ସରକାରୀ ହସ୍ପିଟାଲର ଷ୍ଟ୍ରେଚରରେ ପଡ଼ିପଡ଼ି କଙ୍କାଳ ହେଲା ମୃତଦେହ

ଇନ୍ଦୋର, ୧୬।୯: ମଧ୍ୟପ୍ରଦେଶରେ ସାଧାରଣ ସ୍ବାସ୍ଥ୍ୟ ସେବା ଭୁଶୁଡ଼ି ପଡ଼ିଥିବା ଅଭିଯୋଗ ହେଉଛି। ସ୍ଥାନୀୟ ଇନ୍ଦୋରର ବଡ଼ ସରକାରୀ ହସ୍ପିଟାଲ ଏମ୍‌ଓ୍ବାଇରେ ଶବଘରେ ଏକ ମୃତଦେହ ଷ୍ଟ୍ରେଚରରେ ପଡ଼ିପଡ଼ି ଶେଷରେ ପଚିସଢ଼ି କଙ୍କାଳ ହୋଇଯାଇଥିବା ଘଟଣା ଜଣାପଡ଼ିଛି। ଦୁର୍ଗନ୍ଧ ହେବାରୁ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ମୁଣ୍ଡରେ ଚେତା ପଶିଥିଲା। ହସ୍ପିଟାଲ ପ୍ରଶାସନ କାଜୁଆଲିଟି ଇନଚାର୍ଜଙ୍କୁ ଏନେଇ ନୋଟିସ୍‌ ଜାରି କରିଥିଲେ। ମୃତଦେହ ୨୦ ଦିନଧରି ଏଠାରେ ପଡ଼ି ରହିଥିଲା। ମୃତଦେହ କାହାର ଏବଂ ବ୍ୟକ୍ତି ଜଣକ କାହିଁକି ହସ୍ପିଟାଲ ଆସିଥିଲେ ସେ ନେଇ କୌଣସି ସୂଚନା ମିଳି ନ ଥିବା କୁହାଯାଉଛି। ତୁରନ୍ତ ମୃତଦେହର ଅନ୍ତିମ ସଂସ୍କାର କରାଯାଇଥିବା କୁହାଯାଉଛି। ମୃତଦେହ ଅଜ୍ଞାତ ହେଲେ ଏହାକୁ ଏକ ସପ୍ତାହ ପର୍ଯ୍ୟନ୍ତ ଏଠାରେ ରଖାଯାଇଥାଏ ବୋଲି ହସ୍ପିଟାଲ ଅଧିକ୍ଷକ ପି.ଏସ୍‌. ଠାକୁର ସୂଚନା ଦେଇଛନ୍ତି। ତେବେ ଏତେ ଦିନ ଧରି କାହିଁକି ଫ୍ରିଜର ବଦଳରେ ବାହାରେ ମୃତଦେହକୁ ଷ୍ଟ୍ରେଚରରେ ରଖାଗଲା ସେ ନେଇ କାଜୁଆଲିଟି ଇନଚାର୍ଜଙ୍କୁ ନୋଟିସ୍‌ ଦିଆ ଯାଇଥିବା ସେ କହିଛନ୍ତି। ଏବେ ଏହି ଘଟଣା ସୋସିଆଲ୍‌ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି।

 


Enter your email to get our daily news in your inbox.

All Right Reserved By Dharitri.Com

ଟିକସ ବଢ଼ାଇ ୨୦ ଲକ୍ଷ କୋଟି ଆୟ

ନୂଆଦିଲ୍ଲୀ, ୨୫।୧: ପେଟ୍ରୋଲ, ଡିଜେଲର କ୍ରମାଗତ ଦରବୃଦ୍ଧିକୁ ନେଇ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ରବିବାର କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି। ସରକାର ଟିକସ...

ବାରାଣସୀ ପହଞ୍ଚିଲେ ମୋଦି

ବାରାଣସୀ,୧୬।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ସକାଳେ ବାରାଣସୀ ପହଞ୍ଚିଛନ୍ତି। ସେଠାରେ ସେ ପ୍ରଥମେ ଜଙ୍ଗମଓ୍ବାଡି ମଠରେ ପହଞ୍ଚି ପୂଜାର୍ଚ୍ଚନା କରିଛନ୍ତି। ଏହି ସମୟରେ ତାଙ୍କ...

ଜୟଶଙ୍କର ଜଣେ ଅସଫଳ ବହିର୍ବ୍ୟାପାର ମନ୍ତ୍ରୀ: କଂଗ୍ରେସ…

ନୂଆଦିଲ୍ଲୀ,୨୨।୨ : ନିକଟରେ ଏକ ସାକ୍ଷାତକାରରେ ବହିର୍ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର କଂଗ୍ରେସ ନିୟମକୁ ସମାଲୋଚନା କରିଛନ୍ତି। ବର୍ତ୍ତମାନ କଂଗ୍ରେସ ଏସ ଜୟଶଙ୍କରଙ୍କୁ ପାଲଟା ଜବାବ...

ପବନରେ ଭାଙ୍ଗିଲା ଷ୍ଟାଡିୟମ ଗେଟ୍‌

ଅହମଦାବାଦ,୨୪ା୨(ପି.ଟି.): ଟ୍ରମ୍ପ୍‌ଙ୍କ ଗସ୍ତର ଅବ୍ୟବହିତ ପୂର୍ବରୁ ଅହମଦାବାଦରେ ନବନିର୍ମିତ ମୋଟେରା କ୍ରିକେଟ ଷ୍ଟାଡିୟମର ପ୍ରବେଶପଥ ଭାଙ୍ଗିଯାଇଛି। ଷ୍ଟିଲ୍‌ ରଡ୍‌ରେ ନିର୍ମିତ ଏହି ଗେଟ୍‌ ଫ୍ଲେକ୍ସକୁ ଆଚ୍ଛାଦିତ...

ବଦାନତା ଦେଖାଇଲା ଭାରତ: ପାକିସ୍ତାନକୁ ପଠାଇଲା ମୃତଦେହ

ଶ୍ରୀନଗର,୫।୯: ଫିଦାୟିନ ଆକ୍ରମଣକାରୀ ତବାରକ ହୁସୈନ୍‌ଙ୍କ ମୃତଦେହ ପାକିସ୍ତାନକୁ ହସ୍ତାନ୍ତର କର ନିଜର ବଦାନତା ଦେଖାଇଛି ଭାରତ। ସୋମବାର ପୂର୍ବାହ୍ନ ପ୍ରାୟ ୧୧ଟା ୬ମିନିଟ୍‌ରେ ହୁସୈନଙ୍କ...

ଫ୍ରାନ୍ସରେ ୨୫ ଲୋକଙ୍କ ଶ୍ରବଣ ଶକ୍ତି କମୁଛି…

ପ୍ୟାରିସ, ୨୨।୬ : ଆଜିକାଲି, ଅଟୋ, ବସ କିମ୍ବା ମେଟ୍ରୋରେ ହେଉ, ଅନ୍ୟ ପ୍ରତ୍ୟେକ ବ୍ୟକ୍ତି ତାଙ୍କ କାନରେ ଇୟରଫୋନ ବ୍ୟବହାର କରୁଥିବାର ଦେଖିବାକୁ ମିଳୁଛି।...

ଥାନାରେ ପ୍ରଥମ ରାତି କାଟିଲେ ବର-କନ୍ୟା

ଅହମ୍ମଦାବାଦ, ୨୫।୫: ରାଜସ୍ଥାନର ଭରତପୁରରେ ଏକ ଅଭାବନୀୟ ଘଟଣା ଘଟିଛି। ଏଠାରେ ଏକ ବିବାହ ସମାରୋହରେ ବରଯାତ୍ରୀଙ୍କ ଝଗଡା ଯୋଗୁ ବର-କନ୍ୟାଙ୍କୁ ଥାନାରେ ପ୍ରଥମ ରାତି...

ମାଗଣାରେ ମିଳିବ କରୋନା ଟିକା: ୫ ରାଜ୍ୟ ସରକାର କରି ସାରିଲେଣି ଘୋଷଣା

ନୂଆଦିଲ୍ଲୀ,୧୩।୧୨: ଦେଶରେ କରୋନା ମହାମାରୀ ସଂକ୍ରମଣ ଜାରି ରହିଛି। ଆସନ୍ତା କିଛି ସପ୍ତାହ ମଧ୍ୟରେ ଦେଶରେ କରୋନା ଟିକା ମିଳିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି...

Advertisement
Archives

Model This Week