Odisha Elections 2024

ରାସ୍ତାକୁ ଗୋରୁ ଛାଡ଼ିଲେ ଉଠାଇ ନେବ ବିଏମ୍‌ସି

ଭୁବନେଶ୍ୱର, ୧୨।୮ (ବନ୍ଦନା ସେଠୀ): ରାଜଧାନୀରେ ଗୋରୁଙ୍କ ଅବାଧ ବିଚରଣ ଯୋଗୁ ବହୁ ସମୟରେ ଦୁର୍ଘଟଣା ଘଟୁଛି। ସେହିପରି ଟ୍ରାଫିକ୍‌ ସମସ୍ୟା ମଧ୍ୟ ଉପୁଜୁଛି। ତେଣୁ ଏହାକୁ ଗୁରୁତର ସହ ନେଇ ନିୟମକୁ କଡାକଡି କରିଛି ବିଏମ୍‌ସି। କୌଣସି ବ୍ୟକ୍ତି ସର୍ବସାଧାରଣ ସ୍ଥାନକୁ କିମ୍ବା ରାସ୍ତାରେ ନିଜ ଗୋରୁଙ୍କୁ ଛାଡି ପାରିବେ ନାହିଁ। ନମାନିଲେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବା ସହ ସମ୍ପୃକ୍ତ ଗୋରୁଙ୍କୁ ଉଠାଇ ନିଆଯିବ। ଯଦି କୌଣସି ବ୍ୟକ୍ତି ରାସ୍ତାରୁ ଧରାଯାଇଥିବା ଗୋରୁଙ୍କୁ ନେବାକୁ କୁହନ୍ତି ବା ନିଜର ବୋଲି ଦାବି କରନ୍ତି, ତେବେ ତାଙ୍କ ବିରୋଧରେ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ନିଆଯିବ। ତାଙ୍କର ନିଜସ୍ବ ଗୁହାଳ ଅଛିକି ନାହିଁ ତାହା ମଧ୍ୟ ତଦାରଖ କରାଯାଇ ପଦକ୍ଷେପ ନିଆଯିବ। ଶୁକ୍ରବାର କମିଶନର ବିଜୟ ଅମୃତା କୁଲାଙ୍ଗେଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ସ୍ବତନ୍ତ୍ର ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ରାସ୍ତାରେ ବୁଲୁଥିବା ଅଧିକାଂଶ ଗାଈଗୋରୁ ବୟସ୍କ ଏବଂ ରୋଗାକ୍ରାନ୍ତ ଥିବା ଦେଖାଯାଉଛି। ଲାଭଦାୟକ ହେଉ ନ ଥିବାରୁ ଏହିଭଳି ଗାଈଗୋରୁଙ୍କୁ ପରିତ୍ୟକ୍ତ ଅବସ୍ଥାରେ ମାଲିକମାନେ ଛାଡିଦେଉଛନ୍ତି, ଯାହା ନାଗରିକଙ୍କୁ ସମସ୍ୟାରେ ପକାଉଛି। ଉଠାଇ ନିଆଯାଇଥିବା ଗାଈଗୋରୁଙ୍କୁ ବିଭିନ୍ନ ଗୋଶାଳାରେ ରଖାଯିବ। ଏହି ଉଦ୍ଦେଶ୍ୟରେ ବ୍ରହ୍ମଗିରି, ଜଟଣୀ, ବେଗୁନିଆ ଇଦ୍ୟାଦି ଗୋଶାଳାର କର୍ମକର୍ତ୍ତାଙ୍କୁ ବୈଠକକୁ ଡକାଯାଇ ଆଲୋଚନା କରାଯାଇଥିଲା। ବିଏମ୍‌ସି ଅଞ୍ଚଳରେ ପ୍ରାୟ ୮୦୦ରୁ ଅଧିକ ଗୋରୁଗାଈ ମାଲିକ ଥିବା ପୂର୍ବରୁ ହୋଇଥିବା ସର୍ଭେରୁ ଜଣାପଡିଥିଲା। ତେବେ ଗୋରୁଙ୍କୁ ରଖିବା ପାଇଁ ସେମାନଙ୍କ ପାଖରେ ଆବଶ୍ୟକ ସ୍ଥାନ ନ ଥିବାରୁ ଅନେକ ସମୟରେ ଖୋଲାରେ ଛାଡିଦିଆଯାଉଛି। ବାରମ୍ବାର ଗାଈଗୋରୁ ମାଲିକମାନଙ୍କୁ ତାଗିଦ କରିବା ପରେ ମଧ୍ୟ ସେମାନେ ଗୁହାଳରେ ନ ରଖି ଛାଡି ଦେଉଛନ୍ତି। ତେଣୁ ଅମାନିଆଙ୍କ ପାଇଁ ଏବେ କଡା ଆଇନ୍‌ କରାଯାଇଥିବା କମିଶନର କୁଲାଙ୍ଗେ ସୂଚନା ଦେଇଛନ୍ତି। ସେହିପରି ମାଲିକଙ୍କ ବିରୋଧରେ ମ୍ୟୁନିସିପାଲ କର୍ପୋରେଶନ ୨୦୦୩ ଅନୁଯାୟୀ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏଥିପାଇଁ ଗୋଶାଳା ପରିଚାଳକମାନେ ବିଏମ୍‌ସିକୁ ସହ ଯୋଗର ହାତ ବଢାଇଛନ୍ତି। କେଉଁ ଗୋଶାଳାର କ୍ଷମତା କେତେ ତାର ଏକ ତାଲିକା ମଧ୍ୟ ବିଏମ୍‌ସି ପକ୍ଷରୁ ପ୍ରସ୍ତୁତ କରାଯିବ ବୋଲି ସୂଚନା ଦିଆଯାଇଛି। ବୈଠକରେ କମିଶନରଙ୍କ ସହ ଅତିରିକ୍ତ କମିଶନର ସୂର୍ଯ୍ୟବଂଶୀ ମୟୁର ବିକାଶ, ଡେପୁଟି କମିଶନର ରମେଶ ଚନ୍ଦ୍ର ଜେନା ଓ ବିଭିନ୍ନ ଗୋଶାଳାର ପ୍ରତିନଧିମାନେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନିର୍ବାଚନ ସେକ୍ଟର ଅଫିସରଙ୍କୁ ଘେରିଲେ ଗ୍ରାମବାସୀ

ଲୋଇସିଂହା,୨୧।୫(ସୁଶାନ୍ତ ବାରିକ) ବଲାଙ୍ଗୀର ଜିଲା ଲୋଇସିଂହା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଲୋଇସିଂହା ବ୍ଲକ ସରଗାଡ ଗ୍ରାମରେ ନିର୍ବାଚନରେ ନିୟୋଜିତ ସେକ୍ଟର ଅଫିସର ସୂର୍ଯ୍ୟକାନ୍ତ ପଧାନଙ୍କୁ ଘେରିଲେ...

ବରଗଡ଼ ଜିଲାରେ ୭୫.୯୭ ପ୍ରତିଶତ ମତଦାନ: ଭଟଲିରେ ସର୍ବାଧିକ, ଅତାବିରାରେ ସର୍ବନିମ୍ନ

ବରଗଡ଼,୨୧।୫(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ସାଧାରଣ ନିର୍ବାଚନ ପରିପ୍ରେକ୍ଷୀରେ ସୋମବାର ସକାଳ ମତଦାନ ପ୍ରକ୍ରିୟା ସରିଛି । ଖରା,ତ ାତି ସତ୍ତ୍ବେ ମତଦାନ କେନ୍ଦ୍ର ଗୁଡିକରେ ଏଥର...

ପାଦତଳୁ ମାଟି ଖସିଯିବା ଜାଣି ହିଂସାକୁ ଆପଣାଇଛି ବିଜେଡି: ଭାଜପା

ଭୁବନେଶ୍ୱର, ୨୧।୫(ସୁନିତ୍‌ ମିଶ୍ର):ବିଜେଡିର ପାଦ ତଳୁ ମାଟି ଖସିଯିବା ଜାଣି ହିଂସାକୁ ଆଦରି ନେଇଛନ୍ତି। ନିର୍ବାଚନ ପୂର୍ବରୁ ବିଜେଡିର ଗୁମାସ୍ତା ରାଜ୍ୟସାରା ବୁଲି ଲୋକଙ୍କ ସମସ୍ୟା...

ମୁଖ୍ୟମନ୍ତ୍ରୀ ଜଣେ, ଶାସନ ଚଳାଉଛନ୍ତି ଅନ୍ୟ ଜଣେ

କୁଚିଣ୍ଡା,୨୧ା୫(ବିରଞ୍ଚତ୍ ଦର୍କା):ବିଜେଡି ସରକାରରେ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ। ହେଲେ ତାଙ୍କୁ ମୋହାରା କରି କାର୍ତ୍ତିକ ପାଣ୍ଡିଆନ ସରକାର ଚଳାଉଛନ୍ତି। ଏଭଳି ସରକାରକୁ ହଟାଇବାକୁ ପଡ଼ିବ। ଏଥର...

ପୂର୍ବତନ ମୃତ୍ତିକା ସଂରକ୍ଷଣ ଅଧିକାରୀଙ୍କ ୧ କୋଟିରୁ ଊର୍ଦ୍ଧ୍ୱ ସମ୍ପତ୍ତି ବାଜ୍ୟାପ୍ତି

ଭୁବନେଶ୍ୱର,(ସତ୍ୟଜିତ୍‌ ରାଉତ)/ ମାଲକାନଗିରି, ୨୧ା୫ (ଦୁର୍ଯ୍ୟୋଧନ ପାତ୍ର):ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଦଣ୍ଡିତ ହୋଇଥିବା ମାଲକାନଗିରି ଜିଲାର ପୂର୍ବତନ ମୃତ୍ତିକା...

୩ଦିନ ହିଟ୍‌ ଓ୍ବେଭ୍‌, ୨୪ରୁ ବର୍ଷା

ଭୁବନେଶ୍ୱର, ୨୧।୫(ଅସମାପିକା ସାହୁ):ଅସହ୍ୟ ତାତି ଓ ଗୁଳୁଗୁଳିରେ ଅସ୍ତବ୍ୟସ୍ତ ହୋଇପଡୁଛି ରାଜ୍ୟର ଜନଜୀବନ। ତାପମାତ୍ରା ପୁଣି ୪୨ ଡିଗ୍ରୀ ଡେଇଁଥିବାବେଳେ ଆସନ୍ତା ୩ଦିନ ହେବାକୁ ଥିବା...

ଜଣେ ଏମ୍‌ପିଙ୍କ ନାଁରେ ବଡ଼ ଅଭିଯୋଗ ଆଣିଲେ ମୁଖ୍ୟମନ୍ତ୍ରୀ

ପୁରୁଣା ଭୁବନେଶ୍ୱର,୨୧ା୫(ସୁବାସ ଚନ୍ଦ୍ର ପ୍ରଧାନ):ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ଭୁବନେଶ୍ୱରରେ ଏକ ବିଶାଳ ରୋଡ୍‌ ଶୋ’ କରି ଶକ୍ତି ପ୍ରଦର୍ଶନ କରିଛନ୍ତି। ବିଭିନ୍ନ ସ୍ଥାନରେ ଉପସ୍ଥିତ...

ଆଜି ଓଡ଼ିଶା ଗସ୍ତରେ ଆସୁଛନ୍ତି ଶାହା

ଭୁବନେଶ୍ୱର, ୨୧ା୫(ସୁନିତ୍‌ ମିଶ୍ର):୨୦୨୪ ନିର୍ବାଚନକୁ ନିଜ ସପକ୍ଷରେ ପୂର୍ଣ୍ଣ ବହୁମତ ସହ ନେବା ଲାଗି ଭାଜପା ନିଜର ଜୋରଦାର ଉଦ୍ୟମ ଚଳାଇଛି। ଭାଜପାର ନିର୍ବାଚନୀ ପ୍ରଚାରକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri