ମଝି ସମୁଦ୍ରରେ ଓଲଟିଲା ଡଙ୍ଗା, ୨୫ ନିଖୋଜ…

ଜାକର୍ତ୍ତା, ୨୯।୫ : ଇଣ୍ଡୋନେସିଆର ସେଣ୍ଟ୍ରାଲ ସୁଲାୱେସି ପ୍ରଦେଶର ମାକାସର ଷ୍ଟ୍ରେଟରେ ଏକ ଡଙ୍ଗା ଓଲଟି ପଡ଼ିଛି। ଏହି ଘଟଣାରେ ୨୫ ଜଣ ନିୀଖୋଜ ଥିବାବେଳେ ୧୭ ଜଣଙ୍କୁ ଉଦ୍ଧାର କରାଯାଇଛି। ଡଙ୍ଗାରେ ୪୨ ଜଣ ଲୋକ ଥିଲେ। ଅଧିକାରୀମାନେ ରବିବାର ଏହି ସୂଚନା ଦେଇଛନ୍ତି।

ଦକ୍ଷିଣ ସୁଲାୱେସି ନ୍ୟାଶନାଲ ସର୍ଚ୍ଚ ଆଣ୍ଡ ରେସକ୍ୟୁ ଏଜେନ୍ସିର ମୁଖ୍ୟ ଜୁନାଡି କହିଛନ୍ତି ଯେ ଗୁରୁବାର ସକାଳେ ମାକାସରର ଏକ ବନ୍ଦରରୁ ପାଙ୍ଗକାପେ ରେଜେନ୍ସିର କାଲମାସ ଦ୍ୱୀପକୁ ଯାତ୍ରା କରୁଥିବା ସମୟରେ ୪୨ ଜଣ ଲୋକଙ୍କୁ ନେଇ ଯାଉଥିବା ଏହି ଡଙ୍ଗାଟି ଖରାପ ପାଗ ଯୋଗୁଁ ସମୁଦ୍ର ମଝିରେ ଓଲଟି ପଡ଼ିଥିଲା।

ଜୁନାଡି କହିଛନ୍ତି ଯେ ସର୍ଚ୍ଚ ଏବଂ ଉଦ୍ଧାରକାରୀ ସଂସ୍ଥା ଶନିବାର ଦିନ ବୁଡ଼ିଯାଇଥିବା ଡଙ୍ଗାର ଅବସ୍ଥିତି ବିଷୟରେ ନୂତନ ସୂଚନା ଗ୍ରହଣ କରିଛି ଏବଂ କର୍ମଚାରୀଙ୍କୁ ସେହି ଅଞ୍ଚଳକୁ ପଠାଇଛି। ନିଖୋଜ ଯାତ୍ରୀଙ୍କ ସନ୍ଧାନରେ ସ୍ଥାନୀୟ ଦୁଇଟି ମତ୍ସ୍ୟଜୀବୀ ଡଙ୍ଗା, ଅନ୍ୟ ଦୁଇଟି ଡଙ୍ଗା, ଏକ ସର୍ଚ୍ଚ ଏବଂ ଉଦ୍ଧାର ଡଙ୍ଗା ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟ ଜାରି ରଖିଛି।

ସୂଚନାଯୋଗ୍ୟ, ଇଣ୍ଡୋନେସିଆରେ ଡଙ୍ଗା ବୁଡ଼ିବା ଘଟଣା ସାଧାରଣ। ୨୦୧୮ ରେ, ଉତ୍ତର ସୁମାତ୍ରା ପ୍ରଦେଶର ଏକ ଗଭୀର ଆଗ୍ନେୟଗିରି କ୍ରାଟର ହ୍ରଦରେ ଏକ ଡଙ୍ଗା ବୁଡ଼ି ୧୬୭ ଜଣଙ୍କର ମୃତ୍ୟୁ ଘଟିଥିଲା । ଡଙ୍ଗାରେ ପ୍ରାୟ ୨୦୦ ଲୋକ ଥିଲେ। ଫେବୃଆରୀ ୧୯୯୯ ରେ ଏକ ଯାତ୍ରୀବାହୀ ଡଙ୍ଗା ବୁଡ଼ି ଘଟଣାରେ ୩୩୨ ଜଣଙ୍କୁ ନେଇ ଯାଇଥିବା ଲୋକଙ୍କ ମଧ୍ୟରୁ କେବଳ ୨୦ ଜଣ ବଞ୍ଚିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଡ୍ୟାନ୍ସ କ୍ଲବ୍‌ରେ ଗୁଳିକାଣ୍ଡ ଘଟଣା: ୭୨ ବର୍ଷୀୟ ଆତତାୟୀଙ୍କ ମିଳିଲା ପରିଚୟ

ଲସ୍‌ଏଞ୍ଜେଲ୍‌ସ,୨୩ା୧: ଆମେରିକାର ଲସ୍‌ଏଞ୍ଜେଲ୍‌ସରେ ଶନିବାର ରାତିରେ ନବବର୍ଷ ପାଳନ ବେଳେ ଗୁଳିକାଣ୍ଡ ଘଟିଥିଲା। ଗୁଳିମାଡ଼ରେ ୧୦ଜଣ ନିହତ ହୋଇଥିବା ବେଳେ ଅନ୍ୟ ୧୦ଜଣ ଆହତ ହୋଇଛନ୍ତି।...

ବାହାରିନ୍‌ର ୨ ଶହ ବର୍ଷ ପୁରାତନ ମନ୍ଦିରରେ ପ୍ରଭୁ ଶ୍ରୀକୃଷ୍ଣଙ୍କୁ ଦର୍ଶନ କଲେ ମୋଦି

ମାନାମା,୨୫।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାହାରିନ୍‌ ଗସ୍ତରେ ଯାଇଛନ୍ତି। ସେ ରବିବାର ରାଜଧାନୀ ମାନାମାଠାରେ ଥିବା ୨ଶହ ବର୍ଷ ପୁରାତନ ଶ୍ରୀନାଥଜୀ ମନ୍ଦିରରେ ପ୍ରଭୁ ଶ୍ରୀକୃଷ୍ଣଙ୍କୁ...

ବୁଡିଗଲା ପର୍ଯ୍ୟଟନ ଡଙ୍ଗା: ୧୧ ମୃତ, ୧୫ ଏବେ ବି ନିଖୋଜ

ଟୋକିଓ,୨୫।୪:ଜାପାନରେ ଏକ ପର୍ଯ୍ୟଟନ ଡଙ୍ଗା ବୁଡି ୧୧ ଜଣଙ୍କର ମୃତ୍ୟ ଘଟିଛି। ମୃତକଙ୍କ ମଧ୍ୟରେ ୭ ଜଣ ପୁରୁଷ,ତିନିଜଣ ମହିଳା ଏବଂ ଜଣେ ଶିଶୁ ଅଛନ୍ତି।...

ଯୁଦ୍ଧ ନୁହେଁ ଆଲୋଚନାକୁ ଦିଆଯିବ ଗୁରୁତ୍ୱ

ଲାହୋର, ୩ା୯(ପି.ଟି.): କୌଣସି ସମସ୍ୟାର ସମାଧାନ ଯୁଦ୍ଧ ଦ୍ୱାରା ହୋଇ ନ ଥିଏ। ଭାରତକୁ ମୁଁ ଏହା କହିବାକୁ ଚାହୁଁଛି। ଯୁଦ୍ଧରେ ବିଜୟ ଲାଭ କରିଥିବା...

ଚଉଭିନ୍‌ଙ୍କୁ ସାଢ଼େ ୨୨ ବର୍ଷ ଜେଲ

ଓ୍ବାଶିଂଟନ୍‌, ୨୭ା୬: ଆଫ୍ରିକୀୟ-ଆମେରିକୀୟ କୃଷ୍ଣକାୟ ଜର୍ଜ ଫ୍ଲଏଡ୍‌ଙ୍କ ହତ୍ୟାକାରୀ ଆମେରିକାର ମିନିଆପଲିସ୍‌ ପୂର୍ବତନ ପୋଲିସ ଅଫିସର ଶ୍ୱେତାଙ୍ଗ ଡେରେକ ଚଉଭିନ୍‌(୪୫)ଙ୍କୁ ଶୁକ୍ରବାର ୨୨ ବର୍ଷ ୬...

ସଫାରି ପାର୍କରେ ଡାଇନୋସରସ୍‌ ମେଳରେ ବୁଲିବେ ଲୋକେ !

ଇଡେନବର୍ଗ,୮।୩: ଲକ୍ଷ ଲକ୍ଷ ବର୍ଷ ତଳେ ପୃଥିବୀ ପୃଷ୍ଠରୁ ଲୋପ ପାଇଥିବା ଡାନୋସରସ୍‌ଙ୍କ ମେଳରେ ବୁଲିବା ସେମାନଙ୍କର ଭୟଙ୍କର ଶବ୍ଦ ଶୁଣିବା ଏବେ ସମ୍ଭବ ହୋଇପାରିବ।...

ଏଲନ ମସ୍କଙ୍କ ଚେତାବନୀ, ବିନା ୱାର୍ନିଂରେ ବନ୍ଦ ହେବ ଟୁଇଟରର ପାରୋଡି ଆକାଉଣ୍ଟ

ୱାଶିଂଟନ,୭ ।୧୧: ଟୁଇଟରର ମାଲିକ ହେବା ପରେ ଏଲନ ମସ୍କ ସବୁବେଳେ ରହୁଛନ୍ତି ଚର୍ଚ୍ଚାରେ । ଏବେ କିଛି ଟୁଇଟର ଆକାଉଣ୍ଟ ସସପେଣ୍ଡ ହେବାକୁ ନେଇ...

ଶିଖ୍‌ ହୋଇଥିବାରୁ ରିପବ୍ଲିକାନ ପାର୍ଟି କରୁଛି ଭେଦଭାବ, ମୂଳ ଭାରତୀୟଙ୍କ ଅଭିଯୋଗ…

ଓ୍ବାଶିଂଟନ,୧୭।୧ : ରିପବ୍ଲିକାନ ନ୍ୟାଶନାଲ କମିଟି (ଆରଏନସି)ର ଚେୟାରମ୍ୟାନ ପଦବୀ ପାଇଁ ଆମେରିକାର ମୂଳ ଭାରତୀୟ ଆଇନଜୀବୀ ହରମିତ ଧିଲନ ଦୌଡ଼ରେ ଅଛନ୍ତି। ଶିଖ୍‌ ଧର୍ମର...

Advertisement
Archives

Model This Week