ଲିଭ୍‌ ଇନ୍‌ରେ ରହି ବି ଏହି ଅଭିନେତ୍ରୀ ଅଭିନେତା ପରେ ହୋଇଛନ୍ତି ଅଲଗା

ମୁମ୍ବାଇ: ପାଶ୍ଚାତ୍ୟ ସଂସ୍କୃତିକୁ ଅନୁସରଣ କରି ଭାରତରେ ମଧ୍ୟ ଲିଭ୍‌ ଇନ୍‌ ସମ୍ପର୍କ ଏକ ସାଧାରଣ କଥା ହୋଇଗଲାଣି। ଏଥିରୁ ବାଦ୍‌ ପଡ଼ିନାହାନ୍ତି ବଲିଉଡ୍‌ର ଅଭିନେତ୍ରୀ ଆଉ ଅଭିନେତା। ଏମାନଙ୍କ ମଧ୍ୟରୁ କେତେକ ଯୋଡ଼ି ସଫଳ ହୋଇଥିବା ବେଳେ ଆଉ କେତେକ ପରସ୍ପରଠାରୁ ଅଲଗା ହୋଇଯାଇଛନ୍ତି।

ଜନ୍‌ ଇବ୍ରାହିମ୍‌-ବିପାଶା ବସୁ

ଜନ୍‌ ଏବଂ ବିପାଶାଙ୍କ ରିଲେସନଶିପ୍‌କୁ ନେଇ ଏକଦା ବହୁ ଚର୍ଚ୍ଚା ହୋଇଥିଲା। ଉଭୟେ ମଧ୍ୟ ଏହି କଥାକୁ ଅନେକ ଥର ସର୍ବସାଧାରଣରେ ସ୍ବୀକାର କରିଛନ୍ତି। ଦୁହେଁ ୯ ବର୍ଷ ଧରି ଲିଭ୍‌-ଇନ୍‌ରେ ରହିଥିଲେ। ଏତେ ଦିନର ସମ୍ପର୍କ ପରେ ଦୁହେଁ ଅଲଗା ହୋଇଯାଇଛନ୍ତି। ଏବେ ଜନ୍‌ ପ୍ରିୟା ରୁଞ୍ଚାଲ ଏବଂ ବିପାଶା କରଣ ସିଂ ଗ୍ରୋଭରଙ୍କ ସହିତ ଦାମ୍ପତ୍ୟ ଜୀବନ କଟାଉଛନ୍ତି।

ସୁଶାନ୍ତ ସିଂ ରାଜପୁତ-ରିୟା ଚକ୍ରବର୍ତ୍ତୀ

ଲିଭ୍‌-ଇନ୍‌ରେ ସୁଶାନ୍ତ ସିଂ ରାଜପୁତ ଏବଂ ତାଙ୍କ ଗର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀ ମଧ୍ୟ ଥିଲେ। ତେବେ ସୁଶାନ୍ତଙ୍କ ଆତ୍ମହତ୍ୟା ପୂର୍ବରୁ ରିୟା ତାଙ୍କ ଘରୁ ଚାଲିଯାଇଥିଲେ ଏବଂ ସେ ତାଙ୍କ ଘରକୁ ଯାଇଥିଲେ। ନିକଟରେ ପୋଲିସ ପଚରାଉଚରା ବେଳେ ରିୟା ସୁଶାନ୍ତଙ୍କ ସହ ଲିଭ୍‌-ଇନ୍‌ରେ ରହୁଥିବା ସ୍ବୀକାର କରିଛନ୍ତି।

ସୁଶାନ୍ତ ସିଂ ରାଜପୁତ-ଅଙ୍କିତା ଲୋଖଣ୍ଡେ


ସୁଶାନ୍ତ ସିଂ ରାଜପୁତ ମଧ୍ୟ ତାଙ୍କର ପୂର୍ବତନ ଗର୍ଲଫ୍ରେଣ୍ଡ ଅଙ୍କିତା ଲୋଖଣ୍ଡେଙ୍କ ସହ ଲିଭ୍‌-ଇନରେ ଥିଲେ। ‘ପବିତ୍ର ରିସ୍ତା’ ସିରିୟଲର ଶୁଟିଂ ଶେଟରୁ ସେମାନଙ୍କ ପ୍ରେମ ଆରମ୍ଭ ହୋଇଥିଲା। ତେବେ ଦୀର୍ଘ ବର୍ଷର ସମ୍ପର୍କ ପରେ କୌଣସି କାରଣକୁ ନେଇ ଦୁହେଁ ଅଲଗା ହୋଇଯାଇଥିଲେ।
ସେହିପରି ବଲିଉଡ୍‌ର ରଣବୀର କପୁର-କ୍ୟାଟ୍ରିନା କୈଫ୍‌, ସୋହା ଅଲ୍ଲୀ ଖାନ୍‌- କୁଣାଳ ଖେମୁ,ସୈଫ୍‌ ଅଲ୍ଲୀ ଖାନ୍‌- କରୀନା କପୁର, ଅମୀର ଖାନ୍‌- କିରଣ ରାଓଙ୍କ ପରି ଅନେକ ଅଭିନେତ୍ରୀ ଅଭିନେତା ଲିଭ୍‌ ଇନ୍‌ରେ ରହି ମଧ୍ୟ ପରେ ଅଲଗା ହୋଇଯାଇଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ବନ୍ୟା ପରିଚାଳନା ନେଇ ଓଡ଼ିଶା-ଛତିଶଗଡ଼ ମଧ୍ୟରେ ଆଲୋଚନା, ଅଣମୌସୁମୀ ଜଳ ବିବାଦ ପ୍ରଶ୍ନରେ ଚୁପ୍ ରହିଲେ ଛତିଶଗଡ଼ ଅଧିକାରୀ

​ସମ୍ବଲପୁର,୮।୭(ପ୍ରମୋଦ ବହିଦାର): ହୀରାକୁଦ ଅଶୋକ ନିବାସଠାରେ ବୁଧବାର ଓଡ଼ିଶା ଏବଂ ଛତିଶଗଡ଼ ଜଳସମ୍ପଦ ବିଭାଗ ସମେତ କେନ୍ଦ୍ରୀୟ ଜଳ ଆୟୋଗ (ସିଡବ୍ଲ୍ଯୁସି)ର ବରିଷ୍ଠ ଅଧିକାରୀମାନଙ୍କ ମଧ୍ୟରେ ଏକ…

ସମ୍ବଲପୁର ଆଞ୍ଚଳିକ ସୁଭଦ୍ରା ଶକ୍ତି ଭିଜନ ସମ୍ମିଳନୀରେ ଯୋଗଦେଲେ ଉପମୁଖ୍ୟମନ୍ତ୍ରୀ, ମହିଳାଙ୍କୁ କହିଲେ ଇନଷ୍ଟାଗ୍ରାମରେ….

ସମ୍ବଲପୁର,୮।୭(ପ୍ରମୋଦ ବହିଦାର): ସମ୍ପ୍ରତ୍ତି କେବଳ ମହିଳାଙ୍କ ବିକାଶ ନୁହେଁ, ବରଂ ମହିଳାମାନଙ୍କ ନେତୃତ୍ୱରେ ସମାଜର ସର୍ବାଙ୍ଗୀନ ବିକାଶ ହେଉଛି। ମହିଳାଙ୍କ ବିକାଶରେ ମିଶନ ଶକ୍ତି ଓ ସୁଭଦ୍ରା…

ଏକାଠି ଖେଳିବେ ସଞ୍ଜୁ ସାମସନ-ବୈଭବ ସୂର୍ଯ୍ୟବଂଶୀ? ଜଣେ ଖେଳାଳିଙ୍କୁ ଦେବାକୁ ପଡିବ ‘ବଳିଦାନ’

ନୂଆଦିଲ୍ଲୀ,୮।୭: ଭାରତୀୟ ଦଳ ଇଂଲଣ୍ଡ ବିପକ୍ଷରେ ଟି-୨୦ ସିରିଜରେ ସଂଘର୍ଷ କରୁଛି, ପ୍ରଥମ ତିନୋଟି ମ୍ୟାଚରେ ବିଜୟ ହାସଲ କରିପାରି ନାହିଁ। ମଙ୍ଗଳବାର ରାତିରେ ଇଂଲଣ୍ଡ ଭାରତକୁ…

ଚୌଦ୍ୱାର ବିଜେଡିରେ ବିଦ୍ରୋହ: ଦଳ ଛାଡ଼ିଲେ କାଉନସିଲର ସୁବ୍ରତ ସାମଲ, ଦର୍ଶାଇଲେ ଏହି କାରଣ

ଚୌଦ୍ବାର,୮।୭: ବିଜେଡିରୁ ଇସ୍ତଫା ଦେଲେ ଚୌଦ୍ୱାର ୧୨ନଂ ୱାର୍ଡ କାଉନସିଲର । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ସୁବ୍ରତ ସାମଲ ଇସ୍ତଫା ପତ୍ର ପଠାଇଛନ୍ତି । ତାଙ୍କର…

ଆଗକୁ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ: ଏବେଠୁ କର୍ମୀଙ୍କୁ କର୍ଣ୍ଣମନ୍ତ୍ର ଦେବାକୁ ବିଜେଡିର ମେଳି

ଦାରିଙ୍ଗବାଡ଼ି,୮ା୭(ଅରୁଣ ସାହୁ): ଆଗକୁ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ। ଏଥିପାଇଁ ଏବେଠାରୁ ଗାଁଗାଁରେ ଲୋକଙ୍କୁ ବିଭିନ୍ନ ଦଳ ପକ୍ଷରୁ ଦିଆଯାଉଛି ମନ୍ତ୍ରଣା। ଏଭଳି ଦେଖିବାକୁ ମିଳିଛି କନ୍ଧମାଳ ଜିଲା…

‘ରିସେଟ’ର ମୂଲ୍ୟ ଦେଉଛି ଟିମ ଇଣ୍ଡିଆ? ଲଗାତାର ପରାଜୟ ଉପରେ ନୀରବତା ଭାଙ୍ଗିଲେ ଗୌତମ ଗମ୍ଭୀର

ନୂଆଦିଲ୍ଲୀ,୮।୭: ଇଂଲଣ୍ଡ ବିପକ୍ଷରେ ୧୨୫ ରନର ଦମ ଦାର ପରାଜୟ ପରେ ଏହା କ୍ରମାଗତ ଚତୁର୍ଥ ଟି-୨୦ ପରାଜୟ, ଭାରତୀୟ ଦଳର ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର…

EDର ବଡ଼ କାର୍ଯ୍ୟାନୁଷ୍ଠାନ, ଟିଏମସିର ୩ଟି ବ୍ୟାଙ୍କ ଆକାଉଣ୍ଟ୍ ଫ୍ରିଜ୍ କଲା ED

କୋଲକାତା,୮।୭: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଏକ ବଡ଼ ଝଟକା ଲାଗିଛି। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED) ତୃଣମୂଳ କଂଗ୍ରେସ (TMC) ସହିତ ଜଡିତ ତିନୋଟି ଆକାଉଣ୍ଟକୁ ଫ୍ରିଜ୍…

ଭୁଶୁଡ଼ିଲା ନିର୍ମାଣାଧୀନ କୋଠା, ଅନେକ ଶ୍ରମିକ ଭଗ୍ନାବଶେଷ ତଳେ ଫସି ରହିଥିବା ଆଶଙ୍କା

ପୁଣେ,୮।୭: ମହାରାଷ୍ଟ୍ରର ପିମ୍ପରି-ଚିଞ୍ଚୱାଡରେ ବୁଧବାର ଅପରାହ୍ନରେ ଏକ ବଡ଼ ଦୁର୍ଘଟଣା ଘଟିଛି, ଯେଉଁଠାରେ ‘ଆବର୍ଜନାରୁ ଶକ୍ତି’ ପ୍ରକଳ୍ପ ସ୍ଥାନରେ ନିର୍ମାଣାଧୀନ କୋଠାର ଏକ ଅଂଶ ହଠାତ ଭୁଶୁଡ଼ି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri