ରାସ୍ତାକୁ ଗୋରୁ ଛାଡ଼ିଲେ ଉଠାଇ ନେବ ବିଏମ୍‌ସି

ଭୁବନେଶ୍ୱର, ୧୨।୮ (ବନ୍ଦନା ସେଠୀ): ରାଜଧାନୀରେ ଗୋରୁଙ୍କ ଅବାଧ ବିଚରଣ ଯୋଗୁ ବହୁ ସମୟରେ ଦୁର୍ଘଟଣା ଘଟୁଛି। ସେହିପରି ଟ୍ରାଫିକ୍‌ ସମସ୍ୟା ମଧ୍ୟ ଉପୁଜୁଛି। ତେଣୁ ଏହାକୁ ଗୁରୁତର ସହ ନେଇ ନିୟମକୁ କଡାକଡି କରିଛି ବିଏମ୍‌ସି। କୌଣସି ବ୍ୟକ୍ତି ସର୍ବସାଧାରଣ ସ୍ଥାନକୁ କିମ୍ବା ରାସ୍ତାରେ ନିଜ ଗୋରୁଙ୍କୁ ଛାଡି ପାରିବେ ନାହିଁ। ନମାନିଲେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବା ସହ ସମ୍ପୃକ୍ତ ଗୋରୁଙ୍କୁ ଉଠାଇ ନିଆଯିବ। ଯଦି କୌଣସି ବ୍ୟକ୍ତି ରାସ୍ତାରୁ ଧରାଯାଇଥିବା ଗୋରୁଙ୍କୁ ନେବାକୁ କୁହନ୍ତି ବା ନିଜର ବୋଲି ଦାବି କରନ୍ତି, ତେବେ ତାଙ୍କ ବିରୋଧରେ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ନିଆଯିବ। ତାଙ୍କର ନିଜସ୍ବ ଗୁହାଳ ଅଛିକି ନାହିଁ ତାହା ମଧ୍ୟ ତଦାରଖ କରାଯାଇ ପଦକ୍ଷେପ ନିଆଯିବ। ଶୁକ୍ରବାର କମିଶନର ବିଜୟ ଅମୃତା କୁଲାଙ୍ଗେଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ସ୍ବତନ୍ତ୍ର ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ରାସ୍ତାରେ ବୁଲୁଥିବା ଅଧିକାଂଶ ଗାଈଗୋରୁ ବୟସ୍କ ଏବଂ ରୋଗାକ୍ରାନ୍ତ ଥିବା ଦେଖାଯାଉଛି। ଲାଭଦାୟକ ହେଉ ନ ଥିବାରୁ ଏହିଭଳି ଗାଈଗୋରୁଙ୍କୁ ପରିତ୍ୟକ୍ତ ଅବସ୍ଥାରେ ମାଲିକମାନେ ଛାଡିଦେଉଛନ୍ତି, ଯାହା ନାଗରିକଙ୍କୁ ସମସ୍ୟାରେ ପକାଉଛି। ଉଠାଇ ନିଆଯାଇଥିବା ଗାଈଗୋରୁଙ୍କୁ ବିଭିନ୍ନ ଗୋଶାଳାରେ ରଖାଯିବ। ଏହି ଉଦ୍ଦେଶ୍ୟରେ ବ୍ରହ୍ମଗିରି, ଜଟଣୀ, ବେଗୁନିଆ ଇଦ୍ୟାଦି ଗୋଶାଳାର କର୍ମକର୍ତ୍ତାଙ୍କୁ ବୈଠକକୁ ଡକାଯାଇ ଆଲୋଚନା କରାଯାଇଥିଲା। ବିଏମ୍‌ସି ଅଞ୍ଚଳରେ ପ୍ରାୟ ୮୦୦ରୁ ଅଧିକ ଗୋରୁଗାଈ ମାଲିକ ଥିବା ପୂର୍ବରୁ ହୋଇଥିବା ସର୍ଭେରୁ ଜଣାପଡିଥିଲା। ତେବେ ଗୋରୁଙ୍କୁ ରଖିବା ପାଇଁ ସେମାନଙ୍କ ପାଖରେ ଆବଶ୍ୟକ ସ୍ଥାନ ନ ଥିବାରୁ ଅନେକ ସମୟରେ ଖୋଲାରେ ଛାଡିଦିଆଯାଉଛି। ବାରମ୍ବାର ଗାଈଗୋରୁ ମାଲିକମାନଙ୍କୁ ତାଗିଦ କରିବା ପରେ ମଧ୍ୟ ସେମାନେ ଗୁହାଳରେ ନ ରଖି ଛାଡି ଦେଉଛନ୍ତି। ତେଣୁ ଅମାନିଆଙ୍କ ପାଇଁ ଏବେ କଡା ଆଇନ୍‌ କରାଯାଇଥିବା କମିଶନର କୁଲାଙ୍ଗେ ସୂଚନା ଦେଇଛନ୍ତି। ସେହିପରି ମାଲିକଙ୍କ ବିରୋଧରେ ମ୍ୟୁନିସିପାଲ କର୍ପୋରେଶନ ୨୦୦୩ ଅନୁଯାୟୀ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏଥିପାଇଁ ଗୋଶାଳା ପରିଚାଳକମାନେ ବିଏମ୍‌ସିକୁ ସହ ଯୋଗର ହାତ ବଢାଇଛନ୍ତି। କେଉଁ ଗୋଶାଳାର କ୍ଷମତା କେତେ ତାର ଏକ ତାଲିକା ମଧ୍ୟ ବିଏମ୍‌ସି ପକ୍ଷରୁ ପ୍ରସ୍ତୁତ କରାଯିବ ବୋଲି ସୂଚନା ଦିଆଯାଇଛି। ବୈଠକରେ କମିଶନରଙ୍କ ସହ ଅତିରିକ୍ତ କମିଶନର ସୂର୍ଯ୍ୟବଂଶୀ ମୟୁର ବିକାଶ, ଡେପୁଟି କମିଶନର ରମେଶ ଚନ୍ଦ୍ର ଜେନା ଓ ବିଭିନ୍ନ ଗୋଶାଳାର ପ୍ରତିନଧିମାନେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଧର୍ମାନ୍ତରୀକରଣ

ଚଳିତ ସପ୍ତାହରେ ପ୍ରକାଶ ପାଇଥିବା ଏକ ଖବରର ଶୀର୍ଷକ ହେଉଛି ‘ଧର୍ମାନ୍ତରୀକରଣ ଆଇନ ଏପର୍ଯ୍ୟନ୍ତ ଲାଗୁ ହୋଇ ନ ଥିବା ଜାଣିବା ପରେ ପୁଣେ ପୋଲିସ ସେହି…

ନିମ୍ନମାନର କାମ ଧୋଇନେଲା ବନ୍ଧ ହିଡ଼: ୧.୭୫ ଲକ୍ଷ ଟଙ୍କାର କାମକୁ ନେଇ ଉଠିଲା ପ୍ରଶ୍ନ

ଅମରପାଲି, ୨୩।୮ (ପୀତାମ୍ବର ସାହୁ): ବର୍ଷା ଆସିବାର କିଛି ଦିନ ମଧ୍ୟରେ ଧୋଇଗଲା ବନ୍ଧ ହିଡ଼। ନିମ୍ନମାନର କାମ ଯୋଗୁ ବନ୍ଧ ଭାଙ୍ଗି ପୋଖରୀର ପାଣି ଗାଁ…

ଏମ୍‌ଏମ୍‌ଡିଆର୍‌ ସଂଶୋଧନ ଆଇନକୁ ନେଇ ରାଜନୀତି

ଭୁବନେଶ୍ୱର,୨୩ା୮(ସୁନିତ୍‌ ମିଶ୍ର): ନିକଟରେ ପାର୍ଲାମେଣ୍ଟରେ ଏମ୍‌ଏମ୍‌ଡିଆର୍‌ ସଂଶୋଧନ ଆଇନ-୨୦୨୬ ବିଲ୍‌ ପାରିତ ହୋଇଯାଇଛି। ଏହାକୁ ରାଷ୍ଟ୍ରପତିଙ୍କ ଅନୁମୋଦନ ମଧ୍ୟ ମିଳିସାରିଛି। ମାତ୍ର ଓଡ଼ିଶାରେ ଉକ୍ତ ଆଇନ ଲାଗୁହେଲେ…

ଚାଇନା ଅନୁପ୍ରବେଶ ଚିନ୍ତାଜନକ: ଅରୁଣାଚଳ ଏମ୍‌ପି

ଇଟାନଗର, ୨୩।୮ (ପି.ଟି.): ଅରୁଣାଚଳ ପ୍ରଦେଶର ବହୁ ଅଞ୍ଚଳ ଚାଇନା ଅକ୍ତିଆର କରିଥିବା ନେଇ ବାରମ୍ୱାର ରିପୋର୍ଟମାନ ପ୍ରକାଶ ପାଉଛି। କିନ୍ତୁ ଭାରତୀୟ ସେନା ଏହି ବିଷୟକୁ…

ପୋଡ଼ମାପେଟା ବେଳାଭୂମି ଅବକ୍ଷୟ, ଭୟରେ ଅଞ୍ଚଳବାସୀ

ଗଞ୍ଜାମ,୨୨ା୮(ବିଦ୍ୟାଧର ସାହୁ): ଦିନକୁ ଦିନ ଅଶାନ୍ତ ହୋଇ ପଡୁଛି ସମୁଦ୍ର। ଉଚ୍ଚ ଲହଡି ଯୋଗୁ କୂଳ ଖାଉଥିବା ବେଳେ ଭୟରେ ସମୁଦ୍ର ତଟବର୍ତ୍ତୀ ଅଞ୍ଚଳ। ଗଞ୍ଜାମ ଜିଲାର…

ପୁଣି ଭାଇରାଲ ହେଲେ ରାନୁ ମଣ୍ଡଳ, ଏହି ରୋମାଣ୍ଟିକ୍‌ ଗୀତ ଗାଇ…

କୋଲକାତା,୨୨ା୮: ଯେତେବେଳେ ଆମେ ଷ୍ଟ୍ରିଟ୍‌ ଗାୟିକା/ଗାୟକଙ୍କ କଥା ଭାବୁ ପ୍ରଥମେ ରାନୁ ମଣ୍ଡଳଙ୍କ ନାଁ ମନେ ପଡ଼େ। ଜଣେ ଷ୍ଟ୍ରିଟ୍‌ ଗାୟିକା ହେବା ସହିତ ସେ ଜଣେ…

ସାପ ନେଲା ଚାଷୀଙ୍କ ଜୀବନ

ପାତ୍ରପୁର,୨୨ା୮(ଉମା ଚରଣ ନେପାକ): ଜରଡ଼ା ଥାନା ଆମପୁର ପଞ୍ଚାୟତ ମହାଦେଈପୁର ଗ୍ରାମରେ ସାପ କାମୁଡ଼ାରେ ଜଣେ ଚାଷୀଙ୍କ ମୃତ୍ୟୁ ଘଟିଛି। ସେ ହେଲେ ବାସୁଦେବ ପ୍ରଧାନ(୬୪)। ଶନିବାର…

ଘରେ ବସି ସ୍କୁଲ ପ୍ରୋଜେକ୍ଟ କରୁଥିଲେ ଛାତ୍ର, ମାରିଲା କରେଣ୍ଟ…

ଖଲ୍ଲିକୋଟ,୨୨।୮( ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ବ୍ଲକ ଅଧୀନ କୈରାସି ଗ୍ରାମରେ ଶନିବାର ଏକ ଦୁଃଖଦ ଘଟଣା ଘଟିଛି। ବିଦ୍ୟୁତ୍‌ କରେଣ୍ଟ ଲାଗି ଜଣେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri