ଜେନେକ୍ସ ଡାଇଗ୍ନୋଷ୍ଟିକକୁ ବିଏମ୍‌ସି ପଠାଇଲା ନୋଟିସ

ଭୁବନେଶ୍ୱର, ୨୭।୧୦(ବ୍ୟୁରୋ): ଭୁବନେଶ୍ୱରସ୍ଥିତ ଜେନେକ୍ସ ଡାଇଗ୍ନୋଷ୍ଟିକରେ ନକଲି କୋଭିଡ୍‌ ରିପୋର୍ଟ ଦିଆଯାଉଛି। ସମାନ ସାମ୍ପଲ ଆଇଡି ଏବଂ ଏସ୍‌ଆର୍‌ଏଫ୍‌ ଆଇଡିରେ ଏକାଧିକ ଲୋକଙ୍କୁ ରିପୋର୍ଟ ପ୍ରଦାନ କରାଯାଇଛି। ଏଭଳି ଅଭିଯୋଗ ନେଇ ଖବର ପ୍ରକାଶ ପାଇବା ପରେ ଜେନ୍‌ଏକ୍ସ ଡାଇଗ୍ନୋଷ୍ଟିକୁ ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ପକ୍ଷରୁ ବୁଧବାର କାରଣ ଦର୍ଶାଅ ନୋଟିସ୍‌ ଦିଆଯାଇଛି।

୩ଦିନ ମଧ୍ୟରେ ଏନେଇ କାରଣ ଦର୍ଶାଇବାକୁ କୁହାଯାଇଛି। ତେବେ ତାଙ୍କ ଲାଇସେନ୍ସକୁ କାହିଁକି ରଦ୍ଦ କରାଯିବନି ଓ ଏପିଡେମିକ୍‌ ଡିଜିଜ୍‌ ଆକ୍ଟ ଅନୁଯାୟୀ କାହିଁକି କାର୍ଯ୍ୟାନୁଷ୍ଠାନ ନିଆଯିବ ନାହିଁ ସେନେଇ ବିଏମ୍‌ସି ଉତ୍ତର ମାଗିଛି। ଯଦି ନିର୍ଦ୍ଧାରିତ ସମୟ ମଧ୍ୟରେ ରିପୋର୍ଟ ଦାଖଲ କରା ନ ଯାଏ ତେବେ ଏହାପରେ ଉତ୍ତର ରଖିତ୍ବାକୁ ଆଉ ସୁଯୋଗ ଦିଆଯିବ ନାହିଁ ଏବଂ ଉପଯୁକ୍ତ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ବୋଲି ବିଏମ୍‌ସି ଚେତାବନୀ ଦେଇଛି।

ସୂଚନାଯୋଗ୍ୟ, ଜଣେ ନିର୍ଦ୍ଦିଷ୍ଟ ବ୍ୟକ୍ତି ବା ତଥାକଥିତ ଦଲାଲ କେବଳ ଆଧାର କାର୍ଡ ନମ୍ବର ନେଇ କୋଭିଡ୍‌ ରିପୋର୍ଟ ଦେଉଥିଲେ। ଏକାଧିକ ରିପୋର୍ଟରେ ସାମ୍ପଲ ଆଇଡି-୩୪୦୮୫୫୦୦୧ ଏବଂ ଏସ୍‌ଆର୍‌ଏଫ୍‌ ଆଇଡି-୨୧୩୬୨୦୨୨୭୪୫୫୫ ସମାନ ରହିଥିବାରୁ ରିପୋର୍ଟକୁ ନେଇ ପ୍ରଶ୍ନ ଉଠିଛି।


Enter your email to get our daily news in your inbox.

All Right Reserved By Dharitri.Com

ସରପଞ୍ଚଙ୍କ ବିରୋଧରେ ଅନାସ୍ଥା ପାଇଁ ଦାବିପତ୍ର

କପ୍ତିପଦା,୧ା୧୦(ଡ଼ି.ଏନ୍‌.ଏ)- କପ୍ତିପଦା ବ୍ଲକ ଅଧୀନ ବଡ଼ ଗୁଡୁଗୁଡ଼ିଆ ପଞ୍ଚାୟତର ସରପଞ୍ଚ ଦମୟନ୍ତୀ ହାଁସଦା ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଗତ ପାଇଁ ଦାବି ହୋଇଛି। ସୋମବାର ଉକ୍ତ...

ବାଜା ବଜେଇ ୪ ଅଲିମ୍ପିଆନଙ୍କୁ ଗାଁକୁ ନେଲେ

ଝାରସୁଗୁଡ଼ା ଅଫିସ,୨୧ା୮: ଟୋକିଓ ଅଲିମ୍ପିକ୍ସରେ ଦେଶ ପାଇଁ ଗୌରବ ଆଣିଥିବା ରାଜ୍ୟର ୪ଜଣ ଖେଳାଳି ପୁରୁଷ ହକି ଦଳର ବୀରେନ୍ଦ୍ର ଲାକ୍ରା, ଅମିତ ରୋହିଦାସ ଓ...

ପ୍ରଦୀପଙ୍କୁ ମିଳିଲା ଜାମିନ୍‌

କଟକ ଅଫିସ,୨୪।୨: କ୍ରାଇମ୍‌ବ୍ରାଞ୍ଚ ପକ୍ଷରୁ ହୋଇଥିବା ମାମଲାରେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ମିଳିଛି ସର୍ତ୍ତମୂଳକ ଜାମିନ୍‌। ୫ ଲକ୍ଷ ଟଙ୍କା ଲେଖାଏ ୨ ଜଣ...

୫-ଟି ସଚିବଙ୍କ ଅଚାନକ କୋଣାର୍କ ପରିଦର୍ଶନ

କୋଣାର୍କ,୯।୧(ଡି.ଏନ୍‌.ଏ.)- ବିଶ୍ୱ ଐତିହ୍ୟ କୋଣାର୍କ ସୂର୍ଯ୍ୟମନ୍ଦିରର ପାରିପାଶର୍‌ବିକ ବିକାଶ ଓ ସୌନ୍ଦର୍ଯ୍ୟକରଣ କାର୍ଯ୍ୟକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ୫-ଟି ସଚିବ ଭି. କାର୍ତ୍ତିକେୟନ ପାଣ୍ଡିଆନ...

ଭାଲେଣ୍ଟାଇନ୍‌ ସପ୍ତାହ ପାଇଁ ସତର୍କ କଲା କ୍ରାଇମ୍‌ବ୍ରାଞ୍ଚ

ଭୁବନେଶ୍ୱର,୮।୨(ବ୍ୟୁରୋ): ଫେବୃୟାରୀ ୭ରୁ ଆରମ୍ଭ ହୋଇଛି ଭାଲେଣ୍ଟାଇନ୍‌ ସପ୍ତାହ। ଏଥିପାଇଁ କ୍ରାଇମ୍‌ବ୍ରାଞ୍ଚ ପକ୍ଷରୁ ସତର୍କତା ଜାରି କରାଯାଇଛି। ସାଇବର ଠକେଇ ଆଶଙ୍କା କରି କ୍ରାଇମ୍‌ବ୍ରାଞ୍ଚ ଏହି...

ଓ୍ବାର୍ଲ୍‌‍ଡ ଟ୍ରାଭେଲ ମାର୍କେଟରେ ମହାରାଜା ଏକ୍ସପ୍ରେସ

ଭୁବନେଶ୍ୱର,୧୮ା୧୦(ବ୍ୟୁରୋ) : ଲଣ୍ଡନରେ ପ୍ରଦର୍ଶିତ ହେବ ଭାରତୀୟ ରେଳପଥର ସର୍ବୋତ୍ତମ ବିଳାସପୂର୍ଣ୍ଣ ଟ୍ରେନ୍‌ ମହାରାଜା ଏକ୍ସପ୍ରେସ। ଆସନ୍ତା ୪ରୁ ୬ ନଭେମ୍ବର ପର୍ଯ୍ୟନ୍ତ ଭାରତର ଏହି...

ପୁରୀ ସମୁଦ୍ରରେ ଭାସିଗଲେ ୭ ଜଣ

ପୁରୀ ଅଫିସ, ୨୯।୧: ଜଗା ଦର୍ଶନ କରିବାକୁ ପୁରୀ ଆସି ସମୁଦ୍ରରେ ଗାଧୋଇବା ବେଳେ ୭ ପର୍ଯ୍ୟଟକ ଭାସିଯାଇଛନ୍ତି। ତେବେ ସ୍ଥାନୀୟ ନୋଳିଆ ୬ଜଣଙ୍କୁ ଉଦ୍ଧାର...

କାନ ଧରି ପ୍ରତିବାଦ କଲେ ସିଟି ଓ ବିଏଡ୍‌ ଡିଗ୍ରୀଧାରୀ

ଭୁବନେଶ୍ୱର, ୧୩ା୨ (ବ୍ୟୁରୋ): ପାଠ ପଢ଼ି ଭଲ ମାର୍କରେ ପାସ କରିବା ପରେ ବି ମିଳୁନି ଚାକିରି। ଓଡ଼ିଶାରେ ଦିନକୁ ଦିନ ବେକାରି ସମସ୍ୟା ବୃଦ୍ଧି...

Advertisement
Archives

Model This Week