କଳିଙ୍ଗନଗର,୨୨ା୧୦(ଶୁଭାଶିଷ ରାଉତ): ଯାଜପୁର ଜିଲା ସଦର ଥାନା ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ଡଙ୍ଗା ବୁଡ଼ି ଜଣେ ବାଳକ ସମେତ ୪ ନିଖୋଜ ହୋଇଛନ୍ତି। ନିଖୋଜ ହୋଇଥିବା ବ୍ୟକ୍ତିମାନେ ହେଲେ ଡଅଁରକୂଳ ଗ୍ରାମର ମଣିଆ ଦଳେଇ, ମା’ ହେମଲତା ଦଳେଇ ଓ ମାଉସୀ ଭାମା ଦଳେଇଙ୍କ ସହିତ ମାଉସୀଙ୍କ ୮ ବର୍ଷର ନାତି ଶୁଭଙ୍କର ଦଳାଇ ଡଅଁରକୂଳକୁ ଦୁର୍ଗାପୂଜା ଭସାଣି ଦେଖିବାକୁ ଗତକାଲି ମହମ୍ମଦଜମାଲପୁରରୁ ବୁଲିବାକୁ ଯାଇଥିଲେ। ଶୁକ୍ରବାର ସକାଳେ ତନ୍ତୀଘାଇ ନଦୀ ଦୁଉରୀବନ୍ଧ ଘାଟରେ ନଦୀ ପାର ହେବା ସମୟରେ ଘଟିଛି ଏହି ଅଘଟଣ। ନଦୀ ପାର ହେଉଥିବା ବେଳେ ମାଛ ଧରା ଡଙ୍ଗା ବୁଡ଼ିଗଲା, ଡଙ୍ଗାରେ ନାଉରିଆଙ୍କ ସହିତ ୪ ଜଣ ଥିଲେ l ଖବର ପାଇ ହେମଲତା ଦଳେଇ(୭୫) ତାଙ୍କ ଝିଅ ଭାମା (୬୦)ଙ୍କୁ ଉଦ୍ଧାର କରି ସ୍ଥାନୀୟ ଲୋକ ମେଡିକାଲ ନେଇଥିବା ବେଳେ ଏବେ ବି ଅନ୍ୟ ୨ଜଣ ନିଖୋଜ ଅଛନ୍ତି।

