ୍ରେସରେ ଗ୍ରହଣ କରାଯିବ କି ନାହିଁ ତାକୁ ନେଇ ଅନିଶ୍ଚିତତା ଲାଗି ରହିଛି। ଦଳ ଏପର୍ଯ୍ୟନ୍ତ ଏହା...

ସେନାରେ ହୋଇପାରେ ଚୁକ୍ତିଭିତ୍ତିକ ନିଯୁକ୍ତି

ନୂଆଦିଲ୍ଲୀ,୭ା୪: ଭାରତୀୟ ସେନାରେ ଖୁବ୍‌ଶୀଘ୍ର ଚୁକ୍ତିଭିତ୍ତିକ ନିଯୁକ୍ତି ଦିଆଯାଇପାରେ। ‘ଟୁର୍‌ ଅଫ୍‌ ଡ୍ୟୁଟି’ ନାମକ ଏକ ନୂଆ ଧାରାରେ ସଶସ୍ତ୍ର ବଳରେ ଯବାନଙ୍କୁ ନିଯୁକ୍ତି ଦିଆଯିବା...

୮୦ ଦିନ ପରେ ବଢିଲା ପେଟ୍ରୋଲ, ଡିଜେଲ ଦର

ନୂଆଦିଲ୍ଲୀ,୭।୬: ପେଟ୍ରୋଲ ଏବଂ ଡିଜେଲର ଲିଟର ପିଛା ୬୦ ପଇସା ଲେଖାଏ ବୃଦ୍ଧି ପାଇଛି। ଅନ୍ତର୍ଜାତୀୟ ବଜାରରେ ବ୍ରେଣ୍ଟ ଅଶୋଧିତ ତେଲର ଦାମ ବ୍ୟାରେଲ ପିଛା...

କରନ ଜୋହର ସମାପ୍ତ କରିଛନ୍ତି ସୁଶାନ୍ତଙ୍କ କ୍ୟାରିୟର: କଙ୍ଗନା

ମୁମ୍ବାଇ, ୧୮।୮: ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ନେଇ ଚର୍ଚ୍ଚା ଥମିବାର ନାଁ ଧରୁନି। ଏବେ ପୁଣି ଥରେ ଅଭିନେତ୍ରୀ କଙ୍ଗନା ରାଣାଓ୍ବତ...

ଭ୍ୟାରିଆଣ୍ଟ୍‌ର ଭୟଙ୍କର ବେଗ ଯୋଗୁ ଭାକ୍ସିନ୍‌ ହୋଇପାରେ ପ୍ରଭାବହୀନ: ବିଶ୍ୱ ସ୍ବାସ୍ଥ୍ୟ ସଂଗଠନର ଚେତାବନୀ…

ନୂଆଦିଲ୍ଲୀ, ୯।୫: ଦେଶରେ କରୋନା ମହାମାରୀ ସଂକ୍ରମଣ ବେଲଗାମ୍‌ ହେବାରେ ଲାଗିଛି। ଏପରିସ୍ଥଳେ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ ଭାରତକୁ ଚେତାବନୀ ଦେଇଛି। ବିଶ୍ୱ ସ୍ବାସ୍ଥ୍ୟ...

ଚାକିରି ପାଇଁ ସ୍ବାମୀ ମନା କରିବାରୁ …

ପାଟନା, ୧।୮: ଆଇଟିଆଇ କରିଛି। ନିଜ ଗୋଡ଼ରେ ଛିଡ଼ା ହେବା ସହ ଉଚ୍ଚ ଶୀକ୍ଷିତ ହେବାକୁ ଚାହୁଁଛି। କିନ୍ତୁ ପରିବାର ଲୋକେ ଜୋର ଜବରଦସ୍ତ ମୋ...

ନଭେମ୍ବର ୭ରୁ ୩୦ ମଧ୍ୟରେ ରାଜଧାନୀରେ ଫୁଟିବନି କୌଣସି ପ୍ରକାର ବାଣ: ସ୍ୱାସ୍ଥ୍ୟମନ୍ତ୍ରୀ

ନୂଆଦିଲ୍ଲୀ,୬ ।୧୧: ଗୋଟିଏ ପଟେ କରୋନା ମହାମାରୀ ଅନ୍ୟପଟେ ବାୟୁ ପ୍ରଦୂଷଣ ଦିଲ୍ଲୀବାସୀଙ୍କୁ ଅସ୍ତବ୍ୟସ୍ତ କରି ସାରିଲାଣି । ଏହାକୁ ଦୃଷ୍ଟିରେ ରଖି ଆଗାମୀ ଦୀପାବଳିରେ...

ଏନ୍‌.ରାଙ୍ଗାସ୍ବାମୀ ପଣ୍ଡିଚେରୀ ମୁଖ୍ୟମନ୍ତ୍ରୀ

ପଣ୍ଡିଚେରୀ, ୮।୫(ଆଇଏଏନ୍‌ଏସ୍‌): ଅଖିଳ ଭାରତ ଏନ୍‌ଆର୍‌ କଂଗ୍ରେସ (ଏଆଇଏନ୍‌ଆର୍‌ସି)ର ପ୍ରତିଷ୍ଠାତା ନେତା ଏନ୍‌. ରାଙ୍ଗାସ୍ବାମୀ ଶୁକ୍ରବାର ଚତୁର୍ଥ ଥର ପାଇଁ ପଣ୍ଡିଚେରୀ ମୁଖ୍ୟମନ୍ତ୍ରୀ ଭାବେ ଶପଥ...

Advertisement
Archives

Model This Week