ବଲିଉଡ୍‌ ଅଭିନେତା ବିକୁଛନ୍ତି ପରିବା

ଭୁବନେଶ୍ୱର,୨୧।୭(ବ୍ୟୁରୋ): ବଲିଉଡ୍‌ରୁ ପରିବା ବିକ୍ରେତା। କରୋନା ଲୋକଙ୍କ ଜୀବନ ନେବା ସହ ଜୀବିକା ମଧ୍ୟ ବଦଳାଇ ଦେଇଛି। ପରିବାରର ପ୍ରତିପୋଷଣ ପାଇଁ ଶେଷରେ ପରିବା ବିକିବାକୁ ବାଧ୍ୟ ହୋଇଛନ୍ତି ବଲିଉଡ୍‌ରେ ଅଭିନୟ କରିଥିବା ଓଡ଼ିଆ ପୁଅ କାର୍ତ୍ତିକ ସାହୁ। ଘର କେନ୍ଦ୍ରାପଡ଼ା ଜିଲାର ଗରଦପୁର। ଦୀର୍ଘ ୧୭ବର୍ଷର ସଂଘର୍ଷମୟ ଜୀବନ ଭିତରେ ୨୦୧୪ରେ ରୋଜଗାର ଏବଂ ନିଜ ସ୍ବପ୍ନ ପୂରଣ କରିବା ପାଇଁ ସେ ମୁମ୍ବାଇ ଚାଲିଯାଇଥିଲେ। ନିଜ ସୁନ୍ଦର ସ୍ବାସ୍ଥ୍ୟ ଥିବାରୁ ବିଭିନ୍ନ ସଂସ୍ଥା ପାଇଁ ବାଉନ୍ସର ଭାବେ କାମ କରୁଥିଲେ। ଦିନେ ହଠାତ୍‌ ତାଙ୍କୁ ଫିଲ୍ମରେ ଅଭିନୟ କରିବାର ସୁଯୋଗ ମିଳିଥିଲା। ବଲିଉଡରେ ବିଭିନ୍ନ ଛୋଟମୋଟ ଭୂମିକାରେ ସେ ଅଭିନୟ କରୁଥିଲେ। ବିଭିନ୍ନ ଚଳଚ୍ଚିତ୍ରରେ ସେ ପୋଲିସ ଓ ଅନ୍ୟାନ୍ୟ ଭୂମିକାରେ ନଜର ଆସିଛନ୍ତି। ହେଲେ କରୋନା ତାଙ୍କ ସ୍ବପ୍ନର ବାଟ ଓଗାଳିଛି। ଫିଲ୍ମ ଓ ଟେଲିଭିଜନ ଶିଳ୍ପ ବନ୍ଦ ହେବା ଯୋଗୁ ପରିସ୍ଥିତିରେ ପଡ଼ି ଘରକୁ ଫେରିଛନ୍ତି କାର୍ତ୍ତିକ। ଓଡ଼ିଶା ଫେରିବା ପରେ ପରିବାରର ଆର୍ଥିକ ସ୍ଥିତିକୁ ସୁଧାରିବା ପାଇଁ ପରିବା ବ୍ୟବସାୟ ପନ୍ଥାକୁ ଆପଣାଇଛନ୍ତି।
କାର୍ତ୍ତିକ ବଲିଉଡ୍‌ ଖିଲାଡି ଅକ୍ଷୟ କୁମାରଙ୍କ ସହ ‘ସୂର୍ଯ୍ୟବଂଶୀ’ ଫିଲ୍ମରେ ପୋଲିସ ଭୂମିକାରେ ଅଭିନୟ କରିଛନ୍ତି। ସେହିପରି ସଞ୍ଜୟ ଦତ୍ତ, ସଲ୍‌ମାନ୍‌ ଖାନ୍‌ ଏବଂ ଅମୀର ଖାଁ ପ୍ରମୁଖଙ୍କ ସହ କାର୍ଯ୍ୟ କରିଛନ୍ତି। ଧାରାବାହିକ ଶ୍ରୀଗଣେଶ ସମେତ ୪ରୁ ଊର୍ଦ୍ଧ୍ୱ ୱେବ୍‌ସିରିଜ୍‌ରେ ଅଭିନୟ କରି ଓଡ଼ିଶା ପାଇଁ ଗର୍ବ ସାଉଁଟିଛନ୍ତି। ଏପରି କି ଆସିବାକୁ ଥିବା ହିନ୍ଦୀ ଫିଲ୍ମ ‘ଟକ୍କର’ ଏବଂ ‘ବାହୁବଳୀ-୩’ ପାଇଁ ମଧ୍ୟ ସେ ଚୟନ ହୋଇଥିଲେ। କିନ୍ତୁ କରୋନା ତାଙ୍କର ସବୁ ସ୍ବପ୍ନକୁ ଅଧାରେ ରଖିଦେଇଛି। ପରିସ୍ଥିତିରେ ପଡ଼ି ଭୁବନେଶ୍ୱରର ରସୁଲଗଡ଼ ଅଞ୍ଚଳରେ କାର୍ତ୍ତିକ ପରିବା ବିକ୍ରି କରୁଛନ୍ତି। ମାତ୍ର ୨ ହଜାର ଟଙ୍କାରେ ପରିବା ବେପାର ଆରମ୍ଭ କରିଛନ୍ତି। ସେଥିରୁ ଯାହା ରୋଜଗାର ହୁଏ ପରିବାର ଚଳେ। ଠିକ୍‌ କ୍ୟାରିୟର ଉପରକୁ ଉଠୁଥିବା ବେଳେ କରୋନା ବାଧକ ସାଜିଛି। ପରିସ୍ଥିିତି ସୁଧୁରିଲେ ମୁମ୍ବାଇ ଯାଇ ତାଙ୍କ ଅଭିଳାଷ ପୂର୍ଣ୍ଣ କରିବେ ବୋଲି କାର୍ତ୍ତିକ ଆଶା ରଖିଛନ୍ତି। ସେହିଭଳି ସୁଯୋଗ ମିଳିଲେ ଓଡ଼ିଆ ଚଳଚ୍ଚିତ୍ରରେ ଅଭିନୟ କରିବେ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବଢୁଛି ଶିଶୁ ଶ୍ରମିକ, ନାବାଳିକା ଯୌନ ନିର୍ଯାତନା: ସଚେତନତା ନେଇ…

ମହାକାଳପଡ଼ା, ୨୬ା୮(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକର ବଙ୍ଗ ଭାଷାଭାଷୀ ବହୁଳ ପଞ୍ଚାୟତମାନଙ୍କରେ ଶିଶୁ ଶ୍ରମିକ, ନାବାଳିକା ଶିଶୁଙ୍କୁ ଯୌନ ନିର୍ଯାତନା, ଶିଶୁ ଚାଲାଣ…

ବଢିଲା କ୍ୟାନସର ରୋଗୀଙ୍କ ଚିନ୍ତା! ୧ ଲକ୍ଷ ଟଙ୍କାର ଇଞ୍ଜେକ୍ସନରେ କେବଳ ପାଣି ଆଉ ଜୀବାଣୁ

ନୂଆଦିଲ୍ଲୀ,୨୬।୮: ଯେତେବେଳେ ପ୍ରାୟ ଏକ ଲକ୍ଷ ଟଙ୍କା ମୂଲ୍ୟର ଏକ ଇଞ୍ଜେକ୍ସନ ଜଣେ ଗରିବ କର୍କଟ ରୋଗୀଙ୍କ ମାଗଣା ଚିକିତ୍ସା ପାଇଁ ଉଦ୍ଦିଷ୍ଟ ସରକାରୀ ହସ୍ପିଟାଲରୁ ଗାଏବ…

ଜଳୁନି ଷ୍ଟ୍ରିଟ ଲାଇଟ: ଚେତାବନୀ ଦେଲେ ଲକ୍ଷ୍ମୀପୁର ଗ୍ରାମବାସୀ, ପଞ୍ଚାୟତ ନିର୍ବାଚନରେ…

ଗଞ୍ଜାମ,୨୬।୮(ବିଦ୍ୟାଧର ସାହୁ): ସରକାର ପଞ୍ଚାୟତର ବିକାଶ ହେଉଛି ବୋଲି ଡିଣ୍ଡିପ ପିଟୁଥିବାବେଳେ ଏବେ ବି କିଛି ପଞ୍ଚାୟତ ଅବହେଳିତ ଅବସ୍ଥାରେ ରହିଛି। ଗଞ୍ଜାମ ବ୍ଲକ ପାଳିବନ୍ଧ ପଞ୍ଚାୟତର…

ଛାତରୁ ଖସୁଛି କଂକ୍ରିଟ୍‌, ତଳେ ପଢ଼ୁଛନ୍ତି ପିଲା: ଶ୍ରେଣୀଗୃହରେ ଜମୁଛି ପାଣି

ଆନନ୍ଦପୁର,୨୬।୮(ସୁଶାନ୍ତ କୁମାର ସାହୁ):କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ ଆଦିବାସୀ ଅଧ୍ୟୁଷିତ ମନୋହରପୁର ପଞ୍ଚାୟତ ମନୋହରପୁର ଉଚ୍ଚ ବିଦ୍ୟାଳୟ ଅବହେଳିତ ହୋଇପଡ଼ିଛି। ଶ୍ରେଣୀଗୃହ ଭଗ୍ନ ଅବସ୍ଥାରେ ଥିବାବେଳେ ଛାତରୁ…

ରକ୍ଷା ବନ୍ଧନ ବିଜ୍ଞାପନ ପ୍ରତ୍ୟାହାର କଲା GIVA; କୃତି ସାନନଙ୍କ ପୋଷାକକୁ ନେଇ ହଙ୍ଗାମା

ମୁମ୍ବାଇ,୨୬।୮: ଅଳଙ୍କାର ବ୍ରାଣ୍ଡ GIVA ବଲିଉଡ ଅଭିନେତ୍ରୀ କୃତି ସାନନଙ୍କ ସହିତ ତାଙ୍କର ରକ୍ଷା ବନ୍ଧନ ବିଜ୍ଞାପନ ପ୍ରତ୍ୟାହାର କରିନେଇଛି। ବିଜ୍ଞାପନରେ କୃତି ସାନନ ପିନ୍ଧିଥିବା ପୋଷାକକୁ…

ସରକାରଙ୍କ ବଡ଼ ନିଷ୍ପତ୍ତି: ବୃଦ୍ଧ ମାତାପିତାଙ୍କ ପ୍ରତି ଅତ୍ୟାଚାର କରୁଥିବା ପିଲାମାନଙ୍କୁ ମିଳବ ନାହିଁ ସମ୍ପତ୍ତିରେ ଅଧିକାର

ଲକ୍ଷ୍ନୌ,୨୬।୮: ଉତ୍ତର ପ୍ରଦେଶରେ, ବୃଦ୍ଧ ମାତାପିତା ଏବେ ସେମାନଙ୍କୁ ଅବହେଳା କିମ୍ବା ଦୁର୍ବ୍ୟବହାର କରୁଥିବା ପିଲାମାନଙ୍କୁ ସହଜରେ ସମ୍ପତ୍ତିରୁ ବେଦଖଲ କରିପାରିବେ। ବରିଷ୍ଠ ନାଗରିକଙ୍କ ଅଧିକାରକୁ ସୁରକ୍ଷିତ…

ବୟଫ୍ରେଣ୍ଡଙ୍କ କାର୍‌ରେ ୩୪୦୦ ଚୁମ୍ବନ ଦେଲେ ଗର୍ଲଫ୍ରେଣ୍ଡ: ଶେଷରେ ଭୋଗିବାକୁ ପଡ଼ିଲା…

ଗ୍ବାଲିୟର, ୨୬।୮:ସୋସିଆଲ ମିଡିଆରେ ଭାଇରାଲ ହେବା ପାଇଁ ପ୍ରେମ ପ୍ରକାଶର ଏକ ଅଜବ ଉପାୟ ଜଣେ ଯୁବକଙ୍କୁ ମହଙ୍ଗା ପଡ଼ିଛି। ଗ୍ବାଲିୟରରେ ଜଣେ ଯୁବତୀ ନିଜ ପ୍ରେମିକଙ୍କ…

ରକ୍ଷାବନ୍ଧନରେ ହେଉଛି ଅଦ୍ଭୁତ ତ୍ରିବେଣୀ ସଂଗମ: ଏହି ଶୁଭ ମୁହୂର୍ତ୍ତରେ ରାକ୍ଷୀ ବାନ୍ଧିଲେ ଚମକିବ ଭାଇଙ୍କ ଭାଗ୍ୟ!

ରକ୍ଷାବନ୍ଧନ ଭାଇ-ଭଉଣୀଙ୍କ ପବିତ୍ର ସମ୍ପର୍କର ପ୍ରତୀକ। ଏହି ପର୍ବରେ ଯେତେବେଳେ ଶୁଭ ଯୋଗ ଗଠିତ ହୁଏ, ସେତେବେଳେ ଏହାର ମହତ୍ତ୍ୱ ଆହୁରି ବଢ଼ିଯାଏ। ଚଳିତ ବର୍ଷ ଅଗଷ୍ଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri