ହେମାଙ୍କୁ ବିବାହ କରି ବି କୌଣସି ଅଭିନେତ୍ରୀଙ୍କୁ ଘରର ବୋହୂ କରିବାକୁ ଚାହିଁ ନ ଥିଲେ ଧର୍ମେନ୍ଦ୍ର; ଏପରି ଭାଙ୍ଗିଥିଲା ବବିଙ୍କ ହୃଦୟ…

ବମ୍ବେ: ଦିନ ଥିଲା ଭାଇଙ୍କ ବନ୍ଧୁଙ୍କୁ ଭଲପାଇ ବସିଥିଲେ। ହେଲେ ପ୍ରେମ ତାର ଶେଷ ଠିକଣାରେ ପହଞ୍ଚିପାରିଲା ନାହିଁ। ଆମେ କଥା ହେଉଛୁ ଦେଓଲ ପରିବାରର ଦାୟାଦ ବବି ଦେଓଲଙ୍କ କଥା। ଏବେ ବବି ବିବାହିତ। ତାଙ୍କର ଛୁଆ ବଡ଼ ହେଲେଣି। ହେଲେ ସେ ବିବାହ ପୂର୍ବରୁ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଥିଲେ ଚର୍ଚ୍ଚାରେ।

୮୦ ଏବଂ ୯୦ ଦଶକରେ ଦର୍ଶକଙ୍କ ହୃଦୟ ଜିତିଥିଲେ ସନି ଦେଓଲ। ଏହି ସମୟ ମଧ୍ୟରେ ସେ ଅନେକ ନାୟିକାଙ୍କ ସହ କାମ କରିଛନ୍ତି। ସେମାନଙ୍କ ମଧ୍ୟରୁ ଭଲ ବନ୍ଧୁ ମଧ୍ୟ ପାଲଟିଛନ୍ତି ଅନେକ। ଅଭିନେତ୍ରୀ ନୀଲମ ମଧ୍ୟ ସେପରି ଜଣେ ଥିଲେ। ଉଭୟ ଏକାଠି ଏକାଧିକ ଫିଲ୍ମରେ ଯୋଡ଼ି ହୋଇଥିଲେ। ହେଲେ ନୀଲମଙ୍କୁ ହୃଦୟ ଦେଇଥିଲେ ବବି।

ଦୀର୍ଘ ୫ ବର୍ଷ ଧରି ସେମାନେ ପରସ୍ପର ସହ ସମ୍ପର୍କରେ ରହିଥିଲେ। ଉଭୟ ବିବାହ ମଧ୍ୟ କରିବାକୁ ଚାହୁଁଥିଲେ। ଘରଲୋକଙ୍କ ସହ ଏନେଇ କଥାବାର୍ତ୍ତା କରିଥିଲେ। ଗୋଟିଏ ପଟେ ନୀଲମଙ୍କ ଘର ଲୋକ ବିବାହ ପାଇଁ ରାଜି ହୋଇଥିଲେ ହେଁ ବବିଙ୍କ ବାପା ଧର୍ମେନ୍ଦ୍ର ସିଧା ସିଧା ନା କରିଥିଲେ। କୌଣସି ଫିଲ୍ମର ଅଭିନେତ୍ରୀ ତାଙ୍କ ଘରର ବୋହୂ ହେଉ ସେ ଚାହୁଁ ନ ଥିଲେ। ନିଜେ ହେମାଙ୍କୁ ବିବାହ କରିଥିଲେ ହେଁ ତାଙ୍କର ଏଭଳି ନିଷ୍ପତ୍ତି ଅନେକଙ୍କୁ ଚିନ୍ତାରେ ପକାଇଥିଲା। ଭଲ ପୁଅ ଭାବେ ବବି ବାପାଙ୍କ କଥା ମାନି ନୀଲମଙ୍କ ସହ ବ୍ରେକ୍‌ଅପ୍‌ କରିନେଇଥିଲେ।

ବବିଙ୍କ ସହ ବ୍ରେକ୍‌ଅପ୍‌ ହେବା ପରେ ଭାଙ୍ଗିପଡ଼ିଥିଲେ ନୀଲମ। ରାତି ରାତି ଅନିଦ୍ରା ରହିବା ସହ କାନ୍ଦ ବନ୍ଦ ହେଉ ନ ଥିଲା ତାଙ୍କର। ହେଲେ ଧିରେ ଧିରେ ସେ ନିଜକୁ ସମ୍ଭାଳିଥିଲେ। ଏହାର କିଛି ବର୍ଷ ପରେ ସେ ବିବାହ କରିନେଇଥିଲେ। ବବି ମଧ୍ୟ ତାନ୍ୟାଙ୍କ ହାତ ଧରି ସୁଖୀ ଦାମ୍ପତ୍ୟ ଜୀବନ ଅତିବାହିତ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବୟଫ୍ରେଣ୍ଡ୍‌ଙ୍କ ବିନା ଜନ୍ମଦିନ ପାଳିଲେ ଆଲିଆ

ବଲିଉଡ୍‌ ଅଭିନେତ୍ରୀ ଆଲିଆ ଭଟ୍ଟ ଆଜି ୨୮ତମ ଜନ୍ମଦିନ ପାଳନ କରୁଛନ୍ତି। ଏହି ଅବସରରେ ଏକ ପାର୍ଟିର ଆୟୋଜନ କରାଯାଇଥିଲା। ଏହି ପାର୍ଟିରେ ଅନେକ ସେଲିବ୍ରିଟି...

ଏହି ସୁପରଷ୍ଟାରଙ୍କ ଘରେ ବମ୍‌ ପକାଇ ଉଡ଼ାଇ ଦେବାକୁ ମିଳିଲା ଧମକ

ସାଉଥ୍‌ ଫିଲ୍ମର ସୁପରଷ୍ଟାର ଚିୟାନ୍‌ ବିକ୍ରମଙ୍କ ଘର ଉପରେ ବୋମା ପକାଇ ଉଡାଇ ଦେବାକୁ ଧମକ ମିଳିଛି। ଏହାକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି। ଏ...

ଭଲ ସିନେମାରେ ଅଭିନୟ ଚାହାନ୍ତି ମୃଣାଳ

ନୂଆଦିଲ୍ଲୀ: ଅଭିନେତ୍ରୀ ମୁଣାଳ ଠାକୁର ଭଲ ସିନେମାରେ ଅଭିନୟ କରିବାକୁ ଚାହାନ୍ତି ବୋଲି କହିିଛନ୍ତି। ତାଙ୍କ କହିବା କଥା ହେଉଛି ଦର୍ଶକ ଯେତେବେଳେ ଭଲ ବିଷୟବସ୍ତୁଭିତ୍ତିକ...

ମୋଦିଙ୍କୁ ଟୁଇଟ୍‌ କରି ଚର୍ଚ୍ଚାରେ ଆମିର

ମୁମ୍ବାଇ: ବଲିଉଡ୍‌ର ମିଷ୍ଟର ପର୍‌ଫେକ୍ସନିଷ୍ଟ ଆମିର ଖାଁ ସବୁବେଳେ ସାମାଜିକ ବିଷୟ ବସ୍ତୁକୁ ନେଇ ରିସର୍ଚ୍ଚ କରୁଥିବା ବେଳେ ଏହାକୁ ଠିକ୍‌ ଢଙ୍ଗରେ ଉପସ୍ଥାପନ କରିବା...

ମୁମ୍ବାଇରେ ହାଇ ପ୍ରୋଫାଇଲ ସେକ୍ସ ର଼୍ୟାକେଟ: ହୋଟେଲରୁ ୩ ଅଭିନେତ୍ରୀ ଗିରଫ

ମୁମ୍ବାଇ, ୨୪।୧୦: ମୁମ୍ବାଇ ଉପନଗର ଗୋରେଗାଓଁର ଏକ ୫ଷ୍ଟାର ହୋଟେଲରେ ଚାଲିଥିଲା ସେକ୍ସ ର଼୍ୟାକେଟ୍‌। ବିଶେଷ ସୂତ୍ରରୁ ଖବର ପାଇ ଶୁକ୍ରବାର ରାତିରେ ପୋଲିସ ଉକ୍ତ...

ବିବାହକୁ ନେଇ ଚର୍ଚ୍ଚାରେ ଏହି ଅଭିନେତା: ୩୮ ବର୍ଷ ବୟସରେ ସ୍ତ୍ରୀଙ୍କୁ କରିଥିଲେ ଦ୍ୱିତୀୟ ବିବାହ

ବଲିଉଡ୍‌ ଅଭିନେତା ଆଫତାବ ଶିବଦାସାନିଙ୍କ ଆଜି ଜନ୍ମଦିନ। ଏହି ଅବସରରେ ଜାଣନ୍ତୁ ତାଙ୍କ ବ୍ୟକ୍ତିଗତ ଜୀବନ ସମ୍ପର୍କିତ କିଛି କଥା। ହୁଏତ ଆଫତାବ ଚଳଚ୍ଚିତ୍ର କ୍ୟାରିୟର...

ବିକୁଥିଲେ ପାଣି ବୋତଲ, ହୋଟେଲରେ କରିଛନ୍ତି କାମ; ଦୀର୍ଘ ୧୮ ବର୍ଷର ସଂଘର୍ଷ ପରେ ହେଲେ ସୁପରଷ୍ଟାର…

ବମ୍ବେ: ଫିଲ୍ମ ‘କାନ୍ତାରା’ ରିଲିଜ ଦିନଠାରୁ ଚର୍ଚ୍ଚାରେ ଅଛନ୍ତି ମୁଖ୍ୟ ଅଭିନେତା ଋଷଭ ଶେଟ୍ଟୀ। ହାତଗଣତି ସ୍କ୍ରିନ୍‌ରେ ରିଲିଜ ହୋଇଥିବା ଏହି ଫିଲ୍ମ କ୍ରାନ୍ତି ଆଣିଛି...

ସାଉଥ୍‌ଷ୍ଟାରଙ୍କ ସହ ସ୍କ୍ରିନ ଶେୟାର କରିବାକୁ ଚାହୁଁଛନ୍ତି କଙ୍ଗନା

ମୁମ୍ବାଇ: ବଲିଉଡ୍ କୁଇନ୍ କଙ୍ଗନା ରାନାୱତ ଏବେ ତାଙ୍କ ଫିଲ୍ମ ‘ଥଲାଇବି’ ପାଇଁ ପୂରା ବ୍ୟସ୍ତ ଅଛନ୍ତି । ସେପ୍ଟେମ୍ବର ୧୦ରେ ଫିଲ୍ମଟି ରିଲିଜ୍ ହେବାକୁ...

Advertisement
Archives

Model This Week