ମାଗଣାରେ ସବୁଜ ଆବର୍ଜନା ଉଠାଇବ ବିଏମ୍‌ସି

ଭୁବନେଶ୍ୱର, ୨୨।୮ (ବନ୍ଦନା ସେଠୀ):ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) କଣ୍ଟ୍ରାକ୍ଟସ୍‌ କମିଟି ବୈଠକ ସୋମବାର ମେୟର ସୁଲୋଚନା ଦାସ ଓ କମିଶନର ବିଜୟ ଅମୃତା କୁଲାଙ୍ଗେଙ୍କ ଉପସ୍ଥିତିରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବିଏମ୍‌ସି ଅଞ୍ଚଳରେ ଜାରି ରହିଥିବା ବିଭିନ୍ନ ପ୍ରକଳ୍ପର ଅଗ୍ରଗତି ସମ୍ପର୍କରେ ଆଲୋଚନା ହୋଇଥିଲା। ସ୍ବଚ୍ଛତାକୁ ଗୁରୁତ୍ୱ ଦେଇ ପ୍ରତି ଜୋନ୍‌ରେ ୧୨ରୁ ୧୫ଟି ଲେଖାଏ ଗାଡି ବର୍ଜ୍ୟ ଏବଂ ନିର୍ମାଣ ଓ ଭଗ୍ନାବଶେଷ ଉଠାଇବା ପାଇଁ ଦିଆଯାଇଥିବା ସୂଚନା ଦିଆଯାଇଥିଲା। ‘ସଫା ଭୁବନେଶ୍ୱର’ ଆପ୍‌ ବ୍ୟବହାରକୁ ଉତ୍ସାହିତ କରିବା ଉଦ୍ଦେଶ୍ୟରେ ସବୁଜ ଆବର୍ଜନା ଏବଂ ନିର୍ମାଣ ଓ ଭଗ୍ନାବଶେଷ ବିନା ଶୁଳ୍କରେ ସଂଗ୍ରହ ଓ ସ୍ଥାନାନ୍ତର କରାଯିବ। ଏହି ସୁବିଧା କେବଳ ସେପ୍ଟେମ୍ବର ଶେଷ ପର୍ଯ୍ୟନ୍ତ ମିଳିବ। ବର୍ଷାଋତୁରେ ଅଧିକ ବର୍ଜ୍ୟ ନିର୍ଗତ ହେଉଥିବାରୁ ସେସବୁ ବର୍ଜ୍ୟ ସ୍ବଚ୍ଛତା ରକ୍ଷା କରିବାରେ ବାଧକ ସାଜୁଛି। ସବୁଜ ଆବର୍ଜନାକୁ ଲୋକେ ରାସ୍ତାକଡ କିମ୍ବା ଡ୍ରେନ୍‌ରେ ପକାଇ ଦେଉଥିବାରୁ ବିଭିନ୍ନ ସମସ୍ୟା ସୃଷ୍ଟି ହେଉଛି। ତେଣୁ ବିଭିନ୍ନ ଅଞ୍ଚଳରୁ ବାହାରୁଥିବା ଅଧିକ ବର୍ଜ୍ୟକୁ ଯୁଦ୍ଧକାଳୀନ ଭିତ୍ତିରେ ଉଠାଇବା ପାଇଁ ବୈଠକରେ ଆଲୋଚନା ହୋଇଥିଲା। ଉକ୍ତ ଆପ୍‌ ଜରିଆରେ ଆବେଦନ କରିଥିବା ନାଗରିକଙ୍କୁ ନିଃଶୁଳ୍କ ସେବା ସୁବିଧା ପ୍ରଦାନ କରାଯିବ। ତେବେ ଅନ୍ୟାନ୍ୟ ଦେୟଯୁକ୍ତ ସେବାଗୁଡିକ ଅପରିବର୍ତ୍ତିତ ରହିଛି। ଅପରପକ୍ଷେ ବାରମ୍ବାର ତଥା ଅଭ୍ୟାସଗତ ଆଚରଣ ପାଇଁ ନିୟମ ଉଲ୍ଲଂଘନକାରୀଙ୍କଠାରୁ ଜରିମାନା ପିଓଏସ୍‌ ମେଶିନ ଜରିଆରେ ଆଦାୟ କରାଯିବ। ଏହାଦ୍ୱାରା ଠିକ୍‌ ସମୟ, ଜରିମାନାର ପରିମାଣ, ହିସାବ ଇତ୍ୟାଦିରେ ସ୍ବଚ୍ଛତା ରହିପାରିବ। ଉଲ୍ଲଂଘନକାରୀଙ୍କଠାରୁ ଆଦାୟ ହେଉଥିବା ଜରିମାନାର ପ୍ରମାଣ ସ୍ବରୂପ ସେମାନଙ୍କୁ ରସିଦ ପ୍ରଦାନ କରାଯିବ। ଏହି ନିର୍ଦ୍ଦେଶ ଖୁବ୍‌ଶୀଘ୍ର କାର୍ଯ୍ୟକାରୀ ହେବ ବୋଲି ନିଷ୍ପତ୍ତି ହୋଇଥିଲା। ଏହା ବ୍ୟତୀତ ବୈଠକରେ ୩୦ ନଂ. ୱାର୍ଡ ଅନ୍ତର୍ଗତ ଶହୀଦନଗର କଞ୍ଜରଭେନ୍ସି ଲେନ୍‌ କ୍ଲଷ୍ଟର ନଂ.୩୦ (୩୭ରୁ ୫୦ ନମ୍ବର ଲେନ୍‌ ପର୍ଯ୍ୟନ୍ତ)ରେ ପେଭର ବ୍ଲକ କାମ ପାଇଁ ୧.୩୪ କୋଟି ଟଙ୍କାରୁ ଅଧିକ ଏବଂ ୩୪ ନଂ. ୱାର୍ଡ ଅନ୍ତର୍ଗତ ସତ୍ୟନଗର ଓ ପ୍ରେସ କଲୋନୀ (୧ରୁ ୧୩ ନମ୍ବର ଲେନ୍‌ ପର୍ଯ୍ୟନ୍ତ)ରେ ପେଭର ବ୍ଲକ ରାସ୍ତା ନିର୍ମାଣ ପାଇଁ ୧.୪୧ କୋଟି ଟଙ୍କାକୁ କମିଟି ମଞ୍ଜୁରୀ ଦେଇଛି। ବୈଠକରେ ଅତିରିକ୍ତ କମିଶନର ଲକ୍ଷ୍ମୀକାନ୍ତ ସେଠୀ, ସିଟି ଇଞ୍ଜିନିୟର ଅରୁଣ କୁମାର ନାୟକ, ଡେପୁଟି କମିଶନର (କର୍ପୋରେଶନ) ସପନ କୁମାର ନନ୍ଦ, ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ ଅମରେଶ ଜେନା, ବିରଞ୍ଚତ୍ ନାରାୟଣ ମହାସୂପକାର ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଡରାଇଲାଣି ଲଘୁଚାପ, ଏସବୁ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷିବ! ଆଲର୍ଟ ଜାରି

ଭୁବନେଶ୍ୱର,୨୩ା୮(ବନ୍ଦନା ସେଠୀ): ବଙ୍ଗୋପସାଗରରେ ପୁଣି ଲଘୁଚାପ ସୃଷ୍ଟି ହେବ। ଶୁକ୍ରବାର ମ୍ୟାନ୍‌ମାର ଓ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଥିବା ଘୂର୍ଣ୍ଣିବଳୟ ଶନିବାର ଉତ୍ତର ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ପଶ୍ଚିମବଙ୍ଗ…

ନିମ୍ନମାନର କାମ ଧୋଇନେଲା ବନ୍ଧ ହିଡ଼: ୧.୭୫ ଲକ୍ଷ ଟଙ୍କାର କାମକୁ ନେଇ ଉଠିଲା ପ୍ରଶ୍ନ

ଅମରପାଲି, ୨୩।୮ (ପୀତାମ୍ବର ସାହୁ): ବର୍ଷା ଆସିବାର କିଛି ଦିନ ମଧ୍ୟରେ ଧୋଇଗଲା ବନ୍ଧ ହିଡ଼। ନିମ୍ନମାନର କାମ ଯୋଗୁ ବନ୍ଧ ଭାଙ୍ଗି ପୋଖରୀର ପାଣି ଗାଁ…

ଏମ୍‌ଏମ୍‌ଡିଆର୍‌ ସଂଶୋଧନ ଆଇନକୁ ନେଇ ରାଜନୀତି

ଭୁବନେଶ୍ୱର,୨୩ା୮(ସୁନିତ୍‌ ମିଶ୍ର): ନିକଟରେ ପାର୍ଲାମେଣ୍ଟରେ ଏମ୍‌ଏମ୍‌ଡିଆର୍‌ ସଂଶୋଧନ ଆଇନ-୨୦୨୬ ବିଲ୍‌ ପାରିତ ହୋଇଯାଇଛି। ଏହାକୁ ରାଷ୍ଟ୍ରପତିଙ୍କ ଅନୁମୋଦନ ମଧ୍ୟ ମିଳିସାରିଛି। ମାତ୍ର ଓଡ଼ିଶାରେ ଉକ୍ତ ଆଇନ ଲାଗୁହେଲେ…

ପାରାଦୀପରୁ ବାହାରିଥିବା ଜାହାଜ ଗଭୀର ସମୁଦ୍ରରୁ ନିଖୋଜ, ଏଥିରେ ଥିଲେ ୨୪ ନାବିକ, ଚାଲିଛି ଖୋଜା

ପାରାଦୀପ,୨୨ା୮(ଶରତ ରାଉତ): ପାରାଦୀପ ବନ୍ଦରରୁ ଲୁହାପଥର ବୋଝେଇ କରି ଚାଇନା ଯାଉଥିବା ଏକ ପଣ୍ୟବାହୀ ଜାହାଜ ଏମ୍‌ଭି ‘ଓସେନ ଓ୍ବିନର’ ଗତ ଶୁକ୍ରବାର ରାତିରୁ ନିଖୋଜ ଥିବା…

ବନ୍ଧୁକ ଦେଖାଇ ଗହଣା ବ୍ୟବସାୟୀଙ୍କଠାରୁ ଦୁର୍ବୃତ୍ତ ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର, ବାଇକ୍‌ ଛାଡ଼ି…

ମୋରଡ଼ା,୨୨ା୮(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡା ଥାନା ଅଞ୍ଚଳରେ ବନ୍ଧୁକ ମୁନରେ ଜଣେ ଗହଣା ବ୍ୟବସାୟୀଙ୍କୁ ଲୁଟ୍‌ ହୋଇଛି। ସୂଚନା ଅନୁଯାୟୀ, ଶୁଳିଆପଦା ଥାନା ଅଧୀନ କୋଷ୍ଠା…

କୁଟ୍ରିଛାପର ପଞ୍ଚାୟତରେ ବିକାଶମୂଳକ କାର୍ଯ୍ୟର ଶୁଭାରମ୍ଭ କଲେ ବିଧାୟକ, କହିଲେ ଆହୁରି…

ଝରିଗାଁ,୨୨ା୮(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ଅନ୍ତର୍ଗତ କୁଟ୍ରିଛାପର ପଞ୍ଚାୟତରେ ୬୪ ଲକ୍ଷ ଟଙ୍କା ବ୍ୟୟରେ ବିଭିନ୍ନ ବିକାଶମୂଳକ କାର୍ଯ୍ୟର ଶୁଭାରମ୍ଭ କରାଯାଇଛି। ବିକଶିତ…

ଚାଷୀ ପଞ୍ଜୀକରଣ କେନ୍ଦ୍ରରେ ଅଧିକାରୀଙ୍କୁ ତାଲା ପକାଇଲେ ଚାଷୀ

ଝାରବନ୍ଧ,୨୨ା୮(ଦେବେନ୍ଦ୍ର ସାହୁ): ବରଗଡ଼ ଜିଲା ଝାରବନ୍ଧ ବ୍ଲକ ଡଭା ପ୍ୟାକ୍ସ ଅନ୍ତର୍ଗତ ବିଳାସପୁର ଧାନ ପଞ୍ଜୀକରଣ କେନ୍ଦ୍ରରେ ତାଲା ପକାଇ ଦେଇଛନ୍ତି ଚାଷୀ। ଚାଷୀଙ୍କ ଦାବି ଅନୁସାରେ…

୨ ଜଣଙ୍କୁ ଧକ୍କାଦେଲା କାର୍‌, ଗୋଡ଼ାଇ ଗୋଡ଼ାଇ ଧରି ପୋଲିସକୁ ଜିମାଦେଲେ ଲୋକେ

ଦାରିଙ୍ଗବାଡ଼ି,୨୨ା୮(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବିଦ୍ୟୁତ୍‌ କାର୍ଯ୍ୟାଳୟ ନିକଟରେ ଘଟିଯାଇଛି ଅଭାବନୀୟ ଘଟଣା। ଜଣେ କାର୍‌ ଚାଳକ ନିଶାସକ୍ତ ଅବସ୍ଥାରେ ୨ ଜଣଙ୍କୁ ଧକ୍କା ଦେବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri